ପୁରୁଷୋତ୍ତମପୁର, ୧୮ା୭(ଡି.ଏନ୍.ଏ.)-ରାଜ୍ୟ ସରକାର ଗରିବ ଲୋକଙ୍କୁ ଆଇନ ସହାୟତା ଯୋଗାଇ ଦେବାକୁ ମଧୁବାବୁ ଆଇନ ସହାୟତା ଯୋଜନା ପ୍ରଣୟନ କରିଥିଲେ। ମାତ୍ର ଏହି ଯୋଜନା ଏବେ ସରକାରୀ ଫାଇଲର ନାଲି ଫିତାତଳେ ରହିଯାଇଛି। ଯାହାକୁ ନେଇ ଗ୍ରାମାଞ୍ଚଳର ଜନସାଧାରଣଙ୍କ ସମେତ ଆଇନଜୀବୀଙ୍କ ମଧ୍ୟରେ ବୀବ୍ର ଅସନ୍ତୋଷ ଦେଖା ଦେଇଛି। ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ୨୦୧୬ରେ ସରକାର ମଧୁବାବୁ ଆଇନ ସହାୟତା ଯୋଜନା ପ୍ରଣୟନ କରିଥିଲେ। ଗ୍ରାମାଞ୍ଚଳର ଲୋକମାନଙ୍କୁ ଆଇନ ସହାୟତା ଯୋଗାଇ ଦେବାକୁ ପ୍ରତି ପଞ୍ଚାୟତରେ ଜଣେ ଲେଖାଏ ଆଇନଜୀବୀଙ୍କୁ ନିଯୁକ୍ତି ଦେବାକୁ ଘୋଷଣା କରିଥିଲେ। ଆଇନ ବିଭାଗ ପକ୍ଷରୁ ନଂ.୧୦୭୪୬/୨୬ା୧୦ା୨୦୧୬ ଓ ୧୧୭୦୯/୨୨ା୧୧ା୨୦୧୬ରେ ସମସ୍ତ ଜିଲାପାଳ ଓ ବିଭାଗୀୟ ଅଧିକାରୀଙ୍କୁ ଜଣାଇ ଥିଲେ। ଚିଠି ପାଇ ସମ୍ପୃକ୍ତ ଜିଲାର ଜିଲାପାଳ ବିଡିଓମାନଙ୍କୁ ଏବଂ ବିଡିଓମାନେ ଅଞ୍ଚଳରେ ଥିବା କୋର୍ଟ ଏବଂ ଓକିଲ ସଂଘମାନଙ୍କୁ ଚିଠି ମାଧ୍ୟମରେ ଜଣାଇ ପଞ୍ଚାୟତ ସ୍ତରରେ ଆଇନ ସହାୟତା ସେଲରେ ନିଯୁକ୍ତି ଲାଗି ଆବେଦନ କରିବାକୁ କହିଥିଲେ। ରାଜ୍ୟରେ ଥିବା ୩୧୪ ବ୍ଲକର ୬ହଜାର ୭୯୮ ପଞ୍ଚାୟତର ଜନସାଧାରଣଙ୍କ ସମେତ ଆଇନଜୀବୀ ଉତ୍ସାହିତ ହୋଇପଡିଥିଲେ। ଆଇନ ବିଭାଗରୁ ଚିଠି ପାଇ ଗଞ୍ଜାମର ପୂର୍ବତନ ଜିଲାପାଳ ପ୍ରେମଚନ୍ଦ୍ର ଚୌଧୁରୀ ଜିଲାର ସମସ୍ତ ବିଡିଓଙ୍କୁ ଚିଠି କରିଥିଲେ। ପୁରୁଷୋତ୍ତମପୁରର ତତ୍କାଳୀନ ବିଡିଓ ଲୋକନାଥ ଦଳବେହେରା ୭ ଡିସେମ୍ବର ୨୦୧୬ରେ ନଂ.୫୩୮୭ରେ ଚିଠିକରି ପୁରୁଷୋତ୍ତମପୁର ପ୍ରଥମଶ୍ରେଣୀ ବିଚାରପତି ଏବଂ ଓକିଲ ସଂଘକୁ ଜଣାଇ ଥିଲେ। ବ୍ଲକର ୨୬ ପଞ୍ଚାୟତର ଲୋକେ ଆଇନ ସହାୟତା ପାଇବାକୁ ଆଶା ରଖିଥିବା ବେଳେ ଆଇନଜୀବୀ ମଧ୍ୟ ନିଯୁକ୍ତି ଆଶାରଖିଥିଲେ। କୋର୍ଟ ମାଧ୍ୟମରେ ବ୍ଲକ ପ୍ରଶାସନ ନିକଟରେ ଆବେଦନ ମଧ୍ୟ କରିଥିଲେ। ମାତ୍ର ଆଶା ଆଶାରେ ହିଁ ରହିଯାଇଛି। ୩ବର୍ଷ ପରେ ମଧ୍ୟ କୌଣସି ପଞ୍ଚାୟତରେ ସହାୟତା କେନ୍ଦ୍ର ଖୋଲିନାହିଁ। ଆଇନଜୀବୀମାନେ ଆବେଦନ କରିଥିବା ଦରଖାସ୍ତ ସରକାରୀ ଫାଇଲ ନାଲି ଫିତାତଳେ ବନ୍ଧାହୋଇ ରହିଛି।
ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ
ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…
୨୧୮ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା
ଦିଗପହଣ୍ଡି/ପାଟପୁର,୨୦ା୨(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସମଗ୍ର ଶିକ୍ଷା ଅଭିଯାନ ଓ ଜିଲା ଦୃଷ୍ଟି ବାଧିତ ନିୟନ୍ତ୍ରଣ କାର୍ଯ୍ୟାଳୟ ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ସୁରେନ୍ଦ୍ର ସାଏ…
ଏଣିକି ନିଜ ଲଢ଼େଇ ନିଜର
ଦିଗପହଣ୍ଡି,୨୦ା୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜରେ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଛି। ଅଧ୍ୟାପିକା ଅଞ୍ଜଳୀ ମଣ୍ଡଳଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନୀ…
ଛତ୍ରପୁର ପୌରପାଲିକାରେ ମିଶ୍ରଣକୁ ବିରୋଧ: ସମାଧାନ ନ ହେଲେ ଆନ୍ଦୋଳନ ଚେତାବନୀ
ଛତ୍ରପୁର,୨୦।୨(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପାଳିକା ଗଠନକୁ ନେଇ ଅସନ୍ତୋଷ ଲାଗିରହିଛି। ଗୋଟିଏ ପଟେ ଛତ୍ରପୁର ପୌରପାଳିକାରେ ଆର୍ଯ୍ୟପଲ୍ଲୀ, କଣମଣା, ପୋ ଅଗସ୍ତିନୂଆଗାଁ ଓ ଚିକଲଖଣ୍ଡି ଆଦି ୫ଟି…
ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା: ୧୪୦ରୁ ଊଦ୍ଧର୍ବ ପ୍ରତିଯୋଗୀଙ୍କ କୃତିତ୍ୱ ଅର୍ଜନ
ଭଞ୍ଜନଗର,୧୯/୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଏଥିରେ ଭଞ୍ଜନଗର ସବ ଟ୍ରେଜେରୀ ଅଫିସର୍…
ସୌନ୍ଦର୍ଯ୍ୟକରଣ ବଦଳରେ ଫୁଡ୍କୋର୍ଟ-ଦୋକାନ ଗୃହ ନିର୍ମାଣ, ଐତିହ୍ୟ ହରାଉଛି…
ପୁରୁଷୋତ୍ତମପୁର,୨୦ା୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ୯ ନଂ. ୱାର୍ଡ ରେ ଥିବା କିମ୍ବଦନ୍ତୀପୂର୍ଣ୍ଣ ଐତିହାସିକ ଗୋପାଳବନ୍ଧଟି ଦୀର୍ଘବର୍ଷ ହେଲା ଅବହେଳିତ ଅବସ୍ଥାରେ ପଡିରହି ତାର ଐତିହ୍ୟ…
ପ୍ରମାଣ ଅଭାବରୁ ୨ ଗଞ୍ଜେଇ ଚାଲାଣକାରୀ ନିର୍ଦ୍ଦୋଷରେ ଖଲାସ
ଭଞ୍ଜନଗର,୨୦।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଏଡିଜେ ଶେଖ ମହମଦ କୁଏସ ଏକ ଗଞ୍ଜେଇ ଚାଲାଣ ମାମଲାର ବିଚାର କରି ପ୍ରମାଣ ଅଭାବରୁ ଦୁଇଜଣ ଅଭିଯୁକ୍ତଙ୍କୁ ଖଲାସ…
ବାଘଛୁଆର ମୃତଦେହ ବ୍ୟବଚ୍ଛେଦ କଲେ ୪ଜଣିଆ ଟିମ୍
ଭଞ୍ଜନଗର,୨୦ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ମୁଜାଗଡ ରେଞ୍ଜ ବଜ୍ରକୋଟ ଗ୍ରାମ ନିକଟରୁ ବୁଧବାର ବନ ବିଭାଗ ଜବତ କରିଥିବା କଲରାପତରିଆ ବାଘ…
Archives

