ମହାରାଷ୍ଟ୍ରରେ ୬୩, ହରିୟାଣାରେ ୬୫% ମତଦାନ

ମୁମ୍ବାଇ/ଚଣ୍ଡିଗଡ଼,୨୨ା୧୦(ପି.ଟି.): ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ଲାଗି ମତଦାନ ସୋମବାର ସନ୍ଧ୍ୟାରେ ଶେଷ ହୋଇଛି। କାଁଭାଁ ଗଣ୍ଡଗୋଳକୁ ବାଦ୍‌ ଦେଲେ ଭୋଟଗ୍ରହଣ ମୋଟାମୋଟି ଶାନ୍ତିପୂର୍ଣ୍ଣ ଥିଲା। ମହାରାଷ୍ଟ୍ରରେ ୬୩ ପ୍ରତିଶତ ମତଦାନ ହୋଇଥିଲାବେଳେ ହରିୟାଣାରେ ମତଦାନ ହାର ୬୫ ପ୍ରତିଶତ ରହିଛି। ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳ ଭୋଟରଙ୍କ ମଧ୍ୟରେ ଭୋଟଦାନ ଲାଗି ଅଧିକ ଆଗ୍ରହ ଦେଖାଯାଇଥିଲା। ବିଭିନ୍ନ ବୁଥ୍‌ରେ ଭୋଟରମାନଙ୍କ ଲମ୍ବା ଲାଇନ ଲାଗିଥିଲା।
ମହାରାଷ୍ଟ୍ରରେ ସକାଳ ୭ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ମତଦାନ ହୋଇଥିଲାବେଳେ ପ୍ରମୁଖ ନେତାଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ, କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ, ଆରଏସଏସ୍‌ ମୁଖ୍ୟ ମୋହନ ଭାଗବତ, ଏନ୍‌ସିପି ନେତା ଶରଦ ପାଓ୍ବାର, ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକ୍‌ରେ, ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ, ଏମ୍‌ଏନ୍‌ଏସ୍‌ ମୁଖ୍ୟ ରାଜ୍‌ ଠାକ୍‌ରେ ପ୍ରମୁଖ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଥିଲେ। ବଲିଉଡ୍‌ ଅଭିନେତାଙ୍କ ମଧ୍ୟରେ ଶାହରୁଖ ଖାନ୍‌ଙ୍କଠାରୁ ଆରମ୍ଭ କରି ସଲମାନ ଖାନ, କରିନା କପୁର ଖାନ୍‌, ଦୀପିକା ପାଦୁକୋନ, ଆମିର୍‌ ଖାନ, ମାଧୁରୀ ଦୀକ୍ଷିତ ନେନେ,ଲାରା ଦତ୍ତ, ରିତେଶ ଦେଶମୁଖ ଓ ତାଙ୍କ ସ୍ତ୍ରୀ ଜେନେଲିଆ ଭୋଟ ଦେଇଥିଲେ। ମୁମ୍ବାଇର ଏକ ବୁଥ୍‌ ବାହାରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନିଙ୍କ ସହ ୯୩ ବର୍ଷୀୟ ଭୋଟର ଖାନ୍ନା ସାହେବ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ଇରାନି କହିଥିଲେ। ସେହିପରି ପୁଣେର ଜଣେ ୧୦୨ ବର୍ଷୀୟ ଭୋଟର ହସ୍ପିଟାଲରୁ ଭୋଟ ଦେବା ପାଇଁ ଯାଇଥିଲେ।
ବିଭିନ୍ନ ସ୍ଥାନରେ ଇଭିଏମ୍‌ ଓ ଭିଭିପିଏଟି ମେଶିନ୍‌ରେ ତ୍ରୁଟି ନେଇ ବିରୋଧୀ କଂଗ୍ରେସ ପକ୍ଷରୁ ୨୫୦ରୁ ଊର୍ଦ୍ଧ୍ୱ ଅଭିଯୋଗ ନିର୍ବାଚନ ଅଧିକାରୀଙ୍କ ପାଖରେ କରାଯାଇଛି। ରାମଟେକ୍‌ ନିର୍ବାଚନମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀଙ୍କ ସପକ୍ଷରେ ବଟନ ଦବାଇଲେ ଭାଜପା ପ୍ରାର୍ଥୀଙ୍କୁ ଭୋଟ ଯାଉଥିବା ବିରୋଧୀ ଦଳ ପକ୍ଷରୁ ଅଭିଯୋଗ ହୋଇଥିଲା। ଗଡଚିରୋଲି ଜିଲାରେ ନିର୍ବାଚନ ଡ୍ୟୁଟିରେ ଥିବା ଜଣେ ଶିକ୍ଷକ ମୂର୍ଚ୍ଛା ଯିବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ସେହିପରି ପୁଣେରେ ଭୋଟ ଦେବା ପାଇଁ ଧାଡ଼ିରେ ଛିଡ଼ାହୋଇଥିବା ଜଣେ ୬୨ ବର୍ଷୀୟ ଭୋଟର ପଡ଼ିଯିବାରୁ ବ୍ରେନ୍‌ ହାମ୍‌ରେଜ ହୋଇ ତାଙ୍କର ମୃତ୍ୟୁ ଘଟିଥିଲା।
ହରିୟାଣାରେ ମୋଟ ୧୯,୫୭୮ ବୁଥ୍‌ରେ ଭୋଟଗ୍ରହଣ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି। ଏଥିପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟାର ସାଇକେଲ୍‌ରେ ବୁଥ୍‌କୁ ଯାଇ ଭୋଟ ଦେଇଥିଲେ।
ଏହାବ୍ୟତୀତ ସୋମବାର ୧୮ ରାଜ୍ୟର ୫୧ ବିଧାନସଭା ଆସନ ଏବଂ ୨ ଲୋକ ସଭା ଆସନ ଲାଗି ଉପନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ହାରାହାରି ମତଦାନ ହାର ୫୭ ପ୍ରତିଶତ ରହିଛି। କେରଳରେ ପ୍ରବଳ ବର୍ଷା ଯୋଗୁ କେତେକ ବୁଥ୍‌ରେ ପାଣି ପଶିଯାଇଥିଲା। ଉତ୍ତରପ୍ରଦେଶର ୧୧ ଆସନରେ ସର୍ବନିମ୍ନ ୪୭.୦୫ ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଜ୍‌ ଉପରେ ହଠାତ୍‌ ଫାଟିଲା ପାନୀଳ ଜଳ ପାଇପ୍‌, ଆଉ ତା’ ପରେ…

ଗୁଣପୁର,୨୬ା୩(ସଂକେତ ପାତ୍ର): ସ୍ଥାନୀୟ ଗୁଣପୁର-ବିକ୍ରମପୁରକୁ ସଂଯୋଗ କରୁଥିବା ବ୍ରିଜ୍‌ ଉପରେ ଥିବା ପାନୀୟଜଳ ପାଇପ୍‌ ଫାଟିଯାଇ ଅଧିକ ସମୟ ଧରି ପାଣି ବହୁଥିବା ଦେଖାଯାଇଛି। ସୂଚନାନୁସାରେ, କେନ୍ଦ୍ର…

ଯୁଦ୍ଧ ଭିତରେ ଚାଇନା ଯିବେ ଟ୍ରମ୍ପ, ତାରିଖ ଘୋଷଣା କଲା ହ୍ବାଇଟ ହାଉସ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମେ ୧୪ ରୁ ୧୫ ମଧ୍ୟରେ ଚାଇନା ଗସ୍ତ କରିବେ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ସାକ୍ଷାତ…

ଇରାନକୁ ନୂଆ ଧମକ ଦେଲେ ଟ୍ରମ୍ପ, ଇରାନୀ କୋଠରୀ ଭିତରେ ନିବେଦନ କରନ୍ତି କିନ୍ତୁ…

ନୂଆଦିଲ୍ଲୀ,୨୬ା୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଅତ୍ୟନ୍ତ ଆକ୍ରମଣାତ୍ମକ ହୋଇଯାଇଛନ୍ତି। ତାଙ୍କ ପ୍ଲାଟଫର୍ମ, ଟ୍ରୁଥ୍ ସୋସିଆଲରେ, ସେ ଇରାନକୁ ଏକ ନୂତନ ଧମକ ଦେଇଛନ୍ତି। ସେ…

ହୋଟେଲ, ରେଷ୍ଟୁରାଣ୍ଟରେ ବଡ଼ ଧରଣର ଚଢ଼ାଉ

ନୂଆପଡ଼ା,୨୬ା୩ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଘରୋଇ ଏଲ୍‌ପିଜି ସିଲିଣ୍ଡରର କୃତ୍ରିମ ଅଭାବ ଦେଖାଦେଇଥିବା ବେଳେ ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟରେ ଅବୈଧ ବ୍ୟବହାର କରାଯାଉଥିବା ଅଭିଯୋଗ…

ଚୌକା-ଛକାରେ ଝୁମି ଉଠୁଥିବା ଚିୟରଲିଡର୍ସଙ୍କୁ କେତେ ମିଳେ ଦରମା… ଗୋଟିଏ ମ୍ୟାଚର ପାରିଶ୍ରମିକ ସହ ବିଳାସପୂର୍ଣ୍ଣ ସୁବିଧା ପଛର କାହାଣୀ ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୩: ଆଇପିଏଲର ୧୯ତମ ସିଜିନ ୨୮ ମାର୍ଚ୍ଚରୁ ଆରମ୍ଭ ହେଉଛି। ଫାଇନାଲ ମ୍ୟାଚ ୩୧ ମଇରେ ଖେଳାଯିବ। ପଡ଼ିଆରେ ଖେଳାଳିମାନେ ସେମାନଙ୍କ ବିଡ ଏବଂ ଦୌଡ଼ ପାଇଁ…

ଆସନ୍ତାକାଲି ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ, ୫ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ,୨୬ା୩(ଅଜିତ କୁମାର ମହାନ୍ତି):  ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ଭଗବାନ ଆଉ ଭକ୍ତଙ୍କ ମଧ୍ୟରେ ବଢ଼ିବ ଦୂରତା। ୫ ଘଣ୍ଟା ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ। ଚୈତ୍ର…

ହର୍ମୁଜ ବନ୍ଦ ହେଲେ LPG ପାଇଁ ଛଟପଟ ହେବ ସାରା ବିଶ୍ୱ, ଇରାନ ଏହି ରାସ୍ତା ବନ୍ଦ କଲେ କ’ଣ ହେବ? ଜାଣନ୍ତୁ…

ନୂଆଦିଲ୍ଲୀ/ତେହରାନ୍‌,୨୬।୩: ଯେତେବେଳେ ଇରାନ ଆମେରିକା ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ହର୍ମୁଜ ପ୍ରଣାଳୀ ବନ୍ଦ କରିଦେଲା, ସମଗ୍ର ବିଶ୍ୱ ଚିନ୍ତାରେ ପଡ଼ିଗଲା। ପେଟ୍ରୋଲ ପମ୍ପରେ ଧାଡ଼ି ଲାଗିଲା…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri