Posted inଖେଳ

ମହିଳା ହକି : ବିଜୟ ସହ ଭାରତର ଅଭିଯାନ

ହିରୋସୀମା, ୧୫ା୬(ପି.ଟି.): ଉରୁଗୁଏ ବିପକ୍ଷରେ ପ୍ରଭାବୀ ୪-୧ ଗୋଲ୍‌ରେ ବିଜୟ ସହ ଭାରତୀୟ ମହିଳା ହକି ଦଳ ଏଠାରେ ଚାଲିଥିବା ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ ହିରୋସୀମା ୨୦୧୯ରେ ଏହାର ଅଭିଯାନ ଆରମ୍ଭ କରିଛି। ବିଶ୍ୱର ୯ ନମ୍ବର ର଼୍ୟାଙ୍କିଙ୍ଗପ୍ରାପ୍ତ ଭାରତ ତରଫରୁ ଅଧିନାୟକ ରାନୀ ୧୦ତମ ମିନିଟ୍‌ରେ ଏକ ଗୋଲ ସ୍କୋର କରିଦଳକୁ ୧-୦ରେ ଅଗ୍ରଣୀ କରାଇଥିଲେ। ପ୍ରଥମ କ୍ୱାର୍ଟରରେ ଉରୁଗୁଏ ଦଳ ଯଦିଓ ପ୍ରଧାନ୍ୟ ବିସ୍ତାର କରି ଖେଳିଥିଲା ଏବଂ ଅଧିକ ସୁଯୋଗ ପାଇଥିଲା ଭାରତ କିନ୍ତୁ ଅଗ୍ରଣୀ ରହିଥିଲା। ଦ୍ୱିତୀୟାର୍ଦ୍ଧରେ ଭାରତ ଆଧିପତ୍ୟ ବିସ୍ତାର କରି ଖେଳିଥିଲା। ବିପକ୍ଷ ଦଳ ଉପରେ ବାରମ୍ବାର ଆକ୍ରମଣ ଜାରି ରଖିଥିଲା। ୨୧ତମ ମିନିଟ୍‌ରେ ଭାରତ ପ୍ରଥମ ପେନାଲ୍ଟି କର୍ନର ପାଇଥିଲା। ଗୁଜରାଣ୍ଟ କୌର ଏହାକୁ ଗୋଲରେ ପରିଣତ କରିବାରେ ସଫଳ ରହିଥିଲେ। ଭାରତ ୨-୦ରେ ଅଗ୍ରଣୀ ଲାଭ କରିଥିଲା। ତୃତୀୟ କ୍ୱାର୍ଟର ଖେଳ ଆରମ୍ଭରେ କିନ୍ତୁ ଉଭୟ ଦଳର ଖେଳରେ ତାଳମେଳ ନ ଥିବା ପରିଲକ୍ଷିତ ହୋଇଥିଲା। ଉଭୟ ଦଳ କେତୋଟା ସୁଯୋଗ ପାଇଁ ମଧ୍ୟ ହାତଛଡ଼ା କରିଥିଲେ। ମାତ୍ର ୪୦ତମ ମିନିଟ୍‌ରେ ବନ୍ଦନା କାଟାରିଆଙ୍କଠାରୁ ଏକ ଚମତ୍କାର ପାସ୍‌ ପାଇ ଜ୍ୟୋତି ଭାରତ ପକ୍ଷରୁ ତୃତୀୟ ଗୋଲ ସ୍କୋର କରିଥିଲେ। ତୃତୀୟ କ୍ୱାର୍ଟର ସୁଦ୍ଧା ଭାରତ ୩-୦ରେ ଆଗୁଆ ରହିଥିଲା। ଚତୁର୍ଥ କ୍ୱାର୍ଟର ଖେଳ ତଥା ୫୧ତମ ମିନିଟ୍‌ରେ ଉରୁଗୁଏର ମାରିଆ ଟେରେସା ଭାଏନା ଆଚେ ତାଙ୍କ ନିଜସ୍ବ ଉଦ୍ୟମରେ ତାଙ୍କ ଦଳ ତରଫରୁ ପ୍ରଥମ ଗୋଲ ସ୍କୋର କରିଥିଲେ। ଜବାବରେ ଭାରତ ପ୍ରତି ଆକ୍ରମଣ କରିଥିଲା। ବିପକ୍ଷ ଦଳର ଡି’ ଏରିଆରେ ରାନୀଙ୍କଠାରୁ ଏକ ପାସ୍‌ ପାଇ ଲାଲ୍‌ ରେମ୍‌ସିଆମି ଉରୁଗୁଏ ଗୋଲପୋଷ୍ଟ ମଧ୍ୟକୁ ଠେଲି ଦେଇଥିଲେ। ଏହି ଗୋଲ ଦ୍ୱାରା ଭାରତ ମ୍ୟାଚ୍‌ରେ ୪-୧ରେ ବିଜୟ ଲାଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri