Posted inଫୁରସତ

ମସାୟୋଶୀ ମାସୁମୋତୋଙ୍କ ବେଲୁନ୍‌ କାରିଗରି

ଛୋଟ ପିଲାଙ୍କର ବେଲୁନ୍‌ ବହୁତ ପସନ୍ଦ ଥାଏ। ତା’ସହ ଖେଳିଲେ ସେମାନଙ୍କୁ ଖୁସି ମିଳିଥାଏ। ଏବେ ଏହି ବେଲୁନ୍‌କୁ ନେଇ ଜଣେ କଳାକାର ଏଭଳି ସବୁ ଜିନିଷ ତିଆରି କରିଛନ୍ତି, ଯାହା ଛୋଟ ପିଲାଙ୍କ ସହ ବଡ଼ମାନଙ୍କୁ ବି ବହୁତ ଭଲ ଲାଗୁଛି। ବେଲୁନ୍‌କୁ ମୋଡି ତାକୁ ସେ ବିଭିନ୍ନ ପଶୁପକ୍ଷୀ, କିଟପତଙ୍ଗ, ନାରୀ, ପୁରୁଷ ଓ କଣ୍ଢେଇ ଭଳି ରୂପ ଦେଇଥାଆନ୍ତି। ଆଉ ସେଗୁଡିକ ହୋଇଥାଆନ୍ତି ବେଶ୍‌ ଜୀବନ୍ତ। ଏହି କଳାକାର ଜଣକ ହେଉଛନ୍ତି ଜାପାନର ୨୫ ବର୍ଷୀୟ କେମିକାଲ୍‌ ଇଞ୍ଜିନିୟର୍‌ ମସାୟୋଶୀ ମାସୁମୋତୋ। ତାଙ୍କୁ ବେଲୁନ୍‌ରେ ଜୀବଜନ୍ତୁ କରିବା ପାଇଁ ୬ ଘଣ୍ଟା ସମୟ ଲାଗିଥାଏ। କାରଣ ଏହାକୁ ତିଆରି କରିବା ଆଦୌ ସହଜ ନୁହେଁ। ଏଥିପାଇଁ ସେ ଅଠା, ମାର୍କିଂ ପେନ୍‌, ଷ୍ଟିକର୍‌, ଟେପ୍‌ର ବ୍ୟବହାର ବି କରି ନ ଥାଆନ୍ତି। ବରଂ ତାକୁ ବିଭିନ୍ନ ପ୍ରକାରରେ ମୋଡି ନିଖୁଣଭାବେ ତିଆରି କରନ୍ତି। ଆଖି, ଗୋଡ, ହାତ ସହ ଜୀବଜନ୍ତୁଙ୍କର ଲାଞ୍ଜ, କୀଟପତଙ୍ଗଙ୍କ ମୁଣ୍ଡରେ ଥିବା ଆଣ୍ଟିନାକୁ ବି ସେ ବେଶ୍‌ ସୁନ୍ଦର ଭାବେ ତିଆରି କରିଥାଆନ୍ତି। ଏବେ ମାସୁମୋତା ଏହି କଳାକୁ ଆହୁରି ଆଗକୁ ବଢାଇବାର ଲକ୍ଷ୍ୟ ରଖିଛନ୍ତି। ଆଉ ଅଧିକରୁ ଅଧିକ ବେଲୁନ୍‌ ସ୍ଥାପତ୍ୟ ତିଆରି କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶରେ ବାପା ହେଲେ ପୁରୁଷଙ୍କୁ ମିଳିଥାଏ ସର୍ବାଧିକ ଛୁଟି ସହ ପୂରା ଦରମା

ସାଧାରଣତଃ ପିଲା ଜନ୍ମ ହେଲେ କାର୍ଯ୍ୟସ୍ଥଳରେ ମା’ଙ୍କୁ ଛୁଟି ମିଳିଥାଏ। ମାତ୍ର କେଉଁଠି ବାପାଙ୍କୁ ଛୁଟି ମିଳୁଥିବାର ଶୁଣିଛନ୍ତି। ଆଜ୍ଞା ହଁ, ଏମିତି ଏକ ଦେଶ...

ମାଙ୍କଡ଼କୁ ପିଟି ଏମିତି ଫସିଲେ ଗ୍ରାମବାସୀ

ସୋସିଆଲ ମିଡିଆରେ ପଶୁପକ୍ଷୀଙ୍କ ଅନେକ ଭିଡିଓ ଭାଇରାଲ ହେଉଛି। କେତେବେଳେ ଏହି ଭିଡିଓ ଅନ୍ୟର ମୁହଁରେ ହସ ଫୁଟାଇ ପାରୁଛି ତ କେତେବେଳେ ଅମାନବୀୟ କାଣ୍ଡ...

ଅଲଟ୍ରାଭାୟୋଲେଟ୍‌ ଲାଇଟ୍‌ରେ ନଷ୍ଟ ହେବ କରୋନା ଭୂତାଣୁ

ନ୍ୟୁୟର୍କ,୩୦।୪: ସାରା ପୃଥିବୀରେ କରୋନା ସଂକ୍ରମଣ ନେଇ ଅଚଳାବସ୍ଥା ଦେଖାଦେଇଛି। କରୋନା ଭୂତାଣୁକୁ ରୋକିବା ପାଇଁ ବହୁ ଗବେଷଣା ମଧ୍ୟ ଜାରି ରହିଛି। ବାୟୁ ମଣ୍ଡଳରେ...

କରୋନା ସଙ୍କଟ ମଧ୍ୟରେ ସାହାଭରସା ଭାସମାନ ଆମ୍ବୁଲାନ୍ସ

ଶ୍ରୀନଗର,୧୩।୫: ଦେଶରେ କରୋନା ଭାଇରସ୍‌ ସଂକ୍ରମଣ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଏହି ମହାମାରୀ ଅନେକ ପରିବାରଠାରୁ ନିଜ ଆତ୍ମୀୟଙ୍କୁ ଛଡ଼ାଇ ନେଉଥିବା ବେଳେ ଏହି...

ଯବାନଙ୍କ ଜନ୍ମଦିନ ପାଳନର ଇମୋଶନାଲ ଭିଡିଓ ଭାଇରାଲ

ସୋସିଆଲ ମିଡିଆରେ ଜଣେ ସେନା ଯବାନଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ଦେଖିଲେ ଯେ କେହି ଭାବୁକ ହୋଇଯିବ ଏଥିରେ ସନ୍ଦେହ ନାହିଁ।...

ଏହି ଫଳର ସାମାନ୍ୟ ଖଣ୍ଡଟିଏ ଖାଇଦେଲେ ଚାଲିଯାଏ ଜୀବନ ! କୁହାଯାଏ ‘ମୃତ୍ୟୁର ସେଓ’

ଦୁନିଆ ରହସ୍ୟରେ ପରିପୂର୍ଣ୍ଣ। ବେଳେବେଳେ ଏଭଳି କିଛି ଜିନିଷ ବିଷୟରେ ଜଣାପଡେ, ଯେଉଁ କଥା ଶୁଣି ଲୋକମାନେ ଜାଣି ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ଆଜି ଆମେ ଆପଣଙ୍କୁ...

ନିଶ ଥିବା ଏହି ରାଜକୁମାରୀଙ୍କ ପାଇଁ ୧୩ ଯୁବକ କରିଥିଲେ ଆତ୍ମହତ୍ୟା

ଆଜିର ସମୟରେ ଯୁବତୀଙ୍କ ସୌନ୍ଦର୍ଯ୍ୟ, ତାଙ୍କ ରୂପ, ଶରୀରର ଗଠନ ଏବଂ ଚେହେରା ଦେଖି ତାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦିଆଯାଏ। କିନ୍ତୁ ସବୁ ସ୍ଥାନରେ...

ଏହି ମୁସ୍‌ଲିମ୍‌ ଦେଶରେ ରହିଛି ଭଗବାନ ବିଷ୍ଣୁଙ୍କ ସୁଉଚ୍ଚ ପ୍ରତିମୂର୍ତ୍ତି

ହିନ୍ଦୁଧର୍ମରେ ଭଗବାନ ବିଷ୍ଣୁଙ୍କୁ ପୃଥିବୀର ପାଳନକର୍ତ୍ତା ଭାବେ ବିବେଚନା କରାଯାଏ। ଯଦିଓ ଭାରତର ପ୍ରତ୍ୟେକ କୋଣ ଅନୁକୋଣରେ ଭଗବାନ ବିଷ୍ଣୁଙ୍କ ମନ୍ଦିର ରହିଛି ତଥାପି ବିଦେଶରେ...

Advertisement
Archives

Model This Week