ମଦଭାଟି ସ୍ଥାନାନ୍ତର ନେଇ କୃଷକ ନେତାଙ୍କ ଅନଶନ: ପାଣି ପିଆଇ ଅନଶନ ଭାଙ୍ଗିଲେ ଉପଜିଲାପାଳ

ବଡ଼ଗାଁ,୧।୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅଫିସ ସମ୍ମୁଖରେ ମଦଭାଟି ସ୍ଥାନାନ୍ତର ନେଇ ଗତ ୨୫ ତାରିଖରୁ କୃଷକ ନେତା ରବୀନ୍ଦ୍ର ପଟେଲ ଆମରଣ ଅନଶନରେ ବସିଥିଲେ। ଶନିବାର ପୂର୍ବାହ୍ନରେ ପଟେଲ ଅନଶନରୁ ଓହରିଛନ୍ତି। ମାର୍ଚ୍ଚ ମାସ ପରେ ମଦ ଭାଟି ସ୍ଥାନାନ୍ତର ନେଇ ଉପଜିଲାପାଳ ଅଭିମନ୍ୟୁ ବେହେରା ଲିଖତ ପ୍ରତିଶ୍ରୁତି ଦେଲା ପରେ ସେ ଅନଶନ ଭାଙ୍ଗିଛନ୍ତି। ମଧ୍ୟାହ୍ନରେ ଉପଜିଲାପାଳ ବେହେରା ଘଟଣାସ୍ଥଳରେ ପହଞ୍ଚି ପଟେଲଙ୍କ ସହ ଆଲୋଚନା କରିଥିଲେ। ସେଠାରେ ପଟେଲ ଅବକାରୀ ବିଭାଗର ନୀରବଦ୍ରଷ୍ଟାକୁ ସମାଲୋଚନା କରିଥିଲେ। ପରେ ଉପଜିଲାପାଳ ବ୍ଲକ କାର୍ଯ୍ୟାଳୟକୁ ଯାଇ ବିଡିଓ କ୍ଷମାନିଧି ଭୋଇ, ଜିଲା ପରିଷଦ ସଭ୍ୟା ସ୍ନେହଲତା ବେଜି ପ୍ରମୁଖଙ୍କ ଉପସ୍ଥିତିରେ ପ୍ରତିଶ୍ରୁତି ଦେବା ସହ ଅନଶନସ୍ଥଳକୁ ଆସି ପଟେଲଙ୍କୁ ପାଣି ପିଆଇ ତାଙ୍କ ଅନଶନ ଭାଙ୍ଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୭ ନଦୀ,୨୭ ନାଳବନ୍ଧ ଅସୁରକ୍ଷିତ

କେନ୍ଦ୍ରାପଡ଼ା ଅଫିସ,୨୧ା୪: ଗତ ସପ୍ତାହରେ ଜଳସମ୍ପଦ ବିଭାଗ ପକ୍ଷରୁ କେନ୍ଦ୍ରାପଡ଼ା ଜିଲାର ବିଭିନ୍ନ ନଦୀବନ୍ଧର ସର୍ବେକ୍ଷଣ ହୋଇଛି । ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କ ସହିତ ଜିଲା...

ବର୍ଷାରେ ଭୁଶୁଡିଲା ପୋଲ, ଯାତାୟାତ ବାଧାପ୍ରାପ୍ତ: ଯୋଗାଯୋଗରୁ ବିଚ୍ଛିନ୍ନ କଛାରପଡାବାସୀ

ଜୁନାଗଡ,୩୦।୭(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକରେ ଗତ ରବିବାର, ସୋମବାର ୨ ଦିନ ଧରି ଲଗାଣ ବର୍ଷାରେ ଚାରିଆଡେ ଜଳମଗ୍ନ ହୋଇଥିଲା। ଏଥିଯୋଗୁ ନାଳ(ଯୋର), ନଦୀରେ...

ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ: ୮ ଗିରଫ

ବରଗଡ଼ ଅଫିସ,୨୮।୯: ବରଗଡ଼ ସଦର ଥାନା ପୋଲିସ ବୁଧିଆପାଲିରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଛି। ଚଢ଼ାଉରେ ଜୁଆଖେଳରେ ବ୍ୟବହୃତ ସାମଗ୍ରୀ ସହିତ...

ଯୁବ କଂଗ୍ରେସର ଶଗଡ଼ ଶୋଭାଯାତ୍ରା

ଭୁବନେଶ୍ୱର,୩।୨(ବ୍ୟୁରୋ): ପେଟ୍ରୋଲ, ଡିଜେଲର ଅହେତୁକ ଦରବୃଦ୍ଧି ଏବଂ କେନ୍ଦ୍ର ସରକାରଙ୍କ କଳା କୃଷି ଆଇନ ପ୍ରତ୍ୟାହାର ଦାବିରେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ରଣହୁଙ୍କାର ଦେଇଛି।...

ନବରଙ୍ଗପୁରରେ କଂଗ୍ରେସର ଜନସମ୍ପର୍କ ପଦଯାତ୍ରା

ଉମରକୋଟ/ରାଇଘର, ୯।୭(ସ୍ବ.ପ୍ର./ଡି.ଏନ୍‌.ଏ.): ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଶୁକ୍ରବାର ନବରଙ୍ଗପୁର ଗ୍ରସ୍ତ କରି ରାଇଘରରେ ଏକ ସଂକଳ୍ପ ସମାବେଶ ଓ ମହାମିଶ୍ରଣ...

ବାପାଙ୍କୁ ହତ୍ୟାକରି ଚତୁର୍ଥୀ ପୂର୍ବରୁ ଜେଲଗଲେ ପୁଅ

କେନ୍ଦୁଝର/ଝୁମ୍ପୁରା,୯ା୭ (ସ୍ବ.ପ୍ର.): ବିବାହ ସରିଲା। ଚତୁର୍ଥୀ ପାଇଁ ଘର ଦୁଆରେ ସାଜସଜ୍ଜା ଚାଲିଥିଲା। କିଛି ଘଣ୍ଟା ପରେ ହୋଇଥାନ୍ତା ଚତୁର୍ଥୀ। ମାତ୍ର ବାପାଙ୍କୁ ହତ୍ୟାକରି ଜେଲ...

ବିଧାୟକଙ୍କ ବିରୋଧରେ ଏମ୍‌ପି କରୁଛନ୍ତି ଷଡ଼ଯନ୍ତ୍ର

ପାଲଲହଡା,୧୯ା୩(ଡି.ଏନ.ଏ.) ଅନୁଗୋଳ ଜିଲା ପାଲଲହଡ଼ା ବିଧାୟକ ମୁକେଶ କୁମାର ପାଲଙ୍କ ବିରୋଧରେ ଢେଙ୍କାନାଳ ଏମ୍‌ପି ମହେଶ ସାହୁ ଷଡ଼ଯନ୍ତ୍ର କରୁଥିବା ପାଲଲହଡ଼ା ବ୍ଲକ ବିଜେଡି ସଭାପତି...

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଭାକୁରଗୁଡ଼ା ବିଦ୍ୟାଳୟ ବୁଲି ଦେଖିଲେ ପର୍ଯ୍ୟଟନ ମନ୍ତ୍ରୀ

ରାୟଗଡ଼ା,୨୩।୧୦: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଚାନକ ମନ୍ତ୍ରୀମାନେ ବିଦ୍ୟାଳୟ ଗସ୍ତକରି ଖାଦ୍ୟର ମାନ ପରଖିବାକୁ ମଙ୍ଗଳବାର ନିର୍ଦ୍ଦେଶ ଦେଇଥିଲେ। ଏ ନେଇ ବୁଧବାର ରାୟଗଡ଼ା ଜିଲା...

Advertisement
Archives

Model This Week