ମଧୁମେହ ରୋଗୀଙ୍କ ପାଇଁ ଉପକାରୀ ଫଳ

ସମଗ୍ର ବିଶ୍ୱରେ ଦିନକୁଦିନ ମଧୁମେହ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମଣିଷର ଦୁର୍ବଳ ମେଟାବୋଲିଜିମ୍‌ କାରଣରୁ ଏହି ରୋଗ ହେଉଥିବାରୁ ଶରୀରରେ ସଠିକ୍‌ ମାତ୍ରାରେ ଇନ୍‌ସୁଲିନ୍‌ ପ୍ରସ୍ତୁତ ହୋଇପାରି ନ ଥାଏ। ଯେଉଁଥିପାଇଁ ମଧୁମେହ ରୋଗୀଙ୍କୁ ବିଶେଷ କରି ଖାଦ୍ୟପେୟ ନେଇ ଅଧିକ ଯତ୍ନବାନ ହେବାକୁ ପଡ଼ିଥାଏ । କାରଣ ଅଧିକାଂଶ ଖାଦ୍ୟର ସିଧାସଳଖ ପ୍ରଭାବ ତାଙ୍କ ଶରୀର ଉପରେ ପଡ଼ିଥାଏ। କିନ୍ତୁ ଏମିତି କିଛି ଫଳ ଅଛି ଯାହାକି ମଧୁମେହ ରୋଗୀଙ୍କ ପାଇଁ ବେଶ୍‌ ଉପକାରୀ।

ସେଓ- ସେଓରେ ଭାରି ମାତ୍ରାରେ ସଲ୍ୟୁବଲ ଫାଇବର ରହୁଥିବାରୁ ଏହା ମଧୁମେହ ରୋଗୀଙ୍କୁ ସଂକ୍ରମଣରୁ ରକ୍ଷା କରିଥାଏ। ଏହାସହ ଏଥିରେ ଏକ ପ୍ରକାର ଶ୍ୱେତସାର ଥିବାରୁ ରକ୍ତ ସର୍କରାକୁ ନିୟନ୍ତ୍ରଣ କରିଥାଏ।

ତରଭୁଜ- ଏଥିରେ କୌଣସି ପ୍ରକାର ଫେଟ କିମ୍ବା କୋଲେଷ୍ଟ୍ରୋଲ ନଥାଏ। କିନ୍ତୁ ଭରପୂର ମାତ୍ରାରେ ଭିଟାମିନ୍‌ ଓ ମିନେରାଲ୍‌ ରହୁଥିବାରୁ ମଧୁମେହ ରୋଗୀଙ୍କ ପାଇଁ ଉପକାରୀ। ତରଭୁଜରେ ଥିବା ତନ୍ତୁ ପାଚନକ୍ରିୟାକୁ ଠିକ୍‌ କରିବା ସହ କୋଲେଷ୍ଟ୍ରୋଲ୍‌ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ।

ପାଚିଲା ଅମୃତଭଣ୍ଡା – ଏଥିରେ ଥିବା ଆଣ୍ଟିଅକ୍ସିଡ଼େଣ୍ଟ ଶରୀରରଣ୍‌ କୋଷିକାକୁ ଦୁର୍ବଳ ହେବାରୁ ରକ୍ଷା କରିବା ସହ ହୃଦୟ ଓ ନର୍ଭସ୍‌ ସିଷ୍ଟମକୁ ସୁରକ୍ଷିତ ରଖିଥାଏ।

ପିଜୁଳି – ପିଜୁଳିରେ ଥିବା ପୋଟାସିୟମ୍‌ ରକ୍ତଚାପକୁ ନିୟନ୍ତ୍ରଣ ରଖିବାର କାମ କରିଥାଏ। ଏହାସହ ମଧୁମେହ ଟାଇପ-୨ ବିପଦକୁ ମଧ୍ୟ କମ୍‌ କରିଥାଏ।

ବେଦନା-ମଧୁମେହ ରୋଗୀଙ୍କ କ୍ଷେତ୍ରରେ ହୃଦ୍ଘାତ ହେବାର ସମ୍ଭାବନା ଅଧିକ ରହିଥାଏ। ତେଣୁ ସେମାନଙ୍କ ପାଇଁ ବେଦନା ଉପକାରୀ। ଏହା କଲେଷ୍ଟ୍ରୋଲ୍‌ ମାତ୍ରାକୁ କମ୍‌ କରି ମଧୁମେହକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନରେ ସବୁଠାରୁ ଶକ୍ତିଶାଳୀ ଆକ୍ରମଣ! ଖାର୍ଗ ଦ୍ୱୀପରେ ବୋମା ପକାଇଲା ଆମେରିକା, ଧ୍ବଂସ ହେଲା…

ନୂଆଦିଲ୍ଲୀ,୧୪।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଆମେରିକୀୟ ସେନା (CENTCOM) ଇରାନର ଗୁରୁତ୍ୱପୂର୍ଣ୍ଣ ଖାର୍ଗ ଦ୍ୱୀପରେ ସବୁଠାରୁ ଶକ୍ତିଶାଳୀ ବିମାନ ଆକ୍ରମଣ କରିଛି। ସେ…

ସ୍ତ୍ରୀ, ବୋହୁ, ନାତୁଣୀଙ୍କୁ ହାତୁଡିରେ ପିଟି ନିର୍ମମ ହତ୍ୟା: ପାଣିଟାଙ୍କି ଉପରେ ଲୁଚିଛନ୍ତି ଫେରାର୍‌ ଅଭିଯୁକ୍ତ

ଦେବଗଡ଼,୧୪।୩(ଶଶାଙ୍କ ଶେଖର ଝାଙ୍କର): କୁଣ୍ଢେଇଗୋଳା ଥାନା ଗରିଆପାଲି ଗ୍ରାମରେ ଟ୍ରିପଲ ମର୍ଡର ଘଟଣା। ଗାଁର ପାଣି ଟାଙ୍କି ଉପରେ ଲୁଚିଛନ୍ତି ଫେରାର୍‌ ହତ୍ୟା ଅଭିଯୁକ୍ତ। ଅଭିଯୁକ୍ତଙ୍କୁ ଧରିବା…

ଇରାକ୍‌ରେ ଖସିଲା ଆମେରିକା ବିମାନ: ୪ ମୃତ

ଦୁବାଇ,୧୪ା୩: ଇରାନ୍‌ ବିରୋଧୀ ଯୁଦ୍ଧରେ ଆମେରିକାର ସାମରିକ ବିମାନଗୁଡ଼ିକୁ ତୈଳ ଯୋଗାଉଥିବା ଏକ କେସି-୧୩୫ ଏୟାରକ୍ରାଫ୍ଟ ପଶ୍ଚିମ ଇରାକ୍‌ରେ ଖସିପଡ଼ିଛି। ବିମାନରେ ନିଅଁା ଲାଗିଯିବାରୁ ସେଥିରେ ଥିବା…

ସିଇସିଙ୍କ ବହିଷ୍କାର ଦାବିରେ ନୋଟିସ ଦେଲେ ବିରୋଧୀ

ନୂଆଦିଲ୍ଲୀ,୧୪ା୩: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କୁ ବହିଷ୍କାର କରିବା ଦାବିରେ ବିରୋଧୀ ଏମ୍‌ପିମାନେ ଶୁକ୍ରବାର ପାର୍ଲାମେଣ୍ଟର ଉଭୟ ଗୃହରେ ନୋଟିସ ଦାଖଲ କରିଛନ୍ତି। ଉକ୍ତ…

ସମର୍ଥନ ମିଳୁଛି, ସମାଧାନ ହେଉନି: ଚେତାବନୀ ଦେଲେ ଚାଷୀ

ବରଗଡ଼,୧୪।୩(ପ୍ରେମାନନ୍ଦ ଖମାରୀ):ଧାନବିକ୍ରି ଦାବିରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନ ଗଦା କରି ଚାଲିଥିବା ଚାଷୀଙ୍କ ଆନ୍ଦୋଳନ ଶୁକ୍ରବାର ପଞ୍ଚମ ଦିନରେ ପହଞ୍ଚିଛି। ହେଲେ ସେମାନଙ୍କ ଧାନକ୍ରୟ…

ଏଲ୍‌ପିଜି ଅପେକ୍ଷାରେ ହୃଦ୍‌ଘାତ, ବୃଦ୍ଧ ମୃତ

ଚଣ୍ଡିଗଡ଼,୧୪ା୩: ଇରାନ ଯୁଦ୍ଧକୁ ନେଇ ରନ୍ଧନ ଗ୍ୟାସ୍‌ ଯୋଗାଣ ବାଧାପ୍ରାପ୍ତ ହୋଇଥିବାବେଳେ ଦେଶର ବିଭିନ୍ନ ଭାଗରେ ଏଲ୍‌ପିଜି ପାଇବା ପାଇଁ ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି। ଶୁକ୍ରବାର…

କୁଆଡ଼େ ଗଲେ ଦାଶରଥି: ବିଜେଡି ଛାଡ଼ିବେନି ଶପଥ କଲେ ୨ ପ୍ରାର୍ଥୀ

ଭୁବନେଶ୍ୱର,୧୪ା୩(ସୁନିତ୍‌ ମିଶ୍ର):ରାଜ୍ୟ ସଭା ନିର୍ବାଚନ ପାଇଁ ମଝିରେ ମାତ୍ର ୨ ଦିନ ରହିଲା। ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ନିଜ ବିଧାୟକମାନଙ୍କୁ…

ରବିବାରଠୁ ଝଡ଼ବର୍ଷା: ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୧୪ା୩(ବନ୍ଦନା ସେଠୀ):ରାଜ୍ୟରେ ଏବେ ତାପମାତ୍ରା ବଢ଼ିବା ସହ ଗ୍ରୀଷ୍ମ ପ୍ରବାହ ବା ହିଟ୍‌ ଓ୍ବେଭ୍‌ ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରୁଛି। ରାଜ୍ୟରେ ଏବେ ହିଟ୍‌ ଓ୍ବେଭ୍‌ ଜାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri