ମନୋଜ ଦାସ ପାଇବେ ‘କଳିଙ୍ଗ ସାହିତ୍ୟ ସମ୍ମାନ’

ଭୁବନେଶ୍ୱର,୬ା୨(ବ୍ୟୁରୋ): ‘ମାଇଷ୍ଟିକ୍‌ କଳିଙ୍ଗ ଫେଷ୍ଟିଭାଲ-୨୦୨୦’ରେ ବିଶିଷ୍ଟ ସାହିତି୍ୟକ ତଥା କଥାକାର ପ୍ରଫେସର ମନୋଜ ଦାସ ଚଳିତବର୍ଷ ପାଇଁ ‘କଳିଙ୍ଗ ସାହିତ୍ୟ ସମ୍ମାନ’ ପାଇବେ। ଓଡ଼ିଶା ଡାଏରୀ ଫାଉଣ୍ଡେଶନ ଏବଂ ଓଡ଼ିଶା ଡାଏରୀ ମିଡିଆର ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ଫେବୃୟାରୀ ୮ ଓ ୯ ଦୁଇଦିନ ଧରି ସ୍ଥାନୀୟ ହୋଟେଲରେ ଆୟୋଜିତ ହେବ। ଏହି ଅବସରରେ ଦାସ ମହୋତ୍ସବର ମୁଖ୍ୟ ବିଷୟବସ୍ତୁ ‘ଦିବ୍ୟ ଆନନ୍ଦ: ଜ୍ଞାନ, ଉନ୍ମାଦ ଓ ରୂପାନ୍ତରଣ’(Divine Madness: Knowledge, Ecstasy and Transformation) ଶୀର୍ଷକ ବିଷୟ ଉପରେ ସମ୍ଭାଷଣ ପ୍ରଦାନ କରିବେ। ପଦ୍ମ ପୁରସ୍କାରପ୍ରାପ୍ତ ମନୋଜ ଦାସଙ୍କ ସମ୍ଭାଷଣ ଶୁଣିବା ସମସ୍ତ ପୁସ୍ତକ ତଥା କଳାପ୍ରେମୀଙ୍କ ପାଇଁ ଏକ ଅପୂର୍ବ ସୁଯୋଗ ବୋଲି ମାଇଷ୍ଟିକ୍‌ କଳିଙ୍ଗ ଫେଷ୍ଟିଭାଲ ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ରଶ୍ମିରଞ୍ଜନ ପରିଡ଼ା କହିଛନ୍ତି। ଏହି ଅବସରରେ ଓଡ଼ିଆ ଭାଷା ଏବଂ ଭାରତୀୟ ଓ ବିଦେଶୀ ଭାଷାରେ କାଳଜୟୀ ସୃଷ୍ଟି ପାଇଁ ଦୁଇଟି ଭିନ୍ନ ଭିନ୍ନ ଅଲୌକିକ କଳିଙ୍ଗ ସାହିତ୍ୟ ସମ୍ମାନ ପ୍ରଦାନ କରାଯିବ। ପୁରସ୍କାର ବାବଦରେ ଏକ ଲକ୍ଷ ଟଙ୍କା, ମାନପତ୍ର ଓ ଖଦି ଉପଢୌକନ ପ୍ରଦାନ କରାଯିବ। ମହୋତ୍ସବରେ ରମାକାନ୍ତ ରଥ, ସୀତାକାନ୍ତ ମହାପାତ୍ର, ଡ. ବିଜୟାନନ୍ଦ ସିଂ, ଅଜିତ ଦାସ, ସୁବାସ ପାଣି, ଯତୀନ ନାୟକ, ପିୟୋଶୀ ବରୁଆ, ଅସିତ୍‌ ମହାନ୍ତି ପ୍ରମୁଖ ନିଜର ସ୍ବରଚିତ କବିତା ପାଠ କରିବେ।
ଚଳିତବର୍ଷ ଗ୍ରାମୀଣ ଓଡ଼ିଶାର ହଜିଯାଉଥିବା କିଛି ଲୋକଗୀତ ଏବଂ ବାଦ୍ୟକୁ ଫେଷ୍ଟିଭାଲରେ ପରିବେଷଣ କରାଯିବ। କେନ୍ଦେରା, ଧୁଡୁକି, ଖଞ୍ଜଣି ଆଦି ବଜାଇବା ସହ ଚକୁଳିଆ ପଣ୍ଡା ଏବଂ ପାଲା ଗାୟକଙ୍କ ପରି ଲୋକଗୀତ ପରିବେଷଣ କରୁଥିବା ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ଶିଳ୍ପୀ ଏଥିରେ ଅଂଶଗ୍ରହଣ କରିବେ। ଦେଶ ତଥା ଦେଶ ବାହାରୁ ସାହିତି୍ୟକମାନେ ଯୋଗଦେବେ। ୧୦ରୁ ଊର୍ଦ୍ଧ୍ୱ ପୁସ୍ତକ ଏଠାରେ ଲୋକାର୍ପିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧରେ ପାକିସ୍ତାନର ଏଣ୍ଟ୍ରି? ଇରାନ ଉପରେ ବଡ଼ ଆକ୍ରମଣ…

ଇସଲାମବାଦ,୧।୩: ଆମେରିକା ଏବଂ ଇସ୍ରାଏଲ ଇରାନ ଉପରେ ଏକ ବଡ଼ ଆକ୍ରମଣ ଆରମ୍ଭ କରିଥିଲେ, ଯାହା ଫଳରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ବାତାବରଣ ଖେଳିଯାଇଛି। ଶନିବାର ସକାଳେ ଆମେରିକା…

ଧାନଜମିରେ ଇଲେକ୍ଟ୍ରି କରେଣ୍ଟ ଦେଇ ଷଣ୍ଢକୁ ମାରିଦେଲେ ଚାଷୀ, ତାତିଲା ବଜରଙ୍ଗ ଦଳ, ପ୍ରତିବାଦରେ…

ବାଲିଆପାଳ,୧ା୨(ଗୋପାଳ ଚନ୍ଦ୍ର ସାହୁ): ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକରେ ଦିନକୁ ଦିନ ଲୋକେ ଷଣ୍ଢଗୁଡ଼ିକୁ ଇଲେକ୍ଟ୍ରି କରେଣ୍ଟ ଦେଇ ମାରି ଦେଉଛନ୍ତି। ଏନେଇ ବାଲିଆପାଳ ଥାନାରେ ଅଭିଯୋଗ…

ମୃତ୍ୟୁ ସମୟରେ କ’ଣ କରୁଥିଲେ ଖାମନେଇ, କେଉଁଠି ଥିଲେ, ସାଙ୍ଗରେ ଆଉ କିଏ ଥିଲେ? ଜାଣନ୍ତୁ ସୁପ୍ରିମ ଲିଡରଙ୍କ ମୃତ୍ୟୁର ଇନସାଇଡ ଷ୍ଟୋରୀ

ତେହରାନ,୧।୩: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମନେଇଙ୍କ ମୃତ୍ୟୁ ଏବେ ଆନୁଷ୍ଠାନିକ ଭାବରେ ନିଶ୍ଚିତ ହୋଇଛି। ସରକାରୀ ପ୍ରେସ ଟିଭି ଏବଂ ଅନ୍ୟାନ୍ୟ ଗଣମାଧ୍ୟମ ରିପୋର୍ଟ…

ଇରାନ-ଇସ୍ରାଏଲ ଯୁଦ୍ଧ ଭିତରେ ପେଟ୍ରୋଲ ଦରରେ ନିଆଁ! ଭାରତରେ ମହଙ୍ଗା ହେବ…

ନୂଆଦିଲ୍ଲୀ,୧।୩: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ସଂଘର୍ଷ ବିଶ୍ୱବ୍ୟାପୀ ହଇଚଇ ସୃଷ୍ଟି କରିଛି, ଏବଂ ଏହା ଭାରତର ଅର୍ଥନୀତି ଉପରେ ସିଧାସଳଖ ପ୍ରଭାବ ପକାଇବ ବୋଲି ଆଶଙ୍କା…

ବଡ଼ଭାଇଙ୍କୁ ପଥରରେ ଛେଚି ହତ୍ୟା କଲେ ସାନ

ଝାରସୁଗୁଡ଼ା,୧ା୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ବଡ଼ମାଳ ଥାନା ଅନ୍ତର୍ଗତ ବୃନ୍ଦାମାଲ ରେଲଓ୍ବେ ଷ୍ଟେଶନ ନିକଟରେ ଥିବା ଏକ ବସ୍ତିରେ ରହୁଥିବା ବଡ଼ଭାଇ ବିବେକନାଥ ନାଗ(୨୮)ଙ୍କୁ ସାନଭାଇ କ୍ଷୀରୋଦନାଥ…

ଇସ୍ରାଏଲ-ଆମେରିକା ଆକ୍ରମଣରେ କେବଳ ଖାଇନେଇ ନୁହେଁ, ପରିବାରର ଅନେକ ସଦସ୍ୟ ନିହତ

ଜେରୁଜେଲମ,୧।୩: ଇରାନର ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ପରେ, ଏବେ ଖବର ଆସିଛି ଯେ ତାଙ୍କ ପରିବାରର ଅନେକ ସଦସ୍ୟ ମଧ୍ୟ ନିହତ ହୋଇଛନ୍ତି।…

ଆଜିଠାରୁ ଆକାଶରେ ଦେଖାଯିବ ବିରଳ ଦୃଶ୍ୟ: ନିକଟତର ହେବେ ୬ ଗ୍ରହ

ଭୁବନେଶ୍ୱର,୨୮ା୨(ସୁଚିସ୍ମିତା ସାହୁ): ସନ୍ଧ୍ୟା ଆକାଶରେ ଶନିବାରଠାରୁ ୬ଟି ଗ୍ରହ ନିକଟତର ହେବେ। ଏହି ବିରଳ ମହାଜାଗତିକ ଦୃଶ୍ୟ ମାର୍ଚ୍ଚ ୭ ଯାଏ ଦୃଶ୍ୟମାନ ହେବ। ପ୍ରତିଦିନ ସୂର୍ଯ୍ୟାସ୍ତ…

କେତେ ସମ୍ପତ୍ତି ଛାଡି ଦେଇଗଲେ ଖାମେନେଇ, ଜାଣିଲେ ହୋଇଯିବେ ତାଜୁବ

ତେହେରାନ୍‌,୧।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ପରେ, ଇରାନୀ ଗଣମାଧ୍ୟମ ଇରାନର ସର୍ୱୋଚ୍ଚ ନେତା ଆୟତୁଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri