ମରିୟମଙ୍କୁ ମିଳିଲା ଜାମିନ

ଇସ୍‌ଲାମାବାଦ,୪।୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କ ଝିଅ ମରିୟମ ନଓ୍ବାଜଙ୍କୁ ଜାମିନ ମିଳିଛି। ସୋମବାର ଲାହୋର ହାଇକୋର୍ଟ ତାଙ୍କୁ ଏହି ଜାମିନ ପ୍ରଦାନ କରିଛନ୍ତି। ଚୌଧୁରୀ ସୁଗାର ମିଲ୍‌ ମାମଲାରେ ତାଙ୍କୁ ଏହି ଜାମିନ ମିଳିଥିବା ପ୍ରକାଶ। ପାକିସ୍ତାନ ମୁସଲିମ ଲିଗ୍‌(ନଓ୍ବାଜ)ର ଭାଇସ୍‌ ପ୍ରେସିଡେଣ୍ଟ ଥିବା ମରିୟମଙ୍କୁ ଏକ ଦୁଇ ଜଣିଆ ଖଣ୍ଡପୀଠ ଏହି ଜାମିନ ପ୍ରଦାନ କରିଥିବା ଜଣାପଡିଛି। ସୂଚନାଯୋଗ୍ୟ, ମରିୟମଙ୍କ ପିତା ନଓ୍ବାଜ ଶରିଫଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନ ଥିବାରୁ ସେ ତାଙ୍କ ପାଖରେ ରହିବାକୁ ନେଇ ଜାମିନ ଆବେଦନ କରିଥିଲେ। ଏବେ ତାଙ୍କୁ ହ୍ୟୁମାନିଟେରିଆନ୍‌ ବେସିସ୍‌ରେ ଏହି ଜାମିନ ପ୍ରଦାନ କରାଯାଇଛି। ଏବେ ସେ ତାଙ୍କ ପିତାଙ୍କ ପାଖରେ କିଛି ସମୟ କାଟିପାରିବେ। ଚୌଧୁରୀ ସୁଗାର ମିଲ୍‌ ମାମଲାରେ ଜେଲ୍‌ରେ ଥିବା ନଓ୍ବାଜଙ୍କୁ ଚିକିତ୍ସା ଲାଗି କିଛିଦିନ ତଳେ ଜାମିନ ପ୍ରଦାନ କରାଯାଇଥିଲା। ନଓ୍ବାଜଙ୍କର ହୃଦଘାତ ସମସ୍ୟା ଥିବା ବେଳେ ଏବେ ସେ ଗୁରୁତର ଥିବା କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ପୁଟିନଙ୍କ ସଫଳତା ପଛରେ ରହିଛି ଏହି ମ୍ୟାଜିକ ନମ୍ବର!

ମସ୍କୋ,୧୫।୯: ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବିଶ୍ୱର ସବୁଠାରୁ ଶକ୍ତିଶାଳି ନେତାଙ୍କ ମଧ୍ୟରେ ଜଣେ। ଏବେ ପୁଟିନ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋନଙ୍କ...

ଶିକାଗୋ ପରେଡ୍‌ରେ ଗୁଳିକାଣ୍ଡ: ଶୁଟରଙ୍କୁ ଗିରଫ କଲା ପୋଲିସ

ଓ୍ବାଶିଂଟନ,୫।୭: ଆମେରିକା ସ୍ବାଧୀନତା ଦିବସ ଅବସରରେ ଶିକାଗୋର ହାଇଲାଣ୍ଡ ପାର୍କରେ ଚାଲିଥିବା ପରେଡ୍‌ରେ ଗୁଳିକାଣ୍ଡ ଘଟାଇଥିବା ଶୁଟରଙ୍କୁ ପୋଲିସ ଧରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତ...

ମହାକାଶରେ ପାଦ ଥାପିଲେ ଚାଇନାର ଏହି ମହିଳା

ବେଜିଂ,୮ା୧୧: ସୋମବାର ଚାଇନାର ମହିଳା ମହାକାଶଚାରୀ ଓ୍ବାଙ୍ଗ୍‌ ୟାପିଙ୍ଗ ଇତିହାସ ଚରିଛନ୍ତି। ଓ୍ବାଙ୍ଗ୍‌୍‌ ତାଙ୍କ ପୁରୁଷ ସହକର୍ମୀ ଝାଇ ଜିଗାଙ୍ଗଙ୍କ ସହିତ ନିର୍ମାଣାଧୀନ ସ୍ପେସ ଷ୍ଟେଶନ...

କାନାଡା ବନାଗ୍ନିରେ ୧୦ କୋଟି ପ୍ରଭାବିତ

ଅଟାଓ୍ବା/ନ୍ୟୁୟର୍କ,୯ା୬: କାନାଡା ଜଙ୍ଗଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ କାନାଡା ଓ ଆମେରିକାର ଅନୂ୍ୟନ ୧୦ କୋଟି ଲୋକ ପ୍ରଭାବିତ ହୋଇଛନ୍ତି। ୩.୮ ନିୟୁତ ହେକ୍ଟରରୁ...

ବିମାନ ବନ୍ଦର ନିକଟରୁ ୧୫୦ ଲୋକଙ୍କୁ ଅପହରଣ, ଅଧିକାଂଶ ଭାରତୀୟ!

କାବୁଲ,୨୧ ।୮: ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ସେଠାକାର ସ୍ଥିତି ବେଳକୁ ବେଳ ଖରାପ ହେବାରେ ଲାଗିଛି । ତାଲିବାନ ଆସୁ ଆସୁ ତା’ର...

ଚନ୍ଦ୍ରପୃଷ୍ଠରେ କେମିତି ସୃଷ୍ଟି ହେଉଛି ଜଳ, ଆମେରିକା ବୈଜ୍ଞାନିକଙ୍କ ବଡ ଖୁଲାସା

ଓ୍ବାଶିଂଟନ୍‌,୧୫।୯: ଚନ୍ଦ୍ରାୟାନ ୩ର ସଫଳ ଅବତରଣ ପରେ ସାରାବିଶ୍ୱର ନଜର ଭାରତ ଉପରେ ରହିଛି। ତେବେ ଚନ୍ଦ୍ରାୟାନର ପ୍ରଜ୍ଞାନ ନିଜ ଗବେଷଣାରେ ଚନ୍ଦ୍ରରେ ଅମ୍ଲଜାନ ଥିବା...

କରାଚିରେ ଜରୁରୀକାଳୀନ ଅବତରଣ କଲା ଇଣ୍ଡିଗୋ ବିମାନ…

କରାଚି,୧୭।୭ : ସ୍ପାଇସଜେଟ ପରେ ଇଣ୍ଡିଗୋ ବିମାନ ଏବେ ପାକିସ୍ତାନରେ ଜରୁରୀକାଳୀନ ଅବତରଣ କରିଛି। ବୈଷୟିକ ତ୍ରୁଟି ଯୋଗୁ ବିମାନଟିକୁ ପାକିସ୍ତାନର କରାଚିରେ ଅବତରଣ କରିଥିବା...

ଅନ୍‌ଲାଇନ୍‌ରେ ପତାକା ମଗାଇଥିଲେ ମହିଳା, ପ୍ୟାକେଟ ଖୋଲିବା ପରେ ଯାହା ଦେଖିଲେ ଉଡିଗଲା ହୋସ୍‌

ମହାମାରୀ କରୋନା ସମୟରେ ଆମେରିକାରେ ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ଯାହାକୁ ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚୟ। ଆମେରିକାର ଇଲିନୋଇସ ରାଜ୍ୟର...

Advertisement
Archives

Model This Week