Posted inଜାତୀୟ

ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ପାଇଁ ଷଡଯନ୍ତ୍ର କରୁଛି ଭାଜପା: ଶିବସେନା

ମୁମ୍ବାଇ,୧୧।୧୧: ମହାରାଷ୍ଟ୍ର ବିଧାନସଭାକୁ ନେଇ ଏବେ ସବୁଠି ଚର୍ଚ୍ଚା। କୌଣସି ଦଳ ନିକଟରେ ସଂଖ୍ୟା ଗରିଷ୍ଠତା ନ ଥିବା ବେଳେ କିଛି ଦଳ ମେଣ୍ଟରେ ହିଁ ସରକାର ଗଠନ କରାଯିବ। ପ୍ରଥମେ ଭାଜପା ଓ ଶିବସେନା ମଧ୍ୟରେ ମେଣ୍ଟ ହୋଇ ସରକାର ଗଠନ ହେବାକୁ ଧାର୍ଯ୍ୟ ହୋଇଥିବା ବେଳେ ବାଡ ସାଜିଲା ୫୦-୫୦ ଫର୍ମୁଲା। ତେଣୁ ଭାଜପା ଶେଷରେ ସରକାର ଗଠନ କରିବାକୁ ମନା କରିଦେଲା। ଏବେ କିନ୍ତୁ ଶିବସେନା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରେ ବସିବାର ଜିଦ୍‌ରେ ଏନ୍‌ସିପି ଓ କଗ୍ରେସ ସହ ମେଣ୍ଟ କରି ସରକାର ଗଠନ କରିବ ବୋଲି କୁହାଯାଉଛି। ଆଉ ଭାଜପା ଓ୍ବେଟ୍‌ ଆଣ୍ଡ ଓ୍ବାଚ ସ୍ଥିତିରେ ରହିଛି। କିନ୍ତୁ ଏହାକୁ ନେଇ ଶିବସେନା ପୁଣି ଭାଜପା ଉପରେ ବର୍ଷିଛି। ଭାଜପା ସରକାର ଗଠନ କରିବାକୁ ମନା କରିବା ପରେ ରାଜ୍ୟପାଳ ଏବେ ଦ୍ୱିତୀୟ ବହୁମତ ଦଳ ଭାବେ ଶିବସେନାକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଛନ୍ତି। କିନ୍ତୁ ଏବେ ଶିବସେନା ଅଭିଯୋଗ କରିଛି କି ଭାଜପାକୁ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ୭୨ ଘଣ୍ଟା ସମୟ ମିଳିଥିବା ବେଳେ ତାକୁ କମ୍‌ ସମୟ ମିଳିଛି। ଯଦି ତାକୁ ଅଧିକ ସମୟ ମିଳି ଥାଆନ୍ତା ତେବେ ଭଲ ହୋଇ ଥାଆନ୍ତା। ଶିବସେନା ନେତା ସଞ୍ଜୟ ରଉତ କହିଛନ୍ତି ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରିବାକୁ ଏହା ଭାଜପାର ଷଡଯନ୍ତ୍ର।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ବିପକ୍ଷରେ ଭାରତର ବିଜୟ: ଅମିତ ଶାହ କହିଲେ, ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ୍‌

ନୂଆଦିଲ୍ଲୀ, ୧୭।୬: ବିଶ୍ୱକପର ଏକ ହେଭିଓ୍ବେଟ ମୁକାବିଲାରେ ଭାରତ ୮୯ ରନରେ ପାକିସ୍ତାନକୁ ପରାସ୍ତ କରିଛି। ଏହି ମହାବିଜୟ ପରେ ଭାରତକୁ ଶୁଭେଚ୍ଛା ଜଣାଇଛନ୍ତି ବହୁ...

ହତ୍ୟାରେ ସାପର ବ୍ୟବହାର ଟ୍ରେଣ୍ଡ ପାଲଟିଛି

ନୂଆଦିଲ୍ଲୀ,୭।୧୦: ସାପ ଧରାଳିଙ୍କ ଠାରୁ ବିଷାକ୍ତ ସାପ କିଣି ଲୋକଙ୍କୁ ହତ୍ୟା କରିବା ଏବେ ଟ୍ରେଣ୍ଡ ପାଲଟିଛି। ଏହା ରାଜସ୍ଥାନରେ ସାଧାରଣ କଥା ପାଲଟିଗଲାଣି। ସାପ...

ଶାହଙ୍କ ପାଇଁ ନୂଆ ଯୁଗ ଦେଖୁଛି ଜମ୍ମୁ-କଶ୍ମୀର

ନୂଆଦିଲ୍ଲୀ,୧୨।୧୦: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ପାଇଁ ଜମ୍ମୁ-କଶ୍ମୀରରେ ନୂଆ ଯୁଗ ଆରମ୍ଭ ହୋଇଛି। ମଙ୍ଗଳବାର ଏଭଳି ଟିପ୍ପଣି ଦେଇଛନ୍ତି ମାନବାଧିକାର ମୁଖ୍ୟ ଅରୁଣ...

ମରଣ ମୁହଁରୁ ବର୍ତ୍ତିଲେ ବାଳକ

ସୁରଟ,୨୩।୮: ରଖିଲେ ହରି ମାରିବ କିଏ। ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗୁଜରାଟର ସୁରଟରେ। ଜଣେ ୭ବର୍ଷର ବାଳକ ଉପରେ କାର୍‌ ମାଡିଯାଇଥିଲା।...

ସ୍ମୃତି ଇରାନୀଙ୍କ ନିକଟତମ ସହଯୋଗୀଙ୍କୁ ଗୁଳି କରି ହତ୍ୟା

ଅମେଠି,୨୬।୫: ସ୍ମୃତି ଇରାନୀଙ୍କ ନିକଟତମ ସହଯୋଗୀ ସୁରେନ୍ଦ୍ର ସିଂଙ୍କୁ ଗୁଳିକରି ହତ୍ୟା କରାଯାଇଛି। ସୁରେନ୍ଦ୍ର ସ୍ଥାନୀୟ ବରୌଲିଆ ଗାଁର ପୂର୍ବତନ ମୁଖିଆ ଥିଲେ। ସୁରେନ୍ଦ୍ରଙ୍କୁ ଚିକିତ୍ସା...

ହସାଇଲା ଜୋମାଟୋ

ନୂଆଦିଲ୍ଲୀ,୯।୭: ଫୁଡ୍‌ ଡେଲିଭରି ଆପ୍‌ ଜୋମାଟୋ ନିକଟରେ ଏମିତି ଏକ ମଜାଳିଆ ଟୁଇଟ୍‌ କରିଛି ଯାହାକୁ ପଢି ଲୋକେ ଏହାର ମଜା ଉଠାଉଛନ୍ତି। କେହି କେହି...

ଜେଟଲୀଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରିବ ଭାଜପା

ନୂଆଦିଲ୍ଲୀ,୯।୯: ଭାଜପା ପକ୍ଷରୁ ମଙ୍ଗଳବାର ଅରୁଣ ଜେଟଲୀଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯିବ। ଜବାହରଲାଲ ନେହେରୁ ଷ୍ଟାଡିୟମର ଓ୍ବେଟ୍‌ ଲିଫଟିଙ୍ଗ ହଲ୍‌ରେ ଏହାର...

କେଜରିଓ୍ବାଲଙ୍କ ଶପଥ ଗ୍ରହଣ ଉତ୍ସବରେ ଶିକ୍ଷକଙ୍କ ଯୋଗଦାନକୁ ନେଇ ଉଠିଲା ବିବାଦ

ନୂଆଦିଲ୍ଲୀ,୧୫।୨: ଆମ ଆଦମୀ ପାର୍ଟି(ଏଏପି) ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ରବିବାର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଏହି ଉତ୍ସବରେ ଯୋଗ ଦେବାକୁ କୌଣସି...

Advertisement


Archives

Model This Week