ମହଙ୍ଗା ପଡ଼ିଲା ଜାଲ୍‌ ଆଧାର କାର୍ଡରେ ମାଗଣା ଯାତ୍ରା: ବାନ୍ଧବୀଙ୍କ ସହ ବନ୍ଧାହେଲେ ବିମାନ କର୍ମଚାରୀ

ଭୁବନେଶ୍ୱର, ୫ା୧୧(ବ୍ୟୁରୋ): ବାନ୍ଧବୀଙ୍କୁ ନିଜ ପରିବାର ସଦସ୍ୟ ଭାବେ ପ୍ରମାଣ ଦେବାକୁ ପ୍ରସ୍ତୁତ କରିଥିଲେ ଜାଲ୍‌ ଆଧାରକାର୍ଡ। ଉକ୍ତ କାର୍ଡ ମାଧ୍ୟମରେ ଟିକେଟ କରି କମ୍ପାନୀର ମାଗଣା ସେବା ପାଇବା ଜଣେ ବିମାନ କର୍ମଚାରୀଙ୍କ ପାଇଁ ମହଙ୍ଗା ପଡ଼ିଛି। ଶେଷରେ ବାନ୍ଧବୀଙ୍କ ସହ ଉକ୍ତ ବିମାନ କର୍ମଚାରୀ ଗିରଫ ହୋଇଛନ୍ତି। ଗିରଫ ଦ୍ୱୟ ହେଲେ ଇଣ୍ଡିଗୋ ଏୟାରଲାଇନ୍ସ କର୍ମଚାରୀ ରାକେଶ ଭ୍ୟାସ୍‌ ଓ ତାଙ୍କ ବନ୍ଧବୀ। ରାକେଶଙ୍କ ଘର ରାଜସ୍ଥାନରେ ହୋଇଥିବାବେଳେ ସେ ଦୀର୍ଘବର୍ଷ ହେବ ଭୁବନେଶ୍ୱରରେ ପରିବାର ସହ ରହୁଛନ୍ତି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଲା, ଭୁବନେଶ୍ୱରରୁ ଖସିଯାଇ କୋଚି ବିମାନବନ୍ଦରରେ ଦୁହେଁ ଫସିଛନ୍ତି। ଏହି ଘଟଣା ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ନେଇ ଭୁବନେଶ୍ୱର ବିମାନବନ୍ଦର କର୍ତ୍ତୃପକ୍ଷ ଓ ଇଣ୍ଡିଗୋ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନ ଥିବାବେଳେ ରାକେଶଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିବା ସୂଚନା ମିଳିଛି।
ସୂଚନା ମୁତାବକ, ଇଣ୍ଡିଗୋ ଏୟାରଲାଇନ୍ସରେ କର୍ମଚାରୀ ଓ ତାଙ୍କ ପରିବାର ସଦସ୍ୟଙ୍କ ପାଇଁ ଦେଶ ଭିତରେ ମାଗଣା ବିମାନ ଯାତ୍ରାର ବ୍ୟବସ୍ଥା ରହିଛି। କମ୍ପାନୀର ଉପଲବ୍ଧ ମାଗଣା ସେବାରେ ରାକେଶ ନିଜ ବାନ୍ଧବୀଙ୍କ ସହ କୋଚି ଯିବାପାଇଁ ଯୋଜନା କରିଥିଲେ। ତେଣୁ ସେ ବାନ୍ଧବୀଙ୍କ ଫଟୋକୁ ବ୍ୟବହାର କରି ନିଜ ଭଉଣୀଙ୍କ ନାମରେ ଜାଲ ଆଧାରକାର୍ଡ ପ୍ରସ୍ତୁତ କରିଥିଲେ। ରାକେଶଙ୍କ ପାଖରେ ବିମାନବନ୍ଦର ଏଣ୍ଟ୍ରି ପାସ ରହିଥିବାରୁ ଭୁବନେଶ୍ୱର ବିମାନବନ୍ଦରରେ ପ୍ରବେଶ କରିବା ପରେ ବୋର୍ଡିଂ କରି ଉଡାଣ କରିବାରେ ସକ୍ଷମ ହୋଇଥିଲେ। ସେହିଭଳି କୋଚି ବିମାନବନ୍ଦରରେ ଓହ୍ଲାଇବା ପରେ ସହଜରେ ବାହାରି ଯାଇଥିଲେ। ପ୍ରସ୍ଥାନ କରୁଥିବା ଯାତ୍ରୀଙ୍କ ପାଇଁ ଚେକିଂ ସେତେଟା କଡ଼ାକଡ଼ି ନ ଥିବାରୁ ସେମାନେ ଧରାପଡ଼ି ନ ଥିଲେ। କିନ୍ତୁ ଭୁବନେଶ୍ୱର ଫେରିବା ପାଇଁ ଗତ ୨୬ ତାରିଖ ରାତିରେ ସେମାନେ କୋଚି ବିମାନବନ୍ଦରକୁ ପ୍ରବେଶ କରିବାବେଳେ ଯାଞ୍ଚ କଡ଼ାକଡ଼ି ଥିଲା। ଫଳରେ ବାନ୍ଧବୀଙ୍କ ଆଧାର କାର୍ଡ ଜାଲ୍‌ ଥିବା ଜଣାପଡ଼ିଥିଲା। ଉଭୟଙ୍କୁ ସିଆର୍‌ପିଏଫ୍‌ ନିଜ ହେଫାଜତକୁ ନେଇ ପଚରାଉଚରା କରିବା ପରେ ସତ ପଦାକୁ ଆସିଥିଲା। ପରେ ଉଭୟଙ୍କୁ କୋଚି ବିମାନବନ୍ଦରସ୍ଥିତ ନିଡୁମ୍ବାସେରୀ ଥାନାକୁ ସିଆର୍‌ପିଏଫ ହସ୍ତାନ୍ତର କରିଥିଲା। ଉକ୍ତ ଥାନା ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଆଇପିସି ଦଫା ୪୧୯, ୪୭୧ ଓ ୩୪୧ରେ ମାମଲା ନଂ. ୧୧୩୨/୧୯ ରୁଜୁ କରାଯାଇ ଉଭୟଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିଲା। ପ୍ରଥମେ କୋର୍ଟ ଜାମିନ ନାମଞ୍ଜୁର କରିବା ପରେ ସେମାନଙ୍କୁ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ଜାମିନ ମିଳିଥିବା ଜଣେ ଅଧିକାରୀ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri