Posted inରାଜ୍ୟ

ମହାନଦୀ ମାଳବନ୍ଧର ସୁରକ୍ଷା:ପଥର ପ୍ୟାକିଂରେ ବ୍ୟବହାର ହେଉଛି ଛୋଟ ପଥର; ପ୍ରଥମ ବନ୍ୟାରେ ଭାସିଯିବା ଆଶଙ୍କା

ଖଣ୍ଡପଡା,୪ା୭ (ସ୍ବ.ପ୍ର.): କଣ୍ଟିଲୋ ନୀଳମାଧବ ଜୀଉ ମନ୍ଦିର ପାଦଦେଶରେ ପ୍ରବାହିତ ମହାନଦୀ ଦକ୍ଷିଣପାର୍ଶ୍ୱ ମାଳବନ୍ଧ ବିଭିନ୍ନ ସମୟରେ କ୍ଷତିଗ୍ରସ୍ତ ହେଉଥିବାରୁ ଏହାର ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଉଛି। ଏଥିଲାଗି ଗତ ଜାନୁୟାରୀରୁ ପଥର ପ୍ୟାକିଂ କାମ ଆରମ୍ଭ ହୋଇଛି । ନାବାର୍ଡ ପକ୍ଷରୁ ୨.୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି କାର୍ଯ୍ୟ ଦୂରରୁ ସୁନ୍ଦର ଦିଶୁଛି। ହେଲେ ପଥର ପ୍ୟାକିଂରେ ବ୍ୟବହାର ହୋଇଥିବା ଛୋଟ ଛୋଟ ପଥର ମହାନଦୀର ପ୍ରଥମ ବନ୍ୟାରେ ଭାସିଯିବା ନେଇ ସ୍ଥାନୀୟ ଲୋକେ ଆଶଙ୍କା ପ୍ରକାଶ କରିଛନ୍ତି।
ଏହି ଅନୁଦାନ ଅର୍ଥରେ ନୀଳମାଧବ ମନ୍ଦିରର ଉତ୍ତରପାର୍ଶ୍ୱ ମହାନଦୀ କୂଳରେ ପ୍ରାୟ ୨ଶହ ମିଟର ପଥର ଲଞ୍ଚତ୍ଂ କାର୍ଯ୍ୟ ହେବା ପରେ ସିମେଣ୍ଟ ଗ୍ରାଉଟିଂ କରାଯାଇଛି। ଅପରପକ୍ଷରେ ମନ୍ଦିର ପଶ୍ଚିମପାର୍ଶ୍ୱ ମହାନଦୀ କୂଳ ଓ ଘାଟର ପ୍ରାୟ ୨୧୦ ମିଟର ଡମ୍ପିଂ, ଲଞ୍ଚତ୍ଂ ହେବା ପରେ ପଥର ମଧ୍ୟରେ ରହିଥିବା ବଡ ବଡ ଗର୍ତ୍ତକୁ ଛୋଟ ଛୋଟ ପଥର ଦ୍ୱାରା ଭରି କରାଯାଇଛି ା କିନ୍ତୁ ଏହି କାର୍ଯ୍ୟର ଉପରିଭାଗକୁ ସିମେଣ୍ଟ ଗ୍ରାଉଟିଂ କରାଯାଇ ନାହିଁ। ଫଳରେ ମହାନଦୀର ବନ୍ୟା ସ୍ରୋତରେ ଭାସିଯିବା ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ । ସୂଚନାଯୋଗ୍ୟ ଯେ, ମହାନଦୀ ତଟବର୍ତ୍ତୀ ବ୍ରହ୍ମାଦ୍ରୀ ପାହାଡ ଉପରେ ଶ୍ରୀନୀଳମାଧବ ଜୀଉଙ୍କ ମନ୍ଦିର ଅବସ୍ଥିତ। ମହାନଦୀର ପ୍ରଖର ସ୍ରୋତ ସିଧାସଳଖ ଏହି ପାହାଡରେ ମାଡ଼ ହୋଇ ବିଭିନ୍ନ ସମୟରେ ସ୍ରୋତ ଜନିତ ମୃତ୍ତିକା କ୍ଷୟ ହୋଇ ପଥର ଖସିଥାଏ। ନଦୀ ସ୍ରୋତରେ ବଡ ବଡ ପଥର ଖସି ଯାଇଥାଏ। ଏହି ଦୃଷ୍ଟିରୁ ସିମେଣ୍ଟ ଗ୍ରାଉଟିଂ ହୋଇ ନ ଥିବାରୁ ଛୋଟ ଛୋଟ ପଥର ନିଶ୍ଚିତ ଭାସିଯିବ ବୋଲି ସ୍ଥାନୀୟ ଅଧିବାସୀ ଅଭିଯୋଗ କରୁଛନ୍ତି । କାର୍ଯ୍ୟ ଆରମ୍ଭରୁ ଏପରି ନିମ୍ନମାନର କାର୍ଯ୍ୟ ସମ୍ପର୍କରେ ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁ ନ ଥିବା ଜଣାଯାଇଛି । ଅପରପକ୍ଷରେ ଏହି କାର୍ଯ୍ୟ ଚାଲିଥିବା ବେଳେ ଜଳସମ୍ପଦ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ, ଅଧୀକ୍ଷଣ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ ବିଭିନ୍ନ ସମୟରେ ପରିଦର୍ଶନ କରି ସିମେଣ୍ଟ ଗ୍ରାଉଟିଂ କରିବା ସମ୍ପର୍କରେ ଅନୁକୂଳ ମତ ପ୍ରଦାନ କରିଥିଲେ। ଏହାସହ ନଦୀ ଘାଟକୁ ଯିବା ରାସ୍ତାରେ ଆବଶ୍ୟକ ପଥର କାର୍ଯ୍ୟ କରି କିପରି ସୁବିଧାରେ ପର୍ଯ୍ୟଟକ, ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଯାଇପାରିବେ ସେପରି କାର୍ଯ୍ୟ କରିବାକୁ କାର୍ଯ୍ୟନିର୍ବାହୀଙ୍କୁ ପରାମର୍ଶ ଦେଇଥିଲେ। ହେଲେ ସମ୍ପୃକ୍ତ କାର୍ଯ୍ୟନିର୍ବାହୀ ଏ ଦିଗରେ ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗ ହେଉଛି ା ଏ ସମ୍ପର୍କରେ ସହକାରୀ ଯନ୍ତ୍ରୀ ଶଙ୍କର ଦଳେଇଙ୍କୁ ପଚାରିବାରୁ ସେ କହିଥିଲେ, ମହାନଦୀର ବନ୍ୟା ଆସିବା ପରେ ଉକ୍ତ ପଥର କାର୍ଯ୍ୟର ଅବସ୍ଥା କିପରି ରହୁଛି, କ୍ଷୟକ୍ଷତି ହେଉଛି କି ନାହିଁ ତାହା ଲକ୍ଷ୍ୟ କରିବା ପରେ ବିହିତ ପଦକ୍ଷେପ ଗ୍ରହଣ କରାଯିବ। ସେହିପରି ନଦୀଘାଟକୁ ଯିବା ରାସ୍ତାର ଆବଶ୍ୟକ କାର୍ଯ୍ୟ ସମ୍ପାଦନ କରିବାକୁ ସମ୍ପୃକ୍ତ କାର୍ଯ୍ୟନିର୍ବାହୀଙ୍କୁ କୁହାଯାଇଛି ବୋଲି ଦଳେଇ ପ୍ରକାଶ କରିଛନ୍ତି। ଦୀର୍ଘବର୍ଷରୁ ଉକ୍ତ ମାଳବନ୍ଧ ତଥା ନଦୀକୂଳର ସୁରକ୍ଷା ସହିତ ପର୍ଯ୍ୟଟକମାନଙ୍କ ମହାନଦୀରେ ସୁରକ୍ଷିତ ସ୍ନାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବାକୁ ଦାବି ହୋଇଆସୁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା: ଏଥର ଓଏଏସ୍, ଓଏଫ୍‌ସ୍ଏସ୍, ଓଆରଏସ ପଦବି ନାହିଁ

ଭୁବନେଶ୍ବର,୨।୧: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା-୨୦୨୫ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ଓଏଏସ୍ (OAS), ଓଏଫ୍‌ଏସ୍ (OFS) ଏବଂ...

ଆହୁରି ଥରାଇବ ଶୀତ: ଆଗାମୀ ୪ଦିନ ପର୍ଯ୍ୟନ୍ତ…

ଭୁବନେଶ୍ୱର,୨ା୧(ବନ୍ଦନା ସେଠୀ):ନୂଆବର୍ଷରେ ଥରିଲା ସାରା ଓଡ଼ିଶା। ପ୍ରବଳ ଥଣ୍ଡା ସାଙ୍ଗକୁ ରାଜ୍ୟର ଏକାଧିକ ଅଞ୍ଚଳ ଘନ କୁହୁଡି ଆସ୍ତରଣରେ ଭରି ରହିଥିଲା। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ...

୨ January ୨୦୨୬ Rashifal: ଆଜି ଏହି ୩ ରାଶିର ବ୍ୟକ୍ତିଙ୍କୁ ମିଳିବ ଖୁସି ଖବର, ଖାସ୍ ହେବ..

ଆଜି ପୌଷ ଶୁକ୍ଳ ପକ୍ଷର ଚତୁର୍ଦ୍ଦଶୀ ତିଥି ଏବଂ ଶୁକ୍ରବାର। ଚତୁର୍ଦ୍ଦଶୀ ତିଥି ଆଜି ସନ୍ଧ୍ୟା ୬ଟା୫୪ ପର୍ଯ୍ୟନ୍ତ ରହିବ। ଆଜି ଶୁକ୍ଳ ଯୋଗ ଅପରାହ୍ନ...

ଜ୍ୱାଇଁଙ୍କୁ ବିଷ ପିଆଇଦେଲେ ଶ୍ୱଶୁରଘର ଲୋକେ, ଭିଡିଓ ଦେଖିଲେ ଆଖିରୁ…

ନୟାଗଡ଼/ରଣପୁର,୨।୧ (ଲୋକନାଥ ମିଶ୍ର /ସୁକାନ୍ତ କିଶୋର ଡାକୁଆ): ନୟାଗଡ଼ ଜିଲା ରଣପୁର ଥାନା ଖତିଆ ଗାଁର ବିପିନ ବିହାରୀ ଭୂୟାଁ(୩୦)ଙ୍କୁ ଶ୍ୱଶୁର ଘର ଲୋକେ ବିଷ...

ମୌଳିକ ସୁବିଧାରୁ ବଞ୍ଚିତ ଗାଁ ଭୂର୍ଷିପଡ଼ା: ଅନ୍ଧାର ଘେରରେ ୩୦ ଆଦିବାସୀ ପରିବାର

ନୂଆପଡ଼ା,୨ା୧ (ମକାରୁ ବେମାଲ):ଲୋକଙ୍କୁ ସର୍ବନିମ୍ନ ସୁବିଧା ଯୋଗାଇଦେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ହେଲେ ବିଭାଗୀୟ ଅଧିକାରୀ ଓ...

ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ, ଦୁଇଥର ବିଧାୟକ ହୋଇଥିଲେ

ଭୁବନେଶ୍ବର,୨।୧: ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ଦେହାନ୍ତ । କ୍ୟାନ୍ସର ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିବା ବେଳେ ଆଖି ବୁଜିଛନ୍ତି । ଓଡ଼ିଶା...

Iran Protests: ମୁଦ୍ରାସ୍ଫୀତିର ନିଆଁରେ ଜଳୁଛି ଇରାନ! ୬ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨।୧ବିଶ୍ୱର ବିଭିନ୍ନ ଦେଶ ନୂତନ ବର୍ଷ ପାଳନ କରୁଥିବା ବେଳେ, ଇରାନ ମୁଦ୍ରାସ୍ଫୀତିର ନିଆଁରେ ଜଳୁଛି । ଆର୍ଥିକ ସଙ୍କଟ ବିରୋଧରେ ଆରମ୍ଭ ହୋଇଥିବା ବିକ୍ଷୋଭ...

୫ରୁ ଉଠାଇବେନି ଧାନ, ଅଡୁଆରେ ଚାଷୀ: ସରକାରଙ୍କୁ ମିଲର୍ସଙ୍କ ଚେତାବନୀ

ମଥୁରାନଗରୀ,୨।୧(ପ୍ରେମାନନ୍ଦ ଖମାରୀ):ଆଉ ୨ଦିନ ପରେ ବରଗଡ଼ ଜିଲାରେ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟାକୁ ଦେଢ଼ମାସ ପୂରିବ। ଅଥଚ ଏପର୍ଯ୍ୟନ୍ତ ଜିଲାରେ ଧାନ କିଣାବିକା ସମସ୍ୟାର ସମାଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri