ମହାପ୍ରଭୁଙ୍କ ପାଇଁ ଆସିଲା ପୋଢୁଆଁ ଭାର

ପୁରୀ ଅଫିସ, ୧୯ା୧୧: ବୁଧବାର ପ୍ରଥମାଷ୍ଟମୀ। ପୋଢୁଆଁ ହେବେ ମହାପ୍ରଭୁ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ଅନ୍ୟପକ୍ଷେ ମଙ୍ଗଳବାର ସନ୍ଧ୍ୟାରେ ନିଆଳି ମାଧବ ମନ୍ଦିରରୁ ଆସିଛି ପୋଢୁଆଁ ଭାର। ତେବେ ଏହାକୁ ନେଇ ଏବେ ଦ୍ୱିମତ ପ୍ରକାଶ ପାଇଛି। ମହାପ୍ରଭୁଙ୍କ ମାମୁଘର ନିଆଳି ମାଧବାନନ୍ଦ ଜୀଉ ବୋଲି ଦର୍ଶାଯାଇ ସେଠାରୁ ଏହି ଭାର ଆସିଥିବାବେଳେ ଶ୍ରୀମନ୍ଦିର ପ୍ରଶାସନ କିନ୍ତୁ ଏହାକୁ ଭକ୍ତଙ୍କ ଦାନ ଆକାରରେ ଗ୍ରହଣ କରିଛି। ଫଳରେ ମହାପ୍ରଭୁଙ୍କ ମାମୁଘରକୁ ନେଇ ପୁଣି ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି।

ନିଆଳି ମାଧବ ମନ୍ଦିର ସେବାୟତ ତ୍ରିଲୋଚନ ପୁଷ୍ପାଳକ, ଅଶୋକ ପୁଷ୍ପାଳକ ଓ ସରୋଜ ନାୟକଙ୍କ ନେତୃତ୍ୱରେ ଗବେଷକ ଧୃତିଧର ଦାଶ, ଅରୁଣ ଆଚାର୍ଯ୍ୟ, ଆର୍ତ୍ତତ୍ରାଣ ପତି, ଶଶିଭୂଷଣ ପରିଡ଼ା, ବିଦ୍ୟାଧର ରାଉତ, ନ୍ୟାୟବ୍ରତ ରାଉତଙ୍କ ପରିଚାଳନାରେ ମଙ୍ଗଳବାର ଏକ ଶୋଭାଯାତ୍ରାରେ ନିଆଳିର ମାଧବ ମନ୍ଦିରରୁ ଏହି ଭାର ଅଣାଯାଇଛି। ଶୋଭାଯାତ୍ରାରେ ସଂକୀର୍ତ୍ତନ ଦଳ, ରାଧାକୃଷ୍ଣ ନୃତ୍ୟ ଦଳ, ରାସ ଦଳ, ଗବେଷକ, ପ୍ରବଚକ, ଜଗତ୍‌ସିଂହପୁରସ୍ଥିତ ଶ୍ରୀଜଗନ୍ନାଥ ଚେତନା ସୁରକ୍ଷା ପରିଷଦ, ନିଆଳି ମାଧବଜୀଉ ବିକାଶ ପରିଷଦ, ମାଧବାନନ୍ଦ ଜୀଉ ଟ୍ରଷ୍ଟ ବୋର୍ଡର ଶତାଧିକ ଭକ୍ତ ସାମିଲ ଥିଲେ। ଗୁଣ୍ଡିଚା ମନ୍ଦିର ନିକଟରେ ଏମାନେ ପହଞ୍ଚିବା ପରେ ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଏବଂ ଶ୍ରୀଜଗନ୍ନାଥ ଧର୍ମ ସଂସ୍କତି ସୁରକ୍ଷା ସଙ୍ଗଠନ ଓଡ଼ିଶା ରାଜ୍ୟ ସଭାପତି ବଦ୍ରି ମିଶ୍ର ଏମାନଙ୍କୁ ସ୍ବାଗତ କରିଥିଲେ। ତେବେ ଏହି ଭାର ସମ୍ପର୍କରେ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ କହିଛନ୍ତି, ନିଆଳି ମାଧବ ମନ୍ଦିର ମହାପ୍ରଭୁଙ୍କ ମାମୁଘର ବୋଲି ଦର୍ଶାଯାଇ ପ୍ରଥମାଷ୍ଟମୀରେ ପୋଢୁଅଁା ବସ୍ତ୍ର ଓ ସାମଗ୍ରୀ ଗ୍ରହଣ କରିବା ଲାଗି ମନ୍ଦିର ପ୍ରଶାସନକୁ ଅନୁରୋଧ କରାଯାଇଥିଲା। ସେମାନଙ୍କ ଅନୁରୋଧକୁ ରକ୍ଷା କରି ଏହାର ତର୍ଜମା କରାଯାଇଥିଲା। ମହାପ୍ରଭୁଙ୍କ ମାମୁଘର ନିଆଳି ମାଧବ ବୋଲି ସେମିତି କୌଣସି ରେକର୍ଡ କିମ୍ବା ତଥ୍ୟ ନାହିଁ। ସେମାନେ ଆଜି ଯାହା ଆଣିଛନ୍ତି ତାହା ସାଧାରଣ ଭକ୍ତଙ୍କଠାରୁ ଯେଭଳି ଭାବେ ଦାନ ଗ୍ରହଣ କରାଯାଏ ସେହିଭଳି ଦାନ ଆକାରରେ ଗ୍ରହଣ କରାଯାଇଛି। ପୋଢୁଅଁା ସହିତ ଏହାର କୌଣସି ସମ୍ପର୍କ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସାବଧାନ! ଜଣଙ୍କ ପରେ ଜଣଙ୍କୁ ଟାଣି ନେଉଛି କୁମ୍ଭୀର, ଏବେ ବି ନଦୀରେ ଘୂରି ବୁଲୁଛି

ମହାକାଳପଡ଼ା,୩୦ା୩(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାକାଳପଡ଼ା ବ୍ଲକ ଗୋବରୀ ନଦୀର କାଉସପାଳ ଫେରୁଘାଟଠାରେ ଏକ ୨୦ ଫୁଟ ଲମ୍ବର ବଉଳ କୁମ୍ଭୀର ଘୂରି ବୁଲୁଛି। ଏହାକୁ ନେଇ ନଦୀ…

ମାତାପିତାଙ୍କୁ ଅବହେଳା କଲେ ଦରମାରୁ କଟିବ ୧୦ ହଜାର

ହାଇଦ୍ରାବାଦ,୨୯ା୩: ବୃଦ୍ଧ ମାତାପିତାଙ୍କ ପ୍ରତି ଯତ୍ନ ଏବଂ ପରିଣତ ବୟସରେ ସେମାନଙ୍କ ପ୍ରତି ସମ୍ବେଦନଶୀଳ ହେବା ସାମାଜିକ ଦାୟିତ୍ୱବୋଧକୁ ତେଲଙ୍ଗାନା ସରକାର ଗୁରୁତ୍ୱ ଦେଇ ରବିବାର ଏକ ଐତିହାସିକ…

ମଧ୍ୟପ୍ରାଚ୍ୟ ରଣକ୍ଷେତ୍ର: ଟଳିଲେଣି ୪,୫୦୦

ତେହରାନ୍‌ ,୩୦ା୩: ଫେବୃଆରୀ ୨୮ରେ ଇରାନ୍‌ ବିରୋଧରେ ଆମେରିକା ଓ ଇସ୍ରାଏଲ ଆରମ୍ଭ କରିଥିବା ଅପରେଶନକୁ ଇତିମଧ୍ୟରେ ଏକ ମାସ ପୂରିଛି। ଇରାନ୍‌ ଉପରେ ଉକ୍ତ ଦୁଇ ଦେଶର…

ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ: ୭ ଉପଜିଲାପାଳ ନିଯୁକ୍ତ, ଜାଣନ୍ତୁ କିଏ କେଉଁଠିକୁ ଗଲେ…

ଭୁବନେଶ୍ୱର,୩୦।୩(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ରବିବାର ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌)ଅଧିକାରୀସ୍ତରରେ ଅଦଳବଦଳ କରାଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ,…

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri