ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ କଲେ ପରିବାର

ଧର୍ମଶାଳା,୫ା୧୨(ଡି.ଏନ୍‌.ଏ.): ଧର୍ମଶାଳା ଥାନା ପାଟପୁର ପଞ୍ଚାୟତ ନସିଡିପୁର ଗ୍ରାମରେ ଜଣେ ମହିଳାଙ୍କୁ ତଣ୍ଟି ଚିପି ହତ୍ୟା କରିବାପରେ ଆତ୍ମହତ୍ୟା ରୂପ ଦିଆଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏ ନେଇ ମୃତ ମହିଳାଙ୍କ ଭଉଣୀ ମାନିନୀ ଓଝାଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା (ନଂ.୫୬୩/୧୯) ରୁଜୁକରି ମୃତଦେହ ଜବତ କରିଛି। ଗୁରୁବାର ମୃତଦେହ ବ୍ୟବଚ୍ଛେଦ ପାଇଁ ବଡ଼ଚଣା ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯିବ। ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଧର୍ମଶାଳା ଥାନାଧିକାରୀ ସରୋଜ କୁମାର ସାହୁ ସୂଚନା ଦେଇଛନ୍ତି। ପ୍ରକାଶ ଯେ, ନସିଡିପୁର ଗ୍ରାମର ପ୍ରଫୁଲ୍ଲ ମହାରଣା ଏହି ଥାନା ଅନ୍ତର୍ଗତ ଅଚ୍ୟୁତପୁର ଗ୍ରାମର ବଂଶୀଧର ଓଝାଙ୍କ ଝିଅ କୁନି ମହାରଣା(୪୨)ଙ୍କୁ ୧୯ ବର୍ଷତଳେ ବିବାହ କରିଥିଲେ। ମଙ୍ଗଳବାର ରାତିରେ କୁନିଙ୍କ ଖୁଡୀ ଶାଶୁ ମୃତ୍ୟୁବରଣ କରିଥିଲେ। ଏହା ପରେ ପରିବାର ଲୋକେ ଶବ ସତ୍କାର ପାଇଁ ଶ୍ମଶାନ ନେଇଯାଇଥିଲେ। ଏହି ସମୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କୁନୀଙ୍କୁ ଯାଆ, ଦିଅର ଓ ଖୁଡି ଶାଶୁର ବୋହୁ ତଣ୍ଟିଚିପି ମାରି ଦେଇଥିବା ଭଉଣୀ ମାନିନୀ ଅଭିଯୋଗରେ ଦର୍ଶାଇଥିବା ଜଣାପଡିଛି। ଅପରପକ୍ଷେ ବୁଧବାର ଘରେ କେହି ନ ଥିବାବେଳେ କୁନି ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ତାଙ୍କୁ ଉଦ୍ଧାର କରାଯାଇ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠରେ ଡାକ୍ତର କୁନିଙ୍କୁ ମୃତ ଘୋଷଣା କରିଥିବା ଶାଶୁଘରଲୋକେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଖି ବୁଜିଲା କାଳିଆ

କଟକ/ଭୁବନେଶ୍ୱର, ୨୫।୧୧(ବ୍ୟୁରୋ)- ଶେଷରେ ଯୋଡ଼ା ମୁଣ୍ଡ ଶିଶୁ କାଳିଆ ଭାଇ ଜଗାକୁ ଛାଡି ଚାଲିଗଲା। କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ମିଲୁପଡ଼ା ଗ୍ରାମର ଯୋଡ଼ାମୁଣ୍ଡ ଶିଶୁ...

କକାଙ୍କୁ ହତ୍ୟା ଘଟଣା, ଅଭିଯୁକ୍ତ ପୁତୁରା ଗିରଫ

ରୂପ୍‌ସା, ୧୭।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ବସ୍ତା ଥାନା ପଳାସିଆ ଗ୍ରାମର ଭାଗବତ ମହାପାତ୍ରଙ୍କୁ ହତ୍ୟା ଅଭିଯୋଗରେ ପୋଲିସ ତାଙ୍କ ପୁତୁରା ଦୀନବନ୍ଧୁ ମହାପାତ୍ରଙ୍କୁ ମଙ୍ଗଳବାର ଗିରଫ କରିଛି।...

ବେଆଇନ ଗୋ’ ଚାଲାଣ: ପୋଲିସର ଚଢ଼ାଉ, ୩ ଅଟକ

ଚୌଦ୍ୱାର,୧୨ା୬(ଡି.ଏନ୍‌.ଏ.): କଟକ ଜିଲା ଚୌଦ୍ୱାର ଥାନା ଅନ୍ତର୍ଗତ ପୌରପାଳିକାର ୨ ନମ୍ବର ଓ୍ବାର୍ଡ ସୁଲତାନ ନଗରଠାରେ ବେଆଇନ ଗୋରୁଚାଲଣ ରାକେଟକୁ ଠାବ କରିଛି  ପୋଲିସ। ଆଜକୁ...

ମୁଦ୍ରା, ନୋଟ୍‌ର ତରୁଣ ସଂଗ୍ରାହକ

କଟକ ଅଫିସ,୪ା୭: ବୟସ ମାତ୍ର ୧୭ ବର୍ଷ। ଏ ବୟସରେ ସେ ୧୪୦ଟି ରାଷ୍ଟ୍ରର ନୋଟ୍‌ ଓ ୧୬୦ ରାଷ୍ଟ୍ରର ମୁଦ୍ରା ସଂଗ୍ରହ କଲେଣି। ମୁଦ୍ରା...

କଟକଣା ନ ମାନି ଆଖଣ୍ଡଳମଣିଙ୍କ ପୀଠକୁ ଆସିଥିଲେ ଭକ୍ତ: କଡ଼ା କାର୍ଯ୍ୟାନୁଷ୍ଠାନ ନେଲା ପୋଲିସ

ଆରଡ଼ି,୧୩ା୪(ଡି.ଏନ୍‌.ଏ.): ଲକ୍‌ଡାଉନ ଯୋଗୁ ଭଦ୍ରକ ଜିଲା ଆରଡ଼ିସ୍ଥିତ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ୨୦ ଦିନ ହେଲା ବନ୍ଦ ରହିଛି। ଫଳରେ ଭକ୍ତମାନେ ଦର୍ଶନ ପାଇ ପାରୁନାହାନ୍ତି।...

କୋଶଳୀ ଭାଷା ସୁରକ୍ଷା ସମିତିର ମହିମା ସାହିତିଅ ଆସର

ଟିଟିଲାଗଡ, ୧୯ା୫ (ଡି.ଏନ.ଏ.): ବଲାଙ୍ଗୀର ଜିଲା ଟିଟିଲାଗଡ଼ ହିନ୍ଦୀ ହାଇସ୍କୁଲ ପରିସରରେ କୋଶଳୀ ଭାଷା ସୁରକ୍ଷା ସମିତି ତରଫୁ ବୁଦ୍ଧ ଆର ଭୀମ ଭୋଇକଁର ଜନମ୍‌...

‘ସଂଖ୍ୟାଗରିଷ୍ଠ ଥାଇ ଏସ୍‌ଟି,ଏସ୍‌ସି, ଓବିସି ଉପେକ୍ଷିତ’

ଭୁବନେଶ୍ୱର,୧୩।୩(ବ୍ୟୁରୋ): ରାଜ୍ୟରେ ୨୨% ଅନୁସୂଚିତ ଜନଜାତି(ଏସ୍‌ଟି), ୧୭% ଅନୁସୂଚିତ ଜାତି(ଏସ୍‌ସି) ଅଧିବାସୀ ରହିଛନ୍ତି। ଏମାନଙ୍କ ସଂଖ୍ୟା ରାଜ୍ୟର ମୋଟ ଜନସଂଖ୍ୟାର ପ୍ରାୟ ୪୦%। ଏଥିସହିତ ଯଦି...

ବାତ୍ୟା ‘ୟାସ୍‌’: ୨୫ରୁ ଉପକୂଳରେ ବର୍ଷିବ

ଭୁବନେଶ୍ୱର,୨୨।୫(ବ୍ୟୁରୋ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ହୋଇଥିବା ଘୂର୍ଣ୍ଣିବଳୟ ଶନିବାର ଲଘୁଚାପରେ ପରିଣତ ହେବ। ଧୀରେ ଧୀରେ ଘନୀଭୂତ ହୋଇ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି...

Advertisement
Archives

Model This Week