Posted inଖେଳ

ମହୀତୋଷଙ୍କୁ ଫିଡେ ମାଷ୍ଟର ଟାଇଟଲ୍‌

ଭୁବନେଶ୍ୱର, ୬।୧୦(ସ୍ପୋଟର୍‌ସ ବ୍ୟୁରୋ)- ଓଡ଼ିଶା ଚେସ୍‌ ପାଇଁ ଖୁସି ଖବର। ଚେସ୍‌ ତାରକା ମହୀତୋଷ ଦେ’ଙ୍କୁ ଫିଡେ ମାଷ୍ଟର ଟାଇଟଲ୍‌ ମିଳିଛି। ଗତ ୨ ବର୍ଷ ଧରି ବିଦେଶ ମାଟିରେ ଲଗାତର ସଫଳତା ହାସଲ କରିବା ପରେ ୧୪ ବର୍ଷୀୟ ମହୀତୋଷଙ୍କୁ ଏହି ଟାଇଟଲ୍‌ ମିଳିଛି। ବର୍ତ୍ତମାନ ତାଙ୍କର ୟେଲୋ ରେଟିଂ ପଏଣ୍ଟ ୨୩୧୬ ରହିଛି। ଇତିମଧ୍ୟରେ ମହୀତୋଷ ଦୁବାଇ ଓପନ୍‌, ଶାରଜା ଓପନ୍‌, ଆବୁଧାବି ଓପନ୍‌, ମାଲେସିଆ ଓପନ୍‌, ରୋମ୍‌ ଓପନ୍‌, ସନ୍‌ଓ୍ବେ ସିଟ୍‌ଜେସ ଓପନ୍‌, ରୋକଲୋ ମାଷ୍ଟର୍ସ କପ୍‌, ସ୍ଲିମବର୍ଗ ମାଷ୍ଟର୍ସ କପ୍‌, ଭିଏନା ଓପନ୍‌, ଇନ୍‌ସବ୍ରୁକ ଓପନ୍‌ରେ ଅଂଶଗ୍ରହଣ କରି ନିଜର ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ଫଳରେ ନିଜ ଦକ୍ଷତା ବଢ଼ାଇବା ସହ ସେ ଫିଡେ ମାଷ୍ଟର ଯୋଗ୍ୟତା ଅର୍ଜନ କରିଛନ୍ତି। ୨୦୧୨ରେ ଜାତୀୟ ଚେସ୍‌ରେ ରନର୍ସଅପ୍‌ ହୋଇ ମହୀତୋଷ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ସେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଅନେକ ପଦକ ଜିତିଥିଲେ। ‘ଆଗକୁ ଅନ୍ତର୍ଜାତୀୟସ୍ତରରେ ବିଭିନ୍ନ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବା ସହ ଆଇଏମ୍‌ ଓ ଜିଏମ୍‌ ଟାଇଟଲ ହାସଲ କରିବାକୁ ଲକ୍ଷ୍ୟ ରଖିଛି’ ବୋଲି ମହୀତୋଷ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ସେ ବର୍ତ୍ତମାନ ଗ୍ରାଣ୍ଡମାଷ୍ଟର ସ୍ବୟଂସୁ ମିଶ୍ର ଓ ଫାରୁକ୍‌ ଅମାନଟୋଭଙ୍କ ନିକଟରୁ ପ୍ରଶିକ୍ଷଣ ନେଉଛନ୍ତି। ଭବିଷ୍ୟତରେ ଦେଶ ବିଦେଶରେ ଖେଳି ଓଡ଼ିଶା ତଥା ଦେଶର ସୁନାମ ବୃଦ୍ଧି କରିବାକୁ ଇଚ୍ଛୁକ ଥିବା ମହୀତୋଷ ଏଥିପାଇଁ ରାଜ୍ୟ ସରକାର ତଥା ଅନ୍ୟ ପ୍ରାୟୋଜକଙ୍କର ସହାୟତା ଲୋଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସେହ୍ବାଗଙ୍କୁ ଚେତାବନୀ ଦେଲେ ପାକିସ୍ତାନ କ୍ରିକେଟର

କରାଚୀ,୨୯।୧- ଭାରତୀୟ ଓପନର ବୀରେନ୍ଦ୍ର ସେହ୍ବାଗ ପାକିସ୍ତାନ କ୍ରିକେଟରଙ୍କ ସହ ବାକ୍‌ଯୁଦ୍ଧ କରିବା କିଛି ନୂଆ ନୁହେଁ। କିନ୍ତୁ ଜଣେ ପାକିସ୍ତାନ ପେସର ସେହ୍ବାଗଙ୍କୁ ଚେତାବନୀ...

ଏନ୍‌ବିଏ ଲୋଗୋରେ ବ୍ରାଏଣ୍ଟଙ୍କୁ ସାମିଲ କରିବା ଲାଗି ପିଟିଶନ

କାଲିଫର୍ନିଆ,୨୮।୧- କିମ୍ବଦନ୍ତୀ ବାସ୍କେଟବଲ ଖେଳାଳି କୋବେ ବ୍ରାଏଣ୍ଟ ରବିବାର ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଦୁର୍ଘଟଣାରେ ତାଙ୍କ ୧୩ ବର୍ଷୀୟା ଝିଅ ଜିଆନାଙ୍କ ମଧ୍ୟ ମୃତ୍ୟୁ...

ସିଡନୀ ଟେଷ୍ଟ ପରେ ଏହି ଖେଳାଳିଙ୍କୁ ମେସେଜ୍‌ କରି ଏଭଳି କହିଥିଲେ ଦ୍ରାବିଡ୍‌

ହାଇଦ୍ରାବାଦ,୨୨।୧: ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ ହାତେଇବା ପରେ ଭାରତୀୟ ଟିମ୍‌ର ଭୂରି ଭୂରି ପ୍ରଶଂସା କରାଯାଉଛି। ଏହି ଜିତ୍‌କୁ ନେଇ ଭାରତର ପୂର୍ବ ଅଧିନାୟକ ରାହୁଲ...

‘କାହିଁକି ମୋତେ ମ୍ୟାଚ୍‌ ପୂର୍ବରୁ ଡ୍ରେସ୍‌ ବଦଳାଇବାକୁ କୁହାଯାଇଥିଲା’

ନୂଆଦିଲ୍ଲୀ,୨୦।୭: ୬ ଥର ବିଶ୍ୱ ଚାମ୍ପିଅନ ଏମସି ମେରିକମ ପୁଣିଥରେ ତାଙ୍କ ଫ୍ଲାଏୱେଟ (୫୧ କିଲୋଗ୍ରାମ) ପ୍ରି-କ୍ୱାର୍ଟର ଫାଇନାଲ ମ୍ୟାଚ ଉପରେ ପ୍ରଶ୍ନ କରିଛନ୍ତି। ମେରିକମ...

ସାଇ ହଷ୍ଟେଲ କଟକ ୨-୦ ଗୋଲ୍‌ରେ ବିଜୟୀ

ନୟାଗଡ଼ ଅଫିସ, ୬ା୧୨-୭୮୬ ୟୁଥ୍‌ କ୍ଲବ ସିନ୍ଦୂରିଆ ଓ ଜିଲା ଆଥ୍‌ଲେଟିକ ଆସୋସିଏଶନ ମିଳିତ ଆନୁକୂଲ୍ୟରେ ନୟାଗଡ଼ ଖେଳପଡ଼ିଆରେ ଚାଲିଥିବା ସର୍ବଭାରତୀୟ ଫୁଟବଲ୍‌ ଟୁର୍ନାମେଣ୍ଟରେ ଗୁରୁବାର...

ଷ୍ଟେଜ୍‌ ୧୯ ଜିତିଲେ ସିମନ ୟେଟ୍ସ

ରୋମ୍‌, ୨୯ା୫:ଗ୍ରେଟ୍‌ ବ୍ରିଟେନର ସିମନ ୟେଟ୍ସ (ଟିମ୍‌ ବାଇକ୍‌ ଏକ୍ସଚେଞ୍ଜ୍‌) ଗିରୋ ଡି’ ଇଟାଲିଆ ସାଇକ୍ଲିଂ ରେସ୍‌ର ୧୯ତମ ଷ୍ଟେଜ୍‌ ଜିତିଛନ୍ତି। ଆବିଏଟ୍‌ଗ୍ରାସୋଠାରୁ ଆଲ୍ପ ଡି’...

ଜୁନିୟର ହକି : ସଞ୍ଜୟଙ୍କ ଡବଲ ଗୋଲ୍‌, ଅଷ୍ଟ୍ରିଆକୁ ହରାଇଲା ଭାରତ

ମାଡ୍ରିଡ୍‌, ୧୫ା୬ (ପି.ଟି.): ସଞ୍ଜୟଙ୍କ ଡବଲ୍‌ ଗୋଲ ସହାୟତାରେ ଭାରତୀୟ ଜୁନିୟର ପୁରୁଷ ଦଳ ଏଠାରେ ଚାଲିଥିବା ୮-ରାଷ୍ଟ୍ରୀୟ ୨୧ ବର୍ଷରୁ କମ୍‌ ଆମନ୍ତ୍ରଣୀୟ ହକି...

ଟୋକିଓ ଅଲିମ୍ପିକ୍ସ: ଜାପାନରେ ବ୍ୟାପକ ଟିକାକରଣ ଆରମ୍ଭ

ଟୋକିଓ,୨୫।୫(ଏପି): ଅଲିମ୍ପିକ୍ସ ଆୟୋଜନ ହେବାକୁ ଆଉ ପାଖାପାଖି ୨ମାସ ବାକିଥିବା ବେଳେ ଜାପାନ ବ୍ୟାପକ ଟିକାକରଣ ଅଭିଯାନ ଆରମ୍ଭ କରିଛି। ଏଥିପାଇଁ ଜାପାନ ମିଲିଟାରି ଡାକ୍ତର...

Advertisement
Archives

Model This Week