Posted inପୁରୀ

ମହାପ୍ରସାଦର ହୋମ୍‌ ଡେଲିଭରି ହେଉ

କଟକ ଅଫିସ,୩୦ା୫-ଲକ୍‌ଡାଉନ୍‌ ଯୋଗୁ ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲାଗିଛି। ମହାପ୍ରସାଦ ବିକ୍ରି ମଧ୍ୟ ବନ୍ଦ ରହିଛି। ତେବେ ମହାପ୍ରସାଦର ହୋମ୍‌ ଡେଲିଭରି ବ୍ୟବସ୍ଥା କରିବା ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକଙ୍କୁ ନିର୍ଦ୍ଦେଶ ଦେବାକୁ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ପୁରୀ ନିବାସୀ ବିଭୁଦତ୍ତ ପଟ୍ଟନାୟକ, ଭବାନୀ ଶଙ୍କର ଆଚାର୍ଯ୍ୟ ଓ ବିଶ୍ୱଜିତ ପଣ୍ଡା ଏହି ମାମଲା କରିଛନ୍ତି।
ସେମାନେ ଦର୍ଶାଇଛନ୍ତି ଯେ, ଲକ୍‌ଡାଉନ୍‌ ପର୍ଯ୍ୟାୟରେ ବର୍ତ୍ତମାନ ପାର୍ସଲ ଦେବା ପାଇଁ ରେଷ୍ଟୁରାଣ୍ଟ ଓ ହୋଟେଲ୍‌ଗୁଡ଼ିକୁ ଅନୁମତି ମିଳିଛି। ବିଭିନ୍ନ ସଂସ୍ଥା ଜରିଆରେ ମଦ ହୋମ୍‌ ଡେଲିଭରି ପାଇଁ ଅବକାରୀ କମିଶନର ଅନୁମତି ଦେଇଛନ୍ତି। ଅନ୍ୟପକ୍ଷରେ ବ୍ରତ, ନିର୍ବନ୍ଧ, ଦଶାହ, ଶ୍ରାଦ୍ଧ ଓ ଅନ୍ୟ କାର୍ଯ୍ୟ ପାଇଁ ଶ୍ରୀମନ୍ଦିରର ମହାପ୍ରସାଦ ଆବଶ୍ୟକ ପଡୁଛି। ସୀମିତ ସଂଖ୍ୟକ ଲୋକଙ୍କୁ ନେଇ ବିବାହ ଓ ଶୁଦ୍ଧକାର୍ଯ୍ୟ ପାଇଁ ସରକାର ଅନୁମତି ଦେଇଥିବା ବେଳେ ସେମାନେ ମହାପ୍ରସାଦ ନ ପାଇ ହଇରାଣ ହେଉଛନ୍ତି। ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁଯାୟୀ, ଶ୍ରୀମନ୍ଦିରରେ ମହାପ୍ରସାଦ ରୋଷେଇ ହୋଇପାରିବ। ଭକ୍ତଙ୍କୁ ମହାପ୍ରସାଦ ଯୋଗାଇଦେଇ ସେମାନଙ୍କ ଧାର୍ମିକ ବିଶ୍ୱାସକୁ ସୁରକ୍ଷା ଦେବା ସରକାରଙ୍କ କର୍ତ୍ତବ୍ୟ। ତେଣୁ ଏହାର ହୋମ୍‌ ଡେଲିଭରି ପାଇଁ ଅନୁମତି ଦିଆଯାଇପାରିବ। ଭକ୍ତମାନେ ଆଗୁଆ ଅର୍ଡର ଦେଲେ ତଦନୁଯାୟୀ ମହାପ୍ରସାଦ ପ୍ରସ୍ତୁତ ହେବ। ଉଭୟ ଅବଢ଼ା ଓ ଶୁଖିଲା ଭୋଗ ଯୋଗାଇବା ପାଇଁ ଏହି ଅନୁମତି ଦେବାକୁ ନିବେଦନ କରାଯାଇଛି। ଏହି ମାମଲାରେ ରାଜ୍ୟ ସରକାର, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପୁରୀ ଜିଳାପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ସକାଳୁ ଶ୍ରୀମନ୍ଦିରରେ ପଡିଲା ରକ୍ତ ଛିଟା, ବନ୍ଦ ହେଲା ଜଗା ଦର୍ଶନ

ପୁରୀ, ୧୭।୪(ଅଜିତ୍ କୁମାର ମହାନ୍ତି): ଶୁକ୍ରବାର ସକାଳେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ବଡ଼ ମହାସ୍ନାନ ଅନୁଷ୍ଠିତ ହୋଇଛି । ଶ୍ରୀମନ୍ଦିର ଭିତର କାଠ ନିକଟରେ ରକ୍ତ ପଡ଼ିଥିବା କାରଣରୁ…

ଶ୍ରୀମନ୍ଦିର ଭିତର ଫଟୋ ଉଠାଇ ଧରାପଡ଼ିଲେ ନାବାଳିକା

ପୁରୀ,୧୭ା୪(ଅଜିତ୍‌ କୁମାର ମହାନ୍ତି):ପୁଣି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ଗୁରୁବାର ଶ୍ରୀମନ୍ଦିର ଭିତରେ ମୋବାଇଲ ଫୋନ୍‌ ଦ୍ୱାରା ଭିଡିଓ ଏବଂ ଫଟୋ ଉତ୍ତୋଳନ କରୁଥିବାବେଳେ…

ଗାଁ ଗାଁରେ ବଢୁଛି କୋଚିଙ୍ଗ ସେଣ୍ଟର: ସରକାରୀ ନିୟମକୁ ଫୁ’

କୃଷ୍ଣପ୍ରସାଦ,୧୬।୪(କୈଳାଶ ଚନ୍ଦ୍ର ପଟ୍ଟନାୟକ): ଶିକ୍ଷାର ବିକାଶ ପାଇଁ ସରକାର ତତ୍ପର ହୋଇ ଉଠିଛନ୍ତି। ଆଧୁନିକ ଶିକ୍ଷାର ଉନ୍ନତୀକରଣ ପାଇଁ ସର୍ବଭାରତୀୟସ୍ତରରେ ଆରମ୍ଭ ହୋଇଛି ଉଦ୍ୟମ। ଏଥିପାଇଁ ଚଳିତବର୍ଷ…

ଏଆରଏସଏସ ରାସ୍ତା କାମରେ ଠକେଇ: ଉଠିଯାଉଛି ପିଚୁ

କୃଷ୍ଣପ୍ରସାଦ,୧୬।୪(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକର ଗଞ୍ଜାମ ଜିଲା ସୀମାଠାରୁ କୃଷ୍ଣପ୍ରସାଦ ଗଡ଼ ଯାଏ ପକ୍କା ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି। ୨୩ କୋଟି…

ଆଇନମନ୍ତ୍ରୀଙ୍କ ଘୋଷଣା, ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାରେ ହେବ ବଡ଼ ପରିବର୍ତ୍ତନ

ଭୁବନେଶ୍ବର,୧୫।୪: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନେଇ ବଡ଼ ଘୋଷଣା କଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ବଦଳିବ ଦର୍ଶନ ବ୍ୟବସ୍ଥା । ଖୁବଶୀଘ୍ର ସ୍ଲଟ ବୁକିଂ ମାଧ୍ୟମରେ…

୨୨ ହାତ ଖାଇ ଦଣ୍ଡରୁ ଝୁଲିଲେ ପାଟୁଆ: କଣ୍ଟା ଫୁଟାଇଥିଲେ ମଧ୍ୟ ବାହାରୁ ନଥିଲା ରକ୍ତ

ସାକ୍ଷୀଗୋପାଳ,୧୪।୪(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସାକ୍ଷୀଗୋପାଳ ନିକଟବର୍ତ୍ତୀ ଭୀମପୁର ଓ ଦାଶବିଦ୍ୟାଧରପୁର ଗ୍ରମାରେ ପ୍ରସିଦ୍ଧ ଖାଇଫୋଡ ଯାତ୍ରା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ମାନସିକ ପୂରଣ…

ହନୁମାନ ଦେଖି ଭୟରେ ଦୌଡ଼ୁଥିଲେ ଶୁଭଙ୍କର: ବିଦ୍ୟୁତ ସବ୍‌ଷ୍ଟେଶନରେ ଘଟିଲା ଅଘଟଣ

କୃଷ୍ଣପ୍ରସାଦ,୧୨।୪(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଭାବିନିପୁର ଗ୍ରାମରେ ଯାତ୍ରା ଦେଖିବାବେଳେ ଘଟିଛି ଏକ ଅଭାବନୀୟ ଘଟଣା। ଯାତ୍ରାର ହନୁମାନକୁ ଦେଖି ପାରଳା ଗ୍ରାମର…

ସରିଲା ବାହାର ରତ୍ନଭଣ୍ଡାର ଗଣତି: ଜାଣନ୍ତୁ କେତେ କ’ଣ ଅଛି

ପୁରୀ,୧୨ା୪ (ଅଜିତ୍‌ କୁମାର ମହାନ୍ତି):ପୁରୀ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର ଅଳଙ୍କାର ଗଣତି ଶନିବାର ଦ୍ୱିତୀୟ ପର୍ଯ୍ୟାୟର ୪ର୍ଥ ଦିନରେ ଶେଷହୋଇଛି । ୧୯୭୮ ମସିହା ତାଲିକା ଅନୁସାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri