ମାନସିକ୍‌ ରୋଗ୍‌ରେ ପୀଡ଼ିତ କାହ୍ନା: ସରିଗଲା ଟଁକା, ଅଧାରେ ରହିଲା ଚିକିଛା

ଘଣ୍ଟାପଡା, ୧୪।୨(ଡି.ଏନ୍‌.ଏ.)- ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ଘଣ୍ଟାପଡା ଗାଁର ବଂଶୀଧର ବିଶିକଁର ପୁଓ କାହ୍ନା ବିଶି(୧୨)। ସେ କେହେନ୍‌ସି ଗୁଟେ ଅଜନା ରୋଗ୍‌ରେ ପଡ଼ି ନିଜର ମାନ୍‌ସିକ ସଁତୁଲନ ହରେଇଛନ୍‌। ମା’ବାପ୍‌ ଯାହା ପାରଲେ ଚିକିଛା କରେଇ ସରବ୍‌ସୁଅଁାତ୍‌ ହେଇଛନ୍‌। ଏହେଦେ ଟଁକା ପଏସା ଅଭାବୁ ସେମାନେ ଭଗବାନ ଭରସାରେ ରହିଛନ୍‌।
ସୂଚନା ଅନ୍‌ସାରେ ଘଣ୍ଟାପଡ଼ା ଗଁାର ବଂଶୀଧର ବିଶିକଁର ପରିବାର କହେଲେ ମାଏକିନା ଅନୁସୟା, ଦୁଇ ପୁଓ ସଞ୍ଜୀବ, କାହ୍ନା ଆର ଝି’ ପୂର୍ଣ୍ଣିମାକୁଁ ନେଇ ସଁସାର। ପରିବାରଟା ନିହାତି ଗରିବ୍‌, ବଂଶୀଧର ଦୁଖ୍‌ସୁଖ କରି କୁଟୁମ ପୁଷୁଛନ୍‌। ହେଲେ ସାନପୁଓ କାହ୍ନାକେ ନେଇ ପରିବାରଟା ସବୁବେଲେ ଚିନ୍‌ତାରେ ରହୁଛନ୍‌। କାହ୍ନା ଜନମ୍‌ ବେଲେ ଠିକ୍‌ଠାକ୍‌ ଥିଲେ। ବଏସ୍‌ ହେଲାରୁ ସେ ଗଁାର ଅଙ୍ଗନଓ୍ବାଡି କେନ୍ଦ୍ରକେ ପଢ଼ି ଯାଉଥିଲେ। ସେ ସମିଆରେ କାହ୍ନା କେହନ୍‌ସି ଗୁଟେ ଅଜନା ରୋଗ୍‌ରେ ପଡ଼ଲେ। ସେଦିନ୍‌ଠାନୁ ତାକର ମାନସିକ୍‌ ଥିତି ବିଗ୍‌ଡ଼ି ଗଲା। ପରିବାର ଲୋକ୍‌ ଧାରଉଧାର କରି କାହ୍ନାକେ କଣ୍ଟାମାଳ, ସୁବର୍ଣ୍ଣପୁର, ବଲାଙ୍ଗୀର, ବୁର୍ଲା ନେଇ ଚିକିଛା କରେଇଥିଲେ। ହେଲେ କିଛି ଲାଭ୍‌ ନାଇଁ ହେଲା। ଦିନୁଦିନ୍‌କେ କାହ୍ନାର ଦିହିପା ସଂଗେ ମାନସିକ୍‌ ସଁତୁଲନ ବେଶି ବିଗ୍‌ଡ଼ିଗଲା। ପଡ଼ିଶା ଲୁକ୍‌କର ପରାମଶ୍‌ରେ ପରିବାର ଲୋକ୍‌ କାହ୍ନାର ଉଚ ଚିକିଛା ଲାଗି ଜମିବାଡ଼ି, ଗଁହନାଗଁାଠି ବଁଧକ ପକେଇ କଟକ, ଭୁବନେଶ୍ୱର, ଓ୍ବାଲଟିୟର ଆର ଶେଷେ ବେଙ୍ଗାଲୁରୁ ନେଇ ଚିକିଛା କରାଲେ। ସେଠାନେ ଉଷୋକଷା କଲାରୁ କାହ୍ନା ଦିନୁଦିନ୍‌କେ ନୁକୋ ହେଉଥିଲେ। ହେଲେ ବେଙ୍ଗାଲୁରୁ ଦୂରିଆ ବାଟ୍‌ ହେବାର ସଂଗେ ଟଁକା ପଏସା ଅଭାବୁ ପରିବାର ଲୋକ୍‌ କାହ୍ନାର ଚିକିଛା କରେଇ ନାଇଁପାରଲେ। ଏନ୍‌ତାଥି କାହ୍ନା ମାନ୍‌ସିକ ସଁତୁଲନ ଫେନ୍‌ ବିଗ୍‌ଡ଼ି ଗଲା। ଏହେଦେ ସେ କିଛି କହୁଛନ୍‌ ନା ବୁଝୁଛନ୍‌। ମେଲାଢ଼ିଲା ପାଏଲେ ଇଆଡ଼େ ସିଆଡ଼େ ପଲଉଛନ୍‌। ଅନେକ ସମିଆରେ ସେ ମୁରଛା ହେଇଯାଉଛନ୍‌। ଏନ୍‌ତାଥି ପରିବାର ଲୋକ୍‌ ଉପେ ଶୂଇନ୍‌ ହେଇ ତାହାକୁ ଖଟେ ଗୋଡ୍‌ ବଁାଧିକରି ରଖିଛନ୍‌। ଇଆଡ଼େ ଗରିବ୍‌ ମା’ବାପ୍‌ ତାକର ଚିକିଛା କରେଇ ସରବ୍‌ସୁଅଁାତ୍‌ ହେଇ ଭଗବାନ ଭରସାରେ ରହିଛନ୍‌। ଘରର ଅବସ୍‌ତା ଦେଖି କାହ୍ନାର ବଡ଼ଭାଇ ସଞ୍ଜୀବ ମାଟ୍ରିକ ପାସ୍‌ କଲା ଉତାରୁ ବାହାର ରାଏଜ୍‌କେ ଦାଦନ ଖଟିଯାଇଛନ୍‌। ଉପେ ଶୂଇନ୍‌ ବଂଶୀଧର ପୁଓର ଚିକିଛା ସାହାଯ୍‌ ଲାଗି ବୌଦ୍ଧରେ ଜିଲାପାଳକଁର ଜନଶୁନାନି ଶିବିରରେ ଗୁହାରି କରିଥିଲେ। ପରଶାସନ ତରଫୁ କାହ୍ନାକେ ଭିନ୍ନକ୍ଷମ ଭତା ଯୁଗେଇ ଦିଆଯାଇଥିଲା। ହେଲେ ଆଏଜ୍‌ତକ ଚିକିଛା ସାହାଯ୍‌ ଲାଗି ପରଶାସନ କେହେନ୍‌ସି ପରକାର ପଦକ୍ଷେପ ନାଇଁ ନେଇ ବଲି ବଂଶୀଧର କହିଛନ୍‌। ରାଏଜ୍‌ସରକାର ଆର ଜିଲା ପରଶାସନ ଇ ଗରିବ୍‌ ପରିବାର ଉପରେ ଦୁରୁଷ୍‌ଟି ଦେଇ କାହ୍ନାକେ ସବୁପରକାର ଚିକିଛା ସାହାଯ୍‌ ଯୁଗେଇ ଦେବାକେ ଗଁାବାସୀ ଦାବି କରିଛନ୍‌। ଇ ବାବ୍‌ଦେ ଜିଲା ମୁଖିଆ ଚିକିଛା ଅଧ୍‌କାରୀ ଲକ୍ଷ୍ମୀଧର ସାହୁକୁଁ ପଚ୍‌ରାଲାରୁ ଇ ଘଟନା ବାବ୍‌ଦେ ଆମର ପାସେ ଖବର ନାଇଁଥାଇ। ରୁଗୀକୁଁ ଦେଖ୍‌ଲା ଉତାରୁ ଟଁକା ପଏସା, ଚିକିଛା ସୁବିଧା ଯୁଗେଇ ଦିଆଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ମହତ୍ କାମ: ବାଲୁଙ୍କୀ ଦାଶ ସ୍ମୃତି ପାଠାଗାର ଜମିକୁ ଜିଲା ପ୍ରଶାସନକୁ ହସ୍ତାନ୍ତରଣ କଲେ…

ବରଗଡ଼,୧୮।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ଅଧିନରେ ରହିଥିବା ସ୍ଥାନୀୟ ସରକାରୀ ଡ଼ାକ୍ତରଖାନା ସମ୍ମୁଖସ୍ଥ ବାଲୁଙ୍କୀ ଦାଶ ସ୍କୃତି ପାଠାଗାର ଜମିକୁ ବୁଧବାର ଜିଲା…

ଏପ୍ରିଲ ୨୬ରୁ ଭଞ୍ଜନଗର ଠାକୁରାଣୀ ଯାତ୍ରା: ମାର୍ଚ୍ଚ ୧୧ରେ ଶୁଭଖୁଣ୍ଟି ସ୍ଥାପନ,ମେ’ ୨୦ରେ…

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ପ୍ରସ୍ତୁତି ବୈଠକ ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ରଘୁନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ରାଜେନ୍ଦ୍ର ବିଷୋୟୀ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

ଥାଇଲ୍ୟାଣ୍ଡରେ ଫସିଛନ୍ତି ୬ ଓଡ଼ିଆ ଶ୍ରମିକ; ଖାଇବାକୁ ମିଳୁନି…, ଫେରିବା ପାଇଁ ସରକାରଙ୍କୁ ଗୁହାରି

ଭୁବନେଶ୍ୱର,୧୮।୨: ପରିବାର ପ୍ରତିପୋଷଣ ପାଇଁ ସୁଦୂର ଥାଇଲ୍ୟାଣ୍ଡ ଯାଇ ନିର୍ଯାତନାର ଶିକାର ହେଲେ ଓଡ଼ିଆ ଶ୍ରମିକ। କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲାର ୬ ଜଣ ଶ୍ରମିକ ଏବେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri