Posted inଜାତୀୟ

ମହିଳାଙ୍କ ପାଇଁ କେଜରିଓ୍ବାଙ୍କ ବଡ ଉପହାର

ନୂଆଦିଲ୍ଲୀ,୩।୬: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ମହିଳାମାନଙ୍କୁ ବଡ ଉପହାର ଦେଇଛନ୍ତି। ଏବେ ରାଜଧାନୀରେ ମହିଳାମାନେ ସରକାରୀ ବସ୍‌, କ୍ଲଷ୍ଟର ବସ୍‌ ଓ ମେଟ୍ରୋ ଟ୍ରେନ୍‌ରେ ମାଗଣାରେ ଯାତ୍ରା କରିପାରିବେ। ସୋମବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏହି ଘୋଷଣା କରିଛନ୍ତି। ଏହାକୁ ନେଇ ସେ କାହା ଉପରେ ରିହାତି ଲଦି ଦେଉ ନାହାଁନ୍ତି ବୋଲି କହିଛନ୍ତି। ତେବେ ଏହି ନିୟମ ଆସନ୍ତା ୨-୩ ମାସ ମଧ୍ୟରେ ଲାଗୁ ହେବ ବୋଲି ସେ କହିଛନ୍ତି। ଏନେଇ ଡିଟିଏସ୍‌ ଓ ମେଟ୍ରୋ ଅଧିକାରୀଙ୍କୁ ଏକ ସପ୍ତାହ ମଧ୍ୟରେ ଏକ ପ୍ରପୋଜାଲ ତିଆରି କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହାକୁ କିପରି କାର୍ଯ୍ୟକାରୀ କରାଯିବ ସେ ନେଇ ମଧ୍ୟ ସାଧାରଣ ଜନତାଙ୍କ ମତ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ। ସୂଚନାଯୋଗ୍ୟ, ଗତ ଲୋକ ସଭା ନିର୍ବାଚନରେ ୭ଟି ଯାକ ଆସନ ହରାଇବା ପରେ ଆମ ଆଦମୀ ପାର୍ଟି(ଏଏପି) ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ଏପରି କରିଥିବା ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପେସିଏମ୍‌ ପରେ ଏବେ ସେସିଏମ୍‌, ବୋମ୍ମାଇଙ୍କୁ ଘେରିଲା କଂଗ୍ରେସ…

ବେଙ୍ଗାଲୁରୁ,୧୯।୧୦ : ‘ପେସିଏମ’ ଅଭିଯାନର ସଫଳତା ପରେ କର୍ନାଟକରେ କଂଗ୍ରେସ ଏବେ ‘ସେସିଏମ’ ଅଭିଯାନ ଆରମ୍ଭ କରିଛି। ଏହା ଦ୍ୱାରା କଂଗ୍ରେସ ଶାସକଦଳକୁ ଘେରିବା ଆରମ୍ଭ...

ବୃଦ୍ଧାଶ୍ରମରେ ପ୍ରତି ଗୁରୁବାର ଛୋଟ ପିଲାଙ୍କୁ ଦିଆଯାଉଛିି ନୈତିକ ମୂଲ୍ୟବୋଧ ଶିକ୍ଷା

ଭୋପାଳ,୨୮।୮: ମଧ୍ୟପ୍ରଦେଶ କୋଲାରଠାରେ ଥିବା ଆପନା ଘର ବୃଦ୍ଧାଶ୍ରମରେ ପ୍ରତି ଗୁରୁବାର ଏଠାରେ ରହୁଥିବା ବୃଦ୍ଧାବୃଦ୍ଧଙ୍କ ପକ୍ଷରୁ ନୈତିକ ମୂଲ୍ୟବୋଧ ଶିକ୍ଷାଦାନ କରାଯାଉଛି। ଅପରାହ୍ନ ୪ଟା...

ଶ୍ରଦ୍ଧାଙ୍କ ଅସ୍ଥିକୁ ମେଶିନରେ ଗୁଣ୍ଡ କରିଥିଲେ ଆଫ୍‌ତାବ

ନୂଆଦିଲ୍ଲୀ,୮।୨: ଲିଭ୍‌-ଇନ୍‌ ପାର୍ଟନର ଶ୍ରଦ୍ଧା ଓ୍ବାଲ୍‌କରଙ୍କୁ ହତ୍ୟାକରି ଶରୀରକୁ ଖଣ୍ଡ ଖଣ୍ଡ କରିବା ପରେ ଅଭିଯୁକ୍ତ ଆଫତାବ ପୁନାଓ୍ବାଲା ସେଗୁଡ଼ିକୁ ଫିଙ୍ଗିବା ପୂର୍ବରୁ ଅସ୍ଥିଗୁଡ଼ିକୁ ଗୁଣ୍ଡ...

ଇଣ୍ଡିଆ ବଦଳରେ ଭାରତ

ନୂଆଦିଲ୍ଲୀ,୩୦ା୫(ପି.ଟି.): ସମ୍ବିଧାନ ସଂଶୋଧନ କରି ଦେଶର ନଁ। ଇଣ୍ଡିଆ ବଦଳରେ ‘ଭାରତ’ କିମ୍ବା ‘ହିନ୍ଦୁସ୍ଥାନ’ ରଖିବା ଲାଗି କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବା ନିମନ୍ତେ ସୁପ୍ରିମକୋର୍ଟରେ...

ସାଧାରଣ ଲୋକଙ୍କ ସୂଚନା ଅଧିକାରକୁ ଦୁର୍ବଳ କରୁଛନ୍ତି ମୋଦି ସରକାର: ସୋନିଆ

ନୂଆଦିଲ୍ଲୀ,୨୩।୭: ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଲୋକସଭାରେ ୨୦୦୫ ସୂଚନା ଅଧିକାର ଆଇନର...

ୟୁପିରେ ପ୍ରଦର୍ଶନକାରୀଙ୍କ ଉପରେ ଲାଗିବ ଗ୍ୟାଙ୍ଗଷ୍ଟର ଆକ୍ଟ. ଜବତ ହେବ ସମ୍ପତି

ଲକ୍ଷ୍ନୌ,୧୧ ।୬: ନୁପୁର ଶର୍ମାଙ୍କ ବୟାନକୁ ନେଇ ଶୁକ୍ରବାର ଉତ୍ତର ପ୍ରଦେଶରେ ନମାଜ ପରେ ପୁଣିଥରେ ହିଂସା ହୋଇଛି । ପ୍ରୟାଗରାଜ, ଶାହାରନପୁର, ମୁରାଦାବାଦ ଭଳି...

ସର୍ଚ୍ଚ ଅପରେଶନ୍‌ ସମୟରେ ୫ ଯବାନ ଶହୀଦ୍‌…

ଶ୍ରୀନଗର,୧୧।୧୦: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ସର୍ଚ୍ଚ ଅପରେଶନ୍‌ ସମୟରେ ୫ ଯବାନ ଶହୀଦ୍‌ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଜେସିଓ ରହିଛନ୍ତି। ପୁଞ୍ଚ୍‌ ଜିଲାର ସୁରନ୍‌କୋଟ ଅର୍ନ୍ତଗତ...

ମୃତ୍ୟୁ ପ୍ରମାଣପତ୍ର ନୀତି ଉପରେ କେନ୍ଦ୍ରକୁ ଜବାବ ତଲବ

ନୂଆଦିଲ୍ଲୀ, ୨୫।୫(ଆଇଏଏନ୍‌ଏସ୍‌): କୋଭିଡ୍‌-୧୯ରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ମୃତ୍ୟୁ ପ୍ରମାଣପତ୍ର ଇସ୍ୟୁ କଲାବେଳେ ସମାନ ନୀତି ଓ ନିର୍ଦ୍ଦିଷ୍ଟ ଗାଇଡ୍‌ଲାଇନର ଅବଲମ୍ବନ...

Advertisement
Archives

Model This Week