ମହାନଦୀରେ ନୌକାବିହାର ମଜା ନେବେ ପର୍ଯ୍ୟଟକ

କଟକ ଅଫିସ, ୫ା୧୧:ଆସନ୍ତା ୧୨ରେ ଐତିହାସିକ କଟକ ବାଲିଯାତ୍ରା। ଏହି ଯାତ୍ରାକୁ ଆଉ କିଛି ଦିନ ବାକି ଥିବାବେଳେ ଜିଲା ପ୍ରଶାସନ ଓ କଟକ ମହାନଗର ନିଗମ(ସିଏମ୍‌ସି) ଅଧିକାରୀଙ୍କ ଆନ୍ତରିକତା ଅଭାବ ଯୋଗୁ ଗତ ଶନିବାର ସୁଦ୍ଧା ୫୦ ପ୍ରତିଶତ କାମ ଶେଷ ହୋଇ ନ ଥିଲା। ଏ ନେଇ ଶନିବାର ଧରିତ୍ରୀରେ ‘ପାଖେଇ ଆସୁଛି ବାଲିଯାତ୍ରା, ସରିନି ୫୦ ପ୍ରତିଶତ କାମ’ ଶୀର୍ଷକ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଫଳରେ ସୋମବାର ବାଲିଯାତ୍ରା ପଡ଼ିଆରେ ଅସ୍ଥାୟୀ ରୋଡ୍‌ ନିର୍ମାଣ କରାଯିବା ସହ ବିଦ୍ୟୁତ୍‌କରଣ ଓ ଷ୍ଟଲ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। ସେପଟେ ବାଲିଯାତ୍ରା ପଡ଼ିଆରେ ପର୍ଯ୍ୟଟକ ବୋଟିଂର ମଜା ନେବା ନିମନ୍ତେ ଅସ୍ଥାୟୀ ବନ୍ଧ କାର୍ଯ୍ୟ ଆରମ୍ଭ ହୋଇଛି। ଏ ନେଇ ସିଏମ୍‌ସି କମିଶନର ଅନନ୍ୟା ଦାସ କହିଛନ୍ତି, ବାଲିଯାତ୍ରାରେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଉଛି। ବାଲିଯାତ୍ରାର ଦୁଇଦିନ ପୂର୍ବରୁ ସମସ୍ତ କାର୍ଯ୍ୟ ଶେଷ ହେବ। ପର୍ଯ୍ୟଟକଙ୍କ ପାଇଁ ଟଏଲେଟ୍‌ର ବ୍ୟବସ୍ଥା ସାଙ୍ଗକୁ ପାନୀୟଜଳ ଏବଂ ପରିମଳ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଉଛି।
ସମୟରେ ଲୋକମାନେ ନୌକାବିହାରର ମଜା ଉଠାଇ ପାରିବେ। ଏଥିପାଇଁ ଜିଲା ପ୍ରଶାସନ, ଓଡ଼ିଶା ୟାଚିଂ ଆସୋସିଏଶନ, ଏନ୍‌ସିସି ଏବଂ ଇଣ୍ଡିଆନ ନେଭି ସହଯୋଗରେ ମହାନଦୀରେ ବୋଟିଂର ବ୍ୟବସ୍ଥା କରାଯାଉଛି। ରିଂ ରୋଡରେ ଥିବା ନାଭାଲ ବୋଟ୍‌ ଜେଟିଠାରୁ ବାଲିଯାତ୍ରା ପଡ଼ିଆ ମୁଖ୍ୟ ଗେଟ୍‌ ପର୍ଯ୍ୟନ୍ତ ଡଙ୍ଗାରେ ପର୍ଯ୍ୟଟକ ଯିବା ଆସିବା କରିପାରିବେ। ଏଥିନିମନ୍ତେ ୫ଟି ବୋଟ୍‌ର ବ୍ୟବସ୍ଥା କରାଯାଇଛି। ଗୋଟିଏ ବୋଟ୍‌ରେ ୧୦ ଜଣ ଯିବାର ସୁବିଧା ରହିଛି। ସମସ୍ତଙ୍କ ନିମନ୍ତେ ଲାଇଫ ଜ୍ୟାକେଟ୍‌ର ବ୍ୟବସ୍ଥା କରାଯାଇଛି। ଏହି ସମୟ ମଧ୍ୟରେ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଅଗ୍ନିଶମ ବିଭାଗ ପକ୍ଷରୁ ଏକ ବୋଟ୍‌ ନଦୀ ଭିତରେ ରହିବ। ପର୍ଯ୍ୟଟକଙ୍କୁ ନେବା ଆଣିବା ନିମନ୍ତେ ଗୋଟିଏ ବୋଟ୍‌ରେ ଦୁଇଜଣ ବୋଟ୍‌ ଅପରେଟର ଗୋଟିଏ ଲାଇଫ୍‌ ଗାର୍ଡ ରହିବେ। ବୋଟ୍‌ରେ ଯାତାୟାତ ସମୟରେ କୌଣସି ଅସୁବିଧା ନ ଘଟେ ସେ ନେଇ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ଓଡ଼ିଶା ୟାଚିଂ ଆସୋସିଏଶନ ସେକ୍ରେଟାରୀ ସବୀର ବକ୍ସ କହିଛନ୍ତି। ଏଥିସହିତ ବାଲିଯାତ୍ରାର ମହତ୍ତ୍ବ ରଖୁଥିବା ପାଲଟଣା ଡଙ୍ଗା ଦେଖିବାକୁ ମିଳିବ। ପର୍ଯ୍ୟଟକଙ୍କୁ ଦୃଷ୍ଟିରେ ରଖି ପାଲଟଣା ଡଙ୍ଗାକୁ ନଦୀର ବିଭିନ୍ନ ଜାଗାରେ ପରିଭ୍ରମଣ ପାଇଁ ବ୍ୟବସ୍ଥା କରାଯାଇଛି। ପର୍ଯ୍ୟଟକଙ୍କ ପାଇଁ ଓଟିଡିସି ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ଭଡ଼ା ଆଦାୟ କରାଯିବ ବୋଲି ବକ୍ସ ସୂଚନା ଦେଇଛନ୍ତି।

ବାଲିଯାତ୍ରା ପଡ଼ିଆରେ ପହଞ୍ଚିଲା ବ୍ରେକ୍‌ଡ୍ୟାନ୍ସ ଦୋଳି

ଚଳିତବର୍ଷ ବାଲିଯାତ୍ରାରେ ଦୋଳି ପକାଇବା ନିମନ୍ତେ ୭ ଜଣ ଦୋଳି ବ୍ୟବସାୟୀ ଆବେଦନ କରିଛନ୍ତି। ଦିନକୁ ବିଦ୍ୟୁତ୍‌ଚାଳିତ ଦୋଳି ପିଛା ୮ହଜାର ଟଙ୍କା ଦେୟ ନିଆଯାଉଛି। ସେହିପରି ହାତଚଳା ଗୋଟିଏ ଦୋଳି ପାଇଁ ଦିନକୁ ୧୦୦୦ ଟଙ୍କା ରଖାଯାଇଥିବାବେଳେ ସୋମବାର ସୁଦ୍ଧା ୧୧ ଜଣ ବ୍ୟବସାୟୀ ସେମାନଙ୍କ ପ୍ଲଟ ବୁକିଂ କରିଛନ୍ତି। ସୋମବାର କଲିକତାରୁ ବ୍ରେକ୍‌ଡ୍ୟାନ୍ସ ଦୋଳି ଆସି ବାଲିଯାତ୍ରା ପଡ଼ିଆରେ ପହଞ୍ଚତ୍ଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri