ପଶ୍ଚିମବଙ୍ଗରେ ଆଳୁ ସଙ୍କଟ, ଓଡ଼ିଶାରେ ହାହାକାର

ଭୁବନେଶ୍ୱର,୨୭।୭: ରାଜ୍ୟରେ ଆଳୁ ଦର ହୁ ହୁ ହୋଇ ବଢୁଛି । କଟକ, ଭୁବନେଶ୍ବର, ବ୍ରହ୍ମପୁର, ବାଲେଶ୍ବର, ସମ୍ବଲପୁର ସବୁଠି ଆଳୁ ଦର ୫୦ ଟଙ୍କା ଟପିଯାଇଛି । କିଛି କିଛି ସ୍ଥାନରେ ମାର୍କେଟରେ ଆଳୁ ମିଳୁନାହିଁ । ବାହାର ରାଜ୍ୟରୁ ଆଳୁ ଆମଦାନୀ ହେଉପାରୁ ନ ଥିବାରୁୁ ଓଡ଼ିଶା ବଜାରରେ ଆଳୁ ସଙ୍କଟ ସୃଷ୍ଟି ହୋଇଥିବା କୁହାଯାଉଛି । ଏଭଳି ସ୍ଥିତିରେ ପଶ୍ଚିମବଙ୍ଗ ସରକାର ଓଡ଼ିଶାକୁ ଆସୁଥିବା ଶହ ଶହ ଆଳୁ ଟ୍ରକକୁ ଅଟକାଇ ଦେଇଛନ୍ତି । ଏମିତି ହେଲାଣି ଯେ ଖୋଲା ବଜାରରୁ ଆଳୁ ମଧ୍ୟ ଗାଏବ ହୋଇଗଲାଣି । ତିନି ଦିନରେ ଆଳୁ ଦରରେ ୨୦ ଟଙ୍କା ବୃଦ୍ଧି ଘଟିଛି ।

ପଶ୍ଚିମବଙ୍ଗରୁ ଆମଦାନୀ ହେଉଥିବା ଆଳୁ ଟ୍ରକଗୁଡ଼ିକ ସବୁ ଅଧା ବାଟରେ ଅଟକି ରହିଛି । ପଶ୍ଚିମବଙ୍ଗ ସୀମାନ୍ତ ଲକ୍ଷ୍ମଣନାଥ ପାଖରେ ପଶ୍ଚିମବଙ୍ଗରୁ ଆସିଥିବା ଶହେରୁ ଅଧିକ ଆଳୁ ଟ୍ରକ ଅଟକି ରହିଛି । ପଶ୍ଚିମବଙ୍ଗ ସରକାରଙ୍କ ନିର୍ଦ୍ଦେଶରେ ଏସବୁ ଆଳୁ ଟ୍ରକ୍‌କୁ ପୋଲିସ ଅଟକାଇଥିବା ସୂଚନା ମିଳିଛି ।

ପଶ୍ଚିମବଙ୍ଗରୁ ଆଳୁ ନ ପହଞ୍ଚିବାରୁ ଓଡ଼ିଶା ବଜାରରେ ଆଳୁ ସଙ୍କଟ ସୃଷ୍ଟି ହୋଇଛି । ସେପଟେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ପଶ୍ଚିମବଙ୍ଗ ସରକାରଙ୍କ ସହ ଆଲୋଚନା ହୋଇଛି । ୨ ଦିନ ଭିତରେ ସ୍ଥିତି ସ୍ବାଭାବିକ ହୋଇଯିବ । ପଶ୍ଚିମବଙ୍ଗରେ ଷ୍ଟ୍ରାଇକ ଚାଲୁଥିବାରୁ ଟ୍ରକ ସବୁ ଅଟକିଥିଲା । ୨ ଦିନ ପରେ ଆଳୁ ଯୋଗାଣ ହେବ ଆଉ ରେଟ କମିଯିବ । ସୂଚନା ମିଳିଛି କି, ପଶ୍ଚିମବଙ୍ଗରେ ମଧ୍ୟ ଆଳୁ ସଙ୍କଟ ଦେଖାଯାଇଛି। ସେଠାରେ ମଧ୍ୟ ଆଳୁ ରେଟ୍‌ ବୃଦ୍ଧି ପାଇଛି। ଯାହାକୁ ନେଇ ପଶ୍ଚିମବଙ୍ଗ ସରକାର ନିଜ ରାଜ୍ୟର ଆଳୁ ଦର ବୃଦ୍ଧି ସମସ୍ୟାକୁ ସମାଧାନ କରିବାକୁ ଚାହୁଁଛନ୍ତି। ସମାଧାନ କରିବା ପରେ ଆଳୁ ରପ୍ତାନୀ କରିବେ ବୋଲି ଜଣାପଡିଛି।

କହିରଖୁଛୁ କି, ପୂର୍ବରୁ ଅନେକ ଥର ଓଡିଶାରେ ଆଳୁ ସଙ୍କଟର ସମାଧାନ ନେଇ ପଶ୍ଚିମବଙ୍ଗ ସହଯୋଗ କରିଛି । ଏହି ଦୃଷ୍ଟରୁ ବର୍ତ୍ତମାନ ସୃଷ୍ଟି ହୋଇଥିବା ଆଳୁ ସଙ୍କଟର ସମାଧାନ ପାଇଁ ନିଜେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିବାକୁ ନବୀନ ଅନୁରୋଧ କରିଛନ୍ତି । ରାଜ୍ୟବାସୀଙ୍କ ସ୍ବାର୍ଥ ଦୃଷ୍ଟିରୁ ଓଡିଶାକୁ ଆଳୁ ଯୋଗାଣ ସ୍ବାଭାବିକ କରିବାକୁ ମମତାଙ୍କୁ ଅପିଲ କରିଛନ୍ତି ନବୀନ ।


Enter your email to get our daily news in your inbox.

All Right Reserved By Dharitri.Com

ଝିଅର ଚିକିତ୍ସାକୁ ନେଇ ବଚସା, ସ୍ତ୍ରୀଙ୍କୁ ହତ୍ୟା

ପାରଳାଖେମୁଣ୍ଡି,୧୭ା୮(ଗିରିଧାରୀ ପରିଛା): ଝିଅର ଚିକିତ୍ସାକୁ ନେଇ ସ୍ତ୍ରୀଙ୍କ ସହ ବଚସା ପରେ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଗଜପତି ଜିଲା ସେସନ୍ସ…

ବଚ୍ଚନ ପରିବାରର ଭିତିରି କଥା କହିଦେଲେ ଅମିତାଭ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମେଗାଷ୍ଟାର ଅମିତାଭ ବଚ୍ଚନ ଆଜିକାଲି ‘କୌନ ବନେଗା କରୋଡ଼ପତି ସିଜିନ ୧୮’ କୁଇଜ ଶୋ’ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରୁଛନ୍ତି। ଶୋ’ରେ ଅଭିନେତା ପ୍ରାୟତଃ ତାଙ୍କ ବ୍ୟକ୍ତିଗତ…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

ନୀତିନ ନବୀନଙ୍କ ନୂଆ ଟିମ୍‌ରେ କେଉଁ ରାଜ୍ୟରୁ କାହାକୁ ମିଳିଲା ଦାୟିତ୍ୱ: ଜାଣନ୍ତୁ

ନୂଆଦିଲ୍ଲୀ,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

ଗୁଣ୍ଡା ସାହୁ ଅପହରଣ ମାମଲା: ଗିରଫ ୪ ଅଭିଯୁକ୍ତ କୋର୍ଟ ଚାଲାଣ , ଜାମିନ ନାମଞ୍ଜୁର ହେବାରୁ

ବଲାଙ୍ଗୀର, ୧୭।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ମାମଲାରେ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କୁ ବଲାଙ୍ଗୀର ପୋଲିସ…

୨ ବର୍ଷର ବନବାସର ଘଟିଲା ଅନ୍ତ: ସ୍ମୃତିଙ୍କୁ ମିଳିଲା…

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଦ୍ୱାରା ଘୋଷଣା କରାଯାଇଥିବା ନୂତନ ଦଳରେ, ପୂର୍ବତନ ଏମ୍‌ପି ଏବଂ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri