Posted inଖେଳ

ମହିଳା ଟି୨୦ ବିଶ୍ୱକପ୍‌: ଲିଗ୍‌ ପର୍ଯ୍ୟାୟରେ ଭାରତ ଅପରାଜେୟ

ମେଲବୋର୍ନ,୨୯ା୨- ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଚଳିତ ଟି୨୦ ମହିଳା ବିଶ୍ୱକପ୍‌ର ଲିଗ୍‌ ପର୍ଯ୍ୟାୟରେ ଅପରାଜେୟ ରହିଛି। ଶନିବାର ଖେଳାଯାଇଥିବା ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ଭାରତୀୟ ଦଳ ୭ ଉଇକେଟରେ ଶ୍ରୀଲଙ୍କାକୁ ହରାଇ ଦେଇଛି। ଶ୍ରୀଲଙ୍କା ପକ୍ଷରୁ ଧାର୍ଯ୍ୟ ୧୧୪ ରନ୍‌ର ଟାର୍ଗେଟକୁ ଭାରତୀୟ ଦଳ ୩୨ ବଲ ଓ ୭ ଉଇକେଟ ହାତରେ ରଖି ହାସଲ କରିନେଇଛି। ପୂର୍ବରୁ ସେମିଫାଇନାଲରେ ପ୍ରବେଶ କରିସାରିଥିବା ଭାରତୀୟ ଦଳର ଏହା କ୍ରମାଗତ ଚତୁର୍ଥ ବିଜୟ। ବିଜୟୀ ଦଳ ଲାଗି ସଫଳ ବୋଲର ରାଧା ଯାଦବଙ୍କୁ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ କରାଯାଇଛି।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ଦଳ ଧାର୍ଯ୍ୟ ୨୦ ଓଭରରେ ୯ ଉଇକେଟ ହରାଇ ୧୧୩ ରନ୍‌ କରିଥିଲା। ଦଳ ପାଇଁ ଅଧିନାୟିକା ଚାମାରି ଆଟାପାଟୁ ୩୩ ଓ କାବିଶ ଦିଲାରି ୨୫ ରନ୍‌ କରିଥିଲେ। ଦଳର ୭ ଜଣ ବ୍ୟାଟ୍ସଓମ୍ୟାନ ଦୁଇ ଅଙ୍କ ସ୍କୋର ଛୁଇଁ ପାରି ନ ଥିଲେ। ଭାରତୀୟ ବୋଲରଙ୍କ ମଧ୍ୟରେ ରାଧା ସର୍ବାଧିକ ୪ ଉଇକେଟ ହାତେଇଥିଲେ। ରାଜେଶ୍ୱର ଗାଏକ୍ୱାଡ ୨ ଉଇକେଟ ନେଇଥିବାବେଳେ ଦୀପ୍ତି ଶର୍ମା, ଶିକ୍ଷା ପାଣ୍ଡେ ଓ ପୁନମ ଯାଦବ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ଜବାବରେ ଶେଫାଳି ବର୍ମା ଓ ସ୍ମୃତି ମନ୍ଧାନାଙ୍କ ଓପନିଂ ଯୋଡ଼ି ୪.୪ ଓଭରରେ ୩୪ ରନ୍‌ କରିଥିଲେ। ମନ୍ଧାନା (୧୭) ଆଉଟ୍‌ ହେବା ପରେ ଶେଫାଳିଙ୍କ ସହ ଅଧିନାୟିକା ହରମନପ୍ରୀତ ମିଶି ଦ୍ୱିତୀୟ ଉଇକେଟ ଲାଗି ୪୭ ରନ୍‌ର ଭାଗୀଦାରି କରିଥିଲେ। ହରମନପ୍ରୀତ (୧୫) ଆଉଟ୍‌ ହେବାବେଳକୁ ଦଳର ବିଜୟଲକ୍ଷ୍ୟ ଦୂର ନ ଥିଲା। ପରବର୍ତ୍ତୀ ଓଭରରେ ଶେଫାଳି ରନଆଉଟ୍‌ ହୋଇଥିଲେ। ସେ ଆଉଟ୍‌ ହେବା ପୂର୍ବରୁ ୩୪ ବଲର ସମ୍ମୁଖୀନ ହୋଇ ୪୭ ରନ୍‌ କରିଥିଲେ। ତାଙ୍କ ଇନିଂସରେ ରହିଥିଲା ୭ ଚୌକା ଓ ଗୋଟିଏ ଛକା। ଏହାପରେ ଦଳକୁ ବିଜୟ ଲାଗି ଆବଶ୍ୟକ ରନ୍‌ ଜେମିମା ରୋଡ୍ରିଗୁଏଜ ଓ ଦୀପ୍ତି ଶର୍ମାଙ୍କ ଯୋଡ଼ି ହାସଲ କରି ନେଇଥିଲା। ଦୁହେଁ ୧୫ ରନ୍‌ ଲେଖାଏ କରି ଅପରାଜିତ ଥିଲେ। ଭାରତୀୟ ଦଳ ୧୪.୪ ଓଭରରେ ୩ ଉଇକେଟ ହରାଇ ୧୧୬ ରନ୍‌ କରି ମ୍ୟାଚ୍‌ ଜିତି ନେଇଥିଲା। ଶ୍ରୀଲଙ୍କା ପକ୍ଷରୁ ଉଦେଶିକା ପ୍ରାବୋଧାନି ଓ ଶାଶିକଲା ସିରିଓ୍ବର୍ଦନେ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ। ବିଜୟ ସହ ଭାରତୀୟ ଦଳ ଗ୍ରୁପ୍‌ ଏ’ରେ ୪ ମ୍ୟାଚ୍‌ରୁ ୪ ଜିତି ୮ ପଏଣ୍ଟ ହାସଲ କରି ଶୀର୍ଷ ସ୍ଥାନ ଅଧିକାର କରିଛି।
ସଂକ୍ଷିପ୍ତ ସ୍କୋର:
ଶ୍ରୀଲଙ୍କା ଦଳ- ୨୦ ଓଭରରେ ୧୧୩/୯(ଚାମାରି ଆଟାପାଟୁ ୩୩, କାଭିଶ ଦିଲାରି ୨୫, ରାଧା ଯାଦବ ୪/୨୩, ରାଜେଶ୍ୱର ଗାଏକ୍ୱାଡ ୨/୧୮)।
ଭାରତୀୟ ଦଳ- ୧୪.୪ ଓଭରରେ ୧୧୬/୩ (ଶେଫାଳି ବର୍ମା ୪୭, ସ୍ମୃତି ମନ୍ଧାନା ୧୭, ଉଦେଶିକା ପ୍ରବୋଧନି ୧/୧୩)।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri