Posted inରାଜ୍ୟ

ମଦ ଗ୍ରାହକଙ୍କୁ ଠକିଲେ ଏତଲା

ଭୁବନେଶ୍ୱର,୨୭।୫(ବ୍ୟୁରୋ): ଅନ୍‌ଲାଇନ ଜରିଆରେ ମଦ ବିକ୍ରି ସମୟରେ ଗ୍ରାହକ ଠକାମିର ଶିକାର ହେଉଥିବା ଖବର ପ୍ରକାଶ ପାଇବାପରେ ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ଏକ ଚିଠି ମଙ୍ଗଳବାର ପ୍ରକାଶ କରାଯାଇଛି। ବିଭିନ୍ନ ସାମାଜିକ ଗଣମାଧ୍ୟମ ଏବଂ ପୋର୍ଟାଲ ଆଦିରେ ମଦ ବିକ୍ରି ନାଁରେ ଠକମାନେ ପ୍ରୟାସ ଚଳାଇଛନ୍ତି। ତେଣୁ ସେମାନେ ଯେପରି ଠକାମିର ଶିକାର ନ ହେବେ ସେଥିଲାଗି ସରକାରଙ୍କ ତରଫରୁ ନୂତନ ନିୟମକୁ ମାନି ମଦ କିଣିବା ଲାଗି ପରାମର୍ଶ ଦିଆଯାଇଛି। ଯେକୌଣସି ଠିପି ଖୋଲା ବା ଠିପି ବନ୍ଦ ରିଟେଲ ଦୋକାନ ବାହାରେ ସେମାନଙ୍କ ମୋବାଇଲ ନମ୍ବର ଲଗାଯାଇଥିବ। ଏହାଦ୍ୱାରା ସିଧାସଳଖ ଦୋକାନୀମାନେ ଲୋକଙ୍କ ଅର୍ଡର ରଖିପାରିବେ। ଏହାସହ ସେହି ନମ୍ବର ଓଏସ୍‌ବିସି ଓ୍ବେବ୍‌ସାଇଟ୍‌ରେ ସାମିଲ ଅଛି। ଗ୍ରାହକ ଚାହିଁଲେ ସେହି ନମ୍ବର କିମ୍ବା ହ୍ବାଟ୍ସଆପ୍‌ ଜରିଆରେ ମଗାଇପାରିବେ। ଠକାମି ରୋକିବା ଲାଗି କେବଳ ଯେଉଁ ଏଜେନ୍ସିଗୁଡିକ ଅବକାରୀ କମିଶନରଙ୍କଠାରୁ ଏନ୍‌ଓସି ନେଇଥିବେ ସେମାନଙ୍କ ଡେଲିଭରି ବୟ ମଦ ପହଞ୍ଚାଇବାକୁ ଅନୁମତି ମିଳିବ। ଉକ୍ତ ଏଜେନ୍ସିଗୁଡିକର ତାଲିକା ମଧ୍ୟ ଓଏସ୍‌ବିସି ଓ୍ବେବ୍‌ସାଇଟ୍‌ରେ ଉଲ୍ଲେଖ ରହିଛି। କେବଳ ଜମାଟୋ ଏବଂ ସ୍ବିଗିକୁ ଏଥିଲାଗି ଅନୁମତି ମିଳିଛି। ଗ୍ରାହକମାନେ ଅନ୍‌ଲାଇନରେ ମଗାଇବା ପୂର୍ବରୁ ଏଜେନ୍ସିକୁ ଅନୁମତି ମିଳିଛି ନା ନାହିଁ ଦେଖି ତା’ପରେ ମଗାଇବେ। ସୋସିଆଲ୍‌ ମିଡିଆରେ ମଦ ଯୋଗାଇବାକୁ କହି କୌଣସି ଅଫର ମିଳିବ ବୋଲି କହୁଥିବା ମାଧ୍ୟମରୁ କିଣିବେ ନାହିଁ। ଅବକାରୀ ଅଧୀକ୍ଷକ ପରାମର୍ଶ ଦେଇଛନ୍ତି ଯେ, ଯଦି କୌଣସି ଅଣସ୍ବୀକୃତିପ୍ରାପ୍ତ ବ୍ୟକ୍ତି, ଏଜେନ୍ସି ନିଜ ଓ୍ବେବ୍‌ସାଇଟ୍‌ କିମ୍ବା ପୋର୍ଟାଲ ବା ଆପ୍ଲିକେଶନ ଜରିଆରେ ମଦ ଘରେ ଯୋଗାଇବାକୁ କହୁଥାଏ, ସେମାନଙ୍କ ବିରୋଧରେ ଏତଲା ଦାୟର କରିହେବ ବୋଲି ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri