ମନ କିଣେ ବାବୁଲିଙ୍କ ଦହିବରା

କେନ୍ଦୁଝର, ୨୬ା୭(ଡି.ଏନ.ଏ.)-ଆଳୁଦମ ଦହିବରା ନାଁ ଶୁଣିଲେ ପାଟିରୁ ଲାଳ ଗଡ଼ିଆସେ। ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଏହାକୁ ଖାଇବାକୁ ବେଶ ଭଲ ପାଆନ୍ତି। ଗୋଟିଏ ପ୍ଲେଟ ଖାଇଲେ ପେଟ ପୂରିଯାଏ। ଆଳୁଦମ ଦହିବରା ସାଙ୍ଗକୁ ଦହି ପାଣିର ସ୍ବାଦ କହିଲେ ନ ସରେ। ଏହିଭଳି ଜଣେ ଦହିବରା ବେପାରି କେନ୍ଦୁଝର ସହରରେ ସମସ୍ତଙ୍କ ପ୍ରିୟ ହୋଇପାରିଛନ୍ତି। ଏତେ ସୁଆଦିଆ ତାଙ୍କ ଦହିବରା ଲୋକଙ୍କ ମନକୁ କିଣିଥାଏ ବୋଲି କେତେକ ଗ୍ରାହକ ପ୍ରକାଶ କରିଛନ୍ତି।
ତାଙ୍କ ନାମ ବସନ୍ତ ସାହୁ। ବାପାଙ୍କ ନାମ ସୁଦର୍ଶନ ସାହୁ। ତାଙ୍କ ଡାକ ନାମ ବାବୁଲି। ବାବୁଲି ନାମରେ ସେ ବେଶ ପରିଚିତ। ସକାଳ ୭ଟା ବାଜିଲେ ଜୁଡିସିଆଲ କୋର୍ଟ ସମ୍ମୁଖରେ ଏକ ଛତା ଲାଗେ ତା’ତଳେ ଏକ ଲୁନା ଆସି ଠିଆ ହୁଏ। ଆରମ୍ଭ ହୋଇଯାଏ ବାବୁଲିଙ୍କ ଦହିବରା ଆଳୁଦମ ବିକ୍ରି। ସେ ୧୧ବର୍ଷ ପୂର୍ବେ ସୁଦୁର ଚର୍ଚ୍ଚିକା ବାଙ୍କି ଅଞ୍ଚଳର କେନ୍ଦୁପଲ୍ଲୀ ଗ୍ରାମରୁ ଆସି କେନ୍ଦୁଝର ନରଣପୁରରେ ପରିବାର ସହ ରହି ଦହିବରା ଆଳୁଦମ ବେପାର କରୁଛନ୍ତି। ଘରେ ତାଙ୍କ ସହଧର୍ମିଣୀ ପ୍ରତିମା ଦହିବରା, ଆଳୁଦମ ଓ ଘୁଗୁନି ପ୍ରଭୃତି ପ୍ରସ୍ତୁତିରେ ସାହାଯ୍ୟ କରନ୍ତି। ତାଙ୍କର ୨ ପୁଅ ସ୍କୁଲରେ ପାଠ ପଢୁଛନ୍ତି। ଦହିବରା ଆଳୁଦମ ବିକ୍ରି କରି ବେଶ ଭଲ ରୋଜଗାର କରି ପରିବାର ଚଳାଉଥିବା ବାବୁଲି ପ୍ରକାଶ କରିଛନ୍ତି। ସକାଳ ୭ଟାରୁ ବିକ୍ରି ଆରମ୍ଭ କରି ୧୦ ଘଟିକା ମଧ୍ୟରେ ସବୁ ସରିଗଲା ପରେ ଘରକୁ ଫେରି ପୁଣି ତା’ ପରଦିନ ପାଇଁ ପ୍ରସ୍ତୁତ ହୁଅନ୍ତି। ବହୁତ ଯୁବକ ଓ ଛାତ୍ର ତାଙ୍କର ନିୟମିତ ଗରାଖ ବୋଲି ସେ ପ୍ରକାଶ କରିଛନ୍ତି। ତାଙ୍କଠାରୁ ଦହିବରା ଆଳୁଦମ ଖାଉଥିବା ଜଣେ ଗ୍ରାହକଙ୍କୁ ଏହାର ସ୍ବାଦ ବାବଦରେ ପଚାରିବାରୁ ଦହିବରା ଓ ଆଳୁଦମର ସ୍ବାଦ ଅନ୍ୟ ବ୍ୟବସାୟୀଙ୍କଠାରୁ ନିଶ୍ଚିତ ଭାବରେ ଭିନ୍ନ ଓ ନିଆରା ବୋଲି କହିଥିବାବେଳେ ସବୁଠାରୁ ବଡ କଥା ହେଲା ବାବୁଲିଙ୍କର ଗ୍ରାହକଙ୍କୁ ଉତ୍ତମ ବ୍ୟବହାର ସେମାନଙ୍କୁ ଆକୃଷ୍ଟ କରିଥାଏ।

(ଦୀପକ ମିଶ୍ର)


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

ଚାଇନାକୁ ପାନେ ଦେବ ଭାରତ: ଇରାନ ମଡେଲ୍‌କୁ ଆପଣାଇ…

ନୂଆଦିଲ୍ଲୀ,୧୦।୪: ସୀମିତ ସମ୍ବଳ ସତ୍ତ୍ୱେ ଏକ ସଂକୀର୍ଣ୍ଣ ସମୁଦ୍ର କରିଡର (ଚୋକପଏଣ୍ଟ)କୁ କିପରି ଏକ ରଣନୈତିକ ଅସ୍ତ୍ରରେ ପରିଣତ କରାଯାଇପାରିବ ତାହା ଇରାନ ବିଶ୍ୱକୁ ଦେଖାଇଛି। ଏବେ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri