ମହଙ୍ଗା ପଡ଼ିଲା ଦ୍ୱିତୀୟ ବିବାହ: ବାହାବେଦିରୁ ଥାନାକୁ ଗଲେ ବର

କଟକ ଅଫିସ,୨୭ା୨: ୩ ବର୍ଷ ତଳେ ପାଠ ପଢାଉଥିବାବେଳେ ନିଜ ଛାତ୍ରୀଙ୍କ ପ୍ରେମରେ ପଡ଼ିଥିଲେ। ପରେ ତାଙ୍କୁ କୋର୍ଟରେ ବିବାହ କରିଥିଲେ। ଉଭୟଙ୍କୁ ସ୍ବାମୀ-ସ୍ତ୍ରୀ ଭାବେ ଆଇନର ସ୍ବୀକୃତି ମିଳିଥିଲା। ତେବେ ସ୍ତ୍ରୀଙ୍କୁ ନିଜ ଘରକୁ ନେଇ ନ ଥିଲେ କି ବିବାହ କରିଥିବା କଥା କାହାକୁ ଜଣାଇ ନ ଥିଲେ। ବରଂ ଏଭଳି ସ୍ଥିତିରେ ସେ ପୁଣି ଦ୍ୱିତୀୟ ବିବାହ ପାଇଁ ବେଦିରେ ବସିଥିଲେ। ଏହି ଖବର ପାଇ ପୋଲିସ ସହିତ ବାହାବେଦି ନିକଟରେ ପହଞ୍ଚିଥିଲେ ପ୍ରଥମ ସ୍ତ୍ରୀ। ତାଙ୍କ ଅଭିଯୋଗ କ୍ରମେ ବେଦିରୁ ବର ଅର୍ଥାତ୍‌ ପ୍ରିୟରଞ୍ଜନ ପତିଙ୍କୁ ପୋଲିସ ଉଠାଇ ଥାନାକୁ ନେଇଯାଇଛି। ଚାଉଳିଆଗଞ୍ଜ ଅଞ୍ଚଳରେ ବୁଧବାର ଏହି ଘଟଣା ଦେଖିବାକୁ ମିଳିଛି।
ସୂଚନା ଅନୁଯାୟୀ, ପ୍ରିୟରଞ୍ଜନ(୨୮)ଙ୍କ ଘର ବିଡ଼ାନାସୀ ଥାନା ଅନ୍ତର୍ଗତ ଦେଉଳସାହି ଅଞ୍ଚଳରେ ହୋଇଥିବାବେଳେ ସେ ଖପୁରିଆସ୍ଥିତ ସରକାରୀ ଆଇଟିଆଇରେ ଅଧ୍ୟାପକ ଭାବେ ଚାକିରି କରନ୍ତି। ପାଠ ପଢାଇବା ଭିତରେ ୨୦୧୭ ମସିହାରେ ଆଇଟିଆଇର ଜଣେ ଛାତ୍ରୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା। ସମ୍ପୃକ୍ତା ଛାତ୍ରୀଙ୍କ ଘର ବୟାଳିଶ ମୌଜା ଅନ୍ତର୍ଗତ ଝିଙ୍କିରିଆ ଅଞ୍ଚଳରେ। ପ୍ରିୟରଞ୍ଜନଙ୍କୁ ଛାତ୍ରୀ ଜଣକ ବିବାହ ପ୍ରସ୍ତାବ ଦେଇଥିଲେ। ହେଲେ ବାହାଘର ପାଇଁ ଘରଲୋକେ ରାଜି ନ ଥିବା ସେ କହିଥିଲେ। ମାତ୍ର ଛାତ୍ରୀ ଜଣକ ତାଙ୍କୁ ବିବାହ କରିବା ପାଇଁ ଜିଦ୍‌ ଧରିିଥିଲେ। ଶେଷରେ ୨୦୧୭ ମସିହା ଜୁନ ୨୦ ତାରିଖରେ ଉଭୟ କୋର୍ଟରେ ବିବାହ କରିଥିଲେ। ତେବେ ଏ ବିଷୟରେ କେହି ନିଜ ପରିବାରକୁ ଜଣାଇ ନ ଥିଲେ। ବିବାହ ପରେ ଦୁହେଁ ଅଲଗା ରହୁଥିଲେ। ପ୍ରିୟରଞ୍ଜନ ପରିବାର ଲୋକଙ୍କୁ ରାଜି କରାଇ ତାଙ୍କୁ ଘରକୁ ନେଇଯିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତେବେ ଗତ ଦୁଇ ତିନି ମାସ ହେବ ସ୍ତ୍ରୀଙ୍କଠାରୁ ପ୍ରିୟରଞ୍ଜନ ସମ୍ପୂର୍ଣ୍ଣ ଭାବେ ଦୂରେଇ ଯାଇଥିଲେ। ଅନ୍ୟପକ୍ଷରେ ପ୍ରିୟରଞ୍ଜନଙ୍କ ବାହାଘର ପାଇଁ ପରିବାରଲୋକେ ବିଭିନ୍ନ ସ୍ଥାନରେ ପ୍ରସ୍ତାବ ଖୋଜିଥିଲେ। ପ୍ରସ୍ତାବ ଠିକ୍‌ ହେବା ପରେ ବୁଧବାର ଚାଉଳିଆଗଞ୍ଜ ଅଞ୍ଚଳରେ ତାଙ୍କର ବିବାହ ହେଉଥିଲା। ତାଙ୍କର ପ୍ରଥମ ସ୍ତ୍ରୀ ଏହି ଖବର ପାଇ ଜିଲା ଆଇନ ସେବା ପ୍ରାଧିକରଣ କର୍ତ୍ତୃପକ୍ଷଙ୍କୁ ଜଣାଇବା ସହ ନିଜର ବିବାହ ପଞ୍ଜୀକରଣ ସାର୍ଟିଫିକେଟ ଦେଖାଇଥିଲେ। ଆଇନସେବା ପ୍ରାଧିକରଣର ପିଏଲ୍‌ଭି ଶର୍ମିଷ୍ଠାରାଣୀ ନନ୍ଦ ଉକ୍ତ ମହିଳାଙ୍କୁ ଚାଉଳିଆଗଞ୍ଜ ଥାନାକୁ ନେଇ ଘଟଣା ବିଷୟରେ ପୋଲିସକୁ ଜଣାଇଥିଲେ। ଏଥିସହିତ ଏକ ଏତଲା ମଧ୍ୟ ଦେଇଥିଲେ। ପୋଲିସ ଆଇପିସି ୪୯୪, ୪ ଡିପି ଆକ୍ଟରେ ଏକ ମାମଲା ରୁଜୁ କରି ସନ୍ଧ୍ୟା ପ୍ରାୟ ୬ଟା ବେଳେ ମହାନଦୀ ବିହାରସ୍ଥିତ ସେଲିବ୍ରେସନ ମଣ୍ଡପରେ ଚଢାଉ କରିଥିଲା। ଆଉ ବେଦିରୁ ବରକୁ ଉଠାଇ ଆଣିଥିଲା। ଫଳରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା। ପ୍ରିୟରଞ୍ଜନ ପ୍ରଥମ ବିବାହ କରିଥିବା କଥା ଝିଅଘର ଜାଣି ନ ଥିବା କହିଥିଲେ। ପୋଲିସ ପ୍ରିୟରଞ୍ଜନଙ୍କୁ ଥାନାରେ ଅଟକ ରଖି ପଚରାଉଚୁୁରା କରିବା ପରେ ଗିରଫ କରିଛି। ଗୁରୁବାର ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

ଜାତୀୟ ରାଜପଥରେ ପଡି ରହିଛି ପୋଡ଼ା କାର୍‌: ନିଆଁ ଲଗାଇ ଦିଆଯାଇଥିବା ସନ୍ଦେହ

ଧୂଷୁରୀ,୧୭।୨(ଦୀପ୍ତି ରଞ୍ଜନ ନାୟକ): ଧୂଷୁରୀ ଥାନା ଆରଡି ଫାଣ୍ଡି ଅଧୀନ ସାଠିବାଙ୍କୁଡା ନିକଟରେ ୨୦ ନମ୍ବର ଜାତୀୟ ରାଜପଥ ପାଶର୍‌ବରେ ଏକ କାର୍‌ ପୋଡିଯାଇ ପଡି ରହିଥିବା…

ଜଙ୍ଗଲରେ ଚାଲିଥିଲା ବଡ଼ ଧରଣର ଜୁଆ ଆଡ୍ଡା: ଗୋଡ଼ାଇ ଗୋଡ଼ାଇ ୨୦ ଜୁଆଡ଼ିଙ୍କୁ ଗିରଫ କଲା ପୋଲିସ

ଖୋର୍ଦ୍ଧା,୧୭।୨(ପ୍ରଭାତ ): ଟାଙ୍ଗୀ ପୋଲିସ ମଙ୍ଗଳବାର ଏକ ବଡ଼ଧରଣର ଜୁଆ ଆଡ୍ଡା ଉପରେ ଚଢାଉ କରିଛି। ଚଢାଉ ବେଳେ ପୋଲିସ ଜୁଆ ଆଡ୍ଡାରୁ ୧୦ଲକ୍ଷ ୩୮ ହଜାର…

କାନାଡ଼ାକୁ ପରାସ୍ତ କରି ସୁପର ୮ରେ ପହଞ୍ଚିଲା ନ୍ୟୁଜିଲ୍ୟାଣ୍ଡ

ଚେନ୍ନାଇ,୧୭।୨: ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଟି୨୦ ବିଶ୍ୱକପ ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ କାନାଡାକୁ 8 ଉଇକେଟରେ ପରାସ୍ତ କରି ସୁପର-୮ରେ ସ୍ଥାନ ପକ୍କା କରିଛି।…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ICUରେ ସଲିମ ଖାନ, ପିତାଙ୍କୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚିଲେ ସଲମାନ

ମୁମ୍ବାଇ,୧୭।୨: ବରିଷ୍ଠ ସ୍କ୍ରିନ ରାଇଟର ଏବଂ ସୁପରଷ୍ଟାର ସଲମାନ ଖାନଙ୍କ ପିତା ସଲିମ ଖାନଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଲିମ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ…

ଆଉ ୨ଦିନ କଲବଲ କରିବ କୁହୁଡ଼ି

ଭୁବନେଶ୍ୱର,୧୭।୨: ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ଜିଲାରେ ଆଉ ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ରହିବ…

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri