Posted inଖେଳ

ମହିଳା କ୍ରିକେଟ ଦଳ ଲାଗି ପ୍ରଦର୍ଶନ ବିଶ୍ଳେଷକ ନିଯୁକ୍ତ ହେବେ

ନୂଆଦିଲ୍ଲୀ,୧୧।୯(ପି.ଟି.)- ଜାତୀୟ ମହିଳା କ୍ରିକେଟ ଦଳ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପରଫର୍ମାନ୍ସ ଆନାଲିଷ୍ଟ ବା ପ୍ରଦର୍ଶନ ବିଶ୍ଳେଷକ ନିଯୁକ୍ତି ଦେବ। ଏ ନେଇ ବୋର୍ଡ ଦରଖାସ୍ତ ଆହ୍ବାନ କରିଛି। ଟିମ୍‌ ମ୍ୟାନେମେଣ୍ଟ ଏହି ପଦର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛି। ସେପ୍ଟେମ୍ବର ୨୦କୁ ଆବେଦନ ଦାଖଲ କରିବାର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି। ପରଫର୍ମାନ୍ସ ଆନାଲିଷ୍ଟଙ୍କ ବୟସ ୬୦ ବର୍ଷରୁ ଅଧିକ ହୋଇ ନ ଥିବ ବୋଲି କୁହାଯାଇଛି। ତଥ୍ୟକୁ ଭିତ୍ତି କରି ଆନାଲିଷ୍ଟ ତାଙ୍କର କାର୍ଯ୍ୟ କରିବେ ବୋଲି ବିସିସିଆଇ କହିଛି। ଖେଳାଳିମାନଙ୍କ ବୈଷୟିକ ଓ ଯୋଜନା ସମ୍ପର୍କିତ ଦୃଷ୍ଟିକୋଣକୁ ବୁଝିବା ଓ ଏହାକୁ ଆହୁରି ଦୃଢ଼ କରିବା ପାଇଁ ପରଫର୍ମାନ୍ସ ଆନାଲିଷ୍ଟ କୋଚିଂ ଷ୍ଟାଫ୍‌ଙ୍କୁ ଆବଶ୍ୟକୀୟ ସହାୟତା ପ୍ରଦାନ କରିବେ। ଏଥି ସହିତ ମ୍ୟାଚ୍‌ ପୂର୍ବରୁ ସବୁ ପ୍ରକାର ପ୍ରସ୍ତୁତିରେ ପରଫର୍ମାନ୍ସ ଆନାଲିଷ୍ଟ ସହଯୋଗ କରିବେ। ପୁଣି ପ୍ରତିପକ୍ଷ ଦଳ ଓ ଖେଳାଳିଙ୍କ ଦୁର୍ବଳତା ଓ ଦକ୍ଷତାକୁ ଆନାଲିଷ୍ଟ ବିଶ୍ଳେଷଣ କରି ନିଜ ଖେଳାଳିମାନଙ୍କୁ ଏ ସଂକ୍ରାନ୍ତରେ ଅବଗତ କରାଇବେ ବୋଲି ବୋର୍ଡ ତରଫରୁ କୁହାଯାଇଛି।
ଏହି ପଦ ପାଇଁ ଆବେଦନ କରୁଥିବା ବ୍ୟକ୍ତିଙ୍କର କୌଣସି ରାଜ୍ୟସ୍ତରୀୟ ସିନିୟର ଦଳ କିମ୍ବା ଆହୁରି ଉଚ୍ଚସ୍ତରର ଦଳ ସହ କାର୍ଯ୍ୟ କରିବାରେ ଅତିକମ୍‌ରେ ୩ ବର୍ଷ ଅଭିଜ୍ଞତା ରହିଥିବ। ୨୪ ତାରିଖରୁ ଆରମ୍ଭ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ଘରୋଇ ସିରିଜ ପୂର୍ବରୁ ପରଫର୍ମାନ୍ସ ଆନାଲିଷ୍ଟଙ୍କୁ ନିଯୁକ୍ତି ଦିଆଯିବ। ସୁରଟରେ ଏହି ସିରିଜ ଖେଳାଯିବ। ଭାରତୀୟ ମହିଳା କ୍ରିକେଟ ଦଳ ପାଇଁ ପ୍ରଥମ ଆନାଲିଷ୍ଟ ଭବେ ଆରତୀ ନାଲ୍‌ଗେ ୨୦୧୪ରୁ ୨୦୧୮ ମଧ୍ୟରେ କାର୍ଯ୍ୟ କରିଥିଲେ। ସେତେବେଳେ ସେ ଯୋଜନା ପ୍ରସ୍ତୁତ କରିବା ସହ ଓ୍ବାଗନ ହ୍ବିଲ୍‌ ଓ ପ୍ରତିପକ୍ଷ ଖେଳାଳିଙ୍କ ଭିଡିଓ ଦେଖାଇବାର କାର୍ଯ୍ୟ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ବୋମାରେ ଉଡ଼ାଇ ଦେବୁ….୩ କୋର୍ଟକୁ ଇ-ମେଲରେ ଆସିଲା ଧମକ

ସମ୍ବଲପୁର,୮।୧: ସକାଳୁ ସକାଳୁ ବୋମା ଧମକ । ସମ୍ବଲପୁର କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦିଆଯାଇଥିବା ନେଇ ସୂଚନା ରହିଛି । ଇ-ମେଲ୍ ମାଧ୍ୟମରେ...

ମହିଳାଙ୍କ ପାଇଁ କେଉଁ ସହର ସବୁଠାରୁ ସୁରକ୍ଷିତ? ସବୁଠୁ ଆଗରେ…

ମହିଳାମାନଙ୍କ ପାଇଁ କେଉଁ ସହର ସବୁଠାରୁ ସୁରକ୍ଷିତ ଏବଂ ସର୍ବୋତ୍ତମ । ସମସ୍ତଙ୍କୁ ଏହି ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଇଚ୍ଛା ଥାଏ । ତେବେ...

ଡାକ୍ତରଙ୍କ ଦୁଇ ଘଣ୍ଟିଆ ବହିର୍ବିଭାଗ ବନ୍ଦ ଆନ୍ଦୋଳନ: ଚିକିତ୍ସା ଅପେକ୍ଷାରେ ରୋଗୀଙ୍କ ଲମ୍ବା ଲାଇନ୍‌

ବଣାଇଁ,୮ା୧(ପ୍ରଦୀପ ତ୍ରିପାଠୀ): ସାରା ରାଜ୍ୟରେ ଡାକ୍ତରମାନେ ଏବେ ଆନ୍ଦୋଳନରତ। ପ୍ରତୀକାତ୍ମକ ଧାରଣା କ୍ରମେ ପ୍ରତ୍ୟେକ ଦିନ ସକାଳୁ ଦୁଇଘଣ୍ଟା ବହିର୍ବିଭାଗ ବା ଓପିଡିରେ ନ ବସି...

ପୁରୀରେ ଗାଡ଼ି ପାର୍କିଂ କଲେ ଦେବାକୁ ହେବ ୫ ଶହ, ଭକ୍ତ ନିବାସର ପାର୍କିଂ ଫି ବୃଦ୍ଧି

ପୁରୀ,୮।୧( ଅଜିତ୍ କୁମାର ମହାନ୍ତି ):  ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନ ଅଧୀନରେ ଥିବା ୪ଗୋଟି ଭକ୍ତ ନିବାସର ପାର୍କି ଫି ବୃଦ୍ଧି କରାଯାଇଛି...

ସରକାରଙ୍କ ନୂଆ ଯୋଜନା: ମହିଳାଙ୍କୁ ମିଳିବ ୧୦୦୦୦ ଲେଖାଏ ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ଦିଶପୁର,୮ା୧: ଦେଶରେ ମହିଳା ସଶକ୍ତିକରଣକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ନିରନ୍ତର ନୂତନ ଯୋଜନା ପ୍ରଣୟନ କରୁଛନ୍ତି। ବିହାର ବିଧାନସଭା ନିର୍ବାନ...

ମୁଖ୍ୟମନ୍ତ୍ରୀ-ନରସିଂହ ମିଶ୍ରଙ୍କ ଭେଟ୍‌ଘାଟ୍‌କୁ ନେଇ ରାଜନୈତିକ ମହଲରେ ହଲ୍‌ଚଲ୍‌

ବଲାଙ୍ଗୀର,୮ା୧(ବୀରେନ୍ଦ୍ର କୁମାର ଝାଙ୍କର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ତାଙ୍କ ଆବାସିକ କାର୍ଯ୍ୟାଳୟରେ ପୂର୍ବତନ ଆଇନମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର...

ଟି-୨୦ ବିଶ୍ୱକପ ଦଳରେ ହୋଇପାରେ ବଡ଼ ପରିବର୍ତ୍ତନ: ଟିମକୁ ଫେରିବେ ଏହି ଷ୍ଟାର୍‌ ଖେଳାଳି!

ନୂଆଦିଲ୍ଲୀ,୮।୧: ଭାରତର ହାର୍ଡ-ହିଟିଂ ବ୍ୟାଟ୍ସମ୍ୟାନ ତିଲକ ବର୍ମାଙ୍କ ପେଟ ସମସ୍ୟା ଦେଖାଦେଇଛି, ଯାହା ଫଳରେ ICC ଟି୨୦ ବିଶ୍ୱକପ ୨୦୨୬ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷରେ ପାଞ୍ଚ...

‘ହୋଟେଲ ରୁମକୁ ଜବରଦସ୍ତି ନେଇଗଲେ…’ ଟିମ୍ କୋଚଙ୍କ ନାମରେ ବଳାତ୍କାର ଅଭିଯୋଗ

ନୂଆଦିଲ୍ଲୀ,୮।୧: ହରିୟାଣା ପୋଲିସ ଜଣେ ସୁଟିଂ ପ୍ରଶିକ୍ଷକଙ୍କ ବିରୋଧରେ ମାମଲା ରୁଜୁ କରିଛି । ତାଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆସିଛି । ବଳାତ୍କାର ପୀଡିତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri