Posted inଜାତୀୟ

ମମତାଙ୍କ ପାଇଁ ରଣନୀତି ପ୍ରସ୍ତୁତ କରିବେ ପ୍ରଶାନ୍ତ କିଶୋର

କୋଲକାତା, ୭।୬: ଗତ ଲୋକ ସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ(ଟିଏମସି) ଖରାପ ପ୍ରଦର୍ଶନ ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜନୈତିକ କୁଟନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କୁ ଭେଟିଛନ୍ତି। ସଚିବାଳୟ ପ୍ରାୟ ୯୦ ମିନିଟ ଧରି ପ୍ରଶାନ୍ତଙ୍କ ସହ ଆଲୋଚନା କରିଥିଲେ ମମତା। ଏହି ସମୟରେ ଦଳ ପରାଜୟର କାରଣ ଖୋଜିବା ସହ ଆଗାମୀ ୨୦୨୧ ନିର୍ବାଚନରେ ଟିଏମସିର ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରାଯାଇଥିଲା। ପଶ୍ଚିମବଙ୍ଗରେ ଭାଜପାକୁ ରୋକିବା ପାଇଁ ମମତା ଆଗୁଆ ଯୋଜନା ପ୍ରସ୍ତୁତ କରୁଛନ୍ତି ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି। ସୂଚନାଯୋଗ୍ୟ, ଗତ ଲୋକ ସଭା ନିର୍ବାଚନରେ ପଶ୍ଚିମବଙ୍ଗର ୪୨ଟି ଆସନ ମଧ୍ୟରୁ ଟିଏମସି ୨୨ଟି ଏବଂ ଭାଜପା ୧୮ଟିରେ ବିଜୟ ହାସଲ କରିଥିଲା। ୨୦୧୪ ତୁଳନାରେ ଟିଏମସିକୁ ୧୨ଟି ଆସନ କମ୍‌ ମିଳିଥିବାବେଳେ ସେହି ୧୨ଟି ଆସନ ଭାଜପା ଖାତାକୁ ଯାଇଛି। ତେଣୁ ଭାଜପା ଏବେ ପଶ୍ଚିମବଙ୍ଗ ହାତେଇବା ପାଇଁ ଯୋଜନା ପ୍ରସ୍ତୁତ କରୁଥିବାବେଳେ ମମତା ତାକୁ ରୋକିବା ପାଇଁ ପ୍ରଶାନ୍ତ କିଶୋରଙ୍କ ସହାୟତା ଲୋଡିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ପ୍ରତି ବିଶ୍ୱ ଦୃଷ୍ଟିଭଙ୍ଗୀ ବଦଳିଛି

ନୂଆଦିଲ୍ଲୀ,୧।୨: ଭାରତ ପ୍ରତି ବିଶ୍ୱ ଦୃଷ୍ଟିଭଙ୍ଗୀରେ ବଦଳିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ପାର୍ଲାମେଣ୍ଟର ବଜେଟ ଅଧିବେଶନ ଆରମ୍ଭରେ ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ...

କେତେ ଶ୍ରମିକଙ୍କୁ ମିଳୁଛି ଖାଦ୍ୟ ଶସ୍ୟ: କେନ୍ଦ୍ର-ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ…

ନୂଆଦିଲ୍ଲୀ,୩୧।୧ : ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏଫଏସଏ) ସମ୍ପର୍କରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ପଞ୍ଜୀକୃତ ୨୮ କୋଟି...

ପାଟିର ଲାଳ ଦୂର କରେ ଶହେରୁ ଅଧିକ ପ୍ରକାର ରୋଗ..

ଆମ ମୁଖ ଭିତରେ ଏକ ଲକ୍ଷରୁ ଅଧିକ ଲାଳଗ୍ରନ୍ଥି ରହିଛି। ଏହି ଗ୍ରନ୍ଥି ଦ୍ୱାରା ପାଟିରେ ଲାଳ ତିଆରି ହୁଏ। ଲାଳ ଯୋଗୁ ମଣିଷ ଶରୀରରେ...

ପିଲାଙ୍କ ପାଇଁ ଆଉ ଏକ ଭ୍ୟାକ୍ସିନ! ଜନସନ ଆଣ୍ଡ ଜନସନ ଟ୍ରାଏଲ ପାଇଁ ମାଗିଲା ଅନୁମତି

ନୂଆଦିଲ୍ଲୀ,୨୦ ।୮: ଦେଶରେ କରୋନା ମହାମାରୀର ତୃତୀୟ ଲହରର ଆଶଙ୍କା ମଧ୍ୟରେ ଏବେ ପିଲାମାନଙ୍କ ପାଇଁ ଆଉ ଏକ ଭ୍ୟାକ୍ସିନ ବା ଟିକାର ରାସ୍ତା ଖୋଲିଯିବା...

ଶିକ୍ଷକଙ୍କଠାରୁ ୧୪ ଛାତ୍ରୀଛାତ୍ରଙ୍କୁ ବ୍ୟାପିଲା କରୋନା ସଂକ୍ରମଣ

ହାଇଦ୍ରାବାଦ୍‌, ୩।୧୦: ଆନ୍ଧ୍ରପ୍ରଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଇତିମଧ୍ୟରେ ୭ ଲକ୍ଷରୁ ଅଧିକ ରହିଛି। ସ୍ଥାନୀୟ ଗୁଣ୍ଟୁର ଜିଲାରେ ଜଣେ କରୋନା ପଜିଟିଭ୍‌ ଶିକ୍ଷକଙ୍କଠାରୁ ୧୪...

ଅଜ୍ଞାତ ନମ୍ବରରୁ ପାର୍ଟ ଟାଇମ ଚାକିରିର ଲୋଭ ଦେଖାଇ ହ୍ବାଟସଆପ୍‌ କରୁଛି ଗୁପ୍ତଚରୀ: କେନ୍ଦ୍ରମନ୍ତ୍ରୀ…

ନୂଆଦିଲ୍ଲୀ,୧୦।୫ : ଅନ୍ତର୍ଜାତୀୟ କଲ ଏବଂ ଚାକିରି ସମ୍ପର୍କିତ ବାର୍ତ୍ତା ମଧ୍ୟରେ ଉପଭୋକ୍ତାମାନେ ହ୍ବାଟସ ଆପରେ ଏକ ନୂତନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସମ୍ପ୍ରତି ଜଣେ...

୧୬୫ ଯାତ୍ରୀଙ୍କୁ ନେଇ ଅଟକି ରହିଛି ଥର୍‌ ଏକ୍ସପ୍ରେସ୍‌

ଜୟପୁର,୧୦।୮: ଗତ ଶୁକ୍ରବାର ପାକିସ୍ତାନ ଥର୍‌ ଏକ୍ସପ୍ରେସ୍‌ ଚଳାଚଳକୁ ବନ୍ଦ କରିବା ପରେ ଏବେ ଏଥିରେ ୧୬୫ ଯାତ୍ରୀ ଅଟକି ରହିଥିବା ସୂଚନା ମିଳିଛି। ଏମାନଙ୍କ...

ସ୍କୁଲରେ ଆଉ ମିଳିବନି ସିଙ୍ଗଡ଼ା-ପିଜା-ବର୍ଗର-କୋଲ୍ଡଡ୍ରିଙ୍କ୍ସ୍‌

ନୂଆଦିଲ୍ଲୀ, ୧୦।୮: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଲକ୍‌ଡାଉନ୍‌ ଜାରି ରହିଛି। ଅନ୍‌ଲକ୍‌ର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇଥିଲେ ମଧ୍ୟ ସମସ୍ତ ସ୍କୁଲ କଲେଜ...

Advertisement
Archives

Model This Week