ମହୁମାଛି ଆକ୍ରମଣରେ ଜୀବନ ଗଲା

ଦେବଗଡ଼,୨୨ା୪(ଡି.ଏନ.ଏ.): ଦେବଗଡ ସହରର ମିରଗିଡିଆ ସାହିର ଅର୍ଜୁନ ମୁଣ୍ଡା (୫୫) ନାମକ ଜଣେ ବ୍ୟକ୍ତିଙ୍କ ମହୁମାଛି ଆକ୍ରମଣରେ ମୃତ୍ୟୁ ଘଟିଛି। ସେ ନିଜର କେତେକ ସାଥୀଙ୍କ ସହ ନିକଟସ୍ଥ ଜଙ୍ଗଲକୁ ଭୋଜି କରିବାକୁ ଯାଇଥିଲେ। ଏହି ସମୟରେ ଜଙ୍ଗଲରେ ଥିବା ମହୁମାଛି ଆକ୍ରମଣ କରିବାରୁ ଅର୍ଜୁନ ଗୁରୁତର ହୋଇପଡିଥିଲେ। ସନ୍ଧ୍ୟାରେ ଘରକୁ ଫେରି ତାଙ୍କୁ ମହୁମାଛି ଆକ୍ରମଣ କରିଥିବା ପରିବାର ଲୋକଙ୍କୁ ଜଣାଇବା ସହ ସେ ଘରେ ଶୋଇପଡିଥିଲେ। ବୁଧବାର ସକାଳେ ନ ଉଠିବାରୁ ପରିବାର ଲୋକେ ଚିକିତ୍ସା ପାଇଁ ତାଙ୍କୁ ଦେବଗଡ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ସୂଚନା ପାଇ ଦେବଗଡ ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହ ମୃତଦେହ ବ୍ୟବେଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କାମାକ୍ଷାନଗର କଲେଜରେ ଆରମ୍ଭ ହେବ ଇଗ୍ନୋ ପାଠ୍ୟକ୍ରମ

କାମାକ୍ଷାନଗର, ୩୦।୭(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା କାମାକ୍ଷାନଗର କଲେଜରେ ଆରମ୍ଭ ହୋଇଥିବା ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ) ପକ୍ଷରୁ ଚଳିତ ଶିକ୍ଷାବର୍ଷରୁ ଆରମ୍ଭ ହେବ ଶିକ୍ଷାଦାନ।...

ବହୁଚର୍ଚ୍ଚିତ ସୁଦାମ ସ୍ବାଇଁ ହତ୍ୟା ମାମଲା: ମହିଳାଙ୍କ ସମେତ ୪ଜଣଙ୍କୁ ଆଜୀବନ କାରାଦଣ୍ଡ

ନୟାଗଡ଼ ଅଫିସ,୨ା୬- ୨୦୧୬ରେ ବହୁଚର୍ଚ୍ଚିତ ସୁଦାମ ସ୍ବାଇଁ ହତ୍ୟା ମାମଲାର ଶୁଣାଣି କରି ଶନିବାର ନୟାଗଡ଼ ଅତିରିକ୍ତ ଜିଲା ଓ ଦୌରାଜଜ୍‌ ପ୍ରସନ୍ନ କୁମାର ପଣ୍ଡା...

ପାହାଡ଼ ଉପରେ ବିତୁଛି ଜୀବନ

ଝୁମ୍ପୁରା, ୧୭।୪(ଡି.ଏନ୍‌.ଏ.): କେନ୍ଦୁଝର ସଦର ନିର୍ବାଚନମଣ୍ଡଳୀ ତଥା ଝୁମ୍ପୁରା ବ୍ଲକ ଅନ୍ତର୍ଗତ ନିଶ୍ଚିନ୍ତପୁର ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ପାହାଡ଼ ଉପରେ ଥିବା ୩ ଗାଁ କନକନା,...

୪୯ ନଂ. ଜାତୀୟ ରାଜପଥ ମରାମତି ଦାବି: ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଦେବଗଡ଼,୬।୧୧(ଡି.ଏନ୍‌.ଏ.): ଦେବଗଡ଼ ଜିଲା କଂଗ୍ରେସ ପକ୍ଷରୁ ୪୯ ନମ୍ବର ଜାତୀୟ ରାଜପଥ ମରାମତି ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ଅନଶନରେ ବସିବା ସହ ଧାରଣା...

ପୁଣି ଏକ ବାଲ୍ୟବିବାହ ରୋକିଲା ଚାଇଲ୍ଡଲାଇନ

ଦେବଗଡ଼, ୬ା୫(ଡି.ଏନ.ଏ.): ଦେବଗଡ଼ ଜିଲା ତିଲେଇବଣି ବ୍ଲକ ଅନ୍ତର୍ଗତ ରାଇତାଳ ଗ୍ରାମରେ ବାଲ୍ୟବିବାହ ପାଇଁ ଯୋଜନା ଚାଲିଥିବା ବେଳେ ଚାଇଲ୍ଡଲାଇନ ପକ୍ଷରୁ ଏହାକୁ ରୋକାଯାଇଛି। ମିଳିଥିବା...

ତ୍ରୁଟିପୂର୍ଣ୍ଣ ପରିଚୟପତ୍ର: ଚିନ୍ତାରେ ଭୋଟର

ସିମୁଳିଆ,୧୭।୪(ଡି.ଏନ୍‌.ଏ.)-ଭୋଟର ତାଲିକା ସଂଶୋଧନ ଓ ନୂଆ ଭୋଟରଙ୍କ ନାମ ସଂଯୋଗ କାର୍ଯ୍ୟ ଠିକ୍‌ ଭାବେ କରା ନ ଯିବାରୁ ତଥ୍ୟଗତ ତ୍ରୁଟି ଥାଇ ବହୁ ଭୋଟରଙ୍କୁ...

ଟ୍ରକ୍‌ ପଛରେ ପିଟିଲା ଟ୍ରକ୍‌, ଖଲାସି ଗୁରୁତର

ଛେଣ୍ଡିପଦା, ୨୭।୧୦(ସ୍ବ.ପ୍ର.)- ଅନୁଗୋଳ ଜିଲା ନିଶା ଥାନା ଅନ୍ତର୍ଗତ ୬୩ ନଂ ରାଜ୍ୟ ରାଜପଥର ରାଇଝରଣଠାରେ ରବିବାର ଏକ ଟ୍ରକ୍‌ ଆଉ ଏକ ଟ୍ରକ୍‌ ପଛରେ...

ପୋଲିସ ପରିଚୟ ଦେଇ ଯୁବକଙ୍କୁ ଅପହରଣ ଅଭିଯୋଗ

ଗୋପାଳପୁର, ୨୪ା୪-ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳର ଜଣେ  ଯୁବକ ଧାର ଟଙ୍କା ଫେରସ୍ତ ନ କରିବାରୁ ତାଙ୍କ ଭାଇଙ୍କୁ ପୋଲିସ  ପରିଚୟ ଦେଇ ବନ୍ଧୁକ...

Coronavirus Update


Archives

Model This Week

Why Dharitri