ମହାରାଷ୍ଟ୍ର ଦର୍ଶକଙ୍କ ପାଇଁ ଖୁସି ଖବର: ଫିଲ୍ମ ତାନାଜୀ ହେଲା ଟ୍ୟାକ୍ସ ଫ୍ରି

ମୁମ୍ବାଇ,୨୨।୧: ବଲିଉଡ୍‌ ଅଭିନେତା ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ ‘ତାନାଜୀ-ଦ ଅନସଙ୍ଗ ଓ୍ବାରିୟର’ ବକ୍ସ ଅଫିସ୍‌ରେ ଏବେ ଧମାଲ୍‌ କରୁଛି। ଦର୍ଶକ ଏହାକୁ ବେଶ୍‌ ପସନ୍ଦ କରିଥିବା ବେଳେ ଫିଲ୍ମ ଭଲ ବ୍ୟବସାୟ କରୁଛି। ସୂଚନା ମୂତାବକ ଏହି ଫିଲ୍ମ ଖୁବ୍‌ଶୀଘ୍ର ୨ଶହ କୋଟି କ୍ଲବରେ ସାମିଲ ହେବାକୁ ଯାଉଛି। ଗୋଟିଏ ପଟେ ଏହି ଐତିହାସିକ ଫିଲ୍ମ ପ୍ରତି ଲୋକଙ୍କ ରୁଚି ବୃଦ୍ଧି ପାଉଛି। ଅନ୍ୟପଟେ ଏହା ତାନାଜୀ ମାଲସୁରେଙ୍କ କାହାଣୀକୁ ଲୋକଙ୍କ ପାଖରେ ପହଞ୍ଚାଇବାରେ ସଫଳ ହୋଇଛି। ତେବେ ଏହି ଫିଲ୍ମ ପାଇଁ ଆଉ ଏକ ଖୁସି ଖବର ଆସିଛି। ଉତ୍ତରପ୍ରଦେଶରେ ଜିଏସ୍‌ଟି ଫ୍ରି ଓ ହରିୟାଣାରେ ଟ୍ୟାକ୍ସ ଫ୍ରି ହେବାପରେ ଏବେ ମହାରାଷ୍ଟ୍ରରେ ଏହି ଫିଲ୍ମକୁ ଟ୍ୟାକ୍ସ ଫ୍ରି କରାଯାଇଛି। ବୁଧବାର କ୍ୟାବିନେଟ ବୈଠକ ପରେ ମହାରାଷ୍ଟ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଏହାକୁ ଟ୍ୟାକ୍ସ ଫ୍ରି କରିବାକୁ ନେଇ ମହାରାଷ୍ଟ୍ରରେ ଭାଜପା ଓ ଶିବସେନା ମଧ୍ୟରେ ମତଭେଦ ଦେଖାଦେଇଥିଲା। ରାଜ୍ୟରେ ଏହି ଫିଲ୍ମକୁ ଟ୍ୟାକ୍ସ ଫ୍ରି କରିବା ପାଇଁ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିବା ବାଲାସାହେବ ଥୋରାଟ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ କ୍ରୀଡା ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨ ।୧: କ୍ରାନ୍ତି ଓ କ୍ରୀଡା ନଗରୀ ନାମରେ ପରିଚିତ ମିରଠ ପାଇଁ ରବିବାର ଏକ ଐତିହାସିକ ଦିନ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ମାନସିକ ଅବସାଦରୁ ଦୂରେଇ ରହିବା ପାଇଁ ସକାଳୁ ଏଥିରୁ କପେ…

କଫି ଅନେକ ପୋଷକ ତତ୍ତ୍ୱରେ ଭରପୂର। ଏହା ଶରୀର ପାଇଁ ବେଶ୍‌ ଉପକାରୀ। ପ୍ରତିଦିନ ସକାଳୁ କପେ କଫି ପିଇଲେ ମାନସିକ ଅବସାଦ ଦୂର ହୁଏ...

ମେଜର ଧ୍ୟାନଚାନ୍ଦଙ୍କ ନାଁରେ ହେବ କ୍ରୀଡା ବିଶ୍ୱବିଦ୍ୟାଳୟ

ଲକ୍ଷ୍ନୌ.୧୯ ।୮: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମରେ ଅନୁଷ୍ଠିତ ଏକ ଭବ୍ୟ ସମାରୋହରେ ଟୋକିଓ ଅଲିମ୍ପିକ୍ସରେ ପଦକ ହାସଲ କରିଥିବା...

ଲକ୍‌ଡାଉନ୍‌ର ମାସକ ପରେ ଏପରି ସ୍ଥିତି

ନୂଆଦିଲ୍ଲୀ,୨୫।୪: ମାର୍ଚ୍ଚ ୨୪ ତାରିଖ ମଧ୍ୟରାତ୍ରିରେ ଭାରତରେ ଜାରି କରାଯାଇଥିଲା ଲକ୍‌ଡାଉନ୍‌। ସେତେବେଳେ ଦେଶରେ ମାତ୍ର ୫୦୦ ସଂକ୍ରମିତ ଥିବାବେଳେ କୋଭିଡ୍‌-୧୯ରେ ଆକ୍ରାନ୍ତ ହୋଇ ୧୦...

ଭାରତରେ ୨୧ ଧନ କୁବେରଙ୍କ ପାଖରେ ଗଦାଗଦା ଧନ, କରୋନା ମହମାରୀରେ ୧୨୧ ପ୍ରତିଶତ ବଢ଼ିଛି…

ନୂଆଦିଲ୍ଲୀ,୧୬।୧ : ଧନୀ ଏବଂ ଗରିବଙ୍କ ମଧ୍ୟରେ ପାର୍ଥକ୍ୟକୁ ନେଇ ଦୁନିଆରେ ଏକ ଦୀର୍ଘ ବିତର୍କ ଚାଲିଛି। ତେବେ ଭାରତ ପରି ବିକଶିତ ଦେଶରେ ମଧ୍ୟ...

ପୋର୍ଟାଲ ଭୁଶୁଡ଼ିଲା

ନୂଆଦିଲ୍ଲୀ, ୨୯।୪: ଆସନ୍ତା ୧ ତାରିଖରୁ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ପଞ୍ଜୀକରଣରେ ଆରମ୍ଭରୁ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏହି ପର୍ଯ୍ୟାୟରେ ୧୮ରୁ...

କର୍ନାଲରୁ ୪ ଆତଙ୍କବାଦୀ ଗିରଫ, ବହୁ ଅସ୍ତ୍ରଶସ୍ତ୍ର ଜବତ…

କର୍ନାଲ, ୫।୫ : ହରିୟାଣାର କର୍ନାଲ୍‌ରୁ ୪ ଆତାଙ୍କବାଦୀଙ୍କୁ ଗିରଫ କରାଯାଇଛି। ତାଙ୍କ ପାଖରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଏନେଇ ହରିୟାଣା ପୋଲିସ...

ଦିଲ୍ଲୀ ସ୍ଥିତି ଅଣାୟତ: ୩୦୦ରୁ ଅଧିକ ପୋଲିସ ଆହତ, ୨୨ ମାମଲା ରୁଜୁ

ନୂଆଦିଲ୍ଲୀ,୨୭।୧: ରାଜଧାନୀ ଦିଲ୍ଲୀରେ ପୋଲିସ ଏବଂ ଅନ୍ନଦାତା ମୁହାଁମୁହିଁ ହୋଇଛନ୍ତି। ଫଳରେ ସ୍ଥିତି ଅଣାୟତ ହେବାରେ ଲାଗିଛି। ଅନ୍ନଦାତାଙ୍କ ସହିତ ଧସ୍ତାଧସ୍ତିରେ ୩୦୦ରୁ ଅଧିକ ପୋଲିସ...

Advertisement
Archives

Model This Week