Posted inଜାତୀୟ

ମହାରାଷ୍ଟ୍ରରେ ସରଗରମ ହେଉଛି ରାଜନୀତି: ରାଜ୍ୟପାଳଙ୍କୁ ଭେଟିବେ କଂଗ୍ରେସ-ଏନ୍‌ସିପି ନେତା

ମୁମ୍ବାଇ,୫।୧୧: ମହାରାଷ୍ଟ୍ର ବିଧାନସଭାକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି। ଗୋଟିଏ ପଟେ ଭାରତୀୟ ଜନତା ପାର୍ଟି(ଭାଜପା) ତା ଜିଦ୍‌ରେ ଅଟଳ ରହିଥିବା ବେଳେ ଅନ୍ୟପଟେ ଶିବସେନା ମଧ୍ୟ ଜିଦ୍‌ରୁ ଓହରିବାକୁ ପ୍ରସ୍ତୁତ ନୁହେଁ। ଏପରି ପରିସ୍ଥିତିରେ ନୂଆ ସରକାର ଗଠନକୁ ନେଇ ଚାଲିଛି ମନ୍ଥନ। ଶିବସେନା ଏନ୍‌ସିପି ଓ କଂଗ୍ରେସକୁ ନେଇ ସରକାର ଗଠନ କରିବାକୁ ଚାହୁଁଥିବା ବେଳେ ଏମାନେ କିନ୍ତୁ ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିଥିବା ଦେଖାଯାଇଛି। ସୋମବାର ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଥିଲେ। ଏହାପରେ ସେ କିନ୍ତୁ ସରକାର ଗଠନକୁ ନେଇ କିଛି ପ୍ରକାଶ କରି ନ ଥିଲେ। ସବୁ ତଥ୍ୟ ଯେମିତି କୋଲ୍ଡ ଷ୍ଟୋରରେ ରହିଯାଉଛି ଆଉ କୌଣସି ତଥ୍ୟ ସମାଧାନ ହୋଇ ପାରୁ ନାହିଁ। ମଙ୍ଗଳବାର ଏନ୍‌ସିପି ଓ ଏହାର ସହଯୋଗୀ କଂଗ୍ରେସ ଦଳ ରାଜ୍ୟପାଳଙ୍କୁ ଭେଟିବେ ବୋଲି କୁହାଯାଉଛି। ଏହାପରେ ସେମାନେ ଶିବସେନାକୁ ସମର୍ଥନ ଦେବେ କି ନା ତା’ ଉପରେ ସମସ୍ତଙ୍କ ନଜର। କାରଣ ସୋମବାର ଏହାକୁ ନେଇ ଦୁଇ ଦଳ ମଧ୍ୟରେ ଆଲୋଚନା ହୋଇଥିଲେ ବି କୌଣସି ତଥ୍ୟ ବାହାରକୁ ଆସିନାହିଁ। କୁହାଯାଉଛି କି ଏନ୍‌ସିପି ସିଧାସିଧା ଶିବସେନାକୁ ସହଯୋଗ କରିବ ଓ କଂଗ୍ରେସ ବାହାରେ ରହି ଏହାକୁ ସମର୍ଥନ କରିବ। ହେଲେ ଏହା କେତେଦୂର ଠିକ୍‌ ତାହା ଦିନେ ୨ ଦିନ ମଧ୍ୟରେ ଜଣାପଡିବ ବୋଲି ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଇଖାନା ଟାଙ୍କିରେ ପଡ଼ି ଚାଲିଗଲା ୩ ଜୀବନ

ଗୁଣପୁର,୯ା୯(ସଙ୍କେତ ପାତ୍ର/ସୁଜାତା ପାଢ଼ୀ): ରାଗୟଡ଼ା ଜିଲା ପଦ୍ମପୁର ଥାନା ଗୁଲୁଗୁଡ଼ାର ତାରପାଗୁଡ଼ାରେ ଘଟିଛି ଅଘଟଣ। ପାଇଖାନା ଟାଙ୍କିକୁ ଜଣଙ୍କ ପରେ ଜଣେ ଓହ୍ଲାଇ ତିନି ଜଣ ଶାସରୁଦ୍ଧ…

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ହାଇକୋର୍ଟରେ ସ୍ତ୍ରୀ ବିଦ୍ୟାଭାରତୀଙ୍କ ଆବେଦନ ଖାରଜ, ହୋଇପାରନ୍ତି ଗିରଫ

ପାରଳାଖେମୁଣ୍ଡି,୯ା୯: ଗଜପତି ଜିଲା ପାରଳାଖେମୁଣ୍ଡିର ସହକାରୀ ବନ ସଂରକ୍ଷକ (ACF) ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ତାଙ୍କ ସ୍ତ୍ରୀ ବିଦ୍ୟାଭାରତୀ ପଣ୍ଡାଙ୍କ ପାଇଁ ଆଇନଗତ ଅଡ଼ୁଆ…

ନବଜାତ ଶିଶୁଙ୍କୁ ସୁନାମୁଦି ଦେବେନି ବିଜୟ? ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୯।୯: ତାମିଲନାଡୁରେ କ୍ଷମତା ସମ୍ଭାଳିବା ପରେ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ନବଜାତ ଶିଶୁମାନଙ୍କୁ ସୁନା ମୁଦି ପ୍ରଦାନ କରିବା ସମ୍ପର୍କିତ ଚର୍ଚ୍ଚିତ ଯୋଜନାର ଶୁଭାରମ୍ଭ ବର୍ତ୍ତମାନ…

ଧାନ କାଟିବାକୁ ଯାଇଥିବା ନାବାଳିକାଙ୍କୁ ବଳାତ୍କାର, ଜଣେ ନାବାଳକଙ୍କୁ ଅଟକ ରଖି…

ବଞ୍ଚୋ,୯ା୯(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଥାନା ଅଞ୍ଚଳର ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗରେ ଜଣେ ୧୭ ବର୍ଷ ୧୦ ମାସ ବୟସର ନାବାଳକଙ୍କୁ ପୋଲିସ…

ଘର ଆଗରୁ ବାଇକ୍‌ ଚୋରି କରି ନେଇଗଲେ ଦୁର୍ବୃତ୍ତ

ଦିଗପହଣ୍ଡି,୯ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ରାଜନଗର ମେନ୍‌ରୋଡ୍‌ରେ ଥିବା ଏ. ମୁନା ଦୋରାଙ୍କ ଘର ସମ୍ମୁଖରୁ କେହି ଦୁର୍ବୃତ୍ତ ତାଙ୍କ ବାଇକ୍‌କୁ ଚୋରି କରି…

ପାଖେଇ ଆସିଲାଣି ଗଣେଶ ପୂଜା, ମୂର୍ତ୍ତି ନିର୍ମାଣରେ ବ୍ୟସ୍ତ କାରିଗର

ରିଷିଡ଼ା,୯ା୯(ସୁଶାନ୍ତ ମଲ୍ଲିକ): ଗଣେଶ ପୂଜା ଉପଲକ୍ଷେ କଳାହାଣ୍ଡି ଜିଲା ଉତ୍ସବ ମୁଖର ହୋଇଉଠିଛି। ବିଶେଷକରି କର୍ଲାମୁଣ୍ତା ବ୍ଲକ ରିଷିଡ଼ା ଅଞ୍ଚଳର ମୂର୍ତ୍ତି କାରିଗରମାନେ ମାଟି ମୂର୍ତ୍ତି ନିର୍ମାଣରେ…

ଗଣେଶ ପୂଜାରେ ୫ ରାଶିଙ୍କ ଫିଟିବ ଭାଗ୍ୟ; ଅଚାନକ ମିଳିବ ଧନ, କଟିଯିବ ସବୁ ବିପଦ…

ଗଣେଶ ଚତୁର୍ଥୀ ଅବସରରେ ଶୁଭ ସଂଯୋଗ ସୃଷ୍ଟି ହେଉଛି। ଏହି ଦିନ ମାତା ପାର୍ୱତୀଙ୍କ ପୂଜା ପାଇଁ ହରତାଳିକା ତୀଜ ବ୍ରତ ରହିଛି। ଶିବଙ୍କ ପୂଜା ପାଇଁ…

ମଧ୍ୟବିତ୍ତଙ୍କ ପାଇଁ ଖୁସି ଖବର, ସରକାର ଦେବେ ସବସିଡିଯୁକ୍ତ ଶସ୍ତା ଭଡ଼ା ଘର; ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍‌ଲୀ,୯।୯: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ ୨.୦ (PMAY-U 2.0) ଅଧୀନରେ ମୋଦୀ ସରକାର ସହରରେ ରହୁଥିବା ଗରିବ ତଥା ସ୍ୱଳ୍ପ ଆୟକାରୀ ପରିବାରଗୁଡ଼ିକୁ ଦୃଷ୍ଟିରେ ରଖି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri