ମହିଳାଙ୍କ ଲାଗି ଆପ୍‌

ବର୍ତ୍ତମାନ ଛୋଟରୁ ବଡ଼, ପୁରୁଷଠୁ ମହିଳା ପର୍ଯ୍ୟନ୍ତ ସମସ୍ତଙ୍କ ହାତରେ ଦେଖିବାକୁ ମିଳୁଛି ମୋବାଇଲ ଫୋନ୍‌ । ଆଉ ସମସ୍ତଙ୍କ ଆବଶ୍ୟକତା ତଥା ରୁଚିକୁ ଦେଖି ଭିନ୍ନ ଭିନ୍ନ ଆପ୍ଲିକେଶନ ମଧ୍ୟ ଡାଉନ୍‌ାଲାଡ୍‌ କରି ବ୍ୟବହାର କରି ହେଉଛି। ତେବେ ଏଭଳି କିଛି ଆପ୍‌ ରହିଛି ଯାହାକି ପ୍ରତ୍ୟେକ ମହିଳାଙ୍କ ଲାଗି ବେଶ୍‌ ଉପକାରୀ। ଜାଣିରଖନ୍ତୁ ସେ ସମ୍ପର୍କରେ…
ମାଇଁ ସେଫ୍ଟିପିନ୍‌: ଏହି ଆପ୍‌ ସବୁ ମହିଳାଙ୍କ ଲାଗି ବିଶେଷକରି କର୍ମଜୀବୀ ମହିଳାଙ୍କ ଲାଗି ବେଶ୍‌ ଉପକାରୀ। ଏଥିରେ ଜିପିଏସ୍‌ ଟ୍ରାକିଂ, ଡାଇରେକ୍ସନ୍‌ ଫର୍‌ ସେଫ୍ଟି ରୁଟ୍‌, ଏମର୍ଜେନ୍ସି କଣ୍ଟାକ୍ଟ ନମ୍ବର ଆଦି ଫିଚର ରହିଛି। ଏହା କୌଣସି ଅଜଣା କିମ୍ବା ବିପଦପୂର୍ଣ୍ଣ ସ୍ଥାନକୁ ଗଲେ ସଙ୍ଗେ ସଙ୍ଗେ ସୂଚେଇ ଦେଇଥାଏ। ଫଳରେ ମହିଳାଙ୍କୁ ତୁରନ୍ତ ନିଜ ପରିବାର, ବନ୍ଧୁ କିମ୍ବା ପରିଚିତଙ୍କୁ ନିଜକୁ ଟ୍ରାକ୍‌ କରିବାଲାଗି ଆଲର୍ଟ କରିବାରେ ସୁବିଧା ହୋଇଥାଏ। ହିମତ୍‌ ପ୍ଲସ୍‌ ଏବଂ ରକ୍ଷା ଭଳି ଆପ୍‌ ରଖିବା ଦ୍ୱାରା ମଧ୍ୟ ଏପରି ସୁବିଧା ମିଳିପାରିବ।
ମେଡିସେଫ୍‌ ମେଡ୍ସ ଏବଂ ପିଲ୍‌ ରିମାଇଣ୍ଡର: କର୍ମମୟ ଜୀବନ ଭିତରେ ମହିଳାମାନେ ସାଧାରଣତଃ ନିଜ ପ୍ରତି ଅବହେଳା କରି ବସନ୍ତି। ଏମିତିକି କୌଣସି ସ୍ବାସ୍ଥ୍ୟ ସମସ୍ୟା ଥିଲେ ଏହାର ଔଷଧ ବି ଯଥା ସମୟରେ ଖାଇବାକୁ ଭୁଲଯାଆନ୍ତି ଏବଂ ପରବର୍ତ୍ତୀ ସମୟରେ ଅଧିକ କଷ୍ଟ ପାଆନ୍ତି। ତେବେ ମହିଳାଙ୍କ ଏପରି ସମସ୍ୟା ଦୂରକରିବା ଲାଗି ମେଡିସେଫ୍‌ ମେଡ୍ସ ଏବଂ ପିଲ୍‌ ରିମାଇଣ୍ଡର ଭଳି ଆପ୍‌ ଡିଜାଇନ କରାଯାଇଛି। ଏହା ଆପଣଙ୍କ ବ୍ଲଡ୍‌ ପ୍ରେସର, ଗ୍ଲୁକୋଜ୍‌ ଆଦି ପ୍ରତି ନଜର ରଖିବା ସହ ଠିକ୍‌ ସମୟରେ ଔଷଧ କିମ୍ବା ଅନ୍ୟାନ୍ୟ ସପ୍ଲିମେଣ୍ଟ ଖାଇବା ଲାଗି ରିମାଇଣ୍ଡର ବି ଦେଇଥାଏ।
ଅର୍ବାନ୍‌ କ୍ଲାପ୍‌: ଗୃହିଣୀଙ୍କୁ ବିଭିନ୍ନ ସୁବିଧା ଯୋଗାଇଦେବା ଲାଗି ଏହି ଆପ୍‌ ସ୍ପେଶାଲ ଡିଜାଇନ କରାଯାଇଛି। ଘରେ ପୁରୁଷ ସଦସ୍ୟ ନ ଥିବା ବେଳେ ହଠାତ୍‌ ଘରର କୌଣସି ଜରୁରୀ କାମ ଲାଗି ପ୍ଲମ୍ବର, କାର୍ପେଣ୍ଟର, ଇଲେକ୍ଟ୍ରିସିଆନ୍‌ଙ୍କୁ ଡାକିବାକୁ ହେଲେ ଏହି ଆପ୍‌ର ସାହାଯ୍ୟ ନେଇପାରିବେ। ଏଥିରୁ କେଉଁ କାର୍ଯ୍ୟ ଲାଗି କାହାକୁ କେତେ ଟଙ୍କା ଦେବାକୁ ହେବ ମଧ୍ୟ ଜାଣିହେବ।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରାଘାତ ନେଲା ମହିଳାଙ୍କ ଜୀବନ, ଚାଷ ଜମିରୁ କାମ କରି ଫେରିବା ବେଳେ ୩…

ଭବାନୀପାଟଣା,୫।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ରବିବାର ମଧ୍ୟାହ୍ନରେ ଚାଷ ଜମିରୁ…

ଏଠାରେ ପେଟ୍ରୋଲ ଦର ବିଶ୍ୱରେ ସବୁଠାରୁ ଅଧିକ; ଇରାନ ଯୁଦ୍ଧ ଯୋଗୁ ପରିସ୍ଥିତି ଆହୁରି ଖରାପ, ଜାଣନ୍ତୁ କାରଣ

ହଂକଂ,୫।୪: ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀରେ ପରିବହନରେ ବାଧା ଯୋଗୁ ବିଶ୍ୱ ଶକ୍ତି ବଜାର ସମ୍ପୂର୍ଣ୍ଣ ଅସ୍ଥିର ହୋଇପଡ଼ିଛି। ଅଶୋଧିତ ତୈଳ ମୂଲ୍ୟ…

ଭାଜପା ସରକାରଙ୍କୁ ଅରୁଣଙ୍କ କଡ଼ା ଟାର୍ଗେଟ୍‌, କହିଲେ କାମ କରୁନି ଡବଲ ଇଞ୍ଜିନ, ପୂର୍ବରୁ…

ବଲାଙ୍ଗୀର,୫ା୪(ସୁନିଲ କୁମାର ମହାନ୍ତି): ନୟାଗଡ଼ ବିଧାୟକ ଅରୁଣ ସାହୁ ରବିବାର ବଲାଙ୍ଗୀର ଗସ୍ତରେ ଆସିଥିବା ବେଳେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗରେ କୋଟା ବୃଦ୍ଧିକୁ…

‘ସୁରକ୍ଷିତ ରହିବ ଓଡ଼ିଶାର ଐତିହ୍ୟ-ପରମ୍ପରା’

ପାଟଣା,୫ା୪(ବୀରକିଶୋର ଦାଶ): ଓଡ଼ିଆ ପକ୍ଷ ଉପଲକ୍ଷେ ରବିବାର ଓଡ଼ିଶାର ଐତିହ୍ୟ ଓ ପରମ୍ପରାକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ପାଟଣା ମୁଖ୍ୟାଳୟ ଆଞ୍ଚଳିକ ମହାବିଦ୍ୟାଳୟ ତରଫରୁ ଏକ ଗଣଦୌଡ଼…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

ଯାତ୍ରା ଜଗତରେ ପାଦ ଥାପିବେ ବଲିଉଡ୍‌ର ଏହି ସୁପରଷ୍ଟାର, ସୂଚନା ଦେଇ ରାଣୀ ପଣ୍ଡା କହିଲେ ଖୁବ୍‌ଶୀଘ୍ର ମୋ’ ଯାତ୍ରାରେ…

ଭୁବନେଶ୍ୱର,୫ା୪: ଯାତ୍ରା ଅଭିନେତ୍ରୀରୁ ମାଲିକାଣୀ ପାଲଟିଥିବା ରାଣୀ ପଣ୍ଡା ଯାତ୍ରାଜଗତକୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବଲିଉଡ୍‌ର ଜଣେ ସୁପରଷ୍ଟାର ତାଙ୍କ ଯାତ୍ରା…

‘ଏହା କେବଳ ଟ୍ରେଲର ମାତ୍ର… ପିକ୍ଚର ଏବେବି ବାକି ଅଛି’, AAPକୁ ନେଇ ନୂଆ ଭିଡ଼ିଓ ଜାରି କଲେ ରାଘବ ଚଢା

ନୂଆଦିଲ୍ଲୀ,୫।୪: ରାଜ୍ୟ ସଭାରେ ଉପନେତା ପଦରୁ ତାଙ୍କୁ ହଟାଇବା ପରେ, ଆମ ଆଦମୀ ପାର୍ଟି (ଆପ) ନେତା ଏବଂ ରାଘବ ଚଢାଙ୍କ ମଧ୍ୟରେ ବାକ ଯୁଦ୍ଧ ତୀବ୍ର…

ଏପ୍ରିଲ ୨୬ରେ ଠାକୁରାଣୀ ଯାତ୍ରା; ଚଳଚଞ୍ଚଳ ଭଞ୍ଜନଗର, ଖୁବଶୀଘ୍ର ଖୋଲିବ ହାତିବନ୍ଧ ପାର୍କ

ଭଞ୍ଜନଗର,୫।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରର ଐତିହାସିକ ଠାକୁରାଣୀ ଯାତ୍ରା ଆସନ୍ତା ୨୬ ତାରିଖରୁ ଆରମ୍ଭ ହୋଇ ମେ ମାସ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri