ମରାମତି ଓ ପ୍ରଶସ୍ତୀକରଣ ଦାବି କରି ରାସ୍ତାରୋକୋ

ବାଲିଆପାଳ,୩୧।୭(ସ୍ବ.ପ୍ର.): ବାରମ୍ବାର ଦାବି ସତ୍ତ୍ୱେ ରାସ୍ତା ମରାମତି ଓ ପ୍ରଶସ୍ତୀକରଣ ନ ହେବାରୁ ବୁଧବାର ପୂର୍ବାହ୍ନରୁ ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ମାନ୍ଧାତା ପଞ୍ଚୁପାଲି ରାସ୍ତାର ପଞ୍ଚୁପାଲି ଛକ ନିକଟରେ ଗ୍ରାମବାସୀ ରାସ୍ତାରୋକୋ ଆନ୍ଦୋଳନ କରିଥିଲେ। ଏହି ରାସ୍ତାଟି ଜଳସେଚନ ବିଭାଗ ଅଧୀନରେ ଥିଲେ ବି ରକ୍ଷଣାବେକ୍ଷଣ ଓ ମରାମତି ନ ହେବାରୁ ଏକପ୍ରକାର ମରଣଯନ୍ତା ପାଲଟିଛି। ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟି ଲୋକେ ମୃତ୍ୟୁମୁଖରେ ପଡୁଥିଲେ ବି ପ୍ରଶାସନର ନିଦ ଭାଙ୍ଗୁନି। ରାସ୍ତା ସମ୍ପୂର୍ଣ୍ଣ ଖାଲଖମାରେ ପୂରି ଥିବାରୁ ୫କି.ମି. ଦୂର ଅତିକ୍ରମ କରିବାକୁ ଯାନବାହନକୁ ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ଲାଗୁଛି। ଏହା ଏ ଅଞ୍ଚଳର ଏକ ମୁଖ୍ୟ ରାସ୍ତା ହୋଇଥିବାରୁ ପ୍ରତ୍ୟେକ ଦିନ ଶହଶହ ଗାଡ଼ିମୋଟର, ବସ୍‌, ଆମ୍ବୁଲାନ୍ସ, ଦମକଳଗାଡ଼ି ସମେତ ସ୍କୁଲକଲେଜ ଛାତ୍ରୀଛାତ୍ର ଯିବା ଆସିବା କରୁଛନ୍ତି। ରାସ୍ତାର ଦୁରବସ୍ଥା ସମ୍ପର୍କରେ ଅଞ୍ଚଳବାସୀ ସ୍ଥାନୀୟ ନେତା ଓ ପ୍ରଶାସନକୁ ବାରମ୍ବାର ଜଣାଇବା ପରେ ଲୋକ ଦେଖାଣିଆ ମାଟି ମିଶା ମୋରମ ପକାଇ ପ୍ରଶାସନ ଦାୟିତ୍ୱ ସାରି ଦେଉଛି। ଏଭଳି ତାଳିପକା ଓ ଅସ୍ଥାୟୀ କାମକୁ ଅଞ୍ଚଳବାସୀ ବିରୋଧ କରି ଏହାକୁ ସ୍ଥାୟୀ ଓ ପ୍ରଶସ୍ତ ପକ୍କା ରାସ୍ତାରେ ପରିଣତ କରାଯାଉ ବୋଲି ଦାବି କରିଆସୁଛନ୍ତି। ବୁଧବାର ରାସ୍ତାରୋକୋ ଆନ୍ଦୋଳନ କରିଥିବା ଲୋକେ ଏହି ଦାବି ନେଇ ଜିଦ୍‌ରେ ଅଡିବସିଥିଲେ। ବିଭାଗୀୟ ଜେଇ ଜୟକୃଷ୍ଣ ବେହେରା ଘଟଣାସ୍ଥଳକୁ ଆସି ଲୋକଙ୍କ ଠାରୁ ଦାବିପତ୍ର ଗ୍ରହଣ କରିବା ସହିତ ଏହାକୁ ସ୍ଥାୟୀ ପକ୍କା ରାସ୍ତା କରିବା ଲାଗି ଉଚ୍ଚପଦସ୍ଥ ବିଭାଗୀୟ ଅଫିସରଙ୍କ ସହିତ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେବାରୁ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଗ୍ରାମରୁ ଏକ ପ୍ରତିିନିଧିଦଳ ଇରିଗେସନ ବିଭାଗୀୟ ଯନ୍ତ୍ରୀଙ୍କୁ ଦେଖା କରି ଆଲୋଚନା କରିବା ସକାଶେ ବେହେରା ପରାମଶ ର୍ଦେଇଥିଲେ। ସୁବଳ ଚନ୍ଦ୍ର ଦାସ, ଶାରଦା ଗିରି, ଗୋପାଳ ଚନ୍ଦ୍ର ଦାସଙ୍କ ତତ୍ତ୍ୱାବଧାନରେ ମାନ୍ଧାତା ଓ ପଞ୍ଚୁପାଲି ଅଞ୍ଚଳର ଗ୍ରାମବାସୀ ଆନ୍ଦୋଳନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri