ମନ୍ତ୍ରୀସ୍ତରୀୟ ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସୂଚନା: ରାଜ୍ୟରେ କୋଭିଡ-୧୯ ପରୀକ୍ଷଣ, ବେଡ ସଂଖ୍ୟା ବୃଦ୍ଧି ପାଇଁ ପ୍ରସ୍ତାବ ଗୃହୀତ

ଭୁବନେଶ୍ୱର,୧୪।୫(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାର ମୁକାବିଲାକୁ ନେଇ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି କ୍ରମରେ କରୋନା ନେଇ ଗୁରୁବାର ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଏନେଇ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ରାଜ୍ୟରେ କୋଭିଡ ଟେଷ୍ଟ ଓ ବେଡ୍‌ ସଂଖ୍ୟା ବୃଦ୍ଧି ପ୍ରସ୍ତାବ ଗୃହୀତ ହୋଇଛି। ପ୍ରତ୍ୟହ ୧୫ ହଜାର କୋଭିଡ୍‌ ନମୁନା ପରୀକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀ ଜୋର ଦେଉଛନ୍ତି। କୋଭିଡ୍‌ ନମୁନା ପରୀକ୍ଷଣ ବଢ଼ାଇବାକୁ ପ୍ରାଇଭେଟ୍‌ ଲ୍ୟାବ୍‌କୁ ଆଇସିଏମ୍‌ଆର୍‌ ଅନୁମତି ଦେଇଛି। ୧୬ରୁ ବଲାଙ୍ଗୀର, ୨୩ରୁ କୋରାପୁଟ, ୩୧ରୁ ବାରିପଦାରେ କୋଭିଡ୍‌ ଟେଷ୍ଟ କରାଯିବ। ଟେଷ୍ଟ ଅନୁମତି ଲାଗି ଆବଶ୍ୟକ ମେଶିନ ଅଣାଯିବ। ଓଏସ୍‌ଏମ୍‌ସିଏଲ୍‌ ଦ୍ୱାରା ଆବଶ୍ୟକ ମେଶିନ କିଣାଯିବ। ୨୦୧୩ ଟବାକୋ ଆଇନ୍‌କୁ ଦୃଢ଼ ଭାବେ କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ ଦିଆଯାଇଛି। ସେହିଭଳି ବାହାରୁ ଆସୁଥିବା ଗର୍ଭବତୀ, ବୟସ୍କ ଓ ଶିଶୁଙ୍କର କରୋନା ଟେଷ୍ଟ ହେବ। ଏମାନଙ୍କର ଟେଷ୍ଟ ନେଗେଟିଭ୍‌ ଆସିଲେ ଘରେ ସଂଗରୋଧ ରହିବେ। ଆବଶ୍ୟକ ପଡ଼ିଲେ ସେମାନଙ୍କୁ ତୁରନ୍ତ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯିବ। ପ୍ରବାସୀ ଶ୍ରମିକଙ୍କ କୋଭିଡ ଟେଷ୍ଟ ନେଗେଟିଭ୍‌ ହେଲେ ଘରକୁ ପଠାଯିବ ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ବାହାରୁ ଆସିଥିବା ଲୋକଙ୍କ ଉପରେ କଡ଼ା ନଜର

କପ୍ତିପଦା, ୨୯ା୩(ଡି.ଏନ.ଏ)- ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକରେ ଲକଡାଉନର ବେଶ ପ୍ରଭାବ ପଡ଼ିଥିତ୍ବା ଦେଖିବାକୁ ମିଳିଛି। ଜରୁରୀ ସାମଗ୍ରୀ ବ୍ୟତୀତ ଅନ୍ୟ ଦୋକାନ ଗୁଡିକ ସମ୍ପୂର୍ଣ୍ଣ...

ଲିଫ୍ଟ ଦେବା ଆଳରେ ଯୁବତୀଙ୍କୁ ବଳାତ୍କାର: ଅଭିଯୁକ୍ତ ଯୁବକ ଗିରଫ

ଭୁବନେଶ୍ୱର,୧୦।୩(ବ୍ୟୁରୋ): ଲିଫ୍ଟ ଦେବା ଆଳରେ ଜଣେ ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଭୁବନେଶ୍ୱରର ମୈତ୍ରୀବିହାର ଥାନା ଅଞ୍ଚଳରେ ମଙ୍ଗଳବାର ରାତିରେ ଏହି ଘଟଣା ଘଟିଥିବାବେଳେ...

ମପାଯିବ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା

ଭୁବନେଶ୍ୱର, ୧୯ା୧୦ (ବ୍ୟୁରୋ): ମୋ ସରକାର ଏବଂ ୫-ଟି କାର୍ଯ୍ୟକାରୀ କ୍ଷେତ୍ରରେ ସରକାରୀ କର୍ମଚାରୀ ଓ ଅଧିକାରୀମାନଙ୍କ କାର୍ଯ୍ୟଦକ୍ଷତା ମପାଯିବ। ଏ ନେଇ କର୍ମଚାରୀମାନଙ୍କର ବାର୍ଷିକ...

କରୋନା ମୁକାବିଲା: ସମସ୍ତ ଜିଲାରେ ୧୪୪ ଧାରା ଜାରି

ଲକ୍ଷ୍ନୌ,୫।୪: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶରେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ଜିଲାରେ ୧୪୪ ଧାରା ଜାରି କରାଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ...

ପୁଣି ବଢିଲା କରୋନା ଗ୍ରାଫ୍‌: ରାଜ୍ୟରେ ଆଜି ୧୦,୯୮୨ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର,୧୨।୫(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁଛି। ବୁଧବାର ରାଜ୍ୟରେ ୧୦,୯୮୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୬୧୪୯ ଜଣ...

ଝିଅକୁ ହତ୍ୟା ପରେ ମା’ର ଆତ୍ମହତ୍ୟା: ଜଙ୍ଗଲରୁ ମିଳିଲା ସ୍ବାମୀଙ୍କ ମୃତଦେହ

ବଣାଇ/ବଡ଼ବିଲ/ଟେନ୍‌ସା,୨୯।୪: ରାସ୍ତାକଡ଼ ଶାଳ ଜଙ୍ଗଲରୁ ସ୍ବାମୀ ଏବଂ ଭଡ଼ାଘରୁ ମିଳିଲା ସ୍ତ୍ରୀ ଓ ଝିଅଙ୍କ ମୃତଦେହ। ଗୋଟିଏ ଦିନରେ ପରିବାରର ୩ ସଦସ୍ୟଙ୍କ ଏଭଳି ସନ୍ଦେହଜନକ...

ନାବାଳକଙ୍କୁ ବଳି ସନ୍ଦେହ ମାମଲା: ମଙ୍ଗଳା କୋଠି ପୂଜାରିଣୀଙ୍କ ସହ ୩ ଗିରଫ

ଅନୁଗୋଳ,୩୦ା୭(ଅମିତ କୁମାର ସାମଲ): ଅନୁଗୋଳ ଜିଲା ଆଠମଲ୍ଲିକ ବାରିଣୀ ଜଙ୍ଗଲରୁ ନାବାଳକଙ୍କ ଗୋଡ଼, ହାତ ନ ଥିବା କ୍ଷତବିକ୍ଷତ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା। ଅନ୍ୟପକ୍ଷେ...

ଖୋର୍ଦ୍ଧା ଜିଲାର ୩ ପ୍ରବେଶ ପଥ ସିଲ୍‌

ଖୋର୍ଦ୍ଧା ଅଫିସ,୧ା୪: ଲକଡାଉନକୁ ଅଧିକ କଡ଼ାକଡି କରିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ମଙ୍ଗଳବାର ଠାରୁ ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ଜିଲା ସୀମାକୁ ସିଲ...

Advertisement
Archives

Model This Week