ମାଟିରୁ କମୁଛି ଫସ୍‌ଫରସ୍‌

ଭୁବନେଶ୍ୱର,୧୩ା୧୦(ବ୍ୟୁରୋ): ଗତ କିଛିବର୍ଷ ହେବ ମାଟିରୁ ଫସ୍‌ଫରସ୍‌ ପରିମାଣ କମିବାରେ ଲାଗିଛି। ରାଜ୍ୟରେ ଧାନ ଏକ ପ୍ରମୁଖ ଫସଲ। ଜମିରେ ଫସ୍‌ଫରସ୍‌ ଅଭାବରୁ ଆଗାମୀ ଦିନରେ ଧାନ ଉତ୍ପାଦନ କମିବା ଆଶଙ୍କା ଦେଖାଦେଇଛି। ଧାନ ବଢ଼ିବା ପାଇଁ ମାଟିର ମୁଖ୍ୟ ଉପାଦାନ ଫସ୍‌ଫରସ୍‌। ଗଛ ଉଠିବାବେଳେ ଏହାର ଯଥେଷ୍ଟ ଆବଶ୍ୟକତା ରହିଥାଏ। ରାଜ୍ୟର ପ୍ରାୟ ସମସ୍ତ ଜିଲାରେ ଧାନ ଉତ୍ପାଦନ ଅତିମାତ୍ରାରେ ହ୍ରାସ ପାଉଥିବାରୁ କୃଷି ବିଜ୍ଞାନୀମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ୧୯୯୭ରେ ମାଟିର ଉପାଦାନଗୁଡ଼ିକର ଗୁଣବତ୍ତା ୧.୫୪ ଥିବା ବେଳେ ୨୦୧୯ରେ ତାହା ୧.୩୫କୁ ଖସି ଯାଇଛି। ଏଥିଯୋଗୁ ଗତ କିଛିବର୍ଷ ମଧ୍ୟରେ ଧାନ ଉତ୍ପାଦନ ମଧ୍ୟ ହ୍ରାସ ପାଇବାରେ ଲାଗିଛି। କୃଷି ବିଭାଗ ସୂଚନା ଅନୁଯାୟୀ ପ୍ରତି ହେକ୍ଟରରେ ଧାନ ଉତ୍ପାଦନ ୨୯.୭ ପ୍ରତିଶତ କମିଛି। ଏଥିସହିତ ୫ ପ୍ରତିଶତ ଚାଷଜମି ମଧ୍ୟ ପଡ଼ିଆ ପଡ଼ିଲାଣି।
କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍‌ ଅନୁଯାୟୀ ପ୍ରତି ହେକ୍ଟରରେ ୬୦ କିଲୋଗ୍ରାମ ନାଇଟ୍ରୋଜେନ୍‌ ବା ୟୁରିଆ, ୩୦ କିଗ୍ରା ଫସ୍‌ଫରସ୍‌ ଏବଂ ୩୦ କିଗ୍ରା ପଟାସିୟମ ପ୍ରୟୋଗ କରିବା କଥା। ଅର୍ଥାତ୍‌ ଗୋଟିଏ ଏକରରେ ୨୦ରୁ ୨୫ କିଲୋ ସ୍ଥାନରେ ଅଧିକ ଅମଳ ପାଇଁ ଚାଷୀମାନେ ୬୦ରୁ ୮୦ କିଲୋ ୟୁରିଆ ପକାଉଛନ୍ତି । ଗତ ଦୁଇ ଦଶନ୍ଧି ମଧ୍ୟରେ ୟୁରିଆ ବ୍ୟବହାର ଆଶାତୀତ ଭାବେ ବୃଦ୍ଧି ପାଉଛି। ଚାଷ ପାଇଁ କେବଳ ୟୁରିଆ ଦିଆଯାଉଥିବାରୁ ମାଟି ଲାଗି ଆବଶ୍ୟକ ଅନ୍ୟ ୧୨ଟି ଉପାଦାନ ମିଳିପାରୁ ନାହିଁ। କୃଷି ବିଶେଷଜ୍ଞଙ୍କ କହିବା କଥା ହେଲା ମାଟି ଏକ ସଜୀବ ପଦାର୍ଥ। କେବଳ ଫସ୍‌ଫରସ୍‌ ନୁହେଁ, ଜମିରୁ ଯବକ୍ଷାରଜାନ, ବୋରନ, ଆଇରନ, ମାଙ୍ଗାନିଜ, ଜିଙ୍କ୍‌ ଏବଂ ସଲ୍‌ଫର୍‌ ପରିମାଣ ମଧ୍ୟ କମ୍‌ ରହୁଛି।
ମିଳିଥିବା ତଥ୍ୟ ଅନୁଯାୟୀ ୨୦୧୮-୧୯ରେ ସମଗ୍ର ରାଜ୍ୟରୁ ୩,୦୭,୪୦୫ଟି ମୃତ୍ତିକା ନମୁନା ସଂଗ୍ରହ କରାଯାଇ ମୋବାଇଲ ମୃତ୍ତିକା ପରୀକ୍ଷା ଲାବରେଟୋରି ଏବଂ ରାଜ୍ୟର ୧୧ଟି ପରୀକ୍ଷାଗାରରେ ପରୀକ୍ଷା କରାଯାଇଥିଲା। ମୟୂରଭଞ୍ଜ ଜିଲାରୁ ସଂଗ୍ରହ କରାଯାଇଥିବା ୯୩ ପ୍ରତିଶତ ମାଟିରେ ଫସ୍‌ଫରସ୍‌ ଅତିମାତ୍ରାରେ କମ୍‌ ରହିଛି। ରାୟଗଡ଼ା ଏବଂ କୋରାପୁଟ ଜିଲାରେ ମଧ୍ୟ ସମାନ ଅବସ୍ଥା। କୃଷି କ୍ଷେତ୍ରରେ ମନଇଚ୍ଛା ୟୁରିଆ ବ୍ୟବହାର ଯୋଗୁ ମାଟିରେ ଅମଳତ୍ୱ, କ୍ଷାର ଓ ଲବଣ ପରିମାଣ ଅତିମାତ୍ରାରେ ବୃଦ୍ଧିପାଇଛି। ଏଥିଯୋଗୁ ମାଟିରେ ଥିବା କ୍ଷୁଦ୍ର ଅଣୁଜୀବ, ଯାହାକି ଉର୍ବରତା ବଢ଼ାଇବାରେ ସାହାଯ୍ୟ କରନ୍ତି ସେସବୁ ନଷ୍ଟ ହୋଇଗଲେଣି। ଭଦ୍ରକ, ବାଲେଶ୍ୱର, ନବରଙ୍ଗପୁର, କଳାହାଣ୍ଡି, ବରଗଡ଼, ସମ୍ବଲପୁର, ଗଞ୍ଜାମ, କଟକ, ପୁରୀ ଆଦି ଜିଲାରେ ମାଟିର ଉର୍ବରତା ଭୟଙ୍କର ଭାବେ ହ୍ରାସ ପାଉଛି। ଚାଷଜମିରେ ଗୋଟିଏ ପ୍ରକାର ସାର ପ୍ରୟୋଗ ଲଗାତର ବୃଦ୍ଧି ପାଉଥିବାରୁ ଏଭଳି ଚିନ୍ତାଜନକ ପରିସ୍ଥିତି ଉପୁଜିଛିି। ପୂର୍ବକାଳରେ ଏସବୁ ଗୋବର ଖତ, ଧନିଚା ଚାଷ ଓ ଅନ୍ୟାନ୍ୟ ଜୈବିକ ଖତରୁ ମେଣ୍ଟା ଯାଇପାରୁଥିଲା। ସରକାରୀ ଉଦାସୀନତା ଏବଂ ଚାଷୀଙ୍କର ସଚେତନତା ଅଭାବ ଯୋଗୁ ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ଓଡ଼ିଶା କୃଷି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ତଥା କୃଷିବିଜ୍ଞାନୀ ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି, ଫସ୍‌ଫରସ୍‌ ସାର ଅନ୍ୟ ଦେଶରୁ ଆମଦାନୀ କରାଯାଇଥାଏ। ଏହା ବ୍ୟୟବହୁଳ ହେଉଥିବାରୁ ଚାଷୀମାନେ ବ୍ୟବହାର କରି ପାରୁନାହାନ୍ତି। ତେବେ ଏହା ବଦଳରେ ଜମିରେ ଚୂନ ପକାଇଲେ ମଧ୍ୟ ଫସ୍‌ଫରସ୍‌ ବୃଦ୍ଧି ପାଇପାରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥଇଥାନ ବାଟ ପାଉନି ପ୍ରଶାସନ

ଔପଦା,୧୫।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ବଜାରରେ ସିଲ୍‌ ହୋଇ ରହିଥିବା ୨୩ଟି ଦୋକାନ ଗୃହ ଖୋଲିବାକୁ ପ୍ରଶାସନ ତରଫରୁ କୌଣସି ତତ୍ପରତା ପ୍ରକାଶ ପାଉ ନାହିଁ ା...

ତଡ଼ପ ଲାଗିହୋଇ ରହିଲେ ସାକ୍ଷୀଗୋପାଳ

ସାକ୍ଷୀଗୋପାଳ,୨୬ା୧୨(ଡି.ଏନ୍‌.ଏ.): ସୂର୍ଯ୍ୟୋପରାଗ ପାଇଁ ବୁଧବାର ସାକ୍ଷୀଗୋପାଳ ମନ୍ଦିରରେ ସଅଳ ଦେବନୀତି ସମ୍ପନ୍ନ କରାଯାଇଛି। ସନ୍ଧ୍ୟା ସୁଧା ବଡସିଂହାର ଧୂପ ସମାପନ କରାଯିବା ପରେ ଠାକୁରଙ୍କୁ ଗ୍ରହଣ...

ସେପ୍ଟେମ୍ବରରେ ୨ଲକ୍ଷ ଟପିବା ଆଶଙ୍କା

ଭୁବନେଶ୍ୱର, ୨୩।୯(ବ୍ୟୁରୋ):ରାଜ୍ୟରେ କରୋନା ସଂକ୍ରମଣ କମିବାର ନାଁ ନେଉନି। ଗତ କିଛିଦିନ ହେବ ରାଜ୍ୟରେ ଦୈନିକ ସଂକ୍ରମଣ ୪ହଜାର ଉପରେ ରହୁଛି। ଏହି ଧାରା ଜାରି...

ପିସିସି ସଭାପତି ପରିବର୍ତ୍ତନକୁ ନେଇ ଧାଁଦୌଡ଼

ଭୁବନେଶ୍ୱର, ୭।୧୨(ବ୍ୟୁରୋ): ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଦାୟିତ୍ୱଶୂନ୍ୟ କରିବା ଲାଗି ଦଳ ଭିତରେ କନ୍ଦଳ ଉଗ୍ରରୂପ ନେଲାଣି। ନିରଞ୍ଜନଙ୍କ ବିରୋଧରେ ଗୋଟିଏ...

ବାତ୍ୟା ‘ଫନୀ’ ମାଡ଼: ୫ ସହରରେ ଉଜୁଡ଼ିଗଲା ୧.୭୩ ଲକ୍ଷ ବୃକ୍ଷ

ଭୁବନେଶ୍ୱର,୨।୭(ବ୍ୟୁରୋ): ମେ’ ୩ ତାରିଖରେ ହୋଇଥିବା ସାମୁଦ୍ରିକ ଝଡ଼ ଫନୀରେ ୫ ସହରରେ ୧ ଲକ୍ଷ ୭୩ହଜାର ୯୫୭ ଗଛ ବରବାଦ ହୋଇଛି। ଜଟଣୀରେ ୩ହଜାର...

ଖୋର୍ଦ୍ଧା ପୌରପରିଷଦ ବିରୋଧରେ ଜିଲାପାଳଙ୍କୁ ଅଭିଯୋଗପତ୍ର ପ୍ରଦାନ କରୁଛନ୍ତି ଭାଜପା କର୍ମୀ

ଖୋର୍ଦ୍ଧା ଅଫିସ, ୨୮ା୬: ଖୋର୍ଦ୍ଧା ପୌରପରିଷଦର ଖାମଖିଆଲି ନୀତି, ବିଭିନ୍ନ ଦୁର୍ନୀତି, ଅପରିଣାମଦର୍ଶିତା, ମାତ୍ରାଧିକ ରାଜନୈତିକ ହସ୍ତକ୍ଷେପ ଓ ଫନି କ୍ଷତିଗ୍ରସ୍ତଙ୍କ ତାଲିକାରେ ବ୍ୟାପକ ପାତର...

୨୮ ଦିନ କ୍ୱାରାଣ୍ଟାଇନ୍‌ ପାଇଁ ଯଦି କେହି ପ୍ରସ୍ତୁତ ନୁହନ୍ତି, ଓଡ଼ିଶା ଆସନ୍ତୁ ନାହିଁ: ବାଗ୍‌ଚୀ

ଭୁବନେଶ୍ୱର,୮।୫(ବ୍ୟୁରୋ): ବର୍ତ୍ତମାନ ସୁଦ୍ଧା ଓଡ଼ିଶା ଭଲ ପରିସ୍ଥିତିରେ ରହିଛି। ଏହାର ଶ୍ରେୟ ଜନସାଧାରଣଙ୍କର। ରାଜ୍ୟକୁ ଫେରୁଥିବା ବ୍ୟକ୍ତିମାନେ ଏହାକୁ ଦୃଷ୍ଟିରେ ରଖି ନିଜକୁ ଶୃଙ୍ଖଳିତ ରଖିବା...

ଆଜି ଆଉ ୧୦ ଜୀବନ ନେଲା କରୋନା, ଏହି ଜିଲାରୁ ଅଛନ୍ତି ସର୍ବାଧିକ

ଭୁବନେଶ୍ୱର,୧୭ା୮(ବ୍ୟୁରୋ) : ସୋମବାର ରାଜ୍ୟରୁ ଆଉ ୧୦ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩୫୩ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ...

Coronavirus Update


Archives

Model This Week

Why Dharitri