Posted inଫୁରସତ

ମାତ୍ର ୨୭ ମିନିଟ୍‌ ପାଇଁ ମହିଳାଙ୍କ ମୃତ୍ୟୁ, ପୁନର୍ଜୀବିତ ହୋଇ ଲେଖିଲେ କିଛି ରହସ୍ୟମୟ ଶବ୍ଦ

ଓ୍ବାଶିଂଟନ୍‌: ସାଧାରଣତଃ ମୃତ୍ୟୁ ଘଟିଲେ ଜଣେ ଚିରଦିନ ପାଇଁ ଦୁନିଆରୁ ବିଦାୟ ନେଇଥାଏ। ମାତ୍ର କିଛି କ୍ଷଣ ପାଇଁ କାହାର କେବେ ମୃତ୍ୟୁ ଘଟେ ବୋଲି ଶୁଣିଛନ୍ତି କି ! କିନ୍ତୁ ଏମିତି ଏକ ଅଜବ ଘଟଣା ଦେଖିବାକୁ ମିଳିଛି ଆମେରିକାରେ। ଏଠାକାର ଜଣେ ମହିଳାଙ୍କର ମାତ୍ର ୨୭ ମିନିଟ୍‌ ପାଇଁ ମୃତ୍ୟୁ ଘଟିଥିଲା।  ପରେ ପୁନର୍ଜୀବନ ପାଇ  କିଛି ରହସ୍ୟମୟ ଶବ୍ଦ ନିଜ ନୋଟ୍‌ବୁକ୍‌ରେ ଲେଖିଥିଲେ, ଯାହା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ଶବ୍ଦଗୁଡ଼ିକୁ କେହି ବୁଝି ମଧ୍ୟ ପାରି ନ ଥିଲେ। ମହିଳାଙ୍କର ଜଣେ ସମ୍ପର୍କୀୟ ଉକ୍ତ ଘଟଣାକୁ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥିଲେ।
କାଲିଫର୍ନିଆରେ ରହୁଥିବା ମ୍ୟାଡି ଜନ୍‌ସନ୍‌ କିଛିମାସ ତଳେ ତାଙ୍କ ଇନ୍‌ଷ୍ଟାରେ ଶେୟାର କରି କହିଥିଲେ, ତାଙ୍କ ଆଣ୍ଟିଙ୍କର ହାର୍ଟରେ ହଠାତ୍‌ କିଛି ସମସ୍ୟା ଦେଖାଦେଲା। ଡାକ୍ତରଙ୍କ ପାଖକୁ ନେବାରୁ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। କିନ୍ତୁ ମୃତ୍ୟୁର ମାତ୍ର ୨୭ ମିନିଟ୍‌ ପରେ ସେ ପୁଣି ଜୀବିତ ହୋଇଉଠିଥିଲେ।
ମ୍ୟାଡିଙ୍କ କହିବା ଅନୁସାରେ, ତାଙ୍କ ଆଣ୍ଟିଙ୍କ ଶରୀରରେ ନଳୀ ଲାଗିଥିଲା। ଯେତେବେଳେ ସେ ହଠାତ୍‌ ଜୀବିତ ହୋଇଉଠିଲେ ପ୍ରଥମେ କଲମ ମାଗିଥିଲେ। ପରେ ତାଙ୍କ ଭାଇଙ୍କ ନୋଟ୍‌ରେ କିଛି ଏପରି ଶବ୍ଦ ଲେଖିଥିଲେ, ଯାହା ବୁଝି ହେଉ ନ ଥିଲା। ମାତ୍ର ସେଠାରେ ଉପସ୍ଥିତ ଥିବା ଲୋକେ କ’ଣ ଲେଖିଛ ବୋଲି ପଚାରିବାରୁ ତାଙ୍କ ଆଖିରେ ଲୁହ ଆସିଯାଇଥିଲା। ଆଉ ସେ ସ୍ବର୍ଗ ଆଡ଼କୁ ହାତଠାରି କିଛି କହିବା ପରି ଅନୁମାନ ହେଲା। ଏତିକି ଲେଖିସାରିବା ପରେ ପୁଣି ତାଙ୍କର ମୃତ୍ୟୁ ଘଟିଥିଲା। ମ୍ୟାଡି ତାଙ୍କ ଆଣ୍ଟିଙ୍କ ସ୍ମୃତିକୁ ସାଇତି ରଖିବା ପାଇଁ ମୃତ୍ୟୁ ସମୟରେ ସେ ଲେଖି ଯାଇଥିବା ଶବ୍ଦକୁ ନିଜ ହାତରେ ଟାଟୁ ବନାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉପନିର୍ବାଚନରେ ଫୁଟିପାରିଲାନି ପଦ୍ମ, ଏହି ସବୁ ସ୍ଥାନରେ ସାମ୍ନା କଲା ଶୋଚନୀୟ ପରାଚୟ

ନୂଆଦିଲ୍ଲୀ,୩।୮: ମଧ୍ୟପ୍ରଦେଶର ଦାତିଆ ବିଧାନସଭା ଉପନିର୍ବାଚନର ଫଳାଫଳ ଆଜି ଘୋଷଣା କରାଯାଇଛି, ଯେଉଁଥିରେ କଂଗ୍ରେସ ବିଜୟୀ ହୋଇଛି। କଂଗ୍ରେସ ପ୍ରାର୍ଥୀ ଘନଶ୍ୟାମ ସିଂହ ଭାଜପା ପ୍ରାର୍ଥୀ ଆଶୁତୋଷ…

ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲିଲେ ମନମୋହନ, କ୍ଷତିଗ୍ରସ୍ତଙ୍କୁ ଦେଲେ ଆଶ୍ୱାସନା

ଚାନ୍ଦବାଲି,୩।୮(କିଷାନ ପାତ୍ର): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ସୋମବାର ଭଦ୍ରକ ଜିଲାର ବନ୍ୟା ପ୍ରଭାବିତ ଚାନ୍ଦବାଲି ଅଞ୍ଚଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଖେରଙ୍ଗ ଓ…

EPFOକୁ ନେଇ ଆସିଲା ବଡ଼ ଖବର: ସରକାର ବଢାଇଲେ…

ନୂଆଦିଲ୍ଲୀ,୩।୮: ବହୁ ଦିନ ଧରି ବିଭିନ୍ନ କର୍ମଚାରୀ ସଂଗଠନଗୁଡ଼ିକ EPS ଦରମା ସୀମା ବୃଦ୍ଧି ଦାବିକୁ ଅର୍ଥ ମନ୍ତ୍ରଣାଳୟ ସମ୍ପ୍ରତି ଅନୁମୋଦନ କରିଛି। ଏହି ନିଷ୍ପତ୍ତି କର୍ମଚାରୀମାନଙ୍କ…

ବିସ୍ଥାପିତ ନୀତି କାର୍ଯ୍ୟକାରୀ କରାଯାଉ: ଦାବି ପୂରଣ ନ ହେଲେ ଆନ୍ଦୋଳନ ଚେତାବନୀ

ଛତ୍ରପୁର,୩।୮(ଦିଲ୍ଲୀପି ସାମଲ/ଦ୍ୱାରିକା ପଟ୍ଟନାୟକ): ଆଇଆରଇଏଲ୍‌ ପକ୍ଷରୁ ବିସ୍ଥାପିତ ନୀତିକୁ ତୁରନ୍ତ କାର୍ଯ୍ୟକାରୀ କରିବା, ଚିହ୍ନଟ ଜାଗାରେ ଘର ନିର୍ମାଣ ସହ ପୁର୍ନବାସ ବ୍ୟବସ୍ଥା କରିବା ସହିତ ୨୦୧୮ରେ…

ଟିମ ଇଣ୍ଡିଆର ବଦଳିଲେ କୋଚ୍‌, ଭାବୁକ ହୋଇ ଏମିତି କହିଦେଲେ ରୋହିତ, ପଢନ୍ତୁ…

ନୂଆଦିଲ୍ଲୀ,୩।୮: ଟିମ ଇଣ୍ଡିଆର କୋଚିଂ ଷ୍ଟାଫ୍‌ରେ ବଡ଼ ପରିବର୍ତ୍ତନ ହୋଇଛି। ଫିଲ୍ଡିଂ କୋଚ ଟି. ଦିଲୀପଙ୍କ ଚୁକ୍ତି ଶେଷ ହୋଇଯାଇଛି। ଏଥର ବିସିସିଆଇ ତାଙ୍କ ଚୁକ୍ତିକୁ ନବୀକରଣ…

ମୁମ୍ବାଇରେ ଦିଗପହଣ୍ଡି ଦାଦନ ଶ୍ରମିକଙ୍କ ମୃତ୍ୟୁ; ବିଧାୟକ ଙ୍କ ହସ୍ତକ୍ଷେପ ପରେ ଅଣାଯାଉଛି ମୃତଦେହ, ଗାଁରେ ଶୋକାକୁଳ ପରିବେଶ 

ଦିଗପହଣ୍ଡି,୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ଦାଦନ ଖଟିବାକୁ ଯାଇ ମୁମ୍ବାଇରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି…

‘ମୁଁ କନଭର୍ଟ ହେବାକୁ ଚାହୁଁଛି…’ କଙ୍ଗନାଙ୍କ ଗୋଟିଏ ବୟାନ ସୋସିଆଲ ମିଡିଆରେ ଲଗାଇଲା ନିଆଁ, ଜାଣନ୍ତୁ ମାମଲା

ନୂଆଦିଲ୍ଲୀ,୩।୮: ବଲିଉଡ୍‌ ଅଭିନେତ୍ରୀ BJP ସାଂସଦ କଙ୍ଗନା ରଣାୱତ ପୁଣି ଥରେ ନିଜର ସ୍ପଷ୍ଟବାଦୀ ଅନ୍ଦାଜ ପାଇଁ ଚର୍ଚ୍ଚାରେ। ଏଥର କାରଣ ହେଉଛି ତାଙ୍କର ସୋସିଆଲ୍‌ ମିଡିଆ…

ବଦଳିଲା ୟୁପିଆଇ ପେମେଣ୍ଟ ନିୟମ, ଟ୍ରାଞ୍ଜାକ୍ସନ୍ ପୂର୍ବରୁ ବ୍ୟାଙ୍କ ପଚାରିବ Yes/No ପ୍ରଶ୍ନ…

ନୂଆଦିଲ୍ଲୀ,୩।୮: ଆପଣଙ୍କର ପରବର୍ତ୍ତୀ UPI ପେମେଣ୍ଟ (Payment) ହୁଏତ ସବୁବେଳେ ଗୋଟିଏ ଟ୍ୟାପ୍‌ରେ ସମ୍ପୂର୍ଣ୍ଣ ନହୋଇପାରେ। ଦେଶରେ ବୃଦ୍ଧି ପାଉଥିବା ଡିଜିଟାଲ୍‌ ପେମେଣ୍ଟ ଠକେଇକୁ ରୋକିବା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri