ମହଙ୍ଗା ପଡ଼ିଲା ଅନ୍‌ଲାଇନ୍‌ ପାଠପଢ଼ା: ବାପାଙ୍କ ଆକାଉଣ୍ଟରୁ ୮ଲକ୍ଷ ଟଙ୍କା ଲୁଟ୍‌

ଅଜମଗଢ଼,୨୧।୫: କରୋନା ଲକ୍‌ଡାଉନ ଯୋଗୁ ଦେଶବ୍ୟାପି ସ୍କୁଲ ଓ କଲେଜ ବନ୍ଦ ରହିଛି। ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସରକାର ଅନ୍‌ଲାଇନ୍‌ ପାଠପଢ଼ା ପାଇଁ ନିଷ୍ପତ୍ତି ନେଇଥିଲେ। ହେଲେ ଜଣେ ଅଭିଭାବକଙ୍କୁ ଅନ୍‌ଲାଇନ୍‌ରେ ପାଠପଢ଼ା ମହଙ୍ଗା ପଡ଼ିଛି। ଚାହୁଁ ଚାହୁଁ ଆକାଉଣ୍ଟରୁ ୮ଲକ୍ଷ ଟଙ୍କା ଗାୟବ ହୋଇଯାଇଛି। ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ଆଜମଗଡ଼ରେ। ସୂଚନାଯୋଗ୍ୟ, ଆଜମଗଡ଼ର ହେଙ୍ଗଇପୁରରେ ରହୁଥିବା ହରିବଂଶ ଲାଲ ଶ୍ରୀବାସ୍ତବ ଏକ ପ୍ରାଇମେରି ସ୍କୁଲରେ ଶିକ୍ଷକତା କରନ୍ତି। ଲକ୍‌ଡାଉନ ସମୟରେ ଅନ୍‌ଲାଇନ୍‌ ପାଠପଢ଼ା ପାଇଁ ହରିବଂଶ ପୁଅକୁ ମୋବାଇଲ୍‌ ଦେଇଥିଲେ। ହେଲେ ପୁଅ ପାଠ ପଢ଼ିବା ସହ ଅନ୍‌ଲାଇନ୍‌ ଗେମ୍‌ ମଧ୍ୟ ଖେଳିଥିଲା। ଏହି ଖେଳ ଆଳରେ ହ୍ୟାକରମାନଙ୍କ କବଳରେ ପଡ଼ିଯାଇଥିଲେ ତାଙ୍କ ପୁଅ। ହ୍ୟାକରମାନେ ହରିବଂଶଙ୍କ ଡେବିଡ କାର୍ଡ କପିର ଏକ ଫଟୋ ହ୍ବାଟସ୍‌ଅପ୍‌ରେ ପଠାଇବାକୁ କହିଥିଲେ। ଏହାପରେ ଧିରେ ଧିରେ ପୁଅଠାରୁ ଓଟିପି ଓ ଅନ୍ୟାନ୍ୟ ସୂଚନା ହାତେଇଥିଲେ। ଏପ୍ରିଲ ୧୦ରୁ ମେ ୧୨ ମଧ୍ୟରେ ହ୍ୟାକରମାନେ ହରିବଂଶଙ୍କ ମୋବାଇଲ୍‌ ନମ୍ବର ବଦଳାଇ ତାଙ୍କ ଆକାଉଣ୍ଟରୁ ୮ଲକ୍ଷ ଟଙ୍କା ଲୁଟ୍‌ କରିଥିଲେ। ଯାହାଦ୍ୱାରା ଏହି ଲୁଟ୍‌ ବାବଦରେ ତାଙ୍କୁ ଜଣାପଡ଼ି ନ ଥିଲା। ପରେ ପୁଣି ଥରେ ସେମାନେ ହରିବଂଶଙ୍କ ଅରିଜିନାଲ ନମ୍ବରକୁ ଆକାଉଣ୍ଟ ସହ ସଂଯୋଗ କରିଦେଇଥିଲେ। ମେ ୧୨ରେ ମ୍ୟାସେଜ ଦେଖିବା ପରେ ସେ ବ୍ୟାଙ୍କ ଷ୍ଟେଟମେଣ୍ଟ ବାହାର କରିବା ପାଇଁ ଯାଇଥିଲେ। ସେଠାରେ ସେ ଏହି ଲୁଟ୍‌ ବିଷୟରେ ଜାଣିବାକୁ ପାଇଥିଲେ। ଆଗ୍ରାରୁ ପଞ୍ଜାବ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଅଲଗା ଅଲଗା ଖାତାକୁ ଟଙ୍କା ଟ୍ରାନ୍ସଫର ହୋଇଛି। କେବଳ ହଜାରେ କି ଲକ୍ଷେ ନୁହେଁ ପୁରା ୮ଲକ୍ଷ ଟଙ୍କା ତାଙ୍କ ଆକାଉଣ୍ଟରୁ ଲୁଟ୍‌ ହୋଇଥିବା ଦେଖି ହରିବଂଶଙ୍କ ହୋସ୍‌ ଉଡିଯାଇଥିଲା। ଏନେଇ ସ୍ଥାନୀୟ ଥାନାରେ ସେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ପୋଲିସ ଉକ୍ତ ଘଟଣାର ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକା ଗର୍ଭବତୀ ହେବା ପରେ ବିବାହ ପୂର୍ବରୁ ଛୁଆ ମନା କହି କଲେ ଗର୍ଭପାତ, ଏବେ  ବଳାତ୍କାର ଅଭିଯୋଗରେ ବନ୍ଧାହେଲେ…

ରିଆମାଳ,୧୧।୪(ବଦ୍ରିନାରାୟଣ ଅଗ୍ରୱାଲା): ଯୁବତୀକୁ ବଳାତ୍କାର ମାମଲାରେ ଜଣେ ଯୁବକଙ୍କୁ ଶନିବାର ଗିରଫ କରିଛି ରିଆମାଳ ପୋଲିସ। ସେ ହେଲେ ଭେଙ୍କଟେଶ ସୁନାନୀ(୨୮)। ସୂଚନାନୁଯାୟୀ, ରିଆମାଳ ଥାନା ଅଞ୍ଚଳର…

ହାଇଦ୍ରାବାଦ୍‌କୁ ହରାଇ ପଞ୍ଜାବର ତୃତୀୟ ବିଜୟ

ଚଣ୍ଡିଗଡ଼,୧୧ା୪: ଅଧିନାୟକ ଶ୍ରେୟସ ଆୟାରଙ୍କ ଅପରାଜିତ ୬୯ ରନର ଇନିଂସ ବଳରେ ପଞ୍ଜାବ କିଙ୍ଗ୍ସ ଏକ ହାଇସ୍କୋରିଂ ଆଇପିଏଲ୍‌ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ୍‌କୁ ପରାସ୍ତ କରିଛି। ପଞ୍ଜାବର…

ଭାରତକୁ ମିଳିଲା ୧୩ ସ୍ବର୍ଣ୍ଣ ପଦକ

ଶିମ୍‌ଲା, ୧୧ା୪: ଭାରତୀୟ ଟେବୁଲ ଟେନିସ ଖେଳାଳି ସାଉଥ ଏସିଆନ ୟୁଥ୍‌ ଟେବୁଲ ଟେନିସ ଚାମ୍ପିୟନଶିପ୍‌ରେ ଆଧିପତ୍ୟ ବିସ୍ତାର କରି ସମସ୍ତ କାଟେଗୋରିରେ ମୋଟ ୧୩ ସ୍ବର୍ଣ୍ଣ…

ଧରିତ୍ରୀ ପ୍ରଭାବ: ଆରମ୍ଭ ହେଲା ବଲସକୁମ୍ପା-ଛନ୍ଦୁରୁପଦର ରାସ୍ତା କାମ

ଖଜୁରିପଡ଼ା, ୧୧ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ବଲସକୁମ୍ପା-ଛନ୍ଦୁରୁପଦର ରାସ୍ତାର ସମସ୍ୟାକୁ ନେଇ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନର ନିଦ ଭାଙ୍ଗିଛି। ଦୀର୍ଘ…

ଲଜ୍ଜା: ୫ ବର୍ଷର ବାଳିକାଙ୍କୁ ବଳାତ୍କାର କରି ଅଖାରେ ବାନ୍ଧି ଫିଙ୍ଗିଦେଲେ

ଦୁର୍ଗ,୧୧ା୪: ଛତିଶଗଡ଼ ଦୁର୍ଗ ଜିଲାରେ ଏକ ଲଜ୍ଜାକର ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ବାଳିକାଙ୍କୁ ଅପହରଣ କରି ବଳାତ୍କାର କରାଯାଇଥିବା ଅଭିଯାଗ ହୋଇଛି। ଏପରିକି…

ସାମାନ୍ୟ ବଚସାରୁ ଚାଲିଗଲା ଜୀବନ: କାଠ ଫାଳିଆରେ ପିଟିପିଟି ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ

ବଣାଇଁ/ଟେନସା,୧୧।୪(ପ୍ରଦୀପ ତ୍ରିପାଠୀ/ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା ଲହୁଣିପଡ଼ା ଥାନା ଅନ୍ତର୍ଗତ ଶସ୍ୟକଳା ଗ୍ରାମରେ ଶୁକ୍ରବାର ସାରେ ଘଟିଥିବା ଏକ ଘଟଣା ଶନିବାର ଲୋକଲୋଚନକୁ ଆସିବା ପରେ…

ପ୍ରଶାସନ ନ ଶୁଣିବାରୁ ସାହିବାସୀ ନିର୍ମାଣ କଲେ

କବିସୂର୍ଯ୍ୟନଗର,୧୧ା୪ (କୃପାସିନ୍ଧୁ ସ୍ବାଇଁ): ପ୍ରଶାସନ ନ ଶୁଣିବାରୁ ନିଜର ସୁବିଧା ପାଇଁ ସାହିବାସୀ କଲଭର୍ଟ ନିର୍ମାଣ କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା କବିସୂର୍ଯ୍ୟନଗର…

ରୋଷେଇ ପାଇଁ ଗ୍ୟାସ ଲଗାଉଥିଲେ ମହିଳା, ଲାଇଟର ମାରୁମାରୁ ବଡ଼ ଅଘଟଣ

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଗ୍‌ଦେବୀ ରୋଡରେ ଶନିବାର ମଧ୍ୟାହ୍ନରେ ରନ୍ଧନ ଗ୍ୟାସ ଲିକ୍‌ ହୋଇ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି। ସେହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri