ମରାମତି ଅପେକ୍ଷାରେ ୮୪ ବିଦ୍ୟାଳୟ

ବାସୁଦେବପୁର, ୧୮।୪ (ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁର ବ୍ଲକରେ ଥିବା ବିଭିନ୍ନ ବିଦ୍ୟାଳୟ ଅବହେଳିତ ଅବସ୍ଥାରେ ରହିଛି। ରକ୍ଷଣାବେକ୍ଷଣ ଅଭାବରୁ କେଉଁଠି ବିଦ୍ୟାଳୟର କାନ୍ଥ ଫାଟି ଆଁ କରିଛି ତ ଆଉ କେଉଁଠି ଆଜବେଷ୍ଟସ ଭାଙ୍ଗିଯାଇଛି। ଅଧିକାଂଶ ବିଦ୍ୟାଳୟର ଆବଶ୍ୟକ ଭିତ୍ତିଭୂମି ନାହିଁ। ସେହିପରି କେତେକ ବିଦ୍ୟାଳୟ ପରିସରରେ ମୌଳିକ ବ୍ୟବସ୍ଥା ଓ ସୁବିଧା ନ ଥିବା ଅଭିଯୋଗ ହେଉଛି। ଏ ଦିଗରେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ  ଛାତ୍ରୀଛାତ୍ର, ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ସୂଚନା ଅନୁସାରେ, ଏହି ବ୍ଲକରେ ମୋଟ ୨୮୨ଟି ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି। ସେହିପରି ୫୫ ମାଧ୍ୟମିକ ବିଦ୍ୟାଳୟ ଅଛି। ୨୮୨ଟି ସରକାରୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଧ୍ୟରୁ ୨୬୨ଟି ସରକାରୀ ବିଦ୍ୟାଳୟ ଏବଂ ୨୦ଟି ଅନୁଦାନପ୍ରାପ୍ତ ବିଦ୍ୟାଳୟ। ୫୫ ମାଧ୍ୟମିକ ବିଦ୍ୟାଳୟ ମଧ୍ୟରୁ ୨୯ଟି ସରକାରୀ ବିଦ୍ୟାଳୟ ଓ ୨୬ଟି  ଅନୁଦାନପ୍ରାପ୍ତ ବିଦ୍ୟାଳୟ ରହିଛି। ଏହି ବିଦ୍ୟାଳୟଗୁଡିକ ମଧ୍ୟରୁ ବିଭିନ୍ନ ବିଦ୍ୟାଳୟର ଅବସ୍ଥା ରୁଗ୍‌ଣ ହୋଇପଡ଼ିଛି। ଏବେ ୮୪ରୁ ଊର୍ଦ୍ଧ୍ୱ ବିଦ୍ୟାଳୟ ମରାମତି ଅପେକ୍ଷାରେ। ତେବେ ଗତ କିଛିବର୍ଷ ଧରି ଗୃହଶୂନ୍ୟ ଥିବା ଶିକ୍ଷାନୁଷ୍ଠାନ ବଳସାହି ଓ ବିଦେଇପୁର ହରିଜନ ପ୍ରାଥମିକ ବିଦ୍ୟାଳୟର ନୂତନ ଗୃହ ଏବେ ନିର୍ମାଣାଧୀନ ଅଛି। ଅନ୍ୟପକ୍ଷେ ୫ ବିଦ୍ୟାଳୟ ଶ୍ରୀବତ୍ସପୁର ପ୍ରାଥମିକ, ଖେଡୁଆଳପୁର ପ୍ରକଳ୍ପ ପ୍ରାଥମିକ, ବାଲିମୁଣ୍ଡା ଚିପାଡିଆ, ଛେନାଖିଆ ପ୍ରାଥମିକ ଓ ବିଦେଇପୁର ମଳିକସାହି ପ୍ରାଥମିକ ବିଦ୍ୟାଳୟରେ ନଳକୂପ ନ ଥିବାରୁ ପାନୀୟ ଜଳ ପାଇଁ ଛାତ୍ରୀଛାତ୍ର, ଶିକ୍ଷକମାନେ ହଇରାଣ ହେଉଛନ୍ତି। ସେହିପରି ବଳରାମପୁର ପ୍ରକଳ୍ପ ଉ.ପ୍ରା. ବିଦ୍ୟାଳୟ, ଚାରିବାଟିଆ ଉ.ପ୍ରା.ବିଦ୍ୟାଳୟ, ନନ୍ଦପାଟଣା ପ୍ରକଳ୍ପ ଉ.ପ୍ରା. ବିଦ୍ୟାଳୟ ସମେତ ଅନ୍ୟ କେତେକ ଲୁଣାଯୁକ୍ତ ଅଞ୍ଚଳରେ ବିଦ୍ୟାଳୟ ପରିସରରେ ଥିବା ନଳକୂପରୁ ଲୁଣାପାଣି ବାହାରୁଥିବାରୁ ଏହା ବ୍ୟବହାର ଅନୁପଯୋଗୀ। ଏବେ ଗ୍ରୀଷ୍ମଦିନେ ପାନୀୟଜଳ ପାଇଁ ଛାତ୍ରୀଛାତ୍ର ଡହଳବିକଳ ହେଉଛନ୍ତି। ସମସ୍ତ ବିଦ୍ୟାଳୟକୁ ସ୍ଥାୟୀ ବିଦ୍ୟୁତ୍‌ ସଂଯୋଗର ନିର୍ଦ୍ଦେଶ ଥିବାବେଳେ ୧୫୦ରୁ ଊର୍ଦ୍ଧ୍ୱ ବିଦ୍ୟାଳୟରେ ଏହି ବ୍ୟବସ୍ଥା ମଧ୍ୟ ହୋଇପାରି ନାହିଁ। ୨ ଶହରୁ ଊର୍ଦ୍ଧ୍ୱ ବିଦ୍ୟାଳୟରେ ଆବଶ୍ୟକ ସ୍ଥାୟୀ ଜମି ନ ଥିବାରୁ ସ୍ଥାୟୀ ଖେଳପଡ଼ିଆ ନାହିଁ। ଫଳରେ ଛାତ୍ରୀଛାତ୍ର ଶାରୀରିକ ବ୍ୟାୟାମ ଓ ଖେଳକୁଦ ଠିକ୍‌ ଭାବେ କରିପାରୁନାହାନ୍ତି। ସେହିପରି ବିଭିନ୍ନ ବିଦ୍ୟାଳୟର ଚତୁଃପାର୍ଶ୍ୱ ମୁକୁଳା ପଡୁଛି। ୧୭୦ରୁ ଊର୍ଦ୍ଧ୍ୱ ବିଦ୍ୟାଳୟରେ ସ୍ଥାୟୀ ବାଉଣ୍ଡରି ନ ଥିବାରୁ ଛାତ୍ରୀଛାତ୍ରଙ୍କ ଅସୁରକ୍ଷିତ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ସମ୍ପର୍କରେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ରମାକାନ୍ତ ପାଢୀଙ୍କୁ ପଚାରିବାରୁ କହିଛନ୍ତି, କେତେକ ବିଦ୍ୟାଳୟରେ ବିଭିନ୍ନ ସମସ୍ୟା ରହିଛି। ସମସ୍ୟାର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବା ସକାଶେ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଁ ଭାଁଖୋଲୁଛି ଜଳସେଚନ ଉପଖଣ୍ଡ କାର୍ଯ୍ୟାଳୟ

ଖଇରା, ୨୬।୩(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରାଠାରେ ଥିବା ସାଳନ୍ଦୀ ଡିଭିଜନର ଉପଖଣ୍ଡ କାର୍ଯ୍ୟାଳୟ ମାସ ମାସ ଧରି ବନ୍ଦ ହୋଇ ରହୁଛି। ଯନ୍ତ୍ରୀମାନେ ସାଇଡ୍‌ରେ କାମ...

ଗାଁଦାଣ୍ଡରେ ବନ୍ୟାଜଳ

ଜଳେଶ୍ୱର, ୨୪।୮(ଡି.ଏନ.ଏ.): ସୁବର୍ଣ୍ଣରେଖା ବନ୍ୟାର ୩ୟ ଦିନରେ ଜଳେଶ୍ୱର ବ୍ଲକର ୨୬ଶହ ହେକ୍ଟର ଜମି ବନ୍ୟାଜଳରେ ବୁଡ଼ିଯାଇଥିବା ବେଳେ ୫ ପଞ୍ଚାୟତ ୧୬ ଗାଁର ଦୁର୍ଦ୍ଦଶା...

ଆହାର କେନ୍ଦ୍ରରେ ଖାଦ୍ୟ ମାନ ଯାଞ୍ଚ

ଭଦ୍ରକ ଅଫିସ, ୩୧।୫ – ଭଦ୍ରକ ଜିଲାପାଳ ଜ୍ଞାନରଞ୍ଜନ ଦାସ ଗୁରୁବାର ଚାନ୍ଦବାଲି ଗସ୍ତରେ ଯାଇ ବ୍ଲକ କାର୍ଯ୍ୟାଳୟରେ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରି...

ବାଲେଶ୍ୱରରେ ଅଜଣା ପୋକ ଆତଙ୍କ

ବାଲେଶ୍ୱର ଅଫିସ,୨୭।୩: ବାଲେଶ୍ୱର ଜିଲା ସଦର ବ୍ଲକ ଗେଙ୍ଗୁଟି ପଞ୍ଚାୟତ ଅଧୀନ ଜମ୍ବେଶ୍ୱରପୁର ବଡ଼ଖୁଆଆଡ଼ି ହରିଜନ ସାହିରେ ହଜାର ହଜାର ଅଜଣା (କଳା ଓ ନାଲି...

ବିଦ୍ୟୁତ୍‌ ସମସ୍ୟାରୁ ମୁକୁଳିବେ ୬ ହଜାର ଉପଭୋକ୍ତା

ଖଇରା,୧୩।୫(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ସାରୁଗାଁ ପଞ୍ଚାୟତବାସୀ ଦୀର୍ଘଦିନ ଧରି ବିଦ୍ୟୁତ ସମସ୍ୟାରେ ଘାଣ୍ଟି ହେଉଥିବା ବେଳେ ୨ଦିନ ତଳେ ନୂଆ ଷ୍ଟ୍ରକଚର...

ଆମ୍ବଲାନ୍ସକୁ ଧକ୍କା ଦେଲା ଗୋରୁ ବୋଝେଇ ପିକ୍‌ଅପ୍‌: ୧୦ରୁ ଊର୍ଦ୍ଧ୍ୱ ଗୋରୁ ଉଦ୍ଧାର, ଜଣେ ଆହତ

ବାହାନଗା,୨୨ା୯(ଡି.ଏନ.ଏ.)-ବାହାନଗା ବ୍ଲକ ଖନ୍ତାପଡାସ୍ଥିତ ୧୬ ନମ୍ବର ଜାତୀୟ ରାଜପଥ ଚିତାପଦା ଡାଇଭର୍ଶନଠାରେ ସୋମବାର ଏକ ଆମ୍ବଲାନ୍ସ ପଛପଟୁ ଗୋରୁ ବୋଝେଇ ପିକଅପ୍‌ ଭ୍ୟାନ ଧକ୍କା ଦେଇଥିଲା...

ରହସ୍ୟଘେରରେ ଆଦିତ୍ୟଙ୍କ ମୃତ୍ୟୁ

ବାରିପଦା ଅଫିସ,୨୯।୪- ବାରିପଦା ସହର ୨୫ ନମ୍ବର ୱାର୍ଡ ଛାଞ୍ଚ ଅଞ୍ଚଳର ଆଦିତ୍ୟ ନାରାୟଣ ପଣ୍ଡା ନାମକ ଜଣେ ଯୁବକଙ୍କୁ  ହତ୍ୟା କରାଯାଇଥିବା ନେଇ ତାଙ୍କ...

ପୁତୁରାଙ୍କୁ ଆକ୍ରମଣ ମାମଲା:ଦାଦାଙ୍କୁ ୬ ବର୍ଷ ଜେଲ୍‌,୧୦ ହଜାର ଜରିମାନା

ଭଦ୍ରକ ଅଫିସ, ୨୨।୬ – ଭଦ୍ରକ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶୁକ୍ରବାର ପୁତୁରାକୁ ମରଣାନ୍ତକ ଆକ୍ରମଣ ମାମଲାର ବିଚାର କରି ଦାଦା ବାସୁଦେବପୁର ଥାନା...

Advertisement
Archives

Model This Week