ମହାବୀର ମୃତ୍ୟୁର କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା

ଭୁବନେଶ୍ୱର, ୨୧ା୧୨(ବ୍ୟୁରୋ): ଆନ୍ତଃ ରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକଳ୍ପ ବନ୍ଦ ହେଲା। ଏବେ ‘ସୁନ୍ଦରୀ’ ନିଜ ଘରକୁ ଫେରିଯିବ। କିନ୍ତୁ ଏହା ଭିତରେ ଅନେକ ପ୍ରଶ୍ନ ଅସମାହିତ ରହିଗଲା। କାହା ଯୋଗୁ ୨ଟି ବାଘ ମହାବୀର ଓ ସୁନ୍ଦରୀ ଏତେ କଷ୍ଟ ପାଇଲେ। ମହାବୀର ସିନା ମରିଗଲା, ହେଲେ ସୁନ୍ଦରୀ ମଧ୍ୟ କିଛି କମ୍‌ କଷ୍ଟ ପାଇ ନାହିଁ। ଓଡ଼ିଶାର ଅପାରଗ ବନ ଅଧିକାରୀଙ୍କ ପାଇଁ ମହାବୀରର ମୃତ୍ୟୁ ହେଲା। ମହାବୀର ମଲା ପରେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ମୁଣ୍ଡିଆଳମାନେ କହିଥିଲେ, ଶିକାର ହୋଇନି କି ଅବହେଳା ହୋଇନି। କିନ୍ତୁ ସେତେବେଳେ ସେହି କଥାକୁ ବିଶେଷଜ୍ଞମାନେ ଖାରଜ କରିଥିଲେ ଏବଂ ସମ୍ପୃକ୍ତ ଅଧିକାରୀମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଜାତୀୟ ବ୍ୟାଘ ସଂରକ୍ଷଣ କର୍ତ୍ତୃପକ୍ଷ (ଏନ୍‌ଟିସିଏ)ଙ୍କୁ ଅନୁରୋଧ କରିଥିଲେ। ହେଲେ ବନ ବିଭାଗର ବଡ଼ ବଡ଼ ଅଧିକାରୀମାନେ ସେତେବେଳେ ସେହି ରିପୋର୍ଟକୁ ଚାପିଦେଲେ। ମହାବୀରକୁ ଯେ ହତ୍ୟା କରାଯାଇଛି ଏହା ପୁଣି ଥରେ ଏନ୍‌ଟିସିଏର ଚିଠିରୁ ବାରି ହୋଇପଡୁଛି। ମଧ୍ୟପ୍ରଦେଶରୁ ବାଘକୁ ଆଣି ଜଙ୍ଗଲରେ ଛାଡ଼ି ଯେତିକି ବାହାବା ସାଉଁଣ୍ଟିଥିଲେ ରାଜ୍ୟ ସରକାର, ତା’ର ଅସଲ ମୁଖାକୁ ଏବେ ଖୋଲିଦେଇଛି ଏନ୍‌ଟିସିଏ। ଯୋଜନା ଯେଉଁଭଳି ଭାବେ କରାଯାଇଥିଲା, ବାସ୍ତବତାରେ ତା’ର ସଫଳ ରୂପାୟନ ହୋଇପାରିଲା ନାହିଁ। ସୂଚନାଯୋଗ୍ୟ, ଝିଙ୍କକାଠି ଖାଇ ମହାବୀରର ମୃତ୍ୟୁ ହୋଇଥିଲା ବୋଲି କହି ଶିକାର ଘଟଣାକୁ ଘୋଡ଼େଇବା ପାଇଁ ଯେଉଁ ଅଧିକାରୀ ପ୍ରୟାସ କରିଥିଲେ, ବନ ବିଭାଗ ତାଙ୍କୁ ପଦୋନ୍ନତି ଦେଇ ପୁରସ୍କୃତ କରିଛନ୍ତି।
ସେହିପରି ସୁନ୍ଦରୀ କ୍ଷେତ୍ରରେ ଏନ୍‌ଟିସିଏର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁର ଆଦୌ ପାଳନ କରାଯାଇ ନ ଥିଲା। ସୁନ୍ଦରୀ ପ୍ରକୃତରେ ମଣିଷ ମାରିଥିଲା କି ନାହିଁ ତାହା ପରୀକ୍ଷା ନ କରି ତାକୁ ବାନ୍ଧି ଏକ ଛୋଟ ଅଞ୍ଚଳରେ ଆବଦ୍ଧ କରି ରଖାଗଲା। ଏପରି କି ଅଭିଜ୍ଞତା ସମ୍ପନ୍ନ ଟ୍ରାଙ୍କୁଲାଇଜର ବିଶେଷଜ୍ଞଙ୍କ ହାତରେ ମହାବଳ ବାଘକୁ ଟ୍ରାଙ୍କୁଲାଇଜ୍‌ କରିବା ପାଇଁ ଲିଖିତ ଗାଇଡ଼ଲାଇନ ରହିଥିଲେ ମଧ୍ୟ ଜଣେ ଅନଭିଜ୍ଞ ଏବଂ ଜୀବନରେ ପ୍ରଥମ କରି ବନ୍ଧୁକ ଧରିଥିବା ଭେଟେରିନାରୀ ଡାକ୍ତରଙ୍କ ହାତରେ ଏହି କାମ କରାଗଲା। ଫଳରେ ସୁନ୍ଦରୀ ମେରୁଦଣ୍ଡରେ ଆଘାତ ଲାଗିଥିଲା ବୋଲି ପୂର୍ବରୁ ବହୁ ଚର୍ଚ୍ଚା ମଧ୍ୟ ହୋଇଥିଲା।
ଏହି ଘଟଣାରେ ରାଜ୍ୟର ବନ୍ୟପ୍ରାଣୀ ପ୍ରେମୀମାନେ ମର୍ମାହତ। ଖୋର୍ଦ୍ଧା ଜିଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, ଏନ୍‌ଟିସିଏର ଚିଠି ରାଜ୍ୟ ବନ ବିଭାଗର ମୁଣ୍ଡିଆଳମାନଙ୍କ ମୁଖା ଖୋଲି ଦେଇଛି। ଏହି ଘଟଣାରେ ଆଉ ଗାର୍ଡ କିମ୍ବା ଫରେଷ୍ଟରଙ୍କ ଭଳି ତଳିଆ କର୍ମଚାରୀଙ୍କ ଉପରେ ଦୋଷ ଲଦି ବଡ଼ ଅଧିକାରୀମାନେ ଖସି ପାରିବେ ନାହିଁ। କାରଣ ଗୋଟିଏ ସ୍କିମରେ ଆସିଥିବା ଟଙ୍କାକୁ ଅନ୍ୟତ୍ର ଖର୍ଚ୍ଚ କରିବା ଯାହା କି ଏନ୍‌ଟିସିଏ ରିପୋର୍ଟରେ ଉଲ୍ଲେଖ ରହିଛି ତାହା ଗାର୍ଡ ବା ଫରେଷ୍ଟରଙ୍କ କାମ ନୁହେଁ। ଏବେ ମୁଣ୍ଡିଆଳମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାର ସମୟ ଆସିଛି। ଯେଉଁ ବନ ଅଧିକାରୀମାନେ ଏହି କାର୍ଯ୍ୟ ପରିଚାଳନା କରୁଥିଲେ ସେମାନଙ୍କ ବିରୋଧରେ ରାଜ୍ୟ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଉଚିତ ବୋଲି ଶୁଭେନ୍ଦୁ ପ୍ରକାଶ କରିଛନ୍ତି। ସେପଟେ ଏନ୍‌ଟିସିଏର ଚିଠି ପାଇବା ପରେ ମଧ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକ୍ରିୟା ପ୍ରକଳ୍ପ ବିଫଳ ହୋଇଛି ବୋଲି ମାନିବାକୁ ନାରାଜ ବନ ବିଭାଗ। ପିସିସିଏଫ୍‌ ହରିଶଙ୍କର ଉପାଧ୍ୟାୟ କହିଛନ୍ତି, ବ୍ୟାଘ୍ର ପ୍ରକଳ୍ପ ବିଫଳ ହେବା କହିବା ଠିକ୍‌ ନୁହେଁ। କାରଣ ସ୍ଥାନୀୟ ଲୋକଙ୍କ ଆନ୍ଦୋଳନ ଯୋଗୁ ଅସୁବିଧା ସୃଷ୍ଟି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri