Posted inଖେଳ

ମନେପଡନ୍ତି ୧୯୮୩ ବିଶ୍ୱକପର ହିରୋ ଯଶପାଲ

ଐତିହାସିକ ୧୯୮୩ ବିଶ୍ୱକପ ବିଜୟ ପାଇଁ ଭାରତର ପୂର୍ବତନ କ୍ରିକେଟର ଯଶପାଲ ଶର୍ମାଙ୍କୁ ସ୍ମରଣ କରାଯିବ। ଯଶପାଲ ଏହି ଦିନ ଅର୍ଥାତ୍‌ ୧୧ ଅଗଷ୍ଟ ୧୯୫୪ରେ ପଞ୍ଜାବର ଲୁଧିଆନାରେ ଜନ୍ମଗ୍ରହଣ କରିଥିଲେ। ସେ ତାଙ୍କ କ୍ୟାରିୟରରେ ୩୭ଟି ଟେଷ୍ଟ ଏବଂ ୪୨ ଟି ଦିକିକିଆ ଖେଳିଥିଲେ। ସେ ୧୯୮୩ ବିଶ୍ୱକପର ହିରୋ ଥିଲେ କିନ୍ତୁ କ୍ୟାରିୟରର ଶେଷ ଟେଷ୍ଟ ଇନିଂସରେ ‘୦’ ପାଇଁ ତାଙ୍କୁ ଆଉଟ୍‌ କରାଯାଇଥିଲା। ସେ ନଭେମ୍ବର ୧୯୮୩ ରେ ଦିଲ୍ଲୀରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଶେଷ ଟେଷ୍ଟ ମ୍ୟାଚ ଖେଳିଥିଲେ। ଗତ ମାସରେ ଦିଲ୍ଲୀରେ ହୃଦଘାତ ହେତୁ ଯଶପାଲଙ୍କର ମୃତୁ୍ୟୁ ହୋଇଥିଲା।
ଯଶପାଲ ୧୯୮୩ ବିଶ୍ୱ ବିଜେତା ଭାରତୀୟ ଦଳର ସଦସ୍ୟ ଥିଲେ। ସେ ଭାରତ ପାଇଁ ୩୭ ଟି ଟେଷ୍ଟ ମ୍ୟାଚ ଖେଳି ମୋଟ ୧୬୦୬ ରନ ସ୍କୋର କରିଥିଲେ। ତାଙ୍କର ସର୍ବୋତ୍ତମ ସ୍କୋର ୧୪୦ ଥିଲା। ସେ ନିଜ ଟେଷ୍ଟ କ୍ୟାରିୟରରେ ମୋଟ ୨ ଶତକ ଏବଂ ୯ ଅର୍ଦ୍ଧଶତକ ହାସଲ କରିଥିଲେ। ତାଙ୍କର ଟେଷ୍ଟ ହାରାହାରି ଥିଲା ୩୩.୪୫। ଦିନିକିଆ କ୍ରିକେଟରେ ସେ ୪ଟି ଅର୍ଦ୍ଧଶତକ ସମେତ ହାରାହାରି ୨୮.୪୮ରେ ୪୨ ମ୍ୟାଚରେ ୮୮୩ ରନ ସ୍କୋର କରିଥିଲେ। ୨୦୦୩ ରୁ ୨୦୦୬ ପର୍ଯ୍ୟନ୍ତ ସେ ଭାରତୀୟ ଦଳର ଚୟନକର୍ତ୍ତା ମଧ୍ୟ ଥିଲେ।
ଚୟନକର୍ତ୍ତା ଥିବାବେଳେ ଦଳର ତତ୍କାଳୀନ କୋଚ ଗ୍ରେଗ ଚାପେଲଙ୍କ ବିରୋଧରେ ମଧ୍ୟ ସେ ସ୍ବର ଉତ୍ତୋଳନ କରିଥିଲେ। ସେ ଉତ୍ତରପ୍ରଦେଶ ଦଳର କୋଚ ପଦରେ ମଧ୍ୟ କାର୍ଯ୍ୟ କରିଥିଲେ। ସେ ସର୍ବଦା ୧୯୮୩ ବିଶ୍ୱକପର ହିରୋ ଭାବରେ ପରିଚିତ ହେବେ। ଡିସେମ୍ବର ୨୦୦୫ ପର୍ଯ୍ୟନ୍ତ ସେ ଚୟନକର୍ତ୍ତା ଭାବରେ କାର୍ଯ୍ୟ କରିଥିଲେ। ପରେ ତାଙ୍କୁ ୨୦୦୮ ରେ ପୁନର୍ବାର ଏହି ଦାୟିତ୍ୱ ଦିଆଗଲା। ଯଶପାଲ ବଲିଉଡର ଭେଟେରାନ ଅଭିନେତା ଦିଲୀପ କୁମାରଙ୍କର ଜଣେ ବଡ଼ ପ୍ରଶଂସକ ଥିଲେ। ସେ ଏହା ମଧ୍ୟ କହିଥିଲେ ଯେ ଦିଲୀପ ତାଙ୍କ କ୍ୟାରିୟର କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ ୱେଷ୍ଟଇଣ୍ଡିଜ ବିପକ୍ଷରେ ୧୯୮୩ ବିଶ୍ୱକପରେ ଯଶପାଲ ୮୯ ରନର ଚମତ୍କାର ଇନିଂସ ଖେଳିଥିଲେ। ଏହି ମ୍ୟାଚ ପରେ ହିଁ ଲୋକମାନେ ଭାବିଥିଲେ ଯେ ଭାରତ ବିଶ୍ୱକପ ଜିତିପାରିବ, ଯାହା ମଧ୍ୟ ସତ ହୋଇଗଲା।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ଭାରତୀୟଙ୍କ ଭଲପାଇବା ଆଗରେ ନତମସ୍ତକ ଇରାନ: କହିଲା- ‘Thank You India, ଆଉ ସାହାଯ୍ୟ ଦରକାର ନାହିଁ’

ନୂଆଦିଲ୍ଲୀ,୧୧।୪: “ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ” – ଏହି କଥାକୁ ପୁଣିଥରେ ପ୍ରମାଣିତ କରିଛନ୍ତି ଭାରତବାସୀ। ଆମେରିକା ଏବଂ ଇସ୍ରାଏଲ ସହ ଜାରି ରହିଥିବା…

କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ

ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୦ଜୀବନ

କଟିହାର,୧୧ା୪: ବିହାରର କଟିହାର ଜିଲାରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌, ଟ୍ରକ୍‌ ଏବଂ ପିକ୍‌ଅପ୍‌ ମଧ୍ୟରେ ଧକ୍କା ହୋଇ ୧୦ଜଣଙ୍କ ମୃତ୍ୟୁ ଘଟିଥିବା…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri