ମଧୁମେହ କାବୁ କରିବ ଉପବାସ

ମଧୁମେହ ପୀଡ଼ିତଙ୍କ ପାଇଁ ରକ୍ତରେ ଶର୍କରା ଏବଂ ଓଜନ ନିୟନ୍ତ୍ରଣ ରଖିବା ଅତ୍ୟନ୍ତ ଜରୁରୀ। ଏଥିପାଇଁ ଡାକ୍ତର ରୋଗୀଙ୍କୁ ସନ୍ତୁଳିତ ଖାଦ୍ୟପାନୀୟ ଏବଂ ଡାଏଟିଙ୍ଗ୍‌ର ପରାମର୍ଶ ଦେଇଥାନ୍ତି। କିନ୍ତୁ ଅଷ୍ଟ୍ରେଲିଆସ୍ଥିତ ୟୁନିଭର୍ସିଟି ଅଫ୍‌ ସାଉଥ୍‌ ଅଷ୍ଟ୍ରେଲିଆର ବିଶେଷଜ୍ଞ ଦାବି କରିଛନ୍ତି, କ୍ୟାଲୋରୀ ନିୟନ୍ତ୍ରିତ କରୁଥିବା ଡାଏଟ୍‌ ସ୍ଥାନରେ ମଧୁମେହ ରୋଗୀ ସପ୍ତାହକୁ ଦୁଇ ଦିନ ଉପବାସ ରହିବା ଭଲ। ଗବେଷଣା ଅନୁସାରେ, ଏପ୍ରକାରେ ସପ୍ତାହକୁ ମଧୁମେହ ରୋଗୀଙ୍କ କ୍ୟାଲୋରୀ ୬୦୦ ରହିଥାଏ। ମୋଟାପଣ ଟାଇପ୍‌ ୨ ମଧୁମେହର ସବୁଠୁ ବଡ଼ କାରଣ। ଡାଏବେଟିସ୍‌ ନିୟନ୍ତ୍ରଣ କରିବାରେ କ୍ୟାଲୋରୀ ଆଧାରିତ ଡାଏଟ୍‌ ନେବା ସାଧାରଣ କଥା। କିନ୍ତୁ ଯକୃତରେ ଫ୍ୟାଟ୍‌ ଜମିବା ଦ୍ୱାରା ରକ୍ତରେ ଶର୍କରାକୁ କାବୁ କରିବା କଷ୍ଟକର ହୋଇଥାଏ। ଏହାଦ୍ୱାରା ଶରୀରରେ ଇନ୍‌ସୁଲିନ୍‌ ସହଜରେ କାମ କରିନଥାଏ। ପୂରା ସପ୍ତାହରେ ନିୟନ୍ତ୍ରିତ ଡାଏଟ୍‌ ନେବା ସମ୍ଭବ ନୁହେଁ; ବିଶେଷକରି ସେମାନଙ୍କ ପାଇଁ ଯେଉଁମାନେ ଗୋଟିଏ ପ୍ରକାର ଖାଇବା ପସନ୍ଦ କରନ୍ତି ନାହଁି। ଏଭଳି ସ୍ଥିତିରେ ଏମାନଙ୍କ ସ୍ବାସ୍ଥ୍ୟ ଆହୁରି ଖରାପ ହେବାର ସମ୍ଭାବନା ଥାଏ। ତେଣୁ ସପ୍ତାହକୁ ଦୁଇଦିନ ଉପବାସ ରହିବା ସବୁଠୁ ଉତ୍ତମ ବିକଳ୍ପ।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ଶୋଇବା ପୂର୍ବରୁ ପିଅନ୍ତୁ ଏଥିରୁ ଅଧାଗ୍ଲାସେ …

ରାତିରେ ଶୋଇବା ପୂର୍ବରୁ ଅଧାଗ୍ଲାସେ ହଳଦୀ ମିଶା କ୍ଷୀର ପିଇଲେ ବହୁ ଉପକାର ମିଳିଥାଏ। ଏହାଦ୍ୱାରା ସାରାଦିନର ଥକାପଣ ଦୂରହୋଇ ସୁଖନିଦ୍ରା ହୋଇଥାଏ। ଶରୀର ପୀଡ଼ାରୁ...

ବାରମ୍ବାର ହାତ ଧୋଇବା ପରେ ବି ମନରୁ ଯାଉନି କରୋନା ଭୂତାଣୁ ଭୟ, ହୋଇପାରେ ଏହି ରୋଗର ଲକ୍ଷଣ..

ମହାମାରୀ କରୋନା କବଳରେ ସାରା ବିଶ୍ୱ। ଦିନକୁ ଦିନ ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଏଭଳି ସ୍ଥିତିରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅଥବା ଡାକ୍ତରମାନେ ରୋଗରୁ...

କିପରି ହେବ ବର୍ଷାଦିନର ପରିଧାନ

ବର୍ଷାଦିନ ଆରମ୍ଭ ହୋଇଗଲେ ମହିଳାଙ୍କ ଚିନ୍ତା ରହିଥାଏ ଯେ ଏହି ଦିନରେ କ’ଣ ପିନ୍ଧିବେ ଆଉ ପିନ୍ଧିବେନି। ଯଦି ଆପଣ ଏଥିରେ ସାମିଲ ତେବେ ବ୍ୟସ୍ତ...

ଅହଂଭାବ ଦୂର କରିବାର ସୂତ୍ର

ସମ୍ପର୍କ ଭିତରେ ଯେବେ ଅହଂଭାବ ଆସିଯାଏ ସେତେବେଳେ ସମ୍ପର୍କରେ ଦେଖାଦିଏ ଫାଟ । ତେଣୁ ଏହାକୁ ଯଥାଶୀଘ୍ର ମନରୁ ଦୂରେଇ ଦେବା ନିହାତି ଆବଶ୍ୟକ ।...

ଏସବୁ ରୋଗରୁ ମୁକ୍ତି ଦେଇ ଥାଏ ଆମ୍ବପତ୍ର, କିପରି ବ୍ୟବହାର କରିବେ ଜାଣନ୍ତୁ..

ଫଳର ରାଜା ଆମ୍ବ। ଏହାର ଉପକାରୀ ଗୁଣ ସମ୍ପର୍କରେ ପ୍ରାୟ ଅଧିକାଂଶ ଲୋକଙ୍କୁ ଜଣା। ମାତ୍ର କ’ଣ ଆପଣ ଏହା ପତ୍ରର ଉପକାରୀ ଗୁଣ ସମ୍ପର୍କରେ...

ଗରମ ଚା’ ପିଉଛନ୍ତି କି? ଏପରି କରିବା ଦ୍ୱାରା ବୃଦ୍ଧିପାଏ ଖାଦ୍ୟନଳୀ କ୍ୟାନ୍‌ସର ଆଶଙ୍କା

ଭାରତରେ ଚା’ପ୍ରେମୀଙ୍କ ସଂଖ୍ୟା ଅଧିକ। ତେଣୁ ଏହାର ସ୍ବାଦ ପ୍ରାୟ ସମସ୍ତଙ୍କୁ ଜଣା କହିଲେ ଭୁଲ ହେବ ନାହିଁ। ଅନେକେ ଏହାକୁ ଗରମରେ ପିଇବାକୁ ପସନ୍ଦ...

ଡାଇବେଟିସ୍‌ ରୋଗୀଙ୍କ ପାଇଁ ଉପକାରୀ ଟମାଟର ସୁପ୍‌

ଶୀତଦିନେ ଟମାଟର ସୁପ୍‌ ପିଇବାର ମଜା ନିଆରା। ଟମାଟର ସୁପ୍‌ରେ ପୋଷକ ତତ୍ତ୍ୱ ଭରପୂର ମାତ୍ରାରେ ରହିଛି ଯାହା ସ୍ବାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ। ଏଥିରେ...

କେବଳ ଖାଦ୍ୟକୁ ସ୍ବାଦିଷ୍ଟ ନୁହେଁ ବରଂ ଦୃଷ୍ଟି ଶକ୍ତିକୁ ବି ବଢ଼ାଇଥାଏ ଟୋମାଟୋ

ଆଜିକାଲି ଦୈନନ୍ଦିନ ଜୀବନରେ ଲୋକମାନେ କାର୍ଯ୍ୟବ୍ୟସ୍ତ ରହୁଥିବା ବେଳେ ଫିଟ୍‌ ରହିବା ଜରୁରୀ ହୋଇପଡ଼ିଛି। ଭଲ ସ୍ବାସ୍ଥ୍ୟ ପାଇବା ପାଇଁ ଲୋକେ ବିଭିନ୍ନ ପ୍ରକାରର ଫଳ...

Coronavirus Update


Archives

Model This Week

Why Dharitri