ମଥୁରାରେ କୃଷ୍ଣ, ବଳରାମ

ମଥୁରାନଗରୀ/ଗୋପପୁର,୯ା୧: ବରଗଡ଼ ଧନୁଯାତ୍ରା ମହୋତ୍ସବର ବୁଧବାର ନବମ ଦିବସରେ ଶ୍ରୀକୃଷ୍ଣ, ବଳରାମଙ୍କୁ ଧରି ଅକ୍ରୂର ନନ୍ଦଭବନରୁ ବାହାରି ଥିଲେ। ନନ୍ଦରାଣୀ, ନନ୍ଦରାଜା ବେନିଭାଇଙ୍କ ଶୁଭ ମନାସୀ ଥିଲେ। ଶ୍ରୀକୃଷ୍ଣ, ବଳରାମ ଗୋପପୁର ପରିକ୍ରମା କରି ଗୋପ ମଣ୍ଡପରେ ପହଞ୍ଚିଥିଲେ। ଗୋପପୁର ପରିକ୍ରମା ବେଳେ ପ୍ରତି ଘର ସମ୍ମୁଖରେ ପୂର୍ଣ୍ଣକଳସ ସ୍ଥାପନ କରି ଅକ୍ରୂରଙ୍କ ସହ ବେନିଭାଇଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା। ବେନିଭାଇଙ୍କ ଗୋପ ପରିକ୍ରମା ସମୟରେ ସମ୍ପ୍ରଦା ଦଳର ସାଂସ୍କୃତିକ କାର୍ଯ୍ୟକ୍ରମ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା।
ଗୋପ ମଣ୍ଡପ ଦୃଶ୍ୟାଭିନୟରେ ଅକ୍ରୂର ଶ୍ରୀକୃଷ୍ଣ, ବଳରାମଙ୍କୁ ମଥୁରା ନେବା ପାଇଁ ନନ୍ଦରାଜା, ନନ୍ଦରାଣୀଙ୍କୁ କହିଥିଲେ। ମାତ୍ର ନନ୍ଦରାଣୀ, ନନ୍ଦରାଜା ବେନିଭାଇଙ୍କୁ ମଥୁରା ଛାଡ଼ିବାକୁ ଚାହିଁ ନ ଥିଲେ। ତେବେ ଧନୁଯାତ୍ରା ସାରି ୪ଦିନ ପରେ ମଥୁରାରୁ ଫେରି ଆସିବେ ବୋଲି ଶ୍ରୀକୃଷ୍ଣ ନନ୍ଦରାଣୀ ଓ ନନ୍ଦରାଜାଙ୍କୁ ବୁଝାଇଥିଲେ। ଶେଷରେ ନନ୍ଦରାଣୀ, ନନ୍ଦରାଜା ବେନିଭାଇଙ୍କ ବାଟ ଓଗାଳି ଥିଲେ। ଶ୍ରୀକୃଷ୍ଣଙ୍କୁ ମେଲାଣି ଦେବାବେଳେ ନନ୍ଦରାଣୀ, ନନ୍ଦରାଜାଙ୍କ ସମେତ ଗୋପବାସୀ କାନ୍ଦି ପକାଇଥିଲେ। ସେହିପରି ଶ୍ରୀକୃଷ୍ଣ ବିରହରେ ରାଧା ପଥରୋଧ କରିବାକୁ ଚେଷ୍ଟା କରି ବିଫଳ ହୋଇ ପଡ଼ିଥିଲେ। ବେନିଭାଇ ଗୋପପୁର ଛାଡ଼ିବା ପରେ ରାଧାଙ୍କ ସମେତ ସମସ୍ତ ଗୋପାଳ ବାଳକ, ଗୋପୀ ଗୋପାଙ୍ଗନା ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ଅନ୍ୟପକ୍ଷେ ବେନିଭାଇ ଅକ୍ରୂରଙ୍କ ସହିତ ମଥୁରା ପହଞ୍ଚି ଆଦିମାତା ମନ୍ଦିର(ଖଜୁରଟିକ୍ରା)ରେ ବିଶ୍ରାମ ନେଇଥିଲେ।
ସେହିପରି ଅନ୍ୟଦିନ ଭଳି କଂସ ମହାରାଜ ମଥୁରା ପରିକ୍ରମା କରିଥିଲେ। ପରିଭ୍ରମଣ ବାଟରେ ସେ ଆମ୍ରବନ(ଗୋବିନ୍ଦପାଲି)କୁ ଯାଇଥିଲେ। ସେଠାରେ ଶ୍ରୀକୃଷ୍ଣଙ୍କ ଆରାଧନାରତ ମୁନି ଋଷିଙ୍କ ଯଜ୍ଞ ମଣ୍ଡପ ଭାଙ୍ଗିଥିଲେ। ଏପରି କି ମୁନିଋଷିଙ୍କୁ ଚାବୁକ ପ୍ରହାର କରି ବାନ୍ଧି ଆଣିଥିଲେ। କଂସଙ୍କ ଆଦେଶ କ୍ରମେ ସୈନ୍ୟ, ସାମନ୍ତ ମୁନିଋଷିଙ୍କୁ କାରାଗାରକୁ ନେଇ ବନ୍ଦୀ ରଖିଥିଲେ। ଅନ୍ୟାୟ, ଅତ୍ୟାଚାରରୁ ନିବୃତ୍ତ ରହିବା ପାଇଁ ମୁନିଋଷିମାନେ ମହାରାଜ କଂସଙ୍କୁ ପରାମର୍ଶ ଦେଇଥିଲେ। ହେଲେ ମହାରାଜ କଂସ କ୍ରୋଧାନ୍ବିତ ହୋଇ ପଡ଼ିବାରୁ ମୁନିଋଷି ତାଙ୍କୁ ଅଭିଶାପ ଦେଇଥିଲେ। ତେବେ ଶ୍ରୀକୃଷ୍ଣ, ବଳରାମ ମଥୁରା ପହଞ୍ଚିବା ଖବର ପାଇ ମହାରାଜ କଂସ ଖୁସିରେ ଉତ୍‌ଫୁଲ୍ଲିତ ହୋଇ ପଡ଼ିଥିଲେ। ବିଭିନ୍ନ ସାଂସ୍କୃତିକ ଦଳର ନାଚଗୀତର ଆସରରେ ମସ୍‌ଗୁଲ୍‌ ହୋଇ ପଡ଼ିଥିଲେ। ସେହିପରି ରାଜ ଦରବାରରେ ମନ୍ତ୍ରୀ ଜଗନ୍ନାଥ ସାରକା, ବରଗଡ଼ ଜିଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ ଏବଂ ହାସ୍ୟ ଅଭିନେତା ଯୋଗେଶ ଯୋଯୋ ରାଜ ଅତିଥିଭାବେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଝିଅ ବାହାଘର ପାଇଁ ଗୁଆ ନିମନ୍ତ୍ରଣ ଦେବାକୁ ଯାଉଥିଲେ, ସାମ୍ନାରୁ ପିଟିଲା ବାଇକ୍‌; ଚାଲିଗଲା…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ସମବାୟ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ରେ ୨…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଆବାସ କିସ୍ତି କରିଦେବାକୁ ମାଗିଥିଲେ ଲାଞ୍ଚ: ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପିଇଓ, ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ପଞ୍ଚାୟତର ପୂର୍ବତନ ପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) କ୍ଷମା ପ୍ରସାଦ ଦୁରିଆ ୨୦୨୧…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ଭଞ୍ଜନଗରରେ ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ: ବୈଜ୍ଞାନିକ ଓ କୃଷକ ସମନ୍ବୟ ରହିଲେ…

ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୈଜ୍ଞାନିକ ଏବଂ ଚାଷୀମାନେ ଯୋଗଦେଇଥିଲେ। କୃଷି…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri