ମହଙ୍ଗା ହେବ ପେଟ୍ରୋଲ, ଡିଜେଲ ଗାଡ଼ି କ୍ରୟ;ପଞ୍ଜୀକରଣ, ନବୀକରଣ ବହୁଗୁଣା ବୃଦ୍ଧି

ନୂଆଦିଲ୍ଲୀ,୨୮-୭: କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଗାଡ଼ି କିଣାକୁ ନିରୁତ୍ସାହିତ କରିବା ତଥା ପୁରୁଣା ଗାଡ଼ିଗୁଡ଼ିକୁ ପର୍ଯ୍ୟାୟକ୍ରମେ ସଡ଼କରୁ ହଟାଇବାକୁ ଚାହୁଁଛନ୍ତି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ପାରମ୍ପରିକ ଇନ୍ଧନରେ ଚାଲୁଥିବା ଗାଡ଼ିର ନୂଆ ପଞ୍ଜୀକରଣ ଓ ପୁରୁଣାର ନବୀକରଣ ଚାର୍ଜକୁ ବହୁଗୁଣ ବଢ଼ାଇ ଦେବା ଲାଗି ଚିଠା ବିଜ୍ଞପ୍ତି ଜାରି କରି ପ୍ରସ୍ତାବ ଦେଇଛନ୍ତି। ଏଥିରେ କୁହାଯାଇଛି ଯେ, ନୂଆ ଦୁଇ ଚକିଆ ଯାନ ଲାଗି ପଞ୍ଜୀକରଣ ଚାର୍ଜ ବର୍ତ୍ତମାନର ୫୦ ଟଙ୍କା ବଦଳରେ ୧୦୦୦ ଟଙ୍କା,୩ଚକିଆ ପାଇଁ ୫ହଜାର ଟଙ୍କା(ପୂର୍ବରୁ ୩୦୦ ଟଙ୍କା), ଏଲ୍‌ଏମ୍‌ଭି ବ୍ୟକ୍ତିଗତ(କାର୍‌/ଜିପ୍‌) ୫ ହଜାର ଟଙ୍କା(ପୂର୍ବରୁ ୬ଶହ ଟଙ୍କା), ଏଲ୍‌ଏମ୍‌ଭି କମର୍ସିଆଲ ପାଇଁ ୧୦ହଜାର ଟଙ୍କା(ପୂର୍ବରୁ ୧ ହଜାର ଟଙ୍କା), ମିଡିୟମ ଏବଂ ହେଭି ଭେହିକିଲ୍‌(ଗୁଡ୍ସ ଏବଂ ପାସେଞ୍ଜର) ପାଇଁ ୨୦ ହଜାର ଟଙ୍କା(ପୂର୍ବରୁ ୧୫୦୦ଟଙ୍କା) ଶୁଳ୍କ ଆଦାୟ କରାଯିବ। ୧୫ ବର୍ଷ ପୁରୁଣା ଗାଡ଼ିର ନବୀକରଣକୁ ନିରୁତ୍ସାହିତ କରିବାକୁ ଯାଇ ୨ ଚକିଆ ଗାଡ଼ି ଲାଗି ଶୁଳ୍କ ୨୦୦୦ ଟଙ୍କା(ପୂର୍ବରୁ ୫୦ଟଙ୍କା),୩ଚକିଆ ପାଇଁ ୧୦ ହଜାର ଟଙ୍କା(ପୂର୍ବରୁ ୩୦୦ ଟଙ୍କା), କାର୍‌/ଜିପ ପାଇଁ ୧୫ ହଜାର ଟଙ୍କା(ପୂର୍ବରୁ ୬୦୦ଟଙ୍କା), କମର୍ସିଆଲ ଗାଡିରୁ ୨୦ ହଜାର ଟଙ୍କା(ପୂର୍ବରୁ ୧ହଜାର ଟଙ୍କା), ମିଡିୟମ ଏବଂ ହେଭି ଗାଡି ପାଇଁ ୪୦ ହଜାର ଟଙ୍କା(ପୂର୍ବରୁ ୧୫୦୦ଟଙ୍କା) ଆଦାୟ କରାଯିବ। ସେହିପରି ୧୫ ବର୍ଷ ପୁରୁଣା ଗାଡ଼ି ଲାଗି ପ୍ରତି ୬ ମାସରେ ଫିଟ୍‌ନେସ୍‌ ସାର୍ଟିଫିକେଟ ନେବାକୁ ବାଧ୍ୟତାମୂଳକ କରାଯିବ। ପୂର୍ବରୁ ବର୍ଷକରେ ଥରେ ଫିଟ୍‌ନେସ୍‌ ସାର୍ଟିଫିକେଟ ନେବାକୁ ପଡୁଥିଲା। ପ୍ରସ୍ତାବ ଅନୁଯାୟୀ, କ୍ୟାବ୍‌ର ପଞ୍ଜୀକରଣ ତଥା ନବୀକରଣ ଚାର୍ଜ କ୍ରମଶଃ ୧୦ ହଜାର ଏବଂ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି, ଯାହା ପୂର୍ବରୁ ୧ ହଜାର ଟଙ୍କା ଥିଲା। ଚିଠା ବିଜ୍ଞପ୍ତି ଅନୁଯାୟୀ ଆମଦାନୀ ହେଉଥିବା ଗାଡ଼ିର ପଞ୍ଜୀକରଣ ଚାର୍ଜ ୫ ହଜାର ଟଙ୍କାରୁ ବୃଦ୍ଧି କରି ୪୦ ହଜାର ଟଙ୍କା କରିବାକୁ ପ୍ରସ୍ତାବ ଦିଆଯାଇଛି। ସେହିପରି ଆମଦାନୀ ହେଉଥିବା ଦୁଇଚକିଆ ଗାଡ଼ିର ପଞ୍ଜୀକରଣ ଚାର୍ଜକୁ ବର୍ତ୍ତମାନର ୨୫୦୦ ଟଙ୍କାରୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯିବ। ଜଣେ ଅଧିକାରୀ କହିଛନ୍ତି ଯେ, ଆସନ୍ତା ୪୦ରୁ ୪୫ ଦିନ ଭିତରେ ଚୂଡାନ୍ତ ନିୟମ ଘୋଷଣା କରାଯିବ। ଏଥିପୂର୍ବରୁ ସମସ୍ତ ହିତାଧିକାରୀଙ୍କ ଠାରୁ ସେମାନଙ୍କର ମତାମତ ଲୋଡାଯାଇଛି। ଜଣେ ଅଧିକାରୀଙ୍କ କହିବାନୁଯାୟୀ, କମର୍ସିିଆଲ ଗାଡ଼ି ବିଶେଷକରି ବସ୍‌,ଟ୍ରକ ତଥା ଅନ୍ୟ ଗାଡ଼ିର ନବୀକରଣ ଚାର୍ଜକୁ ୨୭ ଗୁଣା ବଢ଼ାଇ ଦିଆଯାଇଛି। ଏହାଦ୍ୱାରା ୧୫ ବର୍ଷ ପୁରୁଣା ଗାଡ଼ିକୁ ଏହାର ମାଲିକଙ୍କ ଦ୍ୱାରା କବାଡି ବାଲାକୁ ବିକ୍ରି କରିବାକୁ ବାଧ୍ୟ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri