ମହାପ୍ରଭୁଙ୍କ ଜମି ପାଇଁ ଗଢ଼ା ହେବ ନୂଆ କମିଟି

ପୁରୀ ଅଫିସ, ୬ା୨: କେବଳ ଓଡ଼ିଶା ନୁହେଁ, ରାଜ୍ୟ ବାହାରେ ମଧ୍ୟ ରହିଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତି। ଅନେକ ଜମିର ହିସାବ ଏପର୍ଯ୍ୟନ୍ତ ଶ୍ରୀମନ୍ଦିର ପ୍ରଶାସନ ପାଖରେ ନାହିଁ। ତେଣୁ ଏହିସବୁ ଜମି ଚିହ୍ନଟ କରି ଏହାର ସମ୍ପୂର୍ଣ୍ଣ ହିସାବ ରଖାଯିବ। ମହାପ୍ରଭୁଙ୍କ ଜମିବାଡ଼ିର ସୁରକ୍ଷା ପାଇଁ ସରକାରୀ ସ୍ତରରେ ଏକ କମିଟି ଗଠନ କରାଯିବା ଲାଗି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଛି। ବୁଧବାର ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ପରିଚାଳନା କମିଟି ବୈଠକ ବସିଥିଲା। ଏଥିରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।
ବୈଠକ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର କହିଛନ୍ତି, ସର୍ବୋଚ୍ଚ ନ୍ୟାୟାଳୟ ଯେଉଁ ଆଦେଶ ଦେଇଛନ୍ତି ତାହାକୁ ପାଳନ କରିବା ଲାଗି ସମସ୍ତ ସଦସ୍ୟ ସହମତି ପ୍ରକାଶ କରିଛନ୍ତି। ଏଥିପାଇଁ ଯାହା କିଛି ଆବଶ୍ୟକ ରହିଛି ତାହା ଖୁବ୍‌ଶୀଘ୍ର ପୂରଣ କରାଯିବ। ଶ୍ରୀମନ୍ଦିରରେ ସଂସ୍କାର ଆଣିବା ଲାଗି ଯେଉଁ ପ୍ରକ୍ରିୟା ଆରମ୍ଭ ହୋଇଛି ତାହା ଆଗକୁ ଜାରି ରହିବ। କ’ଣ ପଦକ୍ଷେପ ନେଇଛୁ ତାର ପ୍ରଥମ ରିପୋର୍ଟ ସୁପ୍ରିମ୍‌କୋର୍ଟରେ ଦାଖଲ କରାଯାଇଛି। ଆସନ୍ତା ମାର୍ଚ୍ଚରେ ଦ୍ୱିତୀୟ ରିପୋର୍ଟ ଦାଖଲ କରାଯିବ। ମହାପ୍ରଭୁଙ୍କ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ସମ୍ପର୍କରେ ସମୀକ୍ଷା କରାଯାଇଛି। ଠାକୁରଙ୍କର ଯେଉଁ ଖଣି ରହିଛି ସେଥିରୁ ଆୟ ବଢିଛି। ଖଣିକୁ ନେଇ ଓଏମ୍‌ସି ସହିତ ବୁଝାମଣା ହୋଇଛି। ଏହାଦ୍ୱାରା ଖଣିରୁ ହେଉଥିବା ଚୋରିକୁ ରୋକାଯାଇପାରିବ। ଆଗାମୀ ଦିନରେ ଖଣିରୁ ଆହୁରି ଅଧିକ ଲାଭ ଆସିପାରିବ ବୋଲି ଆଶା ରଖାଯାଇଛି। ମହାପ୍ରଭୁଙ୍କ ଜମିଜମା ନିମନ୍ତେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିବା ଲାଗି ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯିବ। ଏହି କମିଟି ମାସକୁ ଥରେ ସମୀକ୍ଷା କରିବ। ଯେଉଁସବୁ ଜିଲାରେ ମହାପ୍ରଭୁଙ୍କ ଜମି ରହିଛି ସମ୍ପୃକ୍ତ ଜିଲାପାଳଙ୍କ ସହିତ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଯୋଗାଯୋଗ ରଖାଯିବ। ଏ ନେଇ ଖୁବଶୀଘ୍ର ଶ୍ରୀମନ୍ଦିର ପ୍ରଶାସନ ରାଜ୍ୟ ସରକାରଙ୍କ ପାଖକୁ ଚିଠି ଲେଖିବ। ମହାପ୍ରଭୁଙ୍କ ଜମିଜମାର ସୁରକ୍ଷା ପାଇଁ ରାଜ୍ୟ ସରକାର ନିଶ୍ଚିତ ଏଥିରେ ସହଯୋଗ କରିବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।
ଆସନ୍ତା ନଭେମ୍ବର ୨୭ରେ ନାଗାର୍ଜୁନ ବେଶ। ତେଣୁ ଏବେଠାରୁ ପ୍ରସ୍ତୁତି ପର୍ବ ଆରମ୍ଭ ହେବ। ଚଳିତ ମାସରେ ପ୍ରଥମ ପ୍ରସ୍ତୁତି ବୈଠକ ବସିବ। ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ, ଜିଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ସହ ସମନ୍ବୟ ରଖି କାମ କରାଯିବା ଲାଗି ଆଲୋଚନା ହୋଇଛି। ସେହିପରି ଶ୍ରୀମନ୍ଦିର ସୁରକ୍ଷା ଜୋନ ମଧ୍ୟରେ ଯେଉଁ ଘରୋଇ ଜମି ଅଧିଗ୍ରହଣ ହୋଇଛି ତାହା ଶ୍ରୀମନ୍ଦିର ନଁାରେ କରାଯାଇଛି। ପୂର୍ବରୁ ଏହା ରାଜସ୍ବ ବିଭାଗ ନଁାରେ ଥିଲା। ଜଗନ୍ନାଥ ବଲ୍ଲଭ ମଠ ମଧ୍ୟ ମହାପ୍ରଭୁଙ୍କ ନଁାରେ କରାଯାଇଥିବାରୁ କମିଟି ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲା। ବୈଠକରେ ଶ୍ରୀମନ୍ଦିରକୁ ବାହାର ଅଙ୍ଗାର ନିଆଯିବା ପ୍ରସଙ୍ଗ ବି ଉଠିଥିଲା। ମନ୍ଦିର ଭିତରକୁ ବାହାର ଅଙ୍ଗାର ଯେପରି ନ ଯିବ ତାହା ଉପରେ ନଜର ରଖାଯାଇଛି। ରୋଷଘରର ବି କିଛି ସମସ୍ୟା ରହିଛି।
ଏ ନେଇ ଜଣଙ୍କୁ ଦାୟିତ୍ୱ ଦିଆଯାଇଛି। ସମ୍ପୃକ୍ତ ବ୍ୟକ୍ତି ଏଏସ୍‌ଆଇ ଏବଂ ସବୁ ନିଯୋଗ ସହ କଥା ହୋଇ ମନ୍ଦିର ଭିତରେ କ’ଣ କ’ଣ ବିକାଶମୂଳକ କାମର ଆବଶ୍ୟକତା ରହିଛି ତାହାର ତାଲିକା କରୁଛନ୍ତି। ମାର୍ଚ୍ଚ ୫ ତାରିଖ ପୂର୍ବରୁ ସେ ମନ୍ଦିର ପ୍ରଶାସନ ପାଖରେ ଏହାକୁ ଦାଖଲ କରିବେ। ପ୍ରଶାସନ ପକ୍ଷରୁ ଏଏସ୍‌ଆଇକୁ ଏହା ପ୍ରଦାନ କରାଯିବ। ଏଥିପାଇଁ ଯଦି କିଛି ଅର୍ଥର ଅସୁବିଧା ରହିବ ତେବେ ମନ୍ଦିର ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଏଏସ୍‌ଆଇକୁ ଅର୍ଥ ଯୋଗାଇ ଦିଆଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି।
ଏହାବ୍ୟତୀତ ବୈଠକରେ ବଜେଟ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଛି। ବଜେଟ୍‌ ପ୍ରସ୍ତୁତ କରି ଫେବୃୟାରୀ ପ୍ରଥମ ସପ୍ତାହ ସୁଦ୍ଧା ଅର୍ଥ ସବ୍‌ କମିଟିରେ ଅନୁମୋଦନ କରିବା ଲାଗି ନିଷ୍ପତ୍ତି ହୋଇଛି। ସେହିପରି ଅର୍ଥ ସବ୍‌କମିଟି ସହିତ ସଂସ୍ଥା ସବ୍‌ କମିଟି ଏବଂ ଜମି ସବ୍‌ କମିଟି ସହିତ ପ୍ରକଳ୍ପ ସବ୍‌କମିଟିକୁ ମିଶାଇ ଦିଆଯଇଛି। ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡ଼ିଙ୍କୁ ଜମି ସବ୍‌ କମିଟି ଏବଂ ମାଧବ ପୂଜାପଣ୍ଡାଙ୍କୁ ଅର୍ଥ ସବ୍‌କମିଟିର ସଦସ୍ୟ ଭାବେ ସାମିଲ କରାଯାଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ବିନୟ କୁମାର ଦାଶ, ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ପରିଚାଳନା କମିଟି ସଦସ୍ୟ ବାବା ସଚ୍ଚିଦାନନ୍ଦ ଦାସ, ତଳୁଚ୍ଛ ନୀଳକଣ୍ଠ ମହାପାତ୍ର, ରାମଚନ୍ଦ୍ର ଦାସ ମହାପାତ୍ର, ମାଧବ ମହାପାତ୍ର, ଅନନ୍ତ ତିଆଡି, ମାଧବ ଚନ୍ଦ୍ର ପୂଜାପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri