ମରାମତି ହୋଇପାରୁନି ନଦୀବନ୍ଧ : ଜଳସମ୍ପଦ ବିଭାଗର ଅର୍ଥ ଅଭାବ

ବିରିଡ଼ି,୯।୮(ଡି.ଏନ.ଏ.): ରାଜନୈତିକ ଇଚ୍ଛା ଶକ୍ତିର ଅଭାବ ଓ ଜଳ ସମ୍ପଦ ବିଭାଗର ଖାମଖିଆଲ ନୀତି ଯୋଗୁ ଜଗତ୍‌ସିଂହପୁର ଜଳସମ୍ପଦ ଡିଭିଜନ ଅଧୀନ ୨୨ ମୌଜା ଶଙ୍ଖାରିସାହି ସେକ୍ସନର ବିଲୁଆଖାଇ ଓ ଦେବୀ ନଦୀବନ୍ଧ ଦୀର୍ଘବର୍ଷ ହେଲା ମରାମତି ହୋଇପାରୁନାହିଁ। ଫଳରେ ଏହି ନଦୀବନ୍ଧ କ୍ରମଶଃ ଦୁର୍ବଳ ହୋଇପଡିଛି। ଏଥିସହ ୨୨ ମୌଜାର ଉଦବୃତ ଜଳ ନିଷ୍କାସନ ଓ ବନ୍ୟାଜଳ ପ୍ରତିରୋଧ କରୁଥିବା ନୀଳମହଲ ସ୍ଲୁଇସ ଗେଟ୍‌ର ପ୍ୟାକିଂ ନଷ୍ଟ ହୋଇପଡିଛି। ଫଳରେ ୨୨ ମୌଜା ଭିତରକୁ ବନ୍ୟାଜଳ ପଶିବା ଆଶଙ୍କା ଦେଖାଦେଇଛି। ଏନେଇ ୨୨ ମୌଜାର ୬ ପଞ୍ଚାୟତର ଜନସାଧାରଣ ଭୟଭୀତ ହୋଇପଡିଛନ୍ତି। ସୂଚନା ଅନୁଯାୟୀ, ୨୨ ମୌଜାକୁ ଘେରି ରହିଛି ବିଲୁଆଖାଇ ଓ ଦେବୀ ନଦୀ। ବିଲୁଆଖାଇ ନଦୀର ଡାହଣ ପଟ ବନ୍ଧ ଶଙ୍ଖାରୀସାହିରୁ ନୀଳମହଲ ୧୩ କିମି ୮ ଶହ ମିଟର ଲମ୍ବ ଓ ଦେବୀ ନଦୀର ବାମ ପଟ ବନ୍ଧ ଶଙ୍ଖାରିସାହିରୁ ନୀଳମହଲ ୧୧ କିମି ଲମ୍ବ। ଏହାର ଓସାର ୫ ମିଟର ରହିବା ସ୍ଥଳେ ୩ ରୁ ସାଢେ ୩ ମିଟର ରହିଛି। ସେହିପରି ବନ୍ଧର ସ୍ଲୋପ ୧/୨ ରହିବା ସ୍ଥଳେ ୧/୧ ରହିଛି। ବିଲୁଆଖାଇ ନଦୀବନ୍ଧର ମଙ୍ଗୁଲି, ମଙ୍ଗୁଲି ମଲ୍ଲିକ ସାହି, ଚାଷୀଖଣ୍ଡ ହନୁମାନ ମନ୍ଦିର ନିକଟରେ ବେଆଇନ ବାଲିଘାଟ କରାଯାଇ ବନ୍ଧକୁ କାଟି ଦିଆଯାଇଛି। ଉକ୍ତ ସ୍ଥାନ ଏବେ ମୁକୁଳା ପଡିଛି। ସେହିପରି ବିଲୁଆଖାଇ ନଦୀକୂଳରେ ଥିବା ହରିନବାବି ପାଟଣା ଘେରି, ସେନାପତି ସାହି, ସାନ ନଈକୂଳ ଭୋଇ ସାହି, ଦେବୀ ନଦୀ କୂଳରେ ଥିବା ବଡ଼ ନଈକୂଳ ଭୋଇ ସାହି ଘେରି, ଖରମଙ୍ଗା, ଅଲିପଡା, ବମ୍ବିଲୋ ଓ ରହମ୍ବା ଘେରି ବନ୍ଧଗୁଡିକ ମରାମତି ଅଭାବରୁ ଦୁର୍ବଳ ହୋଇପଡିଛି। ନଦୀରେ ବନ୍ୟା ଆସିଲେ ଘେରି ବନ୍ଧ ଭିତରେ ଥିବା ପରିବାର ପିଲାଛୁଆ ଧରି ନଦୀବନ୍ଧ ଉପରେ ଆଶ୍ରୟ ନିଅନ୍ତି। ପ୍ରତିବର୍ଷ ବନ୍ୟା ସମୟରେ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି। ତେଣୁ ଏଗୁଡିକର ତୁରନ୍ତ ମରାମତି ଆବଶ୍ୟକ। ପାର୍ବତୀପୁରଠାରେ ସେତୁ କରୁଥିବା ଠିକାଦାର ବନ୍ଧକୁ କାଟି ଦେବା ଦ୍ୱାରା ସେଠାରେ ବନ୍ଧ ଦୁର୍ବଳ ହୋଇଯାଇଛି। ଦେବୀ ନଦୀର ଶଙ୍ଖାରିସାହିଠାରୁ ପାର୍ବତୀପୁର ପର୍ଯ୍ୟନ୍ତ ନଦୀପଠା ଖାଇ ଧାର ବନ୍ଧ ଆଡକୁ ଚାଲିଆସିଲାଣି। ଖରମଙ୍ଗାଠାରୁ ଅଲିପଡ଼ା ପଠା ନଦୀ ସ୍ରୋତରେ କ୍ଷୟ ହୋଇଚାଲିଛି। ଏହି ସ୍ଥାନରେ ପଥର ପ୍ୟାକିଂ ଆବଶ୍ୟକ ହୋଇପଡିଛି। ନଦୀର ଅପରପାର୍ଶ୍ୱରେ ଲମ୍ବା ବୁରୁଜ ସହ ପଥର ପ୍ୟାକିଂ କରାଯିବାରୁ ୨୨ ମୌଜା ପଟ ପଠା କ୍ଷୟ ହୋଇ ବିପଦ ସୃଷ୍ଟି କରୁଛି। ରହମ୍ବାଠାରେ ଥିବା ୮ଟି ଛୋଟ ବୁରୁଜ କୌଣସି କାମରେ ଲାଗୁନାହିଁ। ଯଦି ସେଠାରେ ୨ଟି ଲମ୍ବା ବୁରୁଜ କରାଯାଆନ୍ତା ତେବେ ବନ୍ଧର ସୁରକ୍ଷା ହୋଇପାରନ୍ତା ବୋଲି ୨୨ ମୌଜାର ବୁଦ୍ଧିଜୀବୀମାନେ ମତପୋଷଣ କରିଛନ୍ତି। ୨୨ ମୌଜାର ଚତୁଃପାର୍ଶ୍ୱ ନଦୀବନ୍ଧ ୮ ମିଟର ଚଉଡା କରିବା ସହ ବନ୍ଧର ଉପର ଭାଗ ପିଚୁ ରାସ୍ତା କରିବା, ଉପରୋକ୍ତ ସ୍ଥାନଗୁଡିକରେ ପଥର ପ୍ୟାକିଂ କରିବା ଓ ମୁକୁଳା ପଡିଥିବା ବନ୍ଧ ତୁରନ୍ତ ମରାମତି କରିବାକୁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ଜଗତ୍‌ସିଂହପୁର ଜଳସେଚନ ଡିଭିଜନ ନିର୍ବାହୀ ଯନ୍ତ୍ରୀ ଉମାକାନ୍ତ ମହାନ୍ତି କହିଛନ୍ତି ଯେ, ଅର୍ଥ ଅଭାବ ଯୋଗୁ କାର୍ଯ୍ୟ ହୋଇପାରୁନି। ଘେରିବନ୍ଧଗୁଡିକ ଆଉ ମରାମତି କରାଯିବ ନାହିଁ ବୋଲି ଜଳସମ୍ପଦ ବିଭାଗର ପୂର୍ବତନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମନା କରିଛନ୍ତି। ଏଣୁ ଆମେ କରିପାରିବୁ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ସର୍ତ୍ତ ମାନିଲାନି ଇରାନ: ଇସଲାମାବାଦ୍‌ ଆଲୋଚନା ଫେଲ୍‌

ଓ୍ବାଶିଂଟନ୍‌,୧୨।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଅସ୍ତ୍ରବିରତି ଘୋଷଣା ପରେ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଉଭୟ ଦେଶର ପ୍ରତିନିଧିମଣ୍ଡଳୀଙ୍କ ମଧ୍ୟରେ ଅନୁଷ୍ଠିତ ଶାନ୍ତି…

ଧାରଣାକୁ ମାସେ ବିତିଲା, ଶୁଣୁନି ପ୍ରଶାସନ: ଡାଲି, ଚାଉଳ ମାଗି ରୋଷେଇ କରୁଛନ୍ତି ଚାଷୀ

ବରଗଡ଼, ୧୨।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ସରିଯାଇଛି। ଅନ୍ୟପକ୍ଷେ ଆଉ ପ୍ରାୟ ମାସକ ପରେ ଜିଲାରେ ରବି ଧାନ ସଂଗ୍ରହ…

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ନିଯୁକ୍ତି ପାଇବେ ୪୫ ହଜାର ଶିକ୍ଷକ, ଏହାସହ…

କେନ୍ଦୁଝର,୧୨ା୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର):ଶିକ୍ଷକମାନେ କେବଳ ପାଠ ପଢ଼ାନ୍ତି ତାହା ନୁହେଁ, ସେମାନେ ଛାତ୍ରୀଛାତ୍ରଙ୍କ ଚରିତ୍ର ଗଢ଼ନ୍ତି ଓ ଠିକ୍‌ ଜୀବନମାର୍ଗ ଦେଖାନ୍ତି। କେନ୍ଦୁଝର ଜିଲା ବୋଦାପଳାସାସ୍ଥିତ…

ଇରାନର ନିଦ ହଜିଲାଣି: ହର୍ମୁଜକୁ ନେଇ ବଢୁଛି ଚିନ୍ତା, ଏବେ ହେବ କ’ଣ

ନ୍ୟୁୟର୍କ,୧୨ା୪(ଏନ୍‌ଓ୍ବାଇଟି):ଇରାନ୍‌ ଏବେ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌କୁ ନିଜସ୍ବ ସମସ୍ୟା ଯୋଗୁ ସମ୍ପୂର୍ଣ୍ଣ ରୂପେ ଖୋଲିପାରୁ ନାହିଁ। କାରଣ ଆମେରିକା ଓ ଇସ୍ରାଏଲ୍‌ ସହ ଯୁଦ୍ଧବେଳେ ଏହି ସାମୁଦ୍ରିକ…

ସରିଲା ବାହାର ରତ୍ନଭଣ୍ଡାର ଗଣତି: ଜାଣନ୍ତୁ କେତେ କ’ଣ ଅଛି

ପୁରୀ,୧୨ା୪ (ଅଜିତ୍‌ କୁମାର ମହାନ୍ତି):ପୁରୀ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର ଅଳଙ୍କାର ଗଣତି ଶନିବାର ଦ୍ୱିତୀୟ ପର୍ଯ୍ୟାୟର ୪ର୍ଥ ଦିନରେ ଶେଷହୋଇଛି । ୧୯୭୮ ମସିହା ତାଲିକା ଅନୁସାରେ…

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ଭାରତୀୟଙ୍କ ଭଲପାଇବା ଆଗରେ ନତମସ୍ତକ ଇରାନ: କହିଲା- ‘Thank You India, ଆଉ ସାହାଯ୍ୟ ଦରକାର ନାହିଁ’

ନୂଆଦିଲ୍ଲୀ,୧୧।୪: “ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ” – ଏହି କଥାକୁ ପୁଣିଥରେ ପ୍ରମାଣିତ କରିଛନ୍ତି ଭାରତବାସୀ। ଆମେରିକା ଏବଂ ଇସ୍ରାଏଲ ସହ ଜାରି ରହିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri