Posted inଖେଳ

ମହିଳା ହକି ସିରିଜ: ଦ୍ୱିତୀୟ ମ୍ୟାଚ୍‌ରେ ହାରିଲା ଭାରତ

ଅକ୍‌ଲାଣ୍ଡ,୨୭।୧(ପି.ଟି.)- ଭାରତୀୟ ମହିଳା ହକି ଦଳ ୧-୨ ଗୋଲରେ ନ୍ୟୁଜିଲାଣ୍ଡଠାରୁ ଦ୍ୱିତୀୟ ମ୍ୟାଚ୍‌ରେ ପରାସ୍ତ ହୋଇଛି। ଭାରତ ପକ୍ଷରୁ ଓଡ଼ିଆ ଖେଳାଳି ସାଲିମା ଟେଟେ ଏକମାତ୍ର ସ୍କୋର କରିଥିଲେ। ପ୍ରଥମ ମ୍ୟାଚ୍‌ରେ ଭାରତ ୪-୦ ଗୋଲରେ ନ୍ୟୁଜିଲାଣ୍ଡ ଡେଭଲପମେଣ୍ଟ ଦଳକୁ ହରାଇ ଅଭିଯାନ ଆରମ୍ଭ କରିଥିଲା।
ମ୍ୟାଚ୍‌ ଆରମ୍ଭରୁ ଘରୋଇ ଦଳ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲା। ଫଳରେ ପ୍ରଥମ କ୍ୱାର୍ଟରର ୩ୟ ମିନିଟରେ ଦଳକୁ ମିଳିଥିଲା ପ୍ରଥମ ପେନାଲ୍ଟି କର୍ନର (ପିସି)। ଏହାକୁ ମେଗାନ ହଲ ଗୋଲରେ ପରିଣତ କରିଥିଲେ। ପ୍ରଥମାର୍ଦ୍ଧର ଅନ୍ତିମ ମିନିଟ୍‌ରେ ଭାରତକୁ ମିଳିଥିବା ପିସିକୁ ଓଡ଼ିଆ ଖେଳାଳି ସାଲିମା ଗୋଲରେ ପରିଣତ କରି ମ୍ୟାଚ୍‌କୁ ବରାବର ସ୍ଥିତିକୁ ଆଣିଥିଲେ। ପରବର୍ତ୍ତୀ ଦୁଇ କ୍ୱାର୍ଟରରେ ନ୍ୟୁଜିଲାଣ୍ଡ ଖେଳାଳି ଭାରତୀୟ ଡିଫେନ୍ସ ଭାଗରେ ପ୍ରବେଶ କରିପାରି ନ ଥିଲେ। କିନ୍ତୁ ଚତୁର୍ଥ ତଥା ଅନ୍ତିମ କ୍ୱାର୍ଟରରେ ଡିଫେନ୍ସ ଭାଗର ଖେଳାଳିଙ୍କ ତ୍ରୁଟି ଯୋଗୁ ଘରୋଇ ଦଳକୁ ମିଳିଥିଲା ପେନାଲ୍ଟି ଷ୍ଟ୍ରୋକ। ବିନା କୌଣସି ତ୍ରୁଟି ନ କରି ମେଗାନ ଗୋଲ ଦେଇଥିଲେ। ଏହି ଗୋଲକୁ ଭାରତ ପରିଶୋଧ କରିପାରି ନ ଥିଲା। ପରାଜୟରେ ଭାରତୀୟ କୋଚ୍‌ ଜୋର୍ଡ ମାରିଜନେ ନିରାଶା ଜାହିର କରିଛନ୍ତି। ଆମେ ବହୁ ସ୍କୋରିଂ ସୁଯୋଗ ସୃଷ୍ଟି କରିଥିଲୁ। ମାତ୍ର ସ୍କୋର କରିବାରେ ବିଫଳ ହେଲୁ। ଆମ ଅପେକ୍ଷା ନ୍ୟୁଜିଲାଣ୍ଡ ଖେଳାଳି ନିଜ ଯୋଜନା କାର୍ଯ୍ୟକାରୀ କରିବାରେ ସଫଳ ହୋଇଥିଲେ। ଆରମ୍ଭରୁ ଆମେ ସଂଘର୍ଷ କରୁଥିଲୁ। ପ୍ରଥମ କ୍ୱାର୍ଟର ପରେ ମ୍ୟାଚ୍‌କୁ ଫେରି ପ୍ରତିପକ୍ଷ ଗୋଲପୋଷ୍ଟ ଉପରେ ୮ ଶଟ ମାରିଥିଲୁ ଓ ୪ ପିସି ମଧ୍ୟ ହାସଲ କରିଥିଲୁ। କେବଳ ସୁଯୋଗ ସୃଷ୍ଟି କଲେ ହେବ ନାହିଁ। ଆମକୁ ଆହୁରି କାର୍ଯ୍ୟ କରିବାକୁ ପଡ଼ିବ। ସିରିଜ୍‌ର ତୃତୀୟ ମ୍ୟାଚ୍‌ ବୁଧବାର ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାପା ହେଲେ ଯୁବରାଜ

ଚଣ୍ଡିଗଡ,୨୬।୧: ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂ ଏକ ଶିଶୁପୁତ୍ରର ପିତା ହୋଇଛନ୍ତି। ୪୦ ବର୍ଷୀୟ ଯୁବରାଜ ମଙ୍ଗଳବାର ବିଳମ୍ବିତ ରାତିରେ ଟୁଇଟ କରି ଏହି...

ଚାରି ନମ୍ବର ସ୍ଥାନ ପକ୍କା କରିଛନ୍ତି ଶ୍ରେୟାସ

କୋଲକାତା, ୯ା୬ (ପି.ଟି.)-ହ୍ବାଇଟ୍‌ ବଲ୍‌ କ୍ରିକେଟରେ ଭାରତୀୟ କ୍ରିକେଟ ଦଳରେ ୪ ନମ୍ବର ସ୍ଥାନ କିଏ ପୂରଣ କରିବା ସେ ନେଇ ଦୀର୍ଘ ଦିନ ହେଲା...

ରଣ୍‌ଜୀ ଟ୍ରଫି: ଉତ୍ତରାଖଣ୍ଡ ୧୧୭ରେ ଅଲ୍‌ଆଉଟ ବସନ୍ତଙ୍କୁ ୬, ଅଗ୍ରଣୀ ପଥରେ ଓଡ଼ିଶା

କଟକ ଅଫିସ,୨୬।୧୨-  ଚଳିତ ରଣ୍‌ଜୀ ସିଜନରେ ଓଡ଼ିଶା ପେସ୍‌ ବୋଲରଙ୍କ ପ୍ରାଧାନ୍ୟ ଜାରି ରହିଛି। ବୁଧବାରଠାରୁ ଡ୍ରିମ୍ସ ଗ୍ରାଉଣ୍ଡରେ ଓଡ଼ିଶା ଓ ଉତ୍ତରାଖଣ୍ଡ ମଧ୍ୟରେ ମ୍ୟାଚ୍‌...

ଦିନିକିଆ ସିରିଜରେ ସ୍ମିଥ୍‌ ଅଧିନାୟକ

ଅହମଦାବାଦ,୧୫ା୩(ପି.ଟି.): ନିୟମିତ ଅଧିନାୟକ ପ୍ୟାଟ୍‌ କୁମିନ୍ସଙ୍କ ସ୍ଥାନରେ ଷ୍ଟିଭ୍‌ ସ୍ମିଥ୍‌ ଅଧିନାୟକ ଦାୟିତ୍ୱ ବହନ କରିବେ। ଅନ୍ତିମ ଦୁଇ ଟେଷ୍ଟରେ ସ୍ମିଥ୍‌ ଷ୍ଟାଣ୍ଡଇନ୍‌ କ୍ୟାପ୍‌ଟେନ ରହିଥିବା...

ଭାରତ-ପାକିସ୍ତାନ ମ୍ୟାଚ୍‌ ପାଇଁ କୋହଲିଙ୍କୁ ଟିକେଟ୍‌ ମାଗିଲେ ସାଙ୍ଗ: ଜବାବ ମିଳିଲା ଏମିତି

ଦୁବାଇ,୧୭।୧୦: ଅକ୍ଟୋବର ୨୪ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି -୨୦ ବିଶ୍ୱକପ ଅନୁଷ୍ଠିତ ହେବାକୁ ଯାଉଛି। ପ୍ରଶଂସକମାନେ ଉତ୍ସାହର ସହିତ ଏହି ମ୍ୟାଚକୁ ଅପେକ୍ଷା...

୧୩୫ ରନ୍‌ରେ ଅଟକିଲା ଗୁଜରାଟ

ଲକ୍ଷ୍ନୌ,୨୨।୪: ଭରତ ରତ୍ନ ଅଟଳ ବିହାରୀ ବାଜପେୟୀ ଏକାନା କ୍ରିକେଟ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ଆଇପିଏଲ୍‌ର ୩୦ତମ ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା...

ଲଗାତାର ଦ୍ୱିତୀୟ ମ୍ୟାଚ୍‌ ଜିତିବା ପରେ ବଦଳିଗଲା ବିରାଟଙ୍କ ମନୋଭାବ; ଦଳକୁ ନେଇ କହିଲେ…

ଦୁବାଇ,୩୦।୯: ଆଇପିଏଲ୍‌ ୨୦୨୧ ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ୍‌ରେ ଦ୍ୱିତୀୟ କ୍ରମାଗତ ବିଜୟ ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ଅଧିନାୟକ ବିରାଟ କୋହଲିଙ୍କ ମନୋଭାବରେ ପରିବର୍ତ୍ତନ ଘଟିଛି।...

ବିରାଟ-ଅନୁଷ୍କାଙ୍କ ରୋମାଣ୍ଟିକ୍‌ ଫଟୋ ଉଠାଇଲେ ଏହି ପ୍ରସିଦ୍ଧ କ୍ରିକେଟର୍‌, ଦେଖିଲେ କହିବେ ସାବାସ୍‌

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ଗର୍ଭବତୀ ଅଛନ୍ତି। ସେ ଏହି ସମୟକୁ ବେଶ୍‌ ଉପଭୋଗ କରୁଛନ୍ତି। ଗର୍ଭାବସ୍ଥାର ଅନୁଭବକୁ ନିଜ ପ୍ରଶଂସକଙ୍କ ସହ ବେଳେବେଳେ...

Advertisement
Archives

Model This Week