ମହିଳାଙ୍କୁ ଅସଦାଚରଣ, ପର୍ସ ଛଡ଼ାଇ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୨୨।୨(ବ୍ୟୁରୋ): ସମ୍ପର୍କରେ ଫାଟ ଆସିବା ପରେ ଜଣେ ମହିଳାଙ୍କୁ ଅସଦାଚରଣ କରିବା ସହ ପର୍ସ ଓ ମୋବାଇଲ ଫୋନ୍‌ ଛଡ଼ାଇ ନେଇଥିବା ଅଭିଯୁକ୍ତଙ୍କୁ ଏୟାରପୋର୍ଟ ଥାନା ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ପୋଖରୀପୁଟ ଭୋଇସାହି ଅଞ୍ଚଳର ଗଣେଶ ସାମଲ (୩୫)।
ସୂଚନା ମୁତାବକ, ଗଣେଶ ପୋଖରୀପୁଟ ଅଞ୍ଚଳର ଗୋଟିଏ ଘରୋଇ କଲେଜରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରନ୍ତି। ଅଭିଯୋଗ ଆଣିଥିବା ମହିଳା ଉକ୍ତ କଲେଜ ନିକଟରେ ଥିବା ଜଣଙ୍କ ଘରକୁ କାମ କରିବାକୁ ଯା’ନ୍ତି। ଏହି ସମୟରେ ଉଭୟଙ୍କ ମଧ୍ୟରେ ଉତ୍ତମ ବନ୍ଧୁତା ସୃଷ୍ଟି ହୋଇଥିଲା। ପରବର୍ତ୍ତୀ ସମୟରେ ମହିଳା ଜଣଙ୍କ କୌଣସି କାରଣରୁ ଗଣେଶଙ୍କ ସହ ସମ୍ପର୍କ ରଖି ନ ଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଗଣେଶ ଗୁରୁବାର ସନ୍ଧ୍ୟାରେ ମହିଳାଙ୍କୁ ବାଟରେ ଅଟକାଇ କଥା ହେବାକୁ ବାଧ୍ୟ କରିଥିଲେ। ସେ ଅରାଜି ହେବାରୁ ତାଙ୍କୁ ଅସଦାଚରଣ କରିବା ସହ ତାଙ୍କ ପର୍ସ ଓ ମୋବାଇଲ ଫୋନ୍‌ ଛଡାଇ ନେଇଥିଲେ। ଏ ସଂକ୍ରାନ୍ତ ମହିଳା ଜଣକ ଅଭିଯୋଗ କରିବା ପରେ ପୋଲିସ ଏକ କେସ୍‌ (ନଂ. ୪୩/୨୦) ରୁଜୁ କରି ତଦନ୍ତ କରିଥିଲା। ଅଭିଯୁକ୍ତଙ୍କୁ ଶୁକ୍ରବାର ଗିରଫ କରାଯିବା ସହ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗତିପଥ ବଦଳାଉଛି ବୁଢ଼ାବଳଙ୍ଗ

ବାଲେଶ୍ୱର ଅଫିସ, ୨୯।୫(ମାନସ ବିଶ୍ୱାଳ)-ବାଲେଶ୍ୱର ଜିଲା ଦେଇ ପ୍ରବାହିତ ବୁଢ଼ାବଳଙ୍ଗ ନଦୀ ଦୀର୍ଘ ଦୁଇ ଦଶନ୍ଧି ଧରି ଗତିପଥ ବଦଳାଉଥିବାରୁ ସଦର ବ୍ଲକ ଅଧୀନ ଗୋପୀନାଥପୁର...

ପୈଠକରୁ ପଞ୍ଚାୟତ

ବଇଣ୍ଡା,୧୬ା୨: ପଞ୍ଚାୟତକୁ ପାଇପ୍‌ ପାଣି ଯୋଗାଣ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ସେଥିପାଇଁ ଗାଁଗୁଡ଼ିକରେ ଜଳଯୋଗାଣ ପ୍ରକଳ୍ପମାନ ନିର୍ମାଣ କରାଯାଉଛି। ହେଲେ କେଉଁଠି ଏହାର ରକ୍ଷଣାବେକ୍ଷଣ...

ବ୍ୟବଚ୍ଛେଦ ପରେ ପୋତାଗଲା ମୃତ ତିମି

ବ୍ରହ୍ମଗିରି, ୧।୨(ଡି. ଏନ୍‌.ଏ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ସାନପାଟଣା ସମୁଦ୍ରକୂଳରେ ଲାଗିଥିବା ମୃତ ତିମିର ମୃତଦେହକୁ ଶୁକ୍ରବାର ବ୍ୟବଚ୍ଛେଦ କରାଯିବା ପରେ ପୋତି...

ସରଗରମ ଏତଲା ରାଜନୀତି

ଆନନ୍ଦପୁର,୩୧ା୮(ସ୍ବ.ପ୍ର.): ବିଜେଡି ଓ ଭାଜପା ମଧ୍ୟରେ ପରସ୍ପର ବିରୋଧୀ ଏତଲାକୁ ନେଇ କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ରାଜନୈତିକ ବାତାବରଣ ସରଗରମ ହେବାରେ ଲାଗିଛି।...

ଜୁନ୍‌ ୧ରୁ ବିଶ୍ୱବିଦ୍ୟାଳୟରେ ଅନ୍‌ଲାଇନ୍‌ ପାଠପଢ଼ା

ଭୁବନେଶ୍ୱର,୨୯ା୫(ବ୍ୟୁରୋ): ରାଜ୍ୟ ସରକାରଙ୍କ ଦାରା ପରିଚାଳିତ ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଜୁନ୍‌ ୧ରୁ ଅନ୍‌ଲାଇନ ପାଠପଢ଼ା ଆରମ୍ଭ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ...

ଟ୍ରାଫିକ୍‌ ପୋଲିସକୁ ରାଜସ୍ବ ଚିନ୍ତା: ୩୪ ଦିନରେ ୩୬ ଲକ୍ଷ ଜରିମାନା ଆଦାୟ

ବ୍ରହ୍ମପୁର ଅଫିସ୍‌,୪।୧: ବ୍ରହ୍ମପୁର ସହରର ଟ୍ରାଫିକ୍‌ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଗଠନ ହୋଇଛି ଟ୍ରାଫିକ ୟୁନିଟ୍‌। ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ବିଜ୍ଞପ୍ତି...

କଂଗ୍ରେସ କ୍ଷମତାକୁ ଆସିଲେ ୨୦୦ ୟୁନିଟ୍‌ ବିଦ୍ୟୁତ୍‌ ଛାଡ଼

ବାରିପଦା ଅଫିସ,୨୯ା୬: ଓଡ଼ିଶାରେ କଂଗ୍ରେସ ସରକାର ଆସିଲେ ପ୍ରତି ଘରକୁ ୨୦୦ ୟୁନିଟ୍‌ ମାଗଣା ବିଦ୍ୟୁତ୍‌ ଯୋଗାଇ ଦିଆଯିବ ବୋଲି ମୟୂରଭଞ୍ଜ ଜିଲା ଗସ୍ତରେ ଆସିଥିବା...

ଗାଁ ଦାଣ୍ଡରେ ଖେଳ…‘ନା ବାବା ନା’

ନୟାଗଡ ଅଫିସ,୧୫।୧୨: ନୟାଗଡ଼ ସଦର ଥାନା ଅନ୍ତର୍ଗତ ଯଦୁପୁରରେ ୫ ବର୍ଷର ଶିଶୁକନ୍ୟା ପରୀକୁ ଅପହରଣ ଓ ହତ୍ୟା ପରେ ଆଉ ଜଣେ ଶିଶୁକନ୍ୟା ରଣପୁର...

Advertisement
Archives

Model This Week