ମହିଳାଙ୍କୁ ଗଣବଳାତ୍କାର ଘଟଣା:୪ ଅଭିଯୁକ୍ତ ଗିରଫ

ସମ୍ବଲପୁର,୧୦।୧୨(ବ୍ୟୁରୋ): ସମ୍ବଲପୁର ଜିଲା ଅଇଁଠାପାଲି ଥାନା ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ଗଣବଳାତ୍କାର କରାଯାଇଥିଲା। ଏହି ଘଟଣାରେ ପୋଲିସ ୪ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଅଇଁଠାପାଲି ଥାନା ଅଞ୍ଚଳର ଶିବ ଶଙ୍କର ନାଏକ(୨୫), ଡୋଲାମଣୀ ଭୋଇ (୩୦), ମହେଶ ସେଠ(୨୪), ଅକୁର ଛୁରିଆ (୨୨)। ଅଭିଯୁକ୍ତଙ୍କମାନଙ୍କୁ ଡାକ୍ତରୀ ମାଇନା ପରେ ପୋଲିସ କୋର୍ଟ ଚାଲାଣ କରିଛି। ଏନେଇ ଥାନାରେ ଏକ ମାମଲା(ନଂ. ୫୫୭/୧୯) ରୁଜୁ ହୋଇଛି।
ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ନ୍ୟାୟିକ ପ୍ରକ୍ରିୟା ତ୍ୱରାନ୍ବିତ କରାଯିବା ପାଇଁ କୋର୍ଟରେ ଅନୁରୋଧ କରାଯିବ। ପୋଲିସ ୨୦ ଦିନ ଭିତରେ ସମସ୍ତ ଦିଗରେ ତଦନ୍ତ କରି ଚାର୍ଜଶିଟ୍‌ ଦାଖଲ କରିବ। ଏହି ମାମଲାରେ ଡିଏସ୍‌ପି ସୁଜାତା ପଣ୍ଡାଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି ଅଇଁଠାପାଲି ଥାନା ପରିସରରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସମ୍ବଲପୁର ଏସ୍‌ପି କନୱର ବିଶାଳ ସିଂ ସୂଚନା ଦେଇଛନ୍ତି। ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା ପୀଡିତାଙ୍କୁ ବୁର୍ଲା ଭୀମସାରରେ ଭେଟିଛନ୍ତି। ତାଙ୍କ ସହିତ ଅତିରିକ୍ତ ଏସ୍‌ପି ବିଜୟ ବରୁଆ, ଲିଗାଲ ଆଡଭାଇଜର ଅରବିନ୍ଦ ପଟ୍ଟନାୟକ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ,ଅଇଁଠାପାଲି ଥାନା ଅନ୍ତର୍ଗତ ବରେଇପାଲି ଛକ ନିକଟ ଏକ ଦୋକାନ ପାଖରେ ରବିବାର ପୂର୍ବାହ୍ନ ୧୧ଟାରେ ଜଣେ ୩୭ ବର୍ଷୀୟା ମହିଳା ମୂର୍ମୂଷ ଅବସ୍ଥାରେ ପଡିଥିବା ସ୍ଥାନୀୟ ଲୋକ ଦେଖିଥିଲେ। ଖବର ପାଇ ପୋଲିସ ସଂପୃକ୍ତା ମହିଳାଙ୍କୁ ଉଦ୍ଧାର କରି ଭୀମସାରରେ ଭର୍ତ୍ତିି କରିଥିଲା। ସନ୍ଧ୍ୟା ୬ ଟାରେ ପୀଡିତା ମହିଳାଙ୍କ ଚେତା ଫେରିଥିଲା। ପୋଲିସ ପଚରାଉଚୁରା କରିବାରୁ ତାଙ୍କୁ ଗଣ ବଳାତ୍କାର କରାଯାଇଥିବା ଜଣାପଡିଥିଲା। ସଂପୃକ୍ତା ମହିଳା ରବିବାର ରାତି ୧୨ ଟାରେ ରେମେଡ ନିକଟସ୍ଥ ଏକ ଦୋକାନ ପାଖରେ ଛିଡା ହୋଇଥିଲେ । ଜଣେ ଯୁବକ(ଶିବ ଶଙ୍କର) ତାଙ୍କ ପାଖକୁ ଆସି ତୁମକୁ ଘରେ ଛାଡି ଦେବି ବୋଲି କହିଥିଲେ। ଯୁବକଙ୍କ କଥାରେ ବିଶ୍ୱାସ କରି ସଂପୃକ୍ତ ମହିଳା ତାଙ୍କ ବାଇକରେ ଘରକୁ ଆସୁଥିଲେ। ହେଲେ ବାଟରେ ଥିବା ଏକ ନିଛାଟିଆ ସ୍ଥାନକୁ ସେ ନେଇଯାଇଥିଲେ। ସେଠାରେ ବଳାତ୍କାର କରିଥିଲେ। ପରେ ତାଙ୍କୁ ଆଉ ୩ ଜଣ ଯୁବକ ବଳାତ୍କାର କରିଥିଲେ। ଏପରି କି ଅଭିଯୁକ୍ତମାନେ ତାଙ୍କୁ ଜୋରଜବରଦସ୍ତ ନିଶା ଦ୍ରବ୍ୟ ସେବନ କରାଇ ଦେଇଥିଲେ। ବଳାତ୍କାର ପରେ ସମସ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ଏହି ଘଟଣା ପରେ ପୀଡିତା ବହୁ କଷ୍ଟରେ ଚାଲି ଚାଲି ଆସି ବରେଇପାଲି ଆସିଥିଲେ। ସେତେବେଳକୁ ଭୋର ହୋଇ ଆସୁଥିଲା। ଏହାପରଠୁ ତାଙ୍କର ଆଉ କିଛି ମନେ ନ ଥିବା ସଂପୃକ୍ତ ମହିଳା କହିଛନ୍ତି।
ଏସ୍‌ପି ସିଂଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ପ୍ରଥମେ ମୁଖ୍ୟ ଅଭିଯୁକ୍ତ ଶିବଶଙ୍କରଙ୍କୁ ତାଙ୍କୁ ଘରୁ ଗିରଫ କରିଥିଲା। ପରେ ଶିବଙ୍କୁ ଜେରା କରିବା ପରେ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି। ପୀଡିତାଙ୍କୁ ଜୋରଜବରଦସ୍ତ ନିଶାଦ୍ରବ୍ୟ ସେବନ କରାଯାଇଥିବାରୁ ତାଙ୍କ ଚେତା ଫେରିବାରେ ବିଳମ୍ବ ହୋଇଥିଲା ବୋଲି ପୋଲିସ କହିଛି। ଏହି ଘଟଣା ପରେ ଜିଲାସାରା ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଭିନ୍ନ ସଙ୍ଗଠନ ଓ ଅନୁଷ୍ଠାନ ପକ୍ଷରୁ ତୁରନ୍ତ ପୀଡିତାଙ୍କୁ ନ୍ୟାୟ ଦେବା ସହ ଅଭିଯୁକ୍ତମାନଙ୍କୁ କଠୋର ଦଣ୍ଡ ଦେବା ପାଇଁ ଦାବି କରାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ବିଶୋଧନ କରାଗଲା ଦାରିଙ୍ଗବାଡ଼ି ବଜାର

ଦାରିଙ୍ଗବାଡ଼ି,୩।୪(ଡି.ଏନ.ଏ)- ଦାରିଙ୍ଗବାଡ଼ି ବଜାର ଶିବମନ୍ଦିର ଛକ ଠାରୁ ତିନିଛକ, ଲକ୍ଷ୍ମୀବଜାର, ଚାରିଛକ, ବ୍ଲକରୋଡ଼, ମେଡିକାଲ, ବସ୍‌ଷ୍ଟାଣ୍ଡ ଅଞ୍ଚଳରେ ଶୁକ୍ରବାର ପୂର୍ବାହ୍ନଠାରୁ ବିଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି।...

ରିମାଣ୍ଡରେ ଆସିବେ ପୁରୀ ଗଣବଳାତ୍କାର ଅଭିଯୁକ୍ତ, ପୀଡ଼ିତାଙ୍କୁ ମିଳିବ ୫ଲକ୍ଷ ଟଙ୍କାର ସହାୟତା: ଏସ୍‌ପି

ପୁରୀ ଅଫିସ,୪।୧୨: ପୁରୀ ଗଣବଳାତ୍କାର ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଅଣାଯିବ। ଜେଲରେ ଥିବା ୨ ଅଭିଯୁକ୍ତଙ୍କୁ ୭ ଦିନ ରିମାଣ୍ଡ ପାଇଁ ଆବେଦନ...

ସଚିବଙ୍କ ହସ୍ତକ୍ଷେପ ପରେ ଧାନ ପରୀକ୍ଷଣ କଲା ଆର୍‌ଏମ୍‌ସି

ଲୋଇସିଂହା,୨୫ା୧୨(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ କୁଶମେଲ ପାକ୍ସରେ ଆର୍‌ଏମ୍‌ସି ପକ୍ଷରୁ ଚାଷୀଙ୍କ ବିକ୍ରି ପାଇଁ ଆସିଥିବା ଧାନ ପରୀକ୍ଷା କରାଯାଇଛିା। ଆର୍ଦ୍ରତା ଧାର୍ଯ୍ୟ ପ୍ରତିଶତରୁ...

‘ଶିଶୁପାଳଗଡ଼ ଗଡ଼ଖାଇର ହେବ ପୁନରୁଦ୍ଧାର’

ପୁରୁଣା ଭୁବନେଶ୍ୱର, ୨୫ା୨ (ଡି.ଏନ.ଏ.): ଐତିହ୍ୟ ସଂରକ୍ଷିତ ରଖିବା ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଯେତେ ଘୋଷଣା, ଯୋଜନା ପ୍ରସ୍ତୁତ କଲେ ମଧ୍ୟ...

ଉପକୂଳରୁ ୨୦୦ କି.ମି. ଦୂର ଦେଇ ଯିବ ବାତ୍ୟା

ଭୁବନେଶ୍ୱର,୨୨ା୧୦(ବ୍ୟୁରେ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ଶନିବାର ଅବପାତ ଓ ୨୩ତାରିଖ ସୁଦ୍ଧା ଗଭୀର ଅବପାତରେ ପରିଣତ ହେବ। ୨୪ ତାରିଖରେ...

କରୋନା ଆକ୍ରାନ୍ତ ସରପଞ୍ଚ, ଆଶା, ଅଙ୍ଗନଓ୍ବାଡି କର୍ମୀଙ୍କ ସହ ଟେଲିଫୋନ୍‌ରେ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮ା୫(ବ୍ୟୁରୋ): ରାଜ୍ୟରେ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଥିବା ସରପଞ୍ଚ, ଆଶା ଏବଂ ଅଙ୍ଗନଓ୍ବାଡ଼ି କର୍ମୀଙ୍କ ସହ ଗୁରୁବାର ଟେଲିଫୋନ୍‌ରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।...

ଦିଲ୍ଲୀରୁ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଗିରଫ

ଭୁବନେଶ୍ୱର,୧୪।୯ (ବ୍ୟୁରୋ): ଆୟକର ଟିକସ ରିଫଣ୍ଡ୍‌ ଠକେଇ ମାମଲାରେ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଦିଲ୍ଲୀ ଏନ୍‌ସିଆର୍‌ ଅଞ୍ଚଳରୁ ଜଣେ ଚାର୍ଟାଡର୍ର୍ ଆକାଉଣ୍ଟାଣ୍ଟ୍‌(ଇଣ୍ଟରମିଡିଏଟ)ଙ୍କୁ ଗିରଫ...

ବିଲକୁ ଯାଇଥିବା ବେଳେ ଚାଷୀଙ୍କୁ ଦଂଶିଲା ସାପ, ସହାୟତା ପାଇଁ ଦାବି କଲେ ଗ୍ରାମବାସୀ

ଗଞ୍ଜାମ,୨୭ା୮(ଡି.ଏନ୍‌.ଏ.): ରମ୍ଭା ଥାନା ହୁମ୍ମା ଫାଣ୍ଡି ଅଧିନସ୍ଥ ଗଞ୍ଜାମ ବ୍ଲକର ବେଲପଡ଼ା ଗ୍ରାମର ଜଣେ ଚାଷୀଙ୍କର ସାପକାମୁଡ଼ାରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତ ଚାଷୀ ହେଲେ...

Advertisement
Archives

Model This Week