ମଣ୍ଡି ଖୋଲିବାରେ ବିଳମ୍ବ: ପ୍ରତିବାଦରେ ଚାଷୀଙ୍କ ଧାରଣା

ବନ୍ତଳା,୬ା୧(ଡି.ଏନ.ଏ.)- ଧାନମଣ୍ଡି ଖୋଲାଯିବାରେ ବିଳମ୍ବ ପ୍ରତିବାଦରେ ଅନୁଗୋଳ ବ୍ଲକ ମାଟିଆସାହି ପଞ୍ଚାୟତ ପୁରୁଣାଗଡ଼ରେ ଥିବା ସେବା ସମବାୟ ସମିତି ସମ୍ମୁଖରେ ସୋମବାର ୫୦ରୁ ଊଦ୍ଧର୍‌ବ ଚାଷୀ ଧାରଣା ଦେଇଥିଲେ। ଚାଷୀମାନେ ଅଭିଯୋଗ କରିଛନ୍ତି ଯେ, ଜିଲାର ବିଭିନ୍ନ ସମବାୟ ସମିତିରେ ଧାନମଣ୍ଡି ଖୋଲାଗଲାଣି। ସେଠାରେ ଅନେକ ଚାଷୀ ସେମାନଙ୍କ ଧାନ ବିକ୍ରି କରି ଟଙ୍କା ପାଇଲେଣି। ହେଲେ ମାଟିଆସାହି ପଞ୍ଚାୟତ ଅଧୀନରେ ଥିବା କରମଙ୍ଗା ସାହି (ପୁରୁଣାଗଡ଼) ସେବା ସମବାୟ ସମିତିରେ ଏଯାଏ ମଣ୍ଡି ଖୋଲାଯାଇ ନାହିଁ। ଫଳରେ ଧାନ ଅମଳ କରିଥିଲେ ବି ସ୍ଥାନୀୟ ଅଞ୍ଚଳର ଚାଷୀମାନେ ହାତବାନ୍ଧି ବସିଛନ୍ତି। ଏହି ସେବା ସମବାୟ ସମିତି ଉପରେ ମାଣିକଯୋଡି ଓ ଶରଧାପୁର ଅଞ୍ଚଳର ସମସ୍ତ ଚାଷୀ ନିର୍ଭର କରନ୍ତି। ତେଣୁ ଧାନମଣ୍ଡି ଖୋଲିବାରେ ବିଳମ୍ବ ହେଉଥିବା ପ୍ରତିବାଦରେ ସ୍ଥାନୀୟ ଅଞ୍ଚଳର ଚାଷୀମାନେ କରମଙ୍ଗାସାହି ସେବା ସମବାୟ ସମିତି ଆଗରେ ଧାରଣା ଦେବା ସହିତ ଜିଲାପାଳଙ୍କ ଉଦ୍ଦେଶ୍ୟରେ ସମିତି ସେକ୍ରେଟାରି ଶଙ୍କର ବେହେରାଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଚାଷୀ ପୂର୍ଣ୍ଣଚନ୍ଦ୍ର ଭୂତିଆ, ଶେଷଦେ ଡାଙ୍ଗ, ପ୍ରଭାକର ପତି, ରଞ୍ଜନ ମହାକୁଡ଼, ପ୍ରମାଦ କୁମାର ମହାନ୍ତି, ବିଶେଶ୍ୱର ଭୂତିଆ, କୁମୁଦ ଚନ୍ଦ୍ର ପଣ୍ଡା, ଅନ୍ତର୍ଯ୍ୟାମୀ ବାରିକ ପ୍ରମୁଖ ଧାରଣାରେ ବସିଥିବା ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ କରମଙ୍ଗାସାହି ସେବା ସମବାୟ ସମିତିର ସେକ୍ରେଟାରି ଶଙ୍କର ବେହେରା କୁହନ୍ତି, କିଛି ଅସୁବିଧା ଥିବାରୁ ମଣ୍ଡି ଖୋଲାଯିବାରେ ବିଳମ୍ବ ହେଉଛି। ଚାଷୀମାନଙ୍କୁ ହଇରାଣ କରିବା ଆମର ଉଦ୍ଦେଶ୍ୟ ନୁହେଁ। ଉପରିସ୍ଥ ଅଧିକାରୀଙ୍କ ସହିତ ଅଲୋଚନା କରି ସମସ୍ୟାର ସମାଧାନ କରାଯିବ। ଶୀଘ୍ର ଧାନ ମଣ୍ଡି ଖୋଲିବ ବୋଲି ବେହେରା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri