ମାନସିକଧାରୀ ଭୋଗ ଲଗାଇଲେ ଆରିସା ପିଠା, ଖିର ଗଇଁଠା

ଚଣ୍ଡିଖୋଲ,୨୪।୧(ଡି.ଏନ.ଏ)

ଓଡ଼ିଶା ପ୍ରସିଦ୍ଧ ଓଳାଶୁଣୀ ଗୁମ୍ଫା ମେଳା ଶୁକ୍ରବାର ୫ମ ଦିନରେ ପହଞ୍ଚିଛି। ଅପରାହ୍ନରେ ମେଳାରେ ପଡ଼ିଥିବା ତିନିକଡ଼ ରାସ୍ତାରେ ବ୍ୟାପକ ଜନଗହଳି ସହିତ ପାହାଡ଼ ପାଦଦେଶରୁ ଶୀର୍ଷଦେଶ ପର୍ଯ୍ୟନ୍ତ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଜନସମାଗମ ହୋଇଥିବା ଦେଖିବାକୁ ମିଳିଛି। ୫୩ନଂ ଜାତୀୟ ରାଜପଥର ଗୋବରୀ ନଦୀକୂଳ ଦେଇ ପାହାଡ଼ ପାଦ ଦେଶରେ ଥିବା ମା’ ଓଳାଶୁଣୀକୁ ଦର୍ଶନ କରି ପାହାଡ଼ ଶୀର୍ଷ ଦେଶରେ ଥିବା ମହାପୁରୁଷ ସନ୍ଥ ଅରକ୍ଷିତ ଦାସଙ୍କ ସମାଧି ମନ୍ଦିର ଦର୍ଶନ ପାଇଁ ଯାତ୍ରୀମାନେ ଆସୁଥିବାବେଳେ ଅନ୍ୟପଟରେ ୫୩ନଂ ଜାତୀୟ ରାଜପଥରୁ ବନ୍ଦରେଶ୍ୱର ଦେଇ ପାହାଡ଼ ପାଦଦେଶରେ ଥିବା ମେଳା ପଡ଼ିଆକୁ ଯାତ୍ରୀଙ୍କ ସୁଅ ଛୁଟିଥିଲା। ସେହିଭଳି ବୌଦ୍ଧପୀଠ ଲଳିତଗିରି ପଟରୁ ରାସ୍ତାରେ ଭିଡ଼ ପରିଲକ୍ଷିତ ହୋଇଥିଲା। ଶୁକ୍ରବାର ବହୁସଂଖ୍ୟାରେ ଭକ୍ତମାନେ ମହାପୁରୁଷ ସନ୍ଥ ଅରକ୍ଷିତ ଦାସଙ୍କ ସମାଧି ମନ୍ଦିରରେ ଆରିସା ପିଠା ଓ ଖିର ଗଇଁଠା ମାନସିକ ଭୋଗ ଘରୁ ପ୍ରସ୍ତୁତ କରି ଆଣି ଭୋଗ କରିଥିଲେ। ଏହି ପୀଠକୁ ଯାଜପୁର, କେନ୍ଦ୍ରପଡ଼ା, କଟକ ଓ ଜଗତସିଂହ ପୁର ଜିଲାରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଆସୁଛନ୍ତି। ତେବେ ମାନସିକ ପୋଡ଼ପିଠା ଧରି କେନ୍ଦ୍ରାପଡ଼ା ଜିଲାର ମାର୍ଶାଘାଇ, ପାଟକୁରା, ଗରଦପୁର, ଓ ପଟ୍ଟାମୁଣ୍ଡାଇ ଅଞ୍ଚଳର ବହୁ ଭକ୍ତ ଆସି ଲମ୍ବା ଧାଡ଼ିରେ ଠିଆହୋଇ ମହାପୁରୁଷଙ୍କ ସମାଧି ମନ୍ଦିରରେ ଭୋଗ ଲାଗି କରୁଥିବା ଦେଖାଯାଇଥିଲା। ଓଲାଶୁଣୀ ପାହାଡ଼ ପାଦଦେଶରେ ପଡ଼ିଥିବା ମେଳା ପଡ଼ିଆରେ ମଧ୍ୟ ପ୍ରବଳ ଜନଗହଳି ହୋଇଥିଲା। ଅଧିକାଂଶ ମହିଳା ଘରକରଣା ସାମଗ୍ରୀ ମେଳା ପଡ଼ିଆରୁ କିଣୁଥିବା ଦେଖିବାକୁ ମିଳିଥିଲା। ମେଳା ପଡ଼ିଆରେ ପଡ଼ିଥିବା ହସ୍ତଶିଳ୍ପ ସାମଗ୍ରୀ ର ଚାହିଦା ଅଧିକ ଜଣାଯାଇଛି। ସେହିଭଳି ବିଭିନ୍ନ କମ୍ପାନୀର ଷ୍ଟଲ ମଧ୍ୟ ମେଳା ପରିସରରେ ଖୋଲାଯାଇଛି। ଏହି ମେଳାଟି ବଡ଼ଚଣା ବ୍ଲକ ଅନ୍ତର୍ଗତ ପଲାଇ ମୌଜାରେ ରହିଥିବା ଓଳାଶୁଣୀ ପାହାଡ଼ ପାଦଦେଶରୁ ଶୀର୍ଷ ଦେଶ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିତ୍ବାବେଳେ ଏଠାରେ ବଡ଼ଚଣା ଓ ମାହାଙ୍ଗା ଅଞ୍ଚଳର ବିଭିନ୍ନ ରାଜନୈତିକ ଦଳର ବ୍ୟାନର ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଛି। ସବୁ ଅଞ୍ଚଳର ଏବଂ ଦଳର କାର୍ଯ୍ୟାଳୟ ମେଳା ପରିସରରେ ଖୋଲାଯାଇଛି। ହେଲେ ଏକାଦଶୀ ତିଥି ପରେ ଅନ୍ୟ କୌଣସି ଦିନ ଏହି କାର୍ଯ୍ୟାଳୟରେ କେହି ଉପସ୍ଥିତ ରହୁ ନ ଥିବା ଦେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ, ୩ ଗିରଫ

ଜେନାପୁର,୧୯ା୧୦(ଡି.ଏନ୍‌.ଏ.): ଯାଜପୁର ଜିଲା ଜେନାପୁର ଥାନା ଅନ୍ତର୍ଗତ ଏଣ୍ଡଳବା ପଞ୍ଚୟତ ଅଧୀନ ମାଳହାଟ ଗ୍ରାମସ୍ଥିତ ଏକ ଘରୁ ବିଭିନ୍ନ ବ୍ରାଣ୍ଡର ନକଲି ଜର୍ଦ୍ଦା ଜବତ ହୋଇଛି।...

ସିବିଆଇ ତଦନ୍ତ ଦାବିରେ ଧାରଣାରେ ବସିଲେ ପିହୁଙ୍କ ମା’

ଯାଜପୁର ଟାଉନ,୯ା୮(ଡି.ଏନ.ଏ.):୪ବର୍ଷର ଶିଶୁକନ୍ୟା ପିହୁ ନିଖୋଜ ହେବାର ୨ବର୍ଷ ବିତି ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାଙ୍କର କୌଣସି ସନ୍ଧାନ ମିଳିପାରିନାହିଁ। ପିହୁଙ୍କ ମା’ ମୋନାଲିସା...

ମହିଳାଙ୍କୁ ଅଶାଳୀନ ଇଙ୍ଗିତ, ଯୁବକ କୋର୍ଟ ଚାଲାଣ

ରସୁଲପୁର,୨୨।୪(ଡିଏନଏ): ରସୁଲପୁର ବ୍ଲକ ଓଡ଼ିଶୋ ପଞ୍ଚାୟତ ଅରତିଆ-କୁସୁନପୁର ଗ୍ରାମରେ ହରିହର ମଳିକ ନାମକ ଜଣେ ଯୁବକ ସେହି ଗ୍ରାମର ଜଣେ ମହିଳାଙ୍କୁ ଅଶାଳୀନ ଇଙ୍ଗିତ ପ୍ରଦର୍ଶନ...

ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୩କୁ ବୃଦ୍ଧି: ଯାଜପୁରରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ, ପଶ୍ଚିମବଙ୍ଗରୁ ଫେରିଥିଲେ

ଭୁବନେଶ୍ୱର, ୨୨।୪(ବ୍ୟୁରୋ): ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ବ୍ୟକ୍ତିଜଣଙ୍କ ଯାଜପୁରର ୩୮ବର୍ଷୀୟ ଯୁବକ। ସେ ନିକଟରେ ପଶ୍ଚିମବଙ୍ଗରୁ ଫେରିଛନ୍ତି। ତେବେ...

୫୫ କେଜି ଗଞ୍ଜେଇ, ୭.୫୧ ଲକ୍ଷ ଟଙ୍କା ଜବତ

ଧର୍ମଶାଳା,୬ା୧(ଡି.ଏନ.ଏ.): ଧର୍ମଶାଳା ପୋଲିସ ମଙ୍ଗଳବାର ରାତିରେ କୁମାରୀ ଗ୍ରାମରେ ଚଢ଼ାଉ କରି ଜଣେ ବ୍ୟକ୍ତିଙ୍କ ଘରୁ ୫୫ କେଜି ୪୫୦ ଗ୍ରାମ ଗଞ୍ଜେଇ ଓ ୭...

ବାଡ଼ିରୁ ମୁଣ୍ଡ ବିହୀନ ଶିଶୁର ମୃତଦେହ ଜବତ

ଯାଜପୁର ଅଫିସ,୧।୨: ଯାଜପୁର ଜିଲା ଅଧିନସ୍ଥ ଚଇନପୁର ଗ୍ରାମପଞ୍ଚାୟତ ବିଦ୍ୟାଧରପୁର ଗ୍ରାମର ଅଶୋକ ତ୍ରିପାଠୀଙ୍କ ବାଡ଼ିରୁ ସୋମବାର ପୂର୍ବାହ୍ନରେ ମୁଣ୍ଡ ବିହୀନ ଶିଶୁର ମୃତଦେହ ଜବତ...

ଓଏଏସ୍‌ ଅଫିସରଙ୍କ ଶ୍ୱଶୁର ଜେଲ ଗଲେ

ବାଲିଚନ୍ଦ୍ରପୁର,୨୪।୧୧(ସ୍ବ.ପ୍ର.): ଭୁବନେଶ୍ୱରରେ ଆଦିବାସୀ ନାବାଳିକାଙ୍କୁ ବଳାତ୍କାର ଘଟଣାରେ ଓଏଏସ୍‌ ଅଫିସର ପ୍ରମୋଦ ପୃଷ୍ଟିଙ୍କ ଶ୍ୱଶୁର ପ୍ରଫୁଲ୍ଲ ମହାପାତ୍ର (୮୪)ଙ୍କୁ ସୋମବାର ଯାଜପୁର ପୋଲିସ୍‌ ଗିରଫ କରି...

ମରାମତି ଅବଧି ସରିନି, କ୍ଷୟକ୍ଷତି ଦର୍ଶାଇଲା ବିଭାଗ

ଚଣ୍ଡିଖୋଲ,୮।୧୦(ଡି.ଏନ.ଏ.): ଜାରକା ଗ୍ରାମ୍ୟ ଉନ୍ନୟନ ବିଭାଗ ତଥା ଚଣ୍ଡିଖୋଲ ଉପଖଣ୍ଡର ବାଲିଚନ୍ଦ୍ରପୁର-ଦେକୁରି ରାସ୍ତାକୁ ନେଇ ବିବାଦ ଥମୁନି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜାନରେ କରାଯାଇଥିବା ଏହି...

Advertisement
Archives

Model This Week