Posted inଖେଳ

ମହିଳା କ୍ରିକେଟ୍‌: ପ୍ରଥମ ଦିନିକିଆରେ ଭାରତ ବିଜୟୀ

ଭଦୋଦରା, ୧୦।୧୦ (ପି.ଟି.)- ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ୍‌ ଦଳ ବିପକ୍ଷରେ ବୁଧବାର ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚ୍‌କୁ ଭାରତ ୮ ଉଇକେଟ୍‌ରେ ଜିତିନେଇଛି। ଏହି ବିଜୟ ସହ ଘରୋଇ ଭାରତ ୩ ମ୍ୟାଚ୍‌ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ଲାଭ କରିଛି। ସିରିଜର ୨ୟ ମ୍ୟାଚ୍‌ ଶୁକ୍ରବାର ଏଠାରେ ଖେଳାଯିବ। ପୂର୍ବରୁ ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଟି୨୦ ସିରିଜକୁ ଭାରତ ୩-୧ରେ ଜିତିଥିଲା।
ସ୍ଥାନୀୟ ରିଲାଏନ୍ସ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ଟସ୍‌ ଜିତି ଦକ୍ଷିଣ ଆଫ୍ରିକା ମହିଳା ଦଳ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଭାରତୀୟ ବୋଲରଙ୍କ ମାପଚୁପ ବୋଲିଂ ଯୋଗୁ ଦକ୍ଷିଣ ଆଫ୍ରିକା ୪୫.୧ ଓଭରରେ ୧୬୪ ରନରେ ସୀମିତ ରହିଥିଲା। ଦଳ ପକ୍ଷରୁ ମାରିଜନେ କାପ୍ପା (୫୪) ଓ ଲାଉରା ଭର୍ଡଟ୍‌ (୩୯)ଙ୍କୁ ଛାଡ଼ିଦେଲେ ଅନ୍ୟକୌଣସି ଖେଳାଳି ଉଲ୍ଲେଖନୀୟ ବ୍ୟାଟିଂ କରିପାରି ନ ଥିଲେ। ଘରୋଇ ଭାରତ ପକ୍ଷରୁ ଝୁଲଣ ଗୋସ୍ବାମୀ ୩ ଏବଂ ଶିଖା ପାଣ୍ଡେ, ଏକତା ବିସ୍ତ ଓ ପୁନମ ଯାଦବ ୨ଟି ଲେଖାଏ ଉଇକେଟ୍‌ ଅକ୍ତିଆର କରିଥିଲେ। ଜବାବରେ ଭାରତ ଦୁଇ ଓପନର୍‌ ପ୍ରିୟା ପୁନିଆ ଓ ଜେମିମା ରୋଡ୍ରିଗ୍ବେଜଙ୍କ ଦମ୍‌ଦାର ଅର୍ଦ୍ଧଶତକୀୟ ଇନିଂସ ବଳରେ ୪୧.୪ ଓଭରରେ ୨ ଉଇକେଟ୍‌ ହରାଇ ସହଜସାଧ୍ୟ ବିଜୟ ଲାଭ କରିଥିଲା। ପୁନିଆ ୧୨୪ ବଲରୁ ୮ ଚୌକା ସହାୟତାରେ ୭୫ ରନ କରି ଅପରାଜିତ ରହିଥିଲେ। ଅନ୍ୟତମ ଓପନର୍‌ ରୋଡ୍ରିଗ୍ବେଜ ୬୫ ବଲରୁ ୫୫ ରନ କରି ଆଉଟ୍‌ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୁନମ ରାଉତ ୧୬ ଓ ଅଧିନାୟିକା ମିଥାଲି ରାଜ ୧୧* ରନ କରିଥିଲେ। ମ୍ୟାଚ୍‌ ବିଜୟୀ ଅପରାଜିତ ଇନିଂସ ଲାଗି ପ୍ରିୟାଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଧନୁଯାତ୍ରା ସମୟରେ ବରଗଡ଼ରେ ଚାଞ୍ଚଲ୍ୟ: ଗଳାକାଟି ଯୁବକଙ୍କୁ ହତ୍ୟା କଲେ…

ମଥୁରାନଗରୀ,୩।୧(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ବରଗଡ଼ ସହର ଉତ୍ସବମୁଖର ହୋଇ ପଡିଥିବାବେଳେ ଶୁକ୍ରବାର ବିଳମ୍ବିତ ରାତିରେ ନିକଟସ୍ଥ ଘୁଲିପାଲିରେ ଜଣେ...

ଡ୍ୟୁଟି ସାରି ବାଇକରେ ଘରକୁ ଫେରୁଥିଲେ ହୋମଗାର୍ଡ, ବାଟରେ ଘଟିଲା…

ବଲାଙ୍ଗୀର, ୩।୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସୋନପୁର ୫୭ ନମ୍ବର ଜାତୀୟ ରାଜପଥର ମଲମଣ୍ଡା-ରଣ୍ଡା ଗାଁ ମଝିରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି।...

ପାରିବାରିକ ଉତ୍ତରଦାୟିତ୍ୱ

ମାନବର ଅତ୍ୟଧିକ ମାଦକ ଦ୍ରବ୍ୟ ସେବନ ଏବଂ ଅମାନବୀୟ ଚାରିତ୍ରିକ ସ୍ଖଳନ ସମାଜର ମେରୁଦଣ୍ଡକୁ ଭାଙ୍ଗିବାକୁ ବସିଛି। କିଛି ପରିବାରରେ ଏହା ଆଭିଜାତ୍ୟର ରୂପ ନେଇସାରିଛି।...

ଡାଇଓଜିନୀଜଙ୍କ ଅନ୍ବିଷ୍ଟ ମଣିଷ

ସୁଦୂର ଅତୀତର (କାରଣ ଖ୍ରୀଷ୍ଟପୂର୍ବ) ଏଇ ବିସ୍ମୟକର ଅଥଚ ଆଧ୍ୟାତ୍ମିକ ଭାବସମ୍ପନ୍ନ ଅଲୌକିକ କ୍ରିୟା, ମାନବ ସଭ୍ୟତାର ଇତିହାସରେ ଏକ ମାଇଲ ଖୁଣ୍ଟ। ସୃଷ୍ଟିର ରାଜମୁକୁଟ...

ଚାପର ପରୀକ୍ଷା

ଜଟିଳ ସ୍ଥିତି ଦେଇ ଗତି କରୁଥିବା ଭାରତ-ବାଂଲାଦେଶ ସମ୍ପର୍କକୁ ସୁଧାରିବା ଲାଗି ଚେଷ୍ଟା କରାଯାଉଛି। ଉଭୟ ପକ୍ଷର ସଂସ୍ଥା, ସୁରକ୍ଷା ଏଜେନ୍ସି ଏବଂ ଦାୟିତ୍ୱରେ ଥିବା...

ରବିଚାଷ ପାଇଁ ଅନିଶ୍ଚିତତାରେ ଚାଷୀ: ଉଠାଜଳସେଚନ ପ୍ରକଳ୍ପରେ ବିଦ୍ୟୁତ୍‌ ସଂଯୋଗ ବିଳମ୍ବ ଅଭିଯୋଗ

ଲୋଇସିଂହା,୩ା୧(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ଯୋଗୀସର୍ଡା ଗ୍ରାମର ଚାଷୀ ଅରବିନ୍ଦ ମିଶ୍ର। ତାଙ୍କ ଚାଷଜମିରେ ଉଠାଜଳସେଚନ ବିଭାଗ ପକ୍ଷରୁ ଏକ ବୋରିଂ ଖୋଳାଯିବା ସହିତ...

ବରଗଡ଼ ଧନୁଯାତ୍ରା: କିଛି କଥା, କିଛି ବ୍ୟଥା

ମଥୁରାନଗରୀ,୩।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଧନୁଯାତ୍ରା ମହୋତ୍ସବରେ ବରଗଡ଼ ସହର ମଥୁରାନଗରୀ ପାଲଟିଥାଏ। ଏଠାରେ କଂସ ରାଜୁତି ଚାଲିଥାଏ ଏବଂ ଅନ୍ୟାୟ, ଅତ୍ୟାଚାର ବଢ଼ି ଚାଲିଥାଏ। ଏହା ପୌରାଣିକ...

ନିର୍ବନ୍ଧ -ବିବାହକୁ ନେଇ କନଫର୍ମ କଲେ ପ୍ରିୟଙ୍କା ଗାନ୍ଧୀ, ପୁଅ, ବୋହୂଙ୍କ ଫଟୋ ଶେୟାର କରି ଲେଖିଲେ…

ନୂଆଦିଲ୍ଲୀ,୩।୧: କଂଗ୍ରେସ ମହାସଚିବ ଏବଂ ୱାୟନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଶେଷରେ ତାଙ୍କ ପୁଅ ରେହାନଙ୍କ ନିର୍ବନ୍ଧ ଏବଂ ବିବାହକୁ ନିଶ୍ଚିତ କରିଛନ୍ତି। ପ୍ରିୟଙ୍କା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri