ମହିଳା ଓ ଶ୍ୱେତପ୍ରଦର

ଶ୍ୱେତପ୍ରଦର ରୋଗ ନାରୀମାନଙ୍କୁ ହୋଇଥାଏ। ଅସାମଞ୍ଜସ୍ୟ ଆହାର, ବାହାର, ଦୂଷିତ ପରିବେଶ, ଅତ୍ୟଧିକ ପରିଶ୍ରମ, ମାସିକ ଋତୁସ୍ରାବ ସମୟରେ ପରିଷ୍କାର ନ ରହିବା ଦ୍ୱାରା ଏହି ରୋଗ ଉପତ୍ତ୍ତିର କାରଣ ହୋଇଥାଏ। ଏହି ରୋଗରେ ଆକ୍ରାନ୍ତ ରୋଗୀର ଯୌନାଙ୍ଗ ସର୍ବଦା ଅସ୍ବଚ୍ଛ ଓ ଦୁର୍ଗନ୍ଧଯୁକ୍ତ ହୋଇଥାଏ ଏବଂ ଲଜ୍ଜା ଓ ସଙ୍କୋଚ କରି ଉକ୍ତ ରୋଗକୁ ଲୁଚାଇଥାନ୍ତି। ଯଦ୍ଦ୍ବାରା ରୋଗୀ ଶାରୀରିକ ଓ ମାନସିକ ସ୍ତରରେ ସମ୍ପୂର୍ଣ୍ଣ ଭାବେ ମଳିନ ପଡ଼ିଯାଏ। ଏବେ ଶତକଡ଼ା ୬୫ ପ୍ରତିଶତ ନାରୀ ଏହି ରୋଗରେ ଆକ୍ରାନ୍ତ । ଏହି ରୋଗର କାରଣ ଓ ପ୍ରତିକାର ଦ୍ୱାରା ଏହାକୁ ପ୍ରତିରୋଧ କରାଯାଇପାରିବ।
ଶ୍ୱେତପ୍ରଦର ଯାହାର ଅର୍ଥ ହେଉଛି ଧଳାସ୍ରାବ। ଏହାକୁ Leucorrhoea କୁହାଯାଏ। ଅର୍ଥାତ୍‌ Leuco (ଧଳା) ଏବଂ Orrhoea (ସ୍ରାବ) ଅଟେ।
କାରଣ : ଶରୀର ବିକାରଗ୍ରସ୍ତ କାରଣରୁ ଜରାୟୁରୁ ଅସ୍ବାଭାବିକ ବା ସର୍ବଦା ଧଳାସ୍ରାବ ଯୌନାଙ୍ଗରୁ ନିର୍ଗତ ହେବାକୁ ଶ୍ୱେତପ୍ରଦର କୁହାଯାଏ। ଏହି ରୋଗରେ କୌଣସି ସ୍ବତନ୍ତ୍ର କଷ୍ଟ ବା ପୀଡ଼ା ନ ଥିଲେ ମଧ୍ୟ ଅନ୍ୟ ଆନୁଷଙ୍ଗିକ ପୀଡ଼ାକୁ ଏକତ୍ର କରି ରୋଗୀକୁ କଷ୍ଟ ଦେଇଥାଏ।
ଏହି ରୋଗର ପ୍ରମୁଖ କାରଣ ଅହିତକର ଆହାର, ଦୂଷିତ ପରିବେଶ ଅର୍ଥାତ୍‌ ଅଧିକ ମାତ୍ରାରେ ତେଲ, ଲୁଣ, କଟୂ, ବାସି, ଖଟା, ଅଧିକ ରାଗ ଓ ତେଲମସଲାଯୁକ୍ତ ଖାଦ୍ୟ, ଫାଷ୍ଟଫୁଡ୍‌, ଲୁଣି ମାଛ, ଶୁଖୁଆ, କଙ୍କଡ଼ା ଆଦି ଅଧିକ ପରିମାଣର ଭୋଜନ ଦ୍ୱାରା ଖାଦ୍ୟର ଅନୁପଯୁକ୍ତ ସମୟ, ଯୌନାଙ୍ଗରେ ଦୂଷିତ କପଡ଼ା ବ୍ୟବହାର କରିବା, ଯୌନାଙ୍ଗ ଅପରିଷ୍କାର ରହିବା ଦ୍ୱାରା ଧଳାସ୍ରାବ ହୋଇଥାଏ। ଏତଦ୍‌ବ୍ୟତୀତ ସିଫିଲିସ୍‌, ଗନେରିଆଯୁକ୍ତ ବ୍ୟକ୍ତିଙ୍କ ସହ ଯୌନ ସମ୍ବନ୍ଧ ସ୍ଥାପନାର ପ୍ରଥମ ଲକ୍ଷଣ ମଧ୍ୟ ଶ୍ୱେତପ୍ରଦର ହୋଇଥାଏ। ଏହି କାରଣରୁ ଯୋନିକଣ୍ଡୁ ଉପତ୍ନ୍ନ ହୋଇଥାଏ। ଯାହାଦ୍ୱାରା ଅପରିଷ୍କାର ଜିନିଷ ବା ଅଙ୍ଗୁଳି ଦ୍ୱାରା କୁଣ୍ଡାଇଲେ ମଧ୍ୟ ସଂକ୍ରମଣ ହୋଇ ଏହି ରୋଗ ବଢ଼ିଯାଏ। ଏହି ରୋଗ ପୁରାତନ ହେଲେ ଶରୀର ଦୁର୍ବଳ ହୋଇଯାଏ। ରୋଗୀ ସର୍ବଦା ଶୋଇବାକୁ ଇଚ୍ଛାକରେ ଓ ଚିଡ଼ିଚିଡ଼ା ହୋଇଯାଏ। ହାତଗୋଡ଼, ଅଣ୍ଟା ଦରଜ ହୁଏ, ଜ୍ୱର ହେଲାପରି ଲାଗେ। ସର୍ବଦା ଥଣ୍ଡା ଧରେ। ହାତ, ପାଦ, ମୁଖ ମଧ୍ୟ ଜ୍ୱଳନ ହେଲାପରି ଲାଗେ। ମାସିକ ଋତୁସ୍ରାବ ମଧ୍ୟ ଠିକ୍‌ ହୋଇ ନ ଥାଏ। ପରିସ୍ରା ମଧ୍ୟ ଜ୍ୱଳନ କରେ ଓ ହଳଦିଆ ପରିସ୍ରା ହୋଇଥାଏ।
ରୋଗର ଲକ୍ଷଣ : ରୋଗ ଆରମ୍ଭରୁ ରୋଗୀକୁ ଅଜୀର୍ଣ୍ଣ, ଅରୁଚି, ଅଗ୍ନିମାନ୍ଦ୍ୟ, ଅମ୍ଳପିତ୍ତ, ମୁଣ୍ଡବ୍ୟଥା, ମୁଣ୍ଡ ବୁଲାଇବା, ଦୁର୍ବଳ ଲାଗିବା, ଧଳାସ୍ରାବ ସମୟରେ ସାମାନ୍ୟ କଷ୍ଟ ହୋଇଥାଏ। ଏହି ରୋଗ ପୁରୁଣା ହେଲେ ସ୍ରାବରୁ ଉତ୍କଟ ଦୁର୍ଗନ୍ଧ ହୋଇଥାଏ। ଲୁଗାରେ ସ୍ରାବର ଦାଗ ଲାଗି ରହେ ଧୋଇଲା ପରେ ମଧ୍ୟ ଏହା ଛାଡ଼େ ନାହିଁ। ଏହି ରୋଗ ବହୁଦିନ ଧରି ଲାଗି ରହିଲେ ଭୋକ କମିବା, ଓଜନ କମିବା, ରକ୍ତାଦି କମିବା, ପୂରା ଶରୀର ବ୍ୟଥା ହେବା ଏବଂ ଦେହରେ ଜ୍ୱଳନ ହୋଇଥାଏ।
ଅନେକ ସମୟରେ ସନ୍ତାନହାନି, ଶରୀରର ରୁକ୍ଷତା, ଜ୍ୱର, କୋଷ୍ଠକାଠିନ୍ୟ ମୁଖମଣ୍ଡଳ ମଳିନ ଦେଖାଯିବା, ଆଖି ଭିତରକୁ ପଶିଯିବା, ଅନ୍ୟମନସ୍କ ଆଦି ଲକ୍ଷଣ ପ୍ରକାଶ ପାଏ। ଯୌନାଙ୍ଗରେ ସ୍ରାବ ଲାଗିବା ଦ୍ୱାରା ଯୌନାଙ୍ଗ କୁଣ୍ଡାଇହେବା ସହ ଘା ହୋଇଥାଏ। ଧଳାସ୍ରାବ ଅଧିକ ମାତ୍ରାରେ ହେଲେ ଜରାୟୁର ଶ୍ଳୈଷ୍ମିକ ଝିଲ୍ଲୀର ବିକୃତାବସ୍ଥା ଘଟି ମୋଟା ଓ ଅଠାଳିଆ ସ୍ରାବ ହୋଇଥାଏ। ରୋଗ ପୁରାତନ ହେଲେ ଜରାୟୁ କର୍କଟ ମଧ୍ୟ ହେବାର ଆଶଙ୍କା ଅଧିକ ରହିଥାଏ। ବିନା ଚିକିତ୍ସକଙ୍କ ପରାମର୍ଶରେ ବାରମ୍ବାର ଗର୍ଭ ନଷ୍ଟ ପାଇଁ ଔଷଧ ସେବନ କରିବା ଦ୍ୱାରା ମଧ୍ୟ ସ୍ରାବ ହୋଇଥାଏ।
ପ୍ରତିକାର : ଶ୍ୱେତପ୍ରଦର ରୋଗୀ ଶୁଦ୍ଧ ଆହାର, ସୁସ୍ଥ ପରିବେଶରେ ରହିବା ଆବଶ୍ୟକ ଓ ସର୍ବଦା ସାତ୍ତ୍ୱିକ ଭୋଜନ କରିବା ଉଚିତ।
ଅନୁଭୂତ ଚିକିତ୍ସା :
୧- ଅଁଳାଚୂର୍ଣ୍ଣ ୮ଭାଗ, ଚିନି ୧ଭାଗ ମିଶାଇ ରଖିବେ। ସକାଳ ଓ ସନ୍ଧ୍ୟାରେ ୨ରୁ ୩ଗ୍ରାମ୍‌ ମାତ୍ରାରେ ମହୁ ମିଶାଇ ସେବନ କରିବେ।
୨- ଦାରୁଦଳଦୀ କ୍ୱାଥ ଓ ମହୁ କିଛିଦିନ ସେବନ କଲେ ଉପଶମ ମିଳେ।
୩- ଅଶୋକ ଛାଲିର କ୍ୱାଥ ଓ ମହୁ କିଛିଦିନ ସେବନ କଲେ ଉପଶମ ମିଳେ।
୪- ପାଚିଲାକଦଳୀ କଞ୍ଚା ଗୋଦୁଗ୍ଧରେ ଚକଟି ଖାଇଲେ ରୋଗରୁ ଉପଶମ ମିଳିଥାଏ।
୫- ହରିହରିକା ପତ୍ରର ରସ ଓ ମହୁ କିଛିଦିନ ସେବନ କଲେ ରୋଗରୁ ଉପଶମ ମିଳିଥାଏ।
୬- ରୋଗୀ ଅମ୍ଳ, ତିକ୍ତ, କଟୁ, ବାସି, ଅଧିକ ରାଗ, ତେଲମସଲାଯୁକ୍ତ ଖାଦ୍ୟ ଓ ଗରିଷ୍ଠ ଖାଦ୍ୟ ଫାଷ୍ଟ ଫୁଡ୍‌ ସେବନ କରନ୍ତୁ ନାହିଁ।
ଏପରି ବହୁ ଶାସ୍ତ୍ରସମ୍ମତ ମତ ମଧ୍ୟ ରହିଅଛି, ଯଦ୍ଦ୍ବାରା ଶ୍ୱେତପ୍ରଦର ରୋଗରୁ ଉପଶମ ମିଳେ। ଏତଦ୍‌ଭିନ୍ନ ଆୟୁର୍ବେଦରେ ବିଭିନ୍ନ ପ୍ରକାରର ଶାସ୍ତ୍ରୀୟ ଔଷଧ ମାନ ଅଛି; ଯଥା ପୁଷ୍ପ୍ୟାନୁଗ ଚୂର୍ଣ୍ଣ, ପ୍ରଦରାନ୍ତକ ଲୌହ, ଲାଧ୍ରାଦି ଚୂର୍ଣ୍ଣ, ଅଶୋକାରିଷ୍ଟ, ମେଥିମୋଦକ, ପ୍ରତଙ୍ଗାସବ ଆଦି ସେବନ କରିବା ଦ୍ୱାରା ମଧ୍ୟ ଶ୍ୱେତପ୍ରଦର ରୋଗରୁ ଉପଶମ ମିଳିଥାଏ।
ବିଶେଷ ଦ୍ରଷ୍ଟବ୍ୟ : ରୋଗୀ ଔଷଧ ସେବନ ପୂର୍ବରୁ ଅଭିଜ୍ଞ ଆୟୁର୍ବେଦ ଚିକିତ୍ସକଙ୍କୁ ପରାମର୍ଶ କରି ଯଥାବିଧି ଔଷଧ ସେବନ କରିବା ଉଚିତ। ବିନା ଚିକିତ୍ସକଙ୍କ ପରାମର୍ଶରେ କୌଣସି ଔଷଧ ଗ୍ରହଣ କରିବା ସ୍ବାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇ ପାରେ।
-ଡାକ୍ତର ରଙ୍ଗନାଥ ଦାଶ
ପୁରୀଘାଟ ଥାନା ପାଖ, କଟକ-୯
ମୋ : ୯୪୩୭୦ ୧୯୯୬୦


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri