ମରୁଡ଼ିଗ୍ରସ୍ତ ଜମିକୁ ଜଳସେଚନ କରାଯିବାକୁ ଦାବି୫ ଶହ ଏକରରୁ ଊଦ୍ଧର୍‌ବ ଚାଷଜମିକୁ ପାଣି ମାଡୁନି

ଖଣ୍ଡପଡା,୨୫ା୪(ସ୍ବ.ପ୍ର.)-କଣ୍ଟିଲୋ ଅଞ୍ଚଳରେ ୫ ଶହ ଏକରରୁ ଊର୍ଦ୍ଧ୍ୱ ଚାଷ ଉପଯୋଗୀ ଜମି ଥିବାବେଳେ ଅନିୟମିତ ବର୍ଷା ତଥା ଆବଶ୍ୟକ ପାଣି ବିନା ପ୍ରତି ବର୍ଷ ମରୁଡ଼ି ଯୋଗୁ ଫସଲ ନଷ୍ଟ ହୋଇଥାଏ। ଏହିସବୁ ଜମିକୁ ଜଳସେଚନ ସୁବିଧା ପାଇଁ ଉଠା ଜଳସେଚନ ପ୍ରକଳ୍ପ ବ୍ୟବସ୍ଥା ଲାଗି ସ୍ଥାନୀୟ ଅଞ୍ଚଳର ଚାଷୀ ଦାବି କରୁଥିବା ବେଳେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଜଣାଇଛନ୍ତି।
ଯେ , କଣ୍ଟିଲୋ ଓ ବେଣାଗାଡିଆ ପଞ୍ଚାୟତ ଅନ୍ତର୍ଗତ ମରେଇକଣ ମୌଜା ଅଧୀନରେ ଥିବା ଗୋଡିବଣିଆ, ଛଣପାଟ, ବୋଲୁଅପାଟ, ଚଣ୍ଡିପାଟ, ଟାଙ୍କୁପଡା ମୌଜା ଓ ପାଟ କୁକୁଟା ମୌଜାର ପ୍ରାୟ ୫ ଶହ ଏକରରୁ ଊର୍ଦ୍ଧ୍ୱ ଚାଷ ଉପଯୋଗୀ ଜମି ରହିଛି ା ଏହିସବୁ ପଞ୍ଚାୟତର ଉତ୍ତର-ପୂର୍ବ ଓ ଦକ୍ଷିଣ ଦିଗରେ ଚିରସ୍ରୋତା ମହାନଦୀ, କମେଇ ଓ କୁସୁମୀ ନଦୀ ପ୍ରବାହିତ ହେଉଛି। ନଦୀ କୂଳବର୍ତ୍ତୀ ଜମି ହୋଇଥିବାରୁ ଏ ଅଞ୍ଚଳର ଚାଷ ଜମି ମାଟି ଅତ୍ୟନ୍ତ ଉର୍ବର। ଏହାଛଡା ମହାନଦୀ ଓ କମେଇ ନଦୀରେ ବନ୍ୟା ଆସିଲେ ଉକ୍ତ ଜମିରେ ବନ୍ୟାଜଳ ପ୍ରବାହିତ ହୋଇ ବ୍ୟାପକ କ୍ଷୟକ୍ଷତି ଘଟାଇଥାଏ । ଅନ୍ୟପକ୍ଷେ ବନ୍ୟା ଜଳ ଛାଡି ଯିବା ପରେ ଜମିରେ ପଟୁ ପଡି ମାଟିକୁ ଅଧିକ ଉର୍ବର କରିଥାଏ । ବନ୍ୟାରେ ଧାନ ଫସଲ ନଷ୍ଟ ହୋଇଯାଉଥିବା ବେଳେ ଏଠାରେ ଧାନ ଛଡା ଅର୍ଥକରୀ ଫସଲ ଆଖୁ, ବିଭିନ୍ନ ପ୍ରକାର ପନିପରିବା ଆଦି ପାଇଁ ଏ ଅଞ୍ଚଳର ମାଟି ଅତ୍ୟନ୍ତ ଉପଯୋଗୀ। ମାତ୍ର ଉକ୍ତ ଅଞ୍ଚଳର ଚାଷୀ ବର୍ଷା ଉପରେ ନିର୍ଭର କରୁଥିବାରୁ ଅନିୟମିତ ବର୍ଷା ଯୋଗୁ ଚାଷ ଉଜୁଡି ଯାଇଥାଏ। ଏସବୁ ଜମି ନିକଟରେ ମହାନଦୀ ପ୍ରବାହିତ ହେଉଥିବା ବେଳେ ଗରିବ ଚାଷୀ ଜମିଗୁଡିକରେ ଖର୍ଚ୍ଚାନ୍ତ ହୋଇ ମହାନଦୀ ପାଣି ମଡାଇବା ସମ୍ଭବ ହୋଇ ନ ଥାଏ। ପ୍ରାୟ ପ୍ରତି ବର୍ଷ ଏହି ସବୁ ଜମି ମରୁଡ଼ିରେ ନଷ୍ଟ ହୋଇଥାଏ। ଏଠାରେ ଜଳସେଚନର ସୁବିଧା ନ ଥିବାରୁ ବର୍ଷ ସାରା ଫସଲ କରିବା ପାଇଁ ଏ ଅଞ୍ଚଳର ମାଟି ଉପଯୁକ୍ତ ହୋଇଥିଲେ ମଧ୍ୟ ଚାଷୀମାନେ କେବଳ ପାଣିର ଅଭାବ ଯୋଗୁ ହାତ ବାନ୍ଧି ବସି ରହିଥାନ୍ତି। କେତେକ ଚାଷୀ ଜୀବିକା ନିର୍ବାହ ନିମନ୍ତେ ଅନ୍ୟତ୍ର ଚାଲି ଯାଇଥାନ୍ତି। ଏହି ପଞ୍ଚାୟତର ସର୍ବାଧିକ ଅନୁସୂଚିତ ଜାତିର ଗରିବ କ୍ଷୁଦ୍ର ଓ ନାମମାତ୍ର ଚାଷୀ କୃଷିକୁ ନିଜର କୌଳିକ ବୃତ୍ତି ରୂପେ ଗ୍ରହଣ କରି ଜୀବିକା ନିର୍ବାହ କରିଥାନ୍ତି । ଚାଷ ଜମିରେ ବିଭିନ୍ନ ପ୍ରକାର ଫସଲ କରି ପରିବାର ପ୍ରତିପୋଷଣ କରିଥାନ୍ତି। ବର୍ଷର ଅବଶିଷ୍ଟ ଆଠମାସ ବେକାର ହୋଇ ବସିଥାନ୍ତି କିମ୍ବା ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲିଯିବାକୁ ବାଧ୍ୟ ହୁଅନ୍ତି। ଅପରପକ୍ଷେ ମହାନଦୀ, କମେଇ ଓ କୁସୁମୀ ନଦୀର ପ୍ରବାହିତ ଜଳକୁ ଉପଯୁକ୍ତ କାର୍ଯ୍ୟରେ ବିନିଯୋଗ କରାଯାଇ ପାରୁନାହିଁ। ଏହି ପ୍ରବାହିତ ଜଳକୁ ନଦୀ କୂଳରେ ଉଠା ଜଳସେଚନ ପ୍ରକଳ୍ପ କରାଯାଇ ଅଞ୍ଚଳର ସମସ୍ତ ଜମିକୁ ଜଳସେଚନର ସୁବିଧା କରାଗଲେ ଚାଷୀମାନେ ଉପକୃତ ହୋଇପାରନ୍ତେ। ଏଥିପାଇଁ ଉକ୍ତ ଅଞ୍ଚଳର ଚାଷୀମାନେ ଏଠାରେ ଏକ ଉଠା ଜଳସେଚନ ପଏଣ୍ଟ ନିର୍ମାଣ କରାଯିବାକୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ, ନୟାଗଡ ଜିଲାପାଳଙ୍କ ସମେତ ସ୍ଥାନୀୟ ବିଧାୟକ ଓ ରାଜ୍ୟ କୃଷି ମନ୍ତ୍ରୀଙ୍କୁ ଲିଖିତ ଭାବରେ ଜଣାଇଥିଲେ ମଧ୍ୟ ଏଯାବତ୍‌ ଏଦିଗରେ କୌଣସି କାଯର୍‌ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଫଳରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଚାଷ ଜମିଗୁଡିକ ଲାଗି ଜଳସେଚନର ସୁବିଧା କରାଗଲେ ହଜାରରୁ ଊର୍ଦ୍ଧ୍ୱ କୃଷିଜୀବୀ ଉପକୃତ ହେବା ସଙ୍ଗେ ସଙ୍ଗେ ଏ ଅଞ୍ଚଳର ଚାଷୀମାନଙ୍କର ଆର୍ଥିକ ଅବସ୍ଥାରେ ଉନ୍ନତି ହୋଇପାରନ୍ତା ବୋଲି ସାଧାରଣରେ ମତପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଏମ୍‌ବିଏଡିସିରେ ସ୍ବାସ୍ଥ୍ୟସେବା ଦିଗହରା

ଯାଜପୁର,୨୦ା୬(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲାର ସ୍ବାସ୍ଥ୍ୟସେବା କ୍ଷେତ୍ରର ବିକାଶ ଦିଗରେ ଓଡ଼ିଶା ମିନେରାଲ ବିୟରିଂ ଏରିଆ ଡେଭଲପମେଣ୍ଟ କର୍ପୋରେଶନ(ଓଏମ୍‌ବିଏଡିସି) ପାଣ୍ଠିର ବିନିଯୋଗ ଅତି ନୈରାଶ୍ୟଜନକ ରହିଛି। ଫଳରେ...

୮୯ ପ୍ରତିଶତ ଜମି ପଡ଼ିଆ ପଡ଼ିଛି

ନୟାଗଡ,୨୦।୬(ଲୋକନାଥ ମିଶ୍ର)ଆକାଶରେ ଘଡ଼ଘଡ଼ି ମାରୁଛି ଓ ବିଜୁଳି ଦେଖା ଦେଉଛି । ହେଲେ ବର୍ଷା ହେଉନି । ମୌସୁମୀ ଆଗମନରେ ବିଳମ୍ବ କାରଣରୁ ରଜ ଯିବା...

ଚୁଡ଼ାରେ ରଙ୍ଗ: ମାଲଗୋଦାମରେ ଚଢ଼ାଉ

କଟକ,୨୦ା୬ (କାର୍ତ୍ତିକ ସାହୁ)ସାଧାରଣ ଲୋକଠୁ ଆରମ୍ଭ କରି ସବୁବର୍ଗର ଲୋକଙ୍କ ଦ୍ୱାରା ଚୁଡ଼ା ଏକ ସହଜ, ସରଳ ତଥା ଗ୍ରହଣୀୟ ଖାଦ୍ୟ। ମାତ୍ର ସେହି ଚୁଡ଼ାରେ...

ଆହାର କେନ୍ଦ୍ର ଆଗରେ ଲମ୍ବା ଧାଡି

କଟକ,୨୦।୬(ଶିଳ୍ପା ପ୍ରିୟଦର୍ଶିନୀ)ଏସ୍‌ସିବି ମେଡିକାଲରେ ଯୋଜନାରେ ସୀମିତ ରହିଛି ଦ୍ୱିତୀୟ ଆହାର କେନ୍ଦ୍ର। ମେଡିକାଲ ପରିସରରେ ଥିବା ଗୋଟିଏ ଆହାର କେନ୍ଦ୍ର ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ...

ଭାଜପା-ବିଜେଡି ମୁହାଁମୁହିଁ

ଭୁବନେଶ୍ୱର,୨୦ା୬(ଅନିଲ ଦାସ)ରାଜ୍ୟରେ ଭାଜପା ସରକାର ଗଠନ ହେବା ପରେ ମହାନଦୀ ଜଳ ବିବାଦକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ୨୪ ବର୍ଷ କ୍ଷମତାରେ ଥିବା ବିଜେଡି...

ବାଲେଶ୍ୱରରେ କୋହଳ ହେଲା କର୍ଫ୍ୟୁ

ବାଲେଶ୍ୱର,୨୦ା୬(ମାନସ ବିଶ୍ବାଳ)ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟଣା ପରେ ବାଲେଶ୍ୱର ସହରର ଅଣାୟତ୍ତ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପ୍ରଶାସନ ପକ୍ଷରୁ ସୋମବାର ବିଳମ୍ବିତ ରାତିରୁ...

ସାଙ୍ଗଙ୍କ ସହ ଗାଧୋଇବାକୁ ଯାଇ ସମୁଦ୍ରରେ ଭାସିଗଲେ ଯୁବକ

ଛତ୍ରପୁର,୧୯ା୬(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ବୁଡ଼ି ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ନିଖୋଜ ଯୁବକ ଜଣକ ହେଲେ କେ. ଆର୍ଯ୍ୟପଲ୍ଲୀ ଗ୍ରାମର ହେମନସେନ...

ନିର୍ମାଣାଧୀନ କୋଠାରୁ ୨ ଟନ୍‌ ଲୁହା ସାମଗ୍ରୀ ଚୋରି

ଗୋପାଳପୁର,୧୯ା୬(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅନ୍ତର୍ଗତ ପିତାତଳି ପେଟ୍ରୋଲ ପମ୍ପ ଅଞ୍ଚଳରୁ ଏକ ନିର୍ମାଣାଧୀନ କୋଠା ପରିସରରୁ ୨ ଟନ୍‌ ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri